text
stringlengths
17
85.6k
ଦୁର୍ଗା ଶଙ୍କର ଦାସ (୨୨ ଅକ୍ଟୋବର ୧୯୧୦ - ୨୨ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଦୁର୍ଗା ଶଙ୍କର ଦାସ ୧୯୧୦ ମସିହାର ଅକ୍ଟୋବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତ୍ରିଲୋକନାଥ ଦାସ ଓ ପତ୍ନୀଙ୍କ ନାମ ଭିତିକା ଦାସ । ତାଙ୍କ ପୁଅ ଗୌତମବୁଦ୍ଧ ଦାସ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ରାଜନୈତିକ ଜୀବନ ଦୁର୍ଗା ଶଙ୍କର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଦୁର୍ଗା ଶଙ୍କର ଦାସ ୨୦୧୬ ମସିହାର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା ।
ଅର୍ଜୁନ ଦାସ ଷୋଡ଼ଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ପ୍ରଥମ ଓଡ଼ିଆ ଛନ୍ଦୋବଦ୍ଧ କାବ୍ୟ ରାମ‌ବିଭା ରଚନା କରିଥିଲେ । ଜୀବନୀ ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଅର୍ଜୁନ ଦାସଙ୍କ ଆବିର୍ଭାବ ଖ୍ରୀଷ୍ଟାବ୍ଦ ୧୫୨୦ରୁ ଖ୍ରୀଷ୍ଟାବ୍ଦ ୧୫୩୦ ମଧ୍ୟରେ ହୋଇଥିବା ସମ୍ଭବ । ରଚନାବଳୀ କାବ୍ୟ ରାମ‌ବିଭା ଓଡ଼ିଆ ଭା‌ଷାର ପ୍ରଥମ କାବ୍ୟ ଯାହାକି ଛନ୍ଦରେ ଲିଖିତ । ଏହି କାବ୍ୟର ଛାନ୍ଦଗୁଡ଼ିକରେ ବିଭିନ୍ନ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଏହା କାବ୍ୟ ରଚନା ପୂର୍ବରୁ ଅନ୍ୟ ଛାନ୍ଦମାନଙ୍କ ଉପସ୍ଥିତିର ସୂଚନା ଦିଏ । ତ‌ଥାପି ଏ ସବୁ ବିଷୟ ଅନାବିଷ୍କୃତ ହୋଇ ରହିଛି । ରାମ‌ବିଭା ଓ କଳ୍ପଲତା ଏହି ଦୁଇଟି କାବ୍ୟରେ ବ‌ହୁ ପ୍ରାଚୀନ ଶବଦର ପ୍ର୍‌ୟୋଗ ହୋଇଛି, ଯେପରି- ଉଲାଗି, ତଡ଼ାଉ, ଚଉସମ, ଭାନ୍ତି, ମେହୁ, ବଳନ୍ତ, ରହୁବର, ଇତ୍ୟାଦି । ଏହି ଶବଦଗୁଡ଼ିକ ସାରଳା ମହାଭାରତରେ ବ୍ୟବ‌ହୃତ ହୋଇଥିବାରୁ ଅର୍ଜୁନ ଦାସଙ୍କୁ ସାରଳା ଦାସଙ୍କ ସମସାମୟିକ ବୋଲି ମଧ୍ୟ କୁହାଯାଇପାରେ । ରାମ‌ବିଭା ଓ କଳ୍ପଲତା ଉଭୟ ଗ୍ରନ୍ଥରେ ଅକ୍ଷ‌ର ସଂଖ୍ୟା ଅସମାନ ଓ ତାହା କେତେକାଂଶରେ ଦାଣ୍ଡି ରୀତି ଭଳି ।
୭୦୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୬୬୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ ।ସ୍ଥାନଟି କୋରାପୁଟଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ବିଶେଷତା ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ' ' ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ୱ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହି ମହୁରେ ପ୍ରଭୁଙ୍କ ମାଜଣା କରାଯାଉଥିଲା । ଆକର୍ଷଣ ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଲାଗିରହେ । ଗୁମ୍ଫା ଭିତରେ କାଳୀଗାଈ, ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଛି । ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ ଧରି ଏହି କୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ । ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶ ଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ । ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି। ପର୍ବ ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ । ଆବାସ ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିଭାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି । ଗମନାଗମନ ଯିବା ଆସିବା କରିବାପାଇଁ ଜୟପୁରଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା ରାମଗିରି ପର୍ଯ୍ୟନ୍ତ ରହିଛି । ଅବଶିଷ୍ଟ ୧୩ କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ । ତେବେ କୋରାପୁଟ ସେମିଳିଗୁଡ଼ାଠାରୁ ମଧ୍ୟ ଯାନବାହନର ସୁବିଧା ରହିଛି ।
ଆକ୍ସିଟିନିବ, ବେପାର ନାମ ଇନଲିଟା, ବୃକ୍‌କୀୟ ଜୀବକୋଷ କର୍କଟ ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଏକାକୀ କିମ୍ବା ଆଭେଲୁମାବ କିମ୍ବା ପେମ୍ବ୍ରୋଲିଜୁମାବ ସହିତ ଅଗ୍ରବର୍ତ୍ତୀ ରୋଗରେ ବ୍ୟବହୃତ ହୁଏ । ସୋରାଫେନିବ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୪.୭ ମାସରୁ ଏହା ୬.୭ ମାସ ପର୍ଯ୍ୟନ୍ତ ଖରାପ ହେବାକୁ ବିଳମ୍ବିତ କରେ । ଏହା ପାଟିରେ ଦିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଥକ୍କା, ବାନ୍ତି, ଓଜନ ହ୍ରାସ, ଦୁର୍ବଳତା ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ରକ୍ତସ୍ରାବ, ହୃଦଘାତ, ଜଠରାନ୍ତ୍ର ଛିଦ୍ର, କମ୍ ଥାଇରଏଡ୍, ଖରାପ କ୍ଷତ ଆରୋଗ୍ୟ, ଯକୃତ ସମସ୍ୟା ଏବଂ ରିଭର୍ସିବଲ ପୋଷ୍ଟିରିଅର୍ ଲ୍ୟୁକୋଏନ୍‌ସ ଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ। ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି କାରକ କୁ ଅବରୋଧ କରିଥାଏ ୨୦୧୨ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆକ୍ସିଟିନିବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧୭,୩୦୦ ଡଲାର ଅଟେ ।
୧୩୫୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଭାନୁଗଙ୍ଗ ତ୍ରିଭୂବନ ଦେବ (୨୫ ଫେବୃଆରୀ ୧୯୧୪ - ୨୦ ସେପ୍ଟେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭, ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ଓ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ, ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଭାନୁଗଙ୍ଗ ତ୍ରିଭୂବନ ଦେବ ୧୯୧୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟଶଙ୍କର ସୁବଳ ଦେବ ଓ ପତ୍ନୀଙ୍କ ନାମ ଜ୍ୟୋତି ମଞ୍ଜରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଡିପ୍ଲୋମା । ରାଜନୈତିକ ଜୀବନ ଭାନୁଗଙ୍ଗ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ସେ ୨୧ ଜାନୁଆରୀ ୧୯୭୨ରୁ ୧୪ ଜୁନ ୧୯୭୨ଯାଏଁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରୁଥିଲେ । ବିଧାନ ସଭା ସଭ୍ୟ ବିବରଣୀ ମୃତ୍ୟୁ ଭାନୁଗଙ୍ଗ ତ୍ରିଭୂବନ ଦେବ ୧୯୮୨ ମସିହାର ସେପ୍ଟେମ୍ବର ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।
କୁମୁଡାବାଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଭୂଗୋଳ କୁମୁଡାବାଲିର ଭୌଗୋଳିକ ଅବସ୍ଥାନ ହେଉଛି 19 28 , 83 27 । ଜିଲ଼୍ଲା ମୁଖ୍ୟାଳୟଠାରୁ ଏହା 86 କିଲୋମିଟର ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ କୁମୁଡାବାଲିର ଜନସଂଖ୍ୟା 1763 । ସେଥିରୁ ପୁରୁଷ 877 ଓ ମହିଳା 886 । ମୁନିଗୁଡା ରେଳ ଷ୍ଟେସନ ଏହାର ନିକଟତମ ରେଳ ଷ୍ଟେସନ । ପର୍ଯ୍ୟଟନ କୁମୁଡାବାଲି ନିକଟରେ ବଂଶଧାରା ନଦୀ ଓ ସକଟା ନାଳର ସଂଗମ ସ୍ଥଳରେ ଏକ ଛୋଟ ଶିବ ମନ୍ଦିର ( ଶ୍ରୀ ବାଲୁଙ୍କେଶ୍ୱର) ରହିଛି ।
ଭୁଲି ହୁଏନା, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ ସ୍ୱାଇଁ ଓ ଅସିତ ଦାସ ମହାପାତ୍ର । ଯଦୁନାଥ ଦାସ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଅଭିନେତା ବିଜୟ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୂଲି ହୁଏନା ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଡିସେମ୍ବର ବର୍ଷର ୩୩୭ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୩୮ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୮ ଦିନ ବାକି ଅଛି ।
ମେଘା ଘୋଷ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ମେଘା ପଶ୍ଚିମ ବଙ୍ଗରେ ଜନ୍ମିତା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଲଭ୍ ଡଟ୍ କମ୍ ଜରିଆରେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଶଶୁରଘର ଜିନ୍ଦାବାଦ, ମୋଷ୍ଟ ୱାଣ୍ଟେଡ଼, ଦୋସ୍ତି, ଚାନ୍ଦିନୀ ଆଇ ମିସ ୟୁ, ଲୁଚକାଳି, ମୁଁ ଆଶିକ୍ ମୁଁ ଆୱାରା, ହରି ଓମ ହରି ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ମେଘାଙ୍କର ଗୋଟିଏ କନ୍ନଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ପ୍ରାରମ୍ଭିକ ଜୀବନ ମେଘା ଘୋଷ ପଶ୍ଚିମ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅଭିନୟ ଜୀବନ ୨୦୦୮ରେ ମେଘା ଏକ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଏବଂ ଏହି ଚଳଚ୍ଚିତ୍ରଟିରେ ମେଘାଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ୟଶ୍ । ମେଘା ଓଡ଼ିଆ କଥାଚିତ୍ର ଜଗତରେ ତାଙ୍କର ଅଭିନୟ ଜୀବନ କଥାଚିତ୍ର ଲଭ୍ ଡଟ୍ କମ୍‌ରୁ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ରାହତ୍‌ କୁଦ୍ଦୁଶୀଙ୍କଦ୍ୱାରା ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ମେଘା ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିରେ ମେଘାଙ୍କ ସ‌ହ ସବ୍ୟସାଚୀ ମିଶ୍ର ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପୁପିନ୍ଦର ସିଂହ, ବିଜୟ ମହାନ୍ତି, ହରିହର ମହାପାତ୍ର, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ, ତନ୍ଦ୍ରା ରାୟ, ରତନ ମେହେର ଆଦି କଳାକାରମାନେ ଅଭିନୟ କରିଥିଲେ । ଏହାପରେ ମେଘା ଶଶୁରଘର ଜିନ୍ଦାବାଦ ଚଳଚ୍ଚିତ୍ରରେ ପୁଣିଥରେ ସବ୍ୟସାଚୀଙ୍କର ନାୟିକା ଭାବରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମୀନକେତନ, ସ୍ନିଗ୍ଧା ମହାନ୍ତି, ବିଜୟ ମହାନ୍ତି, ପୁଷ୍ପା ପଣ୍ଡା, ବିରେନ ମିଶ୍ର, ହାଡ଼ୁ, ବାବୁ ପ୍ରଧାନ, ଜୟୀରାମ ସାମଲ ଆଦି କଳାକାରମାନେ ଅଭିନୟ କରିଥିଲେ । ୨୦୧୧ରେ ମେଘା ୩ଟି କଥାଚିତ୍ରଟିରେ ଅଭିନୟ କରିଥିଲେ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ମୋଷ୍ଟ ୱାଣ୍ଟେଡ଼ରେ ମେଘା ଅନୁଭବ ମହାନ୍ତିଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମୀନ‌କେତନ, ଚୌଧୁରୀ ବିକାଶ ଦାସ, ସମରେଶ ରାଉତରାୟ, ହର ରଥ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ଅସୀତ ପତି, ପପୁ ପମ ପମ ଆଦି କଳାକାରମାନେ ଅଭିନୟ କରିଥିଲେ । ଅଶୋକ ପତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦୋସ୍ତିରେ ମେଘା ପୁଣିଥରେ ସବ୍ୟସାଚୀଙ୍କ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ବାବୁଶାନ୍‌ଙ୍କର ଭଉଣୀ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପିଣ୍ଟୁ ନନ୍ଦ, ପ୍ରିୟା ଚୌଧୁରୀ, ପ୍ରିତୀରାଜ, ବିଦୁସ୍ମିତା, ଦେବୁ ବୋଷ, ହରିହର ମହାପାତ୍ର, ତୃପ୍ତି ସିହ୍ନା, ଗ୍ଲୋରିଆ ମହାନ୍ତି, କୁନା ତ୍ରିପାଠୀ, ଉତ୍ତମ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ । ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ କଥାଚିତ୍ର ଚାନ୍ଦିନୀ ଆଇ ମିସ ୟୁ କଥାଚିତ୍ରରେ ମେଘା ପୁଣିଥରେ ସବ୍ୟସାଚୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ପ୍ରିୟା ଚୌଧୁରୀ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ । ଦେବାଶିଷ ପାତ୍ର, ରାଇଚରଣ ଦାସ, ବିଦ୍ୟୁତଲତା ଦେବୀ, ସଲିଲ ମିତ୍ର, ସରୋଜ ଦାସ, କୁସୁମ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ୨୦୧୨ରେ ମେଘା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଲୁଚକାଳିରେ ଏକ ଆଇଟମ ଗୀତରେ ନୃତ୍ୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ବାବୁଶାନ୍ ଓ ଶ୍ରେୟା ଝା ଅଭିନୟ କରିଥିଲେ ଏବଂ ସମରେଶ ରାଉତରାୟ ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅଜିତ ଦାସ, ଚୌଧୁରୀ ବିକାଶ ଦାଶ, ଶ୍ୱେତା ଆଚାର୍ଯ୍ୟ ଆଦି କଳାକାରମାନେ ଅଭିନୟ କରିଥିଲେ । ୨୦୧୩ରେ ମେଘାଙ୍କର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏସ୍‌. କେ. ମୂରଲୀଧରନଙ୍କ ନିର୍ଦ୍ଦେଶନାରେ ମୁଁ ଆଶିକ୍ ମୁଁ ଆୱାରା ଚଳଚ୍ଚିତ୍ରରେ ମେଘା ସୁନୀଲ କୁମାରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସମରେଶ ରାଉତାରୟ, ହରିହର ମହାପାତ୍ର, ଜୟୀରାମ ସାମଲ, ସଲିଲ ମିତ୍ର, ବିଜୟ ମହାନ୍ତି, ଜୀବନ ପଣ୍ଡା, ତନ୍ଦ୍ରା ରାୟ ଆଦି କଳାକାରମାନେ ଅଭିନୟ କରିଥିଲେ । ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହରି ଓମ ହରିରେ ମେଘା ସିଦ୍ଧାନ୍ତ ମହାପାତ୍ରଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଆକାଶ ଦାସନାୟକ ଏବଂ ରିୟା ଦେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନ‌କେତନ, ପ୍ରିୟଙ୍କା ମହାପାତ୍ର, ଜୀବନ ପଣ୍ଡା, ସରୋଜ ଦାସ, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ହିରୋଗିରି ମୁକ୍ତିଲାଭ କରିଥିଲା ।
୧୬୧୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୫୫୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସମଲେଇ ବା ସମଲେଶ୍ୱରୀ ଜଣେ ହିନ୍ଦୁ ଠାକୁରାଣୀ ଦୁର୍ଗାଙ୍କର ଅନ୍ୟ ରୂପ । ଓଡ଼ିଶାର ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ସୋନପୁରର ସମଲେଶ୍ୱରୀ ମନ୍ଦିର ସେ ପୂଜା ପାଇଥାନ୍ତି । କିମ୍ବଦନ୍ତୀ ବେଶ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ସମଲେଇ ପଶ୍ଚିମ ଓଡ଼ିଶାରେ ଆରାଧ୍ୟ ଦେବୀ ରୂପେ ପୂଜା ପାଇଥାନ୍ତି । ସେ ସିନ୍ଦୂର ମଣ୍ଡିତା ହୋଇଥାନ୍ତି ଓ ଗେରୁଆ ଲୁଗାରେ ଭୂଷିତ ହୋଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ଦେବୀ ସମଲେଇଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ସମଲେଇଙ୍କର ଏହି ନିଆରା ବାର୍ଷିକ ରୂପକୁ "ଧବଳମୁଖୀ ବେଶ" ବା "ଗଙ୍ଗା ଦର୍ଶନ ବେଶ" କୁହାଯାଏ । ପୁଅଜିଉଁତିଆ ପାର୍ବଣଠାରୁ ସମଲେଇଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ସମଲେଇ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ସମଲେଇଙ୍କୁ ଧବଳମୁଖୀ ବେଶରେ ସଜାଇଥାନ୍ତି । ସମଲେଇଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ ।
ଖଜୁରେଶ୍ୱର ଦେଉଳସମୂହ ଓଡ଼ିଶାରେ ଏକ ବେଢ଼ା ଭିତରେ ଥିବା କେତେକ ଶୈବ-ଶାକ୍ତ ଦେଉଳ । ଏହା ବାଲେଶ୍ୱର ଜିଲ୍ଲାର ସେରଗଡ଼ ଗାଁରେ ଅବସ୍ଥିତ । ଦେଉଳଟି ୯ମରୁ ୧୦ମ ଶତକ ମଧ୍ୟରେ ତୋଳାଯାଇଥିଲା । ଦେଉଳ ବେଢ଼ାରେ ଥିବା ୯ମ ଦଶକରେ ତୋଳାଯାଇଥିବା ବିଭିନ୍ନ ଛୋଟବଡ଼ ଦେଉଳ ଭିତରେ ଭିନ୍ନ ଭିନ୍ନ ଦେବଦେବୀ ପୂଜିତ । ଏହି ଦେଉଳମାନଙ୍କ ମଧ୍ୟରୁ ବିଶାଳତମ ଦେଉଳଟି ଥିଲା ଖଜୁରେଶ୍ୱର । ଏହା ଧ୍ୱଂସ ହୋଇଯାଇଛି । ପରେ ବିଗ୍ରହଗୁଡ଼ିକୁ ଏକ ନୂଆ ଦେଉଳ ତୋଳାଯାଇ ସେଠାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦେଉଳସମୂହରେ ଦେବଦେବୀ ହେଲେ ଶିବ, ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ ଓ ପୁରୁଷୋତ୍ତମ । ଦେଉଳସମୂହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ତୋଳାଯାଇଛି । ବେଢ଼ା ଭିତରେ ଅକ୍ଷୁର୍ଣ୍ଣ ଥିବା ଦେଉଳସମୂହ ୯ମ ଶତକରେ ଖାକର ଶୈଳୀରେ ଓ କେବଳ ଗୋଟିଏ ଦେଉଳ ରେଖ ଶୈଳୀରେ ତୋଳାଯାଇଥିଲା । ନୂତନ ଦେଉଳଟି ପୀଢ଼ ଶୈଳୀରେ ତୋଳାଯାଇଛି । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି । ମୂର୍ତ୍ତିଗୁଡ଼ିକ ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି । ଅବସ୍ଥିତି ଦେଉଳଟି ବାଲେଶ୍ୱର ଜିଲ୍ଲାର ସେରଗଡ଼ ଅନ୍ତର୍ଗତ ଖଜୁରସାହିର ମଧ୍ୟଭାଗରେ ଏକ ଅଳ୍ପ ଉଚ୍ଚ ମୁଣ୍ଡିଆରେ ଅବସ୍ଥିତ । ଦେବଦେବୀ ଦେଉଳ ବେଢ଼ାରେ ବିଭିନ୍ନ ଅଲଗା ଅଲଗା ଦେବଦେବୀ ପୂଜିତ ୯ମ ଶତକର ଦେଉଳସବୁ ରହିଛି । ଏଥି ଭିତରେ ବିଶାଳତମ ଓ ମୁଖ୍ୟ ଖଜୁରେଶ୍ୱର ଦେଉଳଟି ଧ୍ୱଂସ ପାଇଯାଇଛି । ଦେଉଳ ବେଢ଼ାରେ ଶିବ ବ୍ୟତୀତ ମହିଷାମର୍ଦ୍ଦିନୀ ଦୁର୍ଗା, ଗଣେଶ, ବୈଷ୍ଣବୀ (ଦୁର୍ଗା ଦେଉଳ ଭିତରେ) ଓ ଏକ ଛୋଟ ଛାତ ତଳେ ପୁରୁଷୋତ୍ତମ ମୂର୍ତ୍ତି ରହିଛି । ସ୍ଥାପତ୍ୟକଳା ଉଭୟ ବିମାନ ଓ ଜଗମୋହନ କଳିଙ୍ଗ ସ୍ଥାପତ୍ୟ ଅନୁସାରେ ତୋଳା । ଏଥିରେ କେତୋଟି ୧୦ମ-୧୧ଶ ଶତକରେ ଖୋଦିତ ସୋମବଂଶୀ ଶାସନ କାଳର ମୂର୍ତ୍ତି ମଧ୍ୟ ରହିଛି ଓ ଅଧୁନା ଉପାସିତ । ଅଧୁନା ଦେଉଳଟି ଏକ ପୀଢ଼ ଦେଉଳ ଓ ନୂତନ ଭାବେ ତୋଳାଯାଇଛି । ବେଢ଼ାରେ ଅକ୍ଷୁର୍ଣ୍ଣ ଥିବା ଦେଉଳସବୁ ୯ମ ଶତକର ଓ ଖାକର ଶୈଳୀ ଓ ଗୋଟିଏ ରେଖ ଶୈଳୀରେ ତୋଳାଯାଇଥିଲା । ଲାଟେରାଇଟ ବା ମାଙ୍କଡ଼ା ପଥରରେ ତିଆରି ଏହି ଦେଉଳସମୂହ ତତ୍କାଳୀନ ବାଲେଶ୍ୱର ଅଞ୍ଚଳର ଏକ ପ୍ରମୁଖ ସ୍ଥାପତ୍ୟ ଭାବେ ପରିଚିତ ଥିଲା । ଦେଉଳକୁ ଲାଗିଥିବା ଶଶଧର ସେନାପତିଙ୍କ ଘର କାନ୍ଥରେ ୧୦ମ ଶତକରେ ଗଢ଼ା ଏକ ବୌଦ୍ଧ ଅମାହାଭାୟା ତାରାଙ୍କ ମୂର୍ତ୍ତି ରହିଛି । ପ୍ରତ୍ନତତ୍ତ୍ୱବିତ୍‍ ଦେବଳା ମିତ୍ର ଏପିଗ୍ରାଫିଆ ଇଣ୍ଡିକା ବହିରେ ଏହି ଦେଉଳର ଗଠନ ଶୈଳୀ ବାବଦରେ ବର୍ଣ୍ଣନା କରିଛନ୍ତି । ଧ୍ୱଂସ ମୂଳ ଦେଉଳଟି ଭୁଷୁଡ଼ି ପଡ଼ିବା ପରେ ଏକ ନୂତନ ସିମେଣ୍ଟ ତିଆରି ଦେଉଳ ତୋଳାଯାଇଥିଲା । ଦେଉଳ ପରିସର ମଧ୍ୟରେ ୮ମ ଶତକରେ ତିଆରି ଖାକର ଦେଉଳଟି ଅକ୍ଷୁର୍ଣ୍ଣ ରହିଛି । ପର୍ବପର୍ବାଣି ଏହି ଦେଉଳରେ ପାଳିତ ଏକ ମୁଖ୍ୟ ପର୍ବ ହେଉଛି ଜାଗର ଯାତ୍ରା । ଏହି ଦିନ ଦେଉଳ ଆଗ ପଡ଼ିଆରେ ଏକ ମେଳା ପଡ଼ିଥାଏ । ଏହି ମେଳାରେ ଯାତ୍ରା ଓ ଦୋକାନ ବଜାର ଆଦି ଲାଗିଥାଏ ।
ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ (୨୭ ଡିସେମ୍ବର ୧୯୪୭ - ୩୦ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଥିଲେ । ୧୯୭୩ ମସିହାରୁ କାମ ଆରମ୍ଭ କରି, ସେ ଶତାଧିକ ଓଡ଼ିଆ କଥାଚିତ୍ର ଓ ଆଲବମରେ ସଙ୍ଗୀତ ପରିଚାଳନା ଓ ନିର୍ଦ୍ଦେଶନା କରିଥିଲେ । ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ଗୀତର ସଂଖ୍ୟା ୨୦୦୦ରୁ ଅଧିକ ଓ ସଙ୍ଗୀତ ପରିଚାଳନା କରିଥିବା ଗୀତର ସଂଖ୍ୟା ୫୦୦୦ରୁ ଅଧିକ । ଓଡ଼ିଶା ବାହାରେ ମଧ୍ୟ ସେ ୧୦ଟିରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ସେ ଆର୍କିଡିୟାନ ଓ କିବୋର୍ଡ଼ ଆଦି ବାଦ୍ୟଯନ୍ତ୍ର ମଧ୍ୟ ବଜାଉଥିଲେ । ଜନ୍ମ ଓ ପରିବାର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ୧୯୪୭ ମସିହାର ଡିସେମ୍ବର ମାସ ୨୭ ତାରିଖରେ କଟକର ଯାଚକ ଲେନରେ ଜନ୍ମଗ୍ରହଣ କରିଥିଲେ । ମା ମୀନାରାଣୀ ଖୁଣ୍ଟିଆ ଜଣେ କଣ୍ଠଶିଳ୍ପୀ ଥିଲେ ଓ ରେଡିଓରେ ଗାଉଥିଲେ । ମାତାଙ୍କ ପ୍ରଭାବରେ ସେ ପିଲାଦିନୁ ସଙ୍ଗୀତପ୍ରତି ଆକୃଷ୍ଟ ହୋଇଥିଲେ । ୧୪ ବର୍ଷ ବୟସରୁ ସେ ପିଆନୋ ଓ ଆର୍କିଡିୟାନ ଆଦି ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଆଦିତ୍ୟପ୍ରଭା ପ୍ରସାଦ ।
ଆଲମୋଟ୍ରିପଟାନ (ବିକ୍ରୟନାମ ଆକ୍ସର୍ଟ ଇତ୍ୟାଦି), ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ୧୧ ବର୍ଷ ବୟସରୁ ଅଧିକ ଲୋକଙ୍କଠାରେ ବ୍ୟବହୃତ ହୋଇପାରେ । କ୍ଲଷ୍ଟର ମୁଣ୍ଡବିନ୍ଧା ପାଇଁ ଏହା କେତେଦୂର ଫଳପ୍ରଦ ତାହାର ପ୍ରମାଣ ଅଭାବ ଅଛି । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଶୁଖିଲା ପାଟି, ନିଦ୍ରାଳୁ ଭାବ ଏବଂ କାଲୁଆ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ସମସ୍ୟା, ଷ୍ଟ୍ରୋକ, ରେନଡ ସିଣ୍ଡ୍ରୋମ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ଔଷଧର ଅତ୍ୟଧିକ ବ୍ୟବହାର ଯୋଗୁ ମୁଣ୍ଡବିନ୍ଧା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । ଏହା ଏକ ଟ୍ରିପ୍ଟାନ ଶ୍ରେଣୀ ଅନ୍ତର୍ଭୁକ୍ତ । ୧୯୯୨ ମସିହାରେ ଆଲମୋଟ୍ରିପଟାନ ପେଟେଣ୍ଟ କରାଯାଇଥିଲା ଏବଂ ୨୦୦୦ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧ ପାଇଁ ପ୍ରାୟ ୨.୮୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ $୯ ଡଲାର ଅଟେ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୪ ଜାନୁଆରୀ ବର୍ଷର ୨୪ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୧ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୪୨ ଦିନ ।
ଅନୁଭା ସୌର୍ଯ୍ୟା (ଜନ୍ମ: ୧୬ ଜୁଲାଇ ୧୯୯୨, ଖୋର୍ଦ୍ଧା) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କର ଝିଅ । ଅନୁଭା ୨୦୧୧ ମସିହାରେ ହରିହର ଦାସଙ୍କ ସ‌ହ ଓଡ଼ିଆ କଥାଚିତ୍ର ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଅନୁଭା ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ ଅଧିନରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ଅନେକ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ଅନୁଭା ସୌର୍ଯ୍ୟା ୧୯୯୨ ମସିହା ଜୁଲାଇ ୧୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଲ‌ଲାଟେନ୍ଦୁ ନାରାୟଣ ଷଡ଼ଙ୍ଗୀ ଜଣେ ଇଞ୍ଜିନିୟର ଏବଂ ମାଆ ପୁଷ୍ପା ପଣ୍ଡା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ଅନୁଭାଙ୍କର ଗ୍ରାମ ଖୋର୍ଦ୍ଧାଜିଲ୍ଲାର ଏକ ପାହାଡ଼ପାଖ ରଣାପୁର ଗ୍ରାମରେ । ସେ ଚନ୍ଦ୍ରଶେଖରପୁରର ଡି.ଏ.ଭି ସ୍କୁଲରୁ ବିଦ୍ୟାଳୟ ଶିକ୍ଷାଗ୍ରହଣ କରିଥିଲେ ଏବଂ ପରେ ସେ ସିଲିକନ ବୈଷୟିକ ମହାବିଦ୍ୟାଳୟରୁ ଇଞ୍ଜିନିୟରିଂ କରିଛନ୍ତି । ଅଭିନୟ ଜୀବନ ଅନୁଭା ଜଣେ ଓଡ଼ିଶୀ ନର୍ତ୍ତକୀ । ସେ ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ ଅଧିନରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଛୋଟବେଳୁ ସେ ନୃତ୍ୟ ପ୍ରତି ଆଗ୍ରହୀ ଥିଲେ । ସେ ଛୋଟବେଳେ ଓଡ଼ିଆ ଗୀତ ମାଟି ଘୋଡ଼ା ଏବଂ ଆଖିର ଜନ୍ମରେ ଅଭିନୟ କରିଥିଲେ । ସେ କିଛି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ୨୦୧୧ ମସିହାରେ ଇଞ୍ଜିନିୟରିଂ କରୁଥିବା ବେଳେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ମୁଁ ପ୍ରେମୀ ମୁଁ ପାଗଳରେ ସେ ଅଭିନୟ କରିବାର ପ୍ରଥମ ସୁଯୋଗ ପାଇଥିଲେ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ଫାଇନାଲରେ ପ‌ହଞ୍ଚିଥିବା ହରିହର ଦାସ ମଧ୍ୟ ଅନୁଭାଙ୍କ ସ‌ହ ସେହି ଚଳଚ୍ଚିତ୍ରରେ ପ୍ରଥମ କରି ନାୟକ ଭାବରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର କୌନ୍ କିତ୍‌ନେ ପାନିମେରେ ରାଜକୁମାରୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁକ୍ତିଲାଭ ପରେ ସେ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ୫ ବର୍ଷ ଯାଏଁ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ୨୦୧୬ ମସିହାରେ ଅନୁଭାଙ୍କ ଅଭିନୀତ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଅଭିନେତା ପୁପିନ୍ଦର ଏବଂ ଲିପ୍ସା ମିଶ୍ରଙ୍କ ଅନୁଭା ସମୟ ବଡ଼ ବଳବାନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତା ବାବୁଶାନ୍ ଏବଂ ଅନୁ ଚୌଧୁରୀଙ୍କ ସ‌ହ ଅନୁଭାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ସୁଇଟ୍ ହାର୍ଟ ୨୦୧୬ରେ ମୁକ୍ତିଲାଭ କରିଥିଲା । ଅସୀତ ପତିଙ୍କ ପ୍ରଯୋଜିତ କଥାଚିତ୍ର ରିଭେଞ୍ଜରେ ଅନୁଭା ନାୟକ ଅଭିଶେକ ରଥଙ୍କ ଅଭିନୟ କରିଥିଲେ । ଅଭିନୀତ କଥାଚିତ୍ର ଦୂରଦର୍ଶନ ଅନୁଭା ସାର୍ଥକ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରଜ କୁଇନ୍‌ର ୨୦୧୬ ସଂସ୍କରଣରେ ଜଣେ ଉପଦେଷ୍ଟା ଭାବରେ ଜିନା ସାମଲ, ପ୍ରିୟା ଚୌଧୁରୀ ଏବଂ ପ୍ରକୃତି ମିଶ୍ର ସ‌ହ କାର୍ଯ୍ୟ କରିଥିଲେ ।
ରାଷ୍ଟ୍ରୀୟ ପେନସନ ପ୍ରଣାଳୀ କିମ୍ବା ନ୍ୟାସନାଲ ପେନସନ ସ୍କିମ ଭାରତ ସରକାରଙ୍କଦ୍ୱାରା ୧ ଜାନୁୟାରୀ ୨୦୦୪ରୁ ଆରମ୍ଭ କରାଯାଇଥିବା ଏକ ପେନସନ ଯୋଜନା ଅଟେ । ପ୍ରଥମେ ଏହା କେବଳ ସରକାରୀ କର୍ମଚାରୀମାନଙ୍କର ସୁବିଧା ନିମତେ ଆରମ୍ଭ କରାଯାଇଥିଲା । ପରେ ୨୦୦୯ ମସିହାରେ ୧୮ରୁ ୬୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକମାନଙ୍କର ପାଇଁ ଖୋଲାଯାଇଥିଲା । ପିଏଫଆରଡିଏ ଏହି ଯୋଜନାର ରକ୍ଷଣାବେକ୍ଷଣ କରିଥାଏ । ପରିପକ୍ୱତା ସମୟରେ ସର୍ବମୋଟ ରାଶିର ୪୦% ଭାଗରେ ଆୟକର ପଡ଼େ ନାହିଁ । କିନ୍ତୁ ଏକି ୬୦%ରେ ଆୟକର ଦେବାକୁ ପଡିଥାଏ । ସେହି ୬୦% ଟିକସଯୁକ୍ତ ରାଶିରୁ ୪୦% ରାଶିରେ କୌଣସି ଏକ ଆନ୍ୟୁଇଟି ଯୋଜନା କିଣିବା ବାଧ୍ୟତାମୂଳକ ଅଟେ । ଅର୍ଥାତ ସେହି ୪୦% ରାଶି ଆପଣଙ୍କୁ ମାସକୁ ମାସ ପେନସନ ଆକାରରେ ମିଳିବ, ବାକି ସବୁ ରାଶି ଏକାଥରେ ପରିପକ୍ୱତା ସମୟରେ ମିଳିଯିବ । ଖାତା ଖୋଲିବାର ଯୋଗ୍ୟତା ଉଭୟ ଭାରତୀୟ ନାଗରୀକ ଏବଂ ପ୍ରବାସୀ ଭାରତୀୟ ଏହି ଯୋଜନାରେ ନିଜକୁ ଅନ୍ତର୍ଭୁତ କରିପାରିବେ । କିନ୍ତୁ, ନିମ୍ନରେ କିଛି ସର୍ତ୍ତବଳୀ ଲାଗୁ ହେବ: ନିବେଶକାରୀ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ନିବେଶକାରୀ ଖାତା ଖୋଲିବା ସମୟରେ କେୱାଇସି ଫର୍ମରେ ଥିବା ସମସ୍ତ ସର୍ତ୍ତାବଳୀ ମାନିବାକୁ ବାଧ୍ୟ । ନିମ୍ନଲିଖିତ ବ୍ୟକ୍ତିମାନେ ଖାତା ଖୋଲିପାରିବେ ନାହିଁ : ଅସୁସ୍ଥ ମାନସିକ ସ୍ଥିତିରେ ଥିବା ନିବେଶକାରୀ । ଦେବାଳିଆ ବ୍ୟକ୍ତି ଆଗରୁ ଖାତା ଥିବା ନିବେଶକାରୀ ହିତାଧିକାରୀ ଡିସେମ୍ବର ୨୦୧୬ ସୁଦ୍ଧା ୧ କୋଟି ୪୧ ଲକ୍ଷ ଲୋକ ଏହି ଯୋଜନାରେ ନିବେଶ କରିସାରିଲେଣି । ଦିନକୁ ପାଖାପାଖି ୧୦,୦୦୦ ବ୍ୟକ୍ତି ଏହି ଯୋଜନାରେ ଖାତା ଖୋଲୁଛନ୍ତି । ନିମ୍ନରେ ସେପ୍ଟେମ୍ବର ୨୦୧୮ ସୁଦ୍ଧା ଥିବା ପରିସଂଖ୍ୟାନକୁ ଦର୍ଶାଗଲା: ଖାତା କିପରି ଖୋଲିବେ ଅନଲାଇନ ପ୍ରକ୍ରିୟା ୨୦୧୫ ମସିହାରୁ ଅନଲାଇନରେ ଜଣେ ଚାହିଁଲେ ଏହି ଯୋଜନାରେ ଖାତା ଖୋଲିପାରିବେ । ଆଧାର କାର୍ଡ଼ ଜନିତ ପଞ୍ଜୀକରଣ କରି ୯୦ ଦିନ ମଧ୍ୟରେ ଏନପିଏସ ଫର୍ମକୁ ବ୍ୟାଙ୍କଦ୍ୱାରା ବା ଡାକ ଯୋଗେ ଏନପିଏସ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼େ । ପ୍ୟାନ କାର୍ଡ଼ ଏବଂ ବ୍ୟାଙ୍କ ଖାତା ତଥ୍ୟ ଦେଇ ମଧ୍ୟ ଆପଣ ଏହି ଯୋଜନାରେ ସାମିଲ ହୋଇପାରିବେ । ଅଫଲାଇନ ପ୍ରକ୍ରିୟା ଆପଣଙ୍କୁ ନିକଟସ୍ଥ ପିଏଫଆରଡିଏ ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ପରିଭ୍ରମଣ କରି ନିବେଦନ କରି ଖାତା ଖୋଲିପାରିବେ । ଟଙ୍କା ବାହାର କରିବା ପରିପକ୍ୱତା ପୂର୍ବରୁ ଅର୍ଥାତ ନିବେଶକାରୀଙ୍କୁ ୬୦ ବର୍ଷ ହେବ ପୂର୍ବରୁ ଯଦି ନିବେଶକାରୀ ଟଙ୍କା କାଢ଼ିବାକୁ ଚାହାନ୍ତି (ଜଣେ ସର୍ବାଧିକ ତିନି ଥର ୬୦ ବର୍ଷ ପୂର୍ବରୁ ଟଙ୍କା କାଢ଼ିପାରିବେ) ତେବେ ମୋଟ ଜମାରାଶିର ୮୦% ଭାଗ ଆପଣଙ୍କୁ କୌଣସି ଏକ ଆନ୍ୟୁଇଟି ଯୋଜନା କିଣିବା ବାଧ୍ୟତାମୂଳକ ଅଟେ । ବାକି ୨୦% ସେ କାଢ଼ିପାରିବେ । ୨୦୧୬ବି ମସିହାରେ ଯୋଜନାରେ ପରିବର୍ତ୍ତନ ଅଣାଯାଇଥିଲା ଯେଉଁଥିରେ, ଯଦି ଯୋଜନାଟିରେ ୩ ବର୍ଷରୁ ଅଧିକ ସମୟ ଧରି ଜଣେ ନିବେଶ କରିଛନ୍ତି ତେବେ ମୋଟ ଜମାରାଶିର ୨୫% କିଛି ନିର୍ଦ୍ଧିଷ୍ଟ କାରଣ ନିମିତ୍ତ ନିବେଶକାରୀ ଉଠାଇପାରିବେ । ଯଦି ଜମାରାଶି ୨,୦୦,୦୦୦ରୁ କାମ ତେବେ ଜଣେ ସମ୍ପୂର୍ଣ୍ଣ ଅର୍ଥ ଉଠାଇପାରିବେ । ଟିକସରେ ସୁବିଧା ସେକ୍ସନ ୮୦ସିସିଡି (୧) ଅନୁସାରେ ୧,୫୦,୦୦୦ ଟଙ୍କା ଏହି ଯୋଜନାରେ ଲଗାଇଲେ ସେହି ଅର୍ଥରେ ଆୟକର ଦେବାକୁ ପଡିବ ନାହିଁ । ସେକ୍ସନ ୮୦ସିସିଡି (୧ବି ) ଅନୁସାରେ ୫୦,୦୦୦ ଟଙ୍କା ଏଥିରେ ଥିବା ଟିୟର-୧ ଖାତାରେ ଜମା କଲେ, ୮୦ସିର ୧,୫୦,୦୦୦ ଟଙ୍କାଠାରୁ ଛାଡ଼ିକି ଏହି ୫୦,୦୦୦ ଜମା ରାଶି ଉପରେ ଆୟକର ରିହାତି ମିଳିବ । ଆପଣ ଯଦି ରେ ୧,୫୦,୦୦୦ ରଖିଛନ୍ତି, ଏବଂ ଏଥିରେ ୫୦,୦୦୦ ଟଙ୍କା ଜମା ରଖିଛନ୍ତି ତେବେ ଉଭୟରେ ଆପଣଙ୍କୁ ଆୟକର ରିହାତି ମିଳିବ ଅର୍ଥାତ ସବୁ ଅର୍ଥ ୨,୦୦,୦୦୦ ଟଙ୍କା ଆପଣଙ୍କର ଆୟକର ଛାଡ଼ ହୋଇଯିବ । ନିବେଶକାରୀଙ୍କର କର୍ମ ନିୟୋକ୍ତାଙ୍କର ତରଫରୁ ଆସୁଥିବା ବେସିକ ଏବଂ ମହଙ୍ଗା ଭତ୍ତାର ୧୦% ସେକ୍ସନ ୮୦ସିସିଡି (୨) ଅଧୀନରେ ଆୟକର ଛାଡ଼ ହୋଇଯିବ ।
ହିମାଂଶୁ ଶେଖର ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୯,୭୫୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୪,୧୫୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଯଦୁମଣି ମଙ୍ଗରାଜ (ମୃତ୍ୟୁ: ୨ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଯଦୁମଣି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ବାଚସ୍ପତି ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭାକୁ ସେ କେନ୍ଦ୍ରୀୟ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଭାରତ ସ୍ୱାଧୀନ ହେବାପରେ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରିବାର ଓ ଶିକ୍ଷା ଯଦୁମଣି ମଙ୍ଗରାଜଙ୍କ ବାପାଙ୍କ ନାମ ଭିକାରୀ ଚରଣ ମଙ୍ଗରାଜ । ଯଦୁମଣିଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ଥିଲା । ରାଜନୈତିକ ଜୀବନ ଯଦୁମଣି ମଙ୍ଗରାଜ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ଓଡ଼ିଶା ବିଧାନ ସଭାରେ ଜଣେ ବାତସ୍ପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ମୃତ୍ୟୁ ଯଦୁମଣି ୧୯୬୪ ମସିହାର ଅପ୍ରେଲ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।
ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର । ଏହା ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା । ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ । ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ 'କଟକ ପ୍ରିଣ୍ଟିଂ କମ୍ପାନୀ' ରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା । ଉତ୍କଳ ଦୀପିକା ତତ୍କାଳିନ ଓଡ଼ିଶାକୁ ସାମାଜିକ, ନୈତିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବାରେ ସଫଳ ହୋଇଥିଲା ଏବଂ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା । ଗୌରୀଶଙ୍କର ରାୟ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ଉତ୍କଳ ଦୀପିକାର ସମ୍ପାଦନା କରିଆସୁଥିଲେ । ଏତଦ ବ୍ୟତୀତ ଉତ୍କଳ ଦୀପିକା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା । ଏହାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା । ଜାତୀୟ ସ୍ୱର ଓଡ଼ିଶାରେ ଜାତୀୟ ସ୍ୱର ଉଠାଇବାରେ ଏହି ପତ୍ରିକାର ବଡ଼ ଭୂମିକା ରହିଛି । ଓଡ଼ିଶାର ପୁରାତନ କବିମାନଙ୍କ ଅସଂଖ୍ୟ ରଚନା ଯେତେବେଳେ ମୁଦ୍ରଣ ନ ହେବା ଯୋଗୁଁ ଲୁପ୍ତ ହୋଇଯାଉଥିଲା, ଉତ୍କଳ ଦୀପିକା ପକ୍ଷରୁ ଜାତିର ସାହିତ୍ୟ ରକ୍ଷା ପାଇଁ ଅନେକ କାର୍ଯ୍ୟ କରାଯାଇଥିଲା । ଉତ୍କଳ ଦୀପିକା ୧୨।୧।୧୮୬୬ ସଂଖ୍ୟା ୨ରେ ଏହା ବିଷୟରେ ଲେଖାଯାଇଥିଲା । ଉତ୍କଳ ଦେଶସ୍ଥ ପୁରାତନ କବିମାନଙ୍କର ଚିରସ୍ମରଣୀୟ ନାମ ଆମ୍ଭମାନଙ୍କର ଅଯୋଗ୍ୟତାରୁ ଏତାବତ୍ କାଳ ଦେଶାନ୍ତରରେ ପ୍ରଚାର ହେବାର ଦୁସ୍ତର ଥିଲା । ଏବର୍ଷ ତାହା ଖଣ୍ଡନାଶାରେ କେତେକ ଲୋକ ଯତ୍ନବାନ ହୋଇ ଅଛନ୍ତି ଓ ଯେଋପ ସୃଷ୍ଟି ପୂର୍ବରେ କେବଳ ଜଳମୟ ଥିଲା ଓ ତହିଁରୁ ସମସ୍ତ ବସ୍ତୁ ଉଦ୍ଭବ ହେଲା ସେହିଋପ ଉତ୍କଳ ସାହିତ୍ୟର ପୁନଃ ସୃଷ୍ଟି ନିମିତ୍ତ ପ୍ରଥମେ ପ୍ରେମସୁଧାନିଧିର ସଞ୍ଚାର ହୋଇଛି । ପରେ ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇ "ଓଡ଼ିଶାର ସାହିତ୍ୟ ଶିଳ୍ପ ବିଭବ ପ୍ରତି ଜାତିକୁ ସଚେତନ କରାଯିବାର" ପ୍ରୟାସ ପତ୍ରିକାଦ୍ୱାରା ବାରମ୍ବାର କରାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲା- ଶିଳ୍ପ ବିଦ୍ଯାରେ ମଧ୍ୟ ଉତ୍କଳୀୟମାନେ ନିପୁଣ ଥିଲେ । ପୂର୍ବେ ବାଲେଶ୍ୱରୀ ବସ୍ତ୍ର ବିଖ୍ୟାତ ଥିଲା । ବର୍ତ୍ତମାନ କଟକ ରଜତ କାଞ୍ଚନ ନିର୍ମିତ ଅଳଙ୍କାର ବିଷୟେ କେ ନଜାଣେ । ସେ ଯାହାହେଉ ଉତ୍କଳୀୟମାନେ ଯେ ପୂର୍ବେ ଭାରତ ବର୍ଷ ମଧ୍ୟରେ ସର୍ବବିଷୟରେ ବିଖ୍ୟାତ ଥିଲେ ତାହାର ସନ୍ଦେହାଭାବ । ହେ ଉତ୍କଳୀୟ ମାନେ ଉଠ ଆପଣମାନଙ୍କର ପୂର୍ବପୁଋଷର ଯାଥାର୍ଥ ନାମ ରକ୍ଷା ଓ ଆପଣା ଆପଣାର ଲଲାଟସ୍ଥ ଅଜ୍ଞତାପବାଦ ରୂପ କଳଙ୍କରେଖା ଉନ୍ମୋଚନ କରିବାକୁ ତତ୍ପର ହୁଅ । ଆଉ କେତେକାଳ ଆଳସ୍ୟ ସଲିଳରେ ଜୀବନ ବିସର୍ଜନ କରିବ?
ମଧୁସୂଦନ ପାଣିଗ୍ରାହୀ (ଜନ୍ମ: ୧ ଜାନୁଆରୀ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ମଧୁସୂଦନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ମଧୁସୂଦନ ପାଣିଗ୍ରାହୀ ୧୯୪୮ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଏବଂ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ପାଣିଗ୍ରାହୀ । ମଧୁସୂଦନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ମଧୁସୂଦନ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ବିଜେପିର କର୍ମକର୍ତ୍ତା ଭାବରେ ଏବେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧୁସୂଦନ ପାଣିଗ୍ରାହୀ ଭାରତୀୟ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୧୫୩ ଖଣ୍ଡ ଭୋଟ ପାଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜନତା ପାର୍ଟିର ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟଙ୍କୁ ୧୭୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ସ୍ତନ୍ୟପାୟୀ ( : ; ଶ୍ରେଣୀ ) ସମୂହର ପ୍ରାଣୀମାନେ (ନାରୀ) ନିଜ ନବଜାତ ଶିଶୁକୁ ସ୍ତନ୍ୟ ପାନ କରାଇଥାନ୍ତି । ମହିଳାମାନଙ୍କ କ୍ଷେତ୍ରରେ ସ୍ତନ ଗ୍ରନ୍ଥି ଦେଖାଯାଇଥାଏ, ଯାହାକି ସରୀସୃପ କିମ୍ବା ପକ୍ଷୀମାନଙ୍କ କ୍ଷେତ୍ରରେ ଦେଖାଯାଇନଥାଏ । ସ୍ତନ୍ୟପାୟୀ ସମୂହର ଚାରି କୋଠରି ବିଶିଷ୍ଟ ହୃତପିଣ୍ଡ ରହିଥାଏ ଓ ମସ୍ତିସ୍କ ଗଠନ ଅପେକ୍ଷାକୃତ ଉନ୍ନତ ହୋଇଥାଏ । ବିବିଧତା ଶ୍ରେଣୀ ବିଭାଗ ବିବର୍ତ୍ତନ ଇତିହାସ ଆହୁରି ଦେଖନ୍ତୁ ଆଧାର ଅଧିକ ପଢନ୍ତୁ . (2001). " " . 16 (9): 471 473. :10.1016/ 0169-5347 (01)02246-7. 2009-03-25. 2014-04-27. , (2006). 55, 2006. 1 46. , .,. 1997. ,631 . 0-231-11013-8 , . 1999. ' , 6 . , 1936 . 0-8018-5789-9 , (1945). " " . 85: 1 350. ,., 294, 5550, 2348 2351, 14 2001. ,. 2004. " " . , 19:430 438. , . 2000. : . , 565 . 0-03-025034- ( , 1999) , . (2006) . 4 (4): 91. " ". :10.1371/ .0040091. { }:
କିଏ ଜିତେ କିଏ ହାରେ ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନୟରେ ଓଡ଼ିଆକଥାଚିତ୍ର କିଏ ଜିତେ କିଏ ହାରେ ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: ସୁଜାତା ଆନନ୍ଦ ଅକ୍ଷୟ ମହାନ୍ତି ଜୟୀରାମ ସାମଲ ବିଜୟ ମହାନ୍ତି ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।
ଅମରାବତୀ ଏକ ଭାରତୀୟ ପୌରପାଳିକା । ଏହା ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଅମରାବତୀ ୨୦.୯୩୩୩ ଉତ୍ତର ଅକ୍ଷାଂଶ ଓ ୭୭.୭୫୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୨୫ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅମରାବତୀ ସହରର ମୋଟ ଜନସଂଖ୍ୟା ୧୦୭,୩୦୪ । ସେଥି ମଧ୍ୟରୁ ୫୧.୮୯% ଜଣ ପରୁଷ ହୋଇଥିବା ବେଳେ ୪୮.୧୧% ଜଣ ନାରୀ । ଅମରାବତୀର ସାକ୍ଷରତା ହାର ୭୭.୩୭% । ଏହା ଜାତୀୟ ହାରଠାରୁ ୧୨.୫୩% ପ୍ରତିଶତ କମ । ସେଥିରୁ ୪୨.୧୦% ପ୍ରତିଶତ ପୁରୁଷ ଓ ୩୫.୨୭% ନାରୀ । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବର୍ଷ ବୟସ୍କ । ଭାଷା ମରାଠୀ ଅମରାବତୀର ସରକାରୀ ଭାଷା ।
ସେଫୋଟାକ୍ସିମ (ଇଂରାଜୀ ଭାଷାରେ ) ଏକ ଆଣ୍ଟିବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଗଣ୍ଠି ସଂକ୍ରମଣ , ପେଲଭିକ ଇନଫ୍ଲାମେଟରି ଡିଜିଜ , ମେନିଞ୍ଜାଇଟିସ, ନିମୋନିଆ, ମୁତ୍ରନଳୀ ସଂକ୍ରମଣ , ସେପ୍ସିସ, ଗନରିଆ, ଓ ସେଲ୍ୟୁଲାଇଟିସ୍ ଇତ୍ୟାଦି ରୋଗମାନଙ୍କର ନିମନ୍ତେ ଦିଆଯାଏ । ସେଫୋଟାକ୍ସିମ ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ ବା ମାଂସପେଶୀରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଆଲର୍ଜି ପ୍ରତିକ୍ରିୟା ଓ ଇଞ୍ଜେକସନ ନେବା ସ୍ଥଳରେ ପ୍ରଦାହ ଆଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲସ୍ଟ୍ରିଡିଅମ ଡିଫିସିଓ ତରଳ ଝାଡ଼ା ହୋଇପାରେ । ପେନିସିଲିନ ପ୍ରତି ଆନାଫାଇଲାକ୍ସିସ ଥିବା ଲୋକମାନଙ୍କୁ ଏହି ଇଞ୍ଜେକସନ ଦିଆଯାଏ ନାହିଁ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଅପେକ୍ଷାକୃତ ନିରାପଦ ଥାଏ । ଏହା ତୃତୀୟ ପିଢ଼ିର ସେଫାଲୋସ୍ପୋରିନ - ପରିବାରର ଔଷଧ ଯାହା ଜୀବାଣୁର ଜୀବକୋଷ ଆବରଣରେ ବାଧା ସୃଷ୍ଟି କରେ । ସେଫୋଟାକ୍ସିମ ସନ ୧୯୭୬ରେ ଆବିଷ୍କୃତ ହେବାପରେ ବ୍ୟବସାୟ ନିମନ୍ତେ ସନ ସନ ୧୯୮୦ରେ ବ୍ୟବ‌ହାର କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏହାର ମୂଲ୍ୟ ପ୍ରତି ଡୋଜ ପିଛା ପ୍ରାୟ ୦.୨୩ରୁ ୪.୭୦ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।
୬୭୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ପ୍ରାଲସେଟିନିବ (ଇଂରାଜୀ ଭାଷାରେ ), ଗାଭ୍ରେଟୋ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ ଏବଂ ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଅଧିକ ଆଗେଇ ଯାଇଥିବା ଆରଇଟି ଫ୍ୟୁଜନ୍-ପଜିଟିଭ୍ ଥିବା ରୋଗୀଙ୍କୁ ଦିଆଯାଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଚ୍ଚ ରକ୍ତଚାପ, ଥକାପଣ, ମାଂସପେଶୀ ଯନ୍ତ୍ରଣା, ସ୍ୱଳ୍ପ ରକ୍ତ କଣିକା, ଯକୃତ ସମସ୍ୟା ଏବଂ କମ ରକ୍ତ କ୍ୟାଲସିୟମ୍ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍, ରକ୍ତସ୍ରାବ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ କ୍ଷତ ଖରାପ ଭାବରେ ଶୁଖିଥାଏ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର । ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରାଲସେଟିନିବ ଅନୁମୋଦିତ ହୋଇଥିଲା ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୨୦,୧୦୦ ଡଲାର ଖର୍ଚ୍ଚ ହୋଇଥାଏ । ୨୦୨୧ ସୁଦ୍ଧା ବ୍ରିଟେନରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇନାହିଁ ।
ପଦ୍ମିନୀ ଦିଆନ (ଜନ୍ମ: ୧ ଜୁଲାଇ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞା । ପଦ୍ମିନୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପଦ୍ମିନୀ ଦିଆନ ୧୯୮୬ ମସିହାର ଜୁଲାଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଡମ୍ବରୁଧର ରନ୍ଧାରୀ ଏବଂ ପତିଙ୍କ ନାମ ସଦାଶିବ ଦିଆନ । ପଦ୍ମିନୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ରାଜନୈତିକ ଜୀବନ ପଦ୍ମିନୀ ଦିଆନ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପଦ୍ମିନୀ ଦିଆନ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ୨୦୨୪ ଯାଏଁ କାର୍ଯ୍ୟ କରିଛନ୍ତି ।
ଶ୍ରୀଲଙ୍କାର ଇତିହାସ ପ୍ରାୟତଃ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଲମ୍ବି ଆସିଥିବା ଅନୁମାନ କରାଯାଏ । ପାଲି ଭାଷାରେ ଲିଖିତ ଗ୍ରନ୍ଥ ମହାବଂଶ, ଦୀପବଂଶ ଓ ଚୂଳ ବଂଶରେ ଏହାର ପ୍ରମାଣ ରହିଛି । ଐତିହାସିକମାନଙ୍କ ମଧ୍ୟରେ ଏକ ସାଧାରଣ ବିଶ୍ୱାସ ଥିଲା ଯେ ଶ୍ରୀଲଙ୍କାର ମୂଳ ବାସିନ୍ଦା ମୁଖ୍ୟତଃ ଦକ୍ଷିଣ ଭାରତର ଆଦିମ ଅଧିବାସୀ ଅଟନ୍ତି । କିନ୍ତୁ ନିକଟରେ ହୋଇଥିବା ଖନନରୁ ଜଣାପଡିଛି ଯେ ଶ୍ରୀଲଙ୍କାର ମୂଳ ବାସିନ୍ଦାଙ୍କ ସମ୍ବନ୍ଧ ମୁଖ୍ୟତଃ ଉତ୍ତର ଭାରତର ଲୋକଙ୍କ ସହ ରହିଥିଲା । ଭାଷାଗତ ବିଶ୍ଳେଷଣରୁ ଏକଥା ମଧ୍ୟ ଜଣାପଡିଛି ଯେ ସିଂହଳୀ ଭାଷା ବହୁଳ ଭାବରେ ଗୁଜରାଟୀ ଏବଂ ସିନ୍ଧି ସହିତ ସମ୍ବନ୍ଧିତ । ପ୍ରାଚୀନ କାଳରୁ ଶ୍ରୀଲଙ୍କା ରାଜ୍ୟ ସିଂହଳ ରାଜବଂଶଦ୍ୱାରା ଶାସିତ ହେଉଥିଲା । ବିଭିନ୍ନ ସମୟରେ ଦକ୍ଷିଣ ଭାରତୀୟ ରାଜବଂଶର ଆକ୍ରମଣ ମଧ୍ୟ ଏହା ଉପରେ ହୋଇଆସିଛି । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ପୁତ୍ର ମହେନ୍ଦ୍ର ଏଠାକୁ ଆସିବା ପରେ ଏଠାରେ ବୌଦ୍ଧ ଧର୍ମର ଆଗମନ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ଇବନ୍ ବାତୁତା ଏସୀୟ ଭ୍ରମଣରେ ଆସି ଏହି ଦ୍ୱୀପ ପରିଦର୍ଶନ କରିଥିଲେ । ପ୍ରାଗୈତିହାସିକ ସମୟ ଶ୍ରୀଲଙ୍କାରେ ମାନବ ଉପନିବେଶର ପ୍ରମାଣ ବାଲାଙ୍ଗୋଡା ସ୍ଥାନରେ ଦେଖାଯାଏ ବାଲାଙ୍ଗୋଡା ମଣିଷ (ବାଲାଙ୍ଗୋଡା ସ୍ଥାନ ଅନୁଯାୟୀ ନାମକରଣ) ପ୍ରାୟ ୧,୨୫,୦୦୦ ବର୍ଷ ପୂର୍ବେ ଏହି ଦ୍ୱୀପରେ ପହଞ୍ଚିଥିଲେ ଏବଂ ଗୁମ୍ଫାରେ ରହୁଥିବା ମଧ୍ୟ-ପାଷାଣ କାଳର ଶିକାରୀ ଭାବରେ ପରିଚିତ ହୋଇଥିଲେ ବାଲାଙ୍ଗୋଡା ମଣିଷ ହିଁ ଏହି ଦ୍ୱୀପର କେନ୍ଦ୍ରିୟ ଉଚ୍ଚଭୂମିରେ ହର୍ଟନ ସମତଳ ଭୁମି ସୃଷ୍ଟି କରିଥିଲେ, ଏବଂ ଖ୍ରୀଷ୍ତପୂର୍ବ ୧୫୦୦୦ ବେଲକୁ ସେଠାରେ ଓଟ୍ ଏବଂ ବାର୍ଲୀ ଉପଲବ୍ଧ ଥିଲା । ଏହା ପ୍ରମାଣିତ କରେ ଯେ ଏହି ଦ୍ୱୀପରେ ସେତେବେଳକୁ ବାର୍ଲୀ ଏବଂ ଓଟର ଚାଷ ପ୍ରଚଳିତ ଥିଲା । ଜଣାଶୁଣା ବାଟାଡୋମ୍ବଲେନା ଏବଂ ଫା ହିଆନ୍ ଗୁମ୍ଫା ସମେତ ଏ ପ୍ରକାର ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକରେ ରହୁଥିବା ଏହି ବାସିନ୍ଦାମାନେ ହିଁ ଦ୍ୱୀପର ପ୍ରଥମ ଜଣାଶୁଣା ବାସିନ୍ଦା ଅଟନ୍ତି । ପ୍ରାୟ ୧୫୦୦ ଖ୍ରୀଷ୍ଟପୂର୍ବ ବେଳକୁ ପ୍ରାଚୀନ ଇଜିପ୍ଟରେ ଡାଲଚିନି ଉପଲବ୍ଧ ଥିଲା ଏବଂ ଶ୍ରୀଲଙ୍କାରେ ଏହାର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ, ଅର୍ଥାତ୍ ସେହି ଦିନଠାରୁ ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ରହିଥିବାର ପ୍ରମାଣ ମିଳେ । ଇଂରାଜୀ ଯାତ୍ରୀ ତଥା କୂଟନୀତିଜ୍ଞ ସାର୍ ଜେମ୍ସ ଏମର୍ସନ୍ ଟେନାଣ୍ଟ ଶ୍ରୀଲଙ୍କାର ଗାଲ୍ ସହରକୁ ହିବ୍ରୁ ବାଇବଲରେ ବର୍ଣ୍ଣିତ ଟର୍ଶୀଶ ସହିତ ତୁଳନା କରିଛନ୍ତି । ଏହି ସ୍ଥାନକୁ ଭାରତୀୟ ପୁରାଣରେ ବର୍ଣ୍ଣିତ ଲଙ୍କା ବୋଲି ବର୍ଣ୍ଣନା କରାଯାଇଛି । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ରାମାୟଣ ରଚନା କରାଯାଇଥାଇପାରେ, ଏହା ରାକ୍ଷସ ରାଜା ରାବଣଙ୍କ ବାସସ୍ଥାନ ବୋଲି କୁହାଯାଏ । ବୌଦ୍ଧ ଶାସ୍ତ୍ର ଦୀପବଂଶ ଏବଂ ମହାବଂଶରେ ଦିଆଯାଇଥିବା ବର୍ଣ୍ଣନା ଅନୁଯାୟୀ, ଭାରତୀୟ ଆର୍ଯ୍ୟମାନଙ୍କ ଆଗମନ ପୂର୍ବରୁ ଏହି ଦ୍ୱୀପରେ ଯକ୍ଷ ଏବଂ ନାଗ ବାସ କରୁଥିଲେ । ପ୍ରାଚୀନ କାଳ 'ମହାବଂଶ' ହେଉଛି ନାଗସେନଙ୍କଦ୍ୱାରା ପଞ୍ଚମ ଶତାବ୍ଦୀରେ ରଚିତ ଏକ ବୈଦ୍ଧ ଗ୍ରନ୍ଥ । ଏହା ତତକାଳୀନ ଭାରତୀୟ ଏବଂ ଶ୍ରୀଲଙ୍କା ଶାସକଙ୍କ ବିବରଣୀ ପ୍ରଦାନ କରେ ଏହା ମଧ୍ୟ ସମ୍ରାଟ ଅଶୋକଙ୍କ ଜୀବନର ଏକ ସଠିକ୍ ସୂଚନା ଦେଇଥାଏ, ଯେଉଁଥିରେ ଦର୍ଶାଯାଇଛି ଯେ ଅଶୋକ, ବୁଦ୍ଧଙ୍କ ୨୧୪ ବର୍ଷ ପରେ ଜନ୍ମ ହୋଇଥିଲେ । ଏହା ଅନୁସାରେ, ରାଜା ବିଜୟଙ୍କ ୬୦୦ ଅନୁଗାମୀ କଳିଙ୍ଗ (ଆଧୁନିକ ଓଡ଼ିଶା)ରୁ ଏହି ଦ୍ୱୀପକୁ ଆସିଥିଲେ । ରାଜା ବିଜୟ ଏହି ଦ୍ୱୀପରେ ପାଦ ଦେବା ପରେ ସେ ଏହାକୁ ତାମ୍ରପର୍ଣ୍ଣି (ତମ୍ବା ପତ୍ର ପରି) ନାମ ଦେଲେ । ଟଲେମିଙ୍କ ମାନଚିତ୍ରରେ ମଧ୍ୟ ସମାନ ନାମ ଉଲ୍ଲେଖ କରାଯାଇଥିଲା କିମ୍ବଦନ୍ତୀ ଅନୁଯାୟୀ ରାଜକୁମାର ବିଜୟ ଜଣେ ରାଜକୁମାର ଏବଂ ତାଙ୍କ ଜନ୍ମ ଜଣେ ରାହକୁମାରୀ ଏବଂ ଏକ ସିଂହର ଔରସରୁ ଜନ୍ମ ହୋଇଥିଲେ ତାଙ୍କର ବଂଶଧରମାନଙ୍କୁ ସିଂହଳୀ କୁହାଯାଏ ତଥାପି, ବଂଶାନୁକ୍ରମିକ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାକାର ଲୋକମାନେ ମିଶ୍ରିତ ଜାତିର ଅଟନ୍ତି ଏବଂ ଭାରତୀୟ ଉପମହାଦେଶର ଲୋକଙ୍କ ସହ ସେମାନଙ୍କର ସମ୍ପର୍କ ଏବେ ବି ଏକ ବିବାଦର ବିଷୟ । ମଧ୍ୟଯୁଗ ଦେବନାମ୍ପିଆ ଟିସା (ଖ୍ରୀଷ୍ଟପୂର୍ବ ୨୫୦ - ଖ୍ରୀଷ୍ଟପୂର୍ବ ୨୧୧୦)ଙ୍କର ରାଜା ଅଶୋକଙ୍କ ସହ ସୁସମ୍ପର୍କ ଥିଲା, ଯାହା ଫଳରେ ସେହି ସମୟରେ ଶ୍ରୀଲଙ୍କାରେ ବୌଦ୍ଧ ଧର୍ମର ଆଗମନ ତଥା ବିସ୍ତାର ଘଟିଥିଲା । ଅଶୋକଙ୍କ ପୁଅ ମହେନ୍ଦ୍ର ସଙ୍ଘମିତ୍ରାଙ୍କ ସହ ବୋଦ୍ଧି ବୃକ୍ଷକୁ ଜାମ୍ବୁକୋଲା (ସମ୍ବିଲିଟୁରାଇ)କୁ ଆଣିଥିଲେ । ଉଭୟ ଥେରାବାଦ (ବୌଦ୍ଧଧର୍ମ) ଏବଂ ଶ୍ରୀଲଙ୍କା ପାଇଁ ଏହି ସମୟ ଗୁରୁତ୍ୱପୂର୍ଣ୍ଣ ପ୍ରସିଦ୍ଧ ଚୋଳ ରାଜା ଏଲାରା ଖ୍ରୀଷ୍ଟପୂର୍ବ ୨୧୧୫ରୁ ୧୭୬୧ ଖ୍ରୀଷ୍ଟାବ୍ଦ ଶାସନ କରିଥିଲେ । କିମ୍ବଦନ୍ତୀ ଅନୁସାରେ ୧୫ ବର୍ଷର ସଂଗ୍ରାମ ପରେ କଭାଣା ଟିସାଙ୍କ ପୁତ୍ର ଦତ୍ତୁ ଗେମୁଣୂ ତାଙ୍କୁ ଖ୍ରୀଷ୍ଟପୂର୍ବ ୧୭୧ ମସିହାରେ ପରାସ୍ତ କରିଥିଲେ ଏହା ପରେ, ପାଞ୍ଚ ଜଣ ତାମିଲ ସରଦାର ଏଠାରେ ଶାସନ କଲେ ଯାହା ପରେ ପରେ ତାମିଲ ଶାସନର ଅନ୍ତ ହେଲା । ଏହି ସମୟରେ ବୌଦ୍ଧ ଗ୍ରନ୍ଥ ତ୍ରିପିଟକ ରଚନା କରାଯାଇଥିଲା । ମହାସେନ୍ (୨୪-୩୦୧ ଖ୍ରୀଷ୍ଟାବ୍ଦ) ଥେରାବାଦକୁ ଦମନ କରିଥିଲେ ଏବଂ ମହାଯାନ ବୌଦ୍ଧ ଧର୍ମ ପ୍ରାଧାନ୍ୟ ଲାଭ କଲା । ପାଣ୍ଡୁ (୬୨୯ ) ଏହି ଦ୍ୱୀପର ପ୍ରଥମ ପାଣ୍ଡ୍ୟା ଶାସକ ଥିଲେ । ତାଙ୍କ ରାଜବଂଶର ଶେଷ ଶାସକ ପାଲଭାସଙ୍କ ସାହାଯ୍ୟରେ ମନଭାମା (୬-୮ ଖ୍ରୀଷ୍ଟାବ୍ଦ)ଦ୍ୱାରା ପରାସ୍ତ ହୋଇଥିଲେ । ପରବର୍ତ୍ତୀ ତିନି ଶତାବ୍ଦୀ ପାଇଁ ପାଲାଭାସ୍ ଅଧୀନରେ ରହିବା ପରେ ପାଣ୍ଡିଆ ଦକ୍ଷିଣ ଭାରତରେ ପୁନର୍ବାର ଆବିର୍ଭାବ ହୋଇଥିଲେ । ପାଣ୍ଡ୍ୟାମାନେ ଅନୁରାଦପୁରା ଉପରେ ଆକ୍ରମଣ କରି ଲୁଟ୍ କରିଥିଲେ । ତେବେ ଏହି ସମୟରେ ସଂହଳୀମାନେ ମଧ୍ୟ ପାଣ୍ଡ୍ୟାମାନଙ୍କ ଉପରେ ଆକ୍ରମଣ କରି ପାଣ୍ଡିଆର ମଦୁରାଇ ସହରକୁ ଲୁଟ୍ କରିଥିଲେ । ଦଶମ ଶତାବ୍ଦୀରେ ଚୋଳ ବଂଶର ଉଦୟ ହେଲା ଏବଂ ରାଜେନ୍ଦ୍ର ଚୋଲ ସମସ୍ତଙ୍କୁ ଦକ୍ଷିଣ ପୂର୍ବକୁ ତଡିବାକୁ ଲାଗିଲେ କିନ୍ତୁ ୧୦୫୫ ଖ୍ରୀଷ୍ଟାବ୍ଦରେ ବିଜୟବାହୁ ପୁରା ଦ୍ୱୀପକୁ ପୁନଃ ନିୟନ୍ତ୍ରଣ କଲେ । ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରେ, କାଲିଙ୍ଗ ରାଜା ମାଧ, ତାମିଲ ଏବଂ କେରଳ ଯୋଦ୍ଧାଙ୍କ ସହିତ ଏହି ଦ୍ୱୀପ ଉପରେ ଆକ୍ରମଣ କରିଥିଲେ । ତାଙ୍କର ଏବଂ ପରବର୍ତ୍ତୀ ଶାସକମାନଙ୍କ ସମୟରେ ରାଜଧାନୀ ଅନୁରାଧାପୁରରୁ ଦକ୍ଷିଣ ଆଡକୁ ଯାଇ କାଣ୍ଡିରେ ପହଞ୍ଚିଲା ଆହୁରି ମଧ୍ୟ, ଜାଫ୍ନା ଏକ ପ୍ରାଦେଶିକ ଶକ୍ତି ଭାବରେ ଉଭା ହେଲା ପାରକ୍ରମ ବାହୁ ଷଷ୍ଠ ଜଣେ ଶକ୍ତିଶାଳୀ ଶାସକ ଯିଏ ସମଗ୍ର ଶ୍ରୀଲଙ୍କାକୁ ନିଜ ଅଧୀନକୁ ଆଣିଥିଲେ ସେ ମଧ୍ୟ ସାହିତ୍ୟ ଓ କଳାର ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ଅନେକ କବିଙ୍କୁ ଉତ୍ସାହିତ କରିଥିଲେ । ତାଙ୍କ ଶାସନ କାଳରେ କୋଟ୍ଟେକୁ ରାଜଧାନୀ କରାଯାଇଥିଲା ଯାହାକି ବର୍ତ୍ତମାନ ଜୟବର୍ଦ୍ଧନପୁର ନାମରେ ଶ୍ରୀଲଙ୍କାର ପ୍ରଶାସନିକ ରାଜଧାନୀ (କଲମ୍ବୋର ପୂର୍ବ ଭାଗରେ) ଅଟେ । ଇଉରୋପୀୟ ପ୍ରଭାବ ଷୋଡଶ ଶତାବ୍ଦୀରେ ୟୁରୋପୀୟ ଶକ୍ତିମାନେ ଶ୍ରୀଲଙ୍କାରେ ପ୍ରବେଶ କଲେ ଏବଂ ଶ୍ରୀଲଙ୍କା ବାଣିଜ୍ୟର କେନ୍ଦ୍ର ହେଲା । ଏହି ଦେଶ ଚା, ରବର, ଚିନି, କଫି, ଚିନାବାଦାମ ଏବଂ ଅନ୍ୟାନ୍ୟ ମସଲା ରପ୍ତାନିକାରୀ ହେଲା ପ୍ରଥମେ ପର୍ତ୍ତୁଗାଲ କଲମ୍ବୋ ନିକଟରେ ନିଜର ଦୁର୍ଗ ନିର୍ମାଣ କଲା ଧୀରେ ଧୀରେ, ପର୍ତ୍ତୁଗାଲୀମାନେ ଆଖପାଖ ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କଲେ ଶ୍ରୀଲଙ୍କା ବାସିନ୍ଦା ଧୀରେ ଧୀରେ ତାଙ୍କୁ ଘୃଣା କରିବା ଆରମ୍ଭ କଲେ । ସେ ସାହାଯ୍ୟ ପାଇଁ ଡଚ୍ ଲୋକଙ୍କୁ ନିବେଦନ କରିଥିଲେ । 1730 ମସିହାରେ, ଡଚମାନେ ପର୍ତ୍ତୁଗୀଜ୍ମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିଥିଲେ । ପୁଣି ସେ ସାଧାରଣ ଲୋକଙ୍କ ଉପରେ ଅଧିକ ଶକ୍ତ ଟିକସ ଆଦାୟ କରିଥିଲେ । ଖ୍ରୀଷ୍ଟପୂର୍ବ ୧୮୦୦ ସୁଦ୍ଧା ବ୍ରିଟିଶମାନେ ଉପକୂଳବର୍ତ୍ତୀ ଅଞ୍ଚଳକୁ ନିୟନ୍ତ୍ରଣ କରି ନେଇଥିଲେ । ଶେଷ ରାଜ୍ୟ କାଣ୍ଡିର ରାଜା ମଧ୍ୟ ୧୭୧୪ ସୁଦ୍ଧା ଆତ୍ମସମର୍ପଣ କରିଥିଲେ ଏବଂ ଏହିପରି ସମଗ୍ର ଶ୍ରୀଲଙ୍କା ବ୍ରିଟିଶ ଅଧୀନସ୍ଥ ହୋଇଗଲା । ୧୯୩୦ ଦଶକରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୪ ଫେବୃଆରୀ ୧୯୪୯ ରେ, ଦେଶ ବ୍ରିଟେନରୁ ସମ୍ପୂର୍ଣ୍ଣ ଶ୍ୱାଧୀନତା ଲାଭ କଲା ।
୧୯୧୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଶୁଷ୍କ ଚକ୍ଷୁ (ଇଂରାଜୀ ଭାଷାରେ / ବା କେରାଟୋକଞ୍ଜଙ୍କଟିଭାଇଟିସ ସିକା/ ) ରୋଗ ନାମ ଦିଆଯାଏ ଯେତେବେଳେ ଚକ୍ଷୁ ଶୁଷ୍କ ହୋଇଯାଏ । ଅନ୍ୟାନ୍ୟ ଲକ୍ଷଣ: ଆଖି ଜ୍ୱାଳା ହୁଏ, ଲାଲ ହୁଏ, ସ୍ରାବ ବାହାରେ ଓ ସ‌ହଜରେ ଆଖି ଥକ୍କା ହୋଇଯାଏ । ଲକ୍ଷଣ ଗୁଡ଼ିକ ସାଧାରଣ ଓ ବେଳେବେଳେ ହୋଇପାରେ ବା ନିରନ୍ତର ଓ ସାଂଘାତିକ ମଧ୍ୟ ହୋଇପାରେ । ଚିକିତ୍ସା ନ ପାଇଲେ କେତେକ କେଶ୍‌ରେ କର୍ନିଆରେ ସ୍କାର (କ୍ଷତଚିହ୍ନ) ରହିଯାଏ । ଚକ୍ଷୁରେ ଲୁହ ତିଆରି ନ ହେଲେ ବା ଚଞ୍ଚଳ ବାଷ୍ପିଭୁତ ହେଲେ ଶୁଷ୍କ ଚକ୍ଷୁ ରୋଗ ହୁଏ । ରୋଗର କାରଣ: ମେବୋମିଆନ ଗ୍ଲାଣ୍ଡ ଡିସଫଙ୍କସନ , ଆଲର୍ଜି, ଗର୍ଭାବସ୍ଥା, ଜୋଗ୍ରେନ ସିଣ୍ଡ୍ରୋମ୍, ଜୀବସାର କ ଅଭାବ, ଲାସିକ ଅପରେଶନ, କେତେକ ଔଷଧ ଯେପରିକି ଆଣ୍ଟିହିସ୍ଟାମିନ, ରକ୍ତଚାପ ଔଷଧ, ହରମୋନ ରିପ୍ଲେସମେଣ୍ଟ ଥେରାପି ଓ ଆଣ୍ଟିଡିପ୍ରେସାଣ୍ଟ । ସଂକ୍ରମଣ ବା ଟୋବାକୋ ଧୂମ୍ର ସଂସ୍ପର୍ଶରେ ଆସି କ୍ରନିକ ନେତ୍ରାବରଣ ପ୍ରଦାହ ହେବା ଫଳରେ ଏହି ରୋଗ ହୋଇପାରେ । ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ମୂଖ୍ୟତଃ ନିର୍ଭର କଲେ ମଧ୍ୟ କିଛି ପରୀକ୍ଷା ଆବଶ୍ୟକ ହୋଇପାରେ । କାରଣ ଉପରେ ଚିକିତ୍ସା ନିର୍ଭର କରେ । ପ୍ରଥମ ଧାଡ଼ି ଚିକିତ୍ସାରେ କୃତ୍ରିମ ଲୁହ ବ୍ୟବ‌ହାର କରାଯାଏ । ସମ୍ପୁର୍ଣ୍ଣ ଚକ୍ଷୁ ଘଡ଼େଇବା ଚଷମା ବ୍ୟବ‌ହାର କଲେ ଲୁହ ବାଷ୍ପିଭୁତ ହୋଇପାରେନାହିଁ । ଚକ୍ଷୁ ଶୁଷ୍କ‌କାରୀ ଔଷଧ ବଦଳେଇ ଦେଲେ ଉପକାର ମିଳେ । କେତେକ କ୍ଷେତ୍ରରେ ସାଇକ୍ଲୋସ୍ପୋରିନ ବା କର୍ଟିକୋସ୍ଟିରଏଡ ଟୋପା ବ୍ୟବ‌ହାର କରାଯାଏ । ଲୁହ ନିସ୍କାଷନ ନଳୀକୁ ବନ୍ଦ କରିଦେଲେ ଲୁହ ବାହାରକୁ ଯାଇ ନ ପାରି ରହିଯାଏ । ବେଳେବେଳେ ଶୁଷ୍କ ଚକ୍ଷୁରେ କଣ୍ଟାକ୍ଟ ଲେନ୍ସ ଲଗେଇବା ସମ୍ଭବ ହୁଏନାହିଁ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୫ ଜୁଲାଇ ବର୍ଷର ୧୯୬ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୯୭ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୬୯ ଦିନ ବାକି ଅଛି ।
କର୍ତ୍ତବ୍ୟ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶଙ୍କର ପାତ୍ର, ଯାହାକି ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପ୍ରଯୋଜନା ସଂସ୍ଥାଦ୍ୱାରା ନିର୍ମାଣ କରାଯାଇଥିଲା । ସୂର୍ଯ୍ୟ ନାରାୟଣ ବେହେରା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମାନସ ରଞ୍ଜନ ପାତ୍ର । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ସତ୍ୟଜିତ ପୁରୋହିତ, ରୂପେଶ, ତନୁଶ୍ରୀ ଓ ପ୍ରିୟଦର୍ଶିନୀ । ବିଜୟ ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ରତନ ମେହେର, ଜୀବନ ପଣ୍ଡା, ସୂର୍ଯ୍ୟ ନାରାୟଣ ବେହେରା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଅଭିନୟ ସତ୍ୟଜିତ ପୁରୋହିତ ରୂପେଶ ତନୁଶ୍ରୀ ପ୍ରିୟଦର୍ଶିନୀ ବିଜୟ ମହାନ୍ତି ଅଶ୍ରୁମୋଚନ ମହାନ୍ତି ରଚନ ମେହେର ଜୀବନ ପଣ୍ଡା ସୂର୍ଯ୍ୟ ନାରାୟଣ ବେହେରା କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର । ଅରୁଣ ମନ୍ତ୍ରୀ, ମାନସ ସାସମଲ, ସୂର୍ଯ୍ୟ ନାରାୟଣ ବେହେରା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, ହ୍ୟୁମାନ ସାଗର, ମାଧବ, କୁମାର ବିଜୁ, ସଞ୍ଜୁ ମହାନ୍ତି, କୁମାର ବାପି, ଗିନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
20 19 3.49 86 31 38.74 ବାରଙ୍ଗ ଓଡ଼ିଶାର କଟକ ଜିଲ୍ଲାର ଏକ ଛୋଟ ସହର ତଥା ଏକ ପ୍ରମୁଖ ପଞ୍ଚାୟତ ସମିତି ଅଟେ । ଏହା କାଚ କାରଖାନା ଓ ନନ୍ଦନକାନନ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରଠାରୁ ମାତ୍ର ୧୫ କି.ମି ଦୂରତାରେ ବାରଙ୍ଗ ଅବସ୍ଥିତ ।
ହାଇଡ୍ରକ୍ସୋକୋବାଲାମିନ (ଇଂରାଜୀ ଭାଷାରେ , ଅନ୍ୟ ନାମ ଜୀବସାର ଖ୧୨କ ବା 12 ଓ ହାଇଡ୍ରୋକ୍ସିକୋବାଲାମିନ ) ଏକ ଜୀବସାର ବା ଭିଟାମିନ ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ ଭାବରେ ବ୍ୟବ‌ହାର କରାଯାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ଜୀବସାର କ୧୨ ଅଭାବ ( 12 ) ଥିଲେ ଓ ପର୍ନିସିଅସ ଆନିମିଆରେ ଦିଆଯାଏ । ସ୍ୟାନାଇଡ ବିଷକ୍ରିୟା , ଲେବର୍ସ ଅପଟିକ ଆଟ୍ରୋଫି ' ଓ ଟକ୍ସିକ ଆମ୍ବ୍ଲିଓପିଆ ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଇପାରେ । ଏହା ଇଞ୍ଜେକସନ ଆକାରରେ ଶିରାରେ ବା ମାଂସପେଶୀରେ ଦିଆଯାଏ । ହାଇଡ୍ରୋକ୍ସୋକୋବାଲାମିନର ବ‌ହୁତ କମ୍ ପ୍ରତିକ୍ରିୟା ଦେଖାଯାଏ । ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ପଟାସିଅମ , ଆଲର୍ଜି ପ୍ରତିକ୍ରିୟା ଓ ଉଚ୍ଚ ରକ୍ତଚାପ ଇତ୍ୟାଦି ହୋଇପାରେ । ନିର୍ଦ୍ଦିଷ୍ଟ ମାତ୍ରାରେ ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ । ହାଇଡ୍ରୋକ୍ସୋକୋବାଲାମିନ ଏକ ପ୍ରାକୃତିକ ଆକାରର ଜୀବସାର ଖ୧୨ ଓ କୋବାଲାମିନ ପରିବାରର ଏକ ସଦସ୍ୟ । ଦେହରେ ଡିଏନଏ ପ୍ରସ୍ତୁତ କରିବା ନିମନ୍ତେ ହାଇଡ୍ରୋକ୍ସୋକୋବାଲାମିନ ଆବଶ୍ୟକ ହୁଏ । ମାଂସ, ଅଣ୍ଡା ଓ ଦୁଗ୍ଧଜାତ ଦ୍ରବ୍ୟମାନଙ୍କରେ ଜୀବସାର ଖ୧୨ ପ୍ରାକୃତିକ ଭାବରେ ଥାଏ । ହାଇଡ୍ରୋକ୍ସୋକୋବାଲାମିନ ପ୍ରଥମେ ସନ ୧୯୪୯ରେ ପୃଥକ କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୧୨ରୁ ୦.୮୪ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୮୪ ଆମେରିକୀୟ ଡଲାର । ଅନେକ ପ୍ରକାରର ଜୀବାଣୁରୁ ଏହା ବ୍ୟବସାୟୀକ ଭିତ୍ତିରେ ଏହା ପ୍ରସ୍ତୁତ କରାଯାଏ ।
ପଚୋରେ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ରଜ୍‌‌ଗଡ଼ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଚୋରେ ସହରର ମୋଟ ଜନସଂଖ୍ୟା ୨୦୯୪୦ ଅଟେ । ସେଥି ମଧ୍ୟରୁ ୫୨.୮୨% ଜଣ ପରୁଷ ହୋଇଥିବା ବେଳେ ୪୭.୧୮% ଜଣ ନାରୀ ଅଟନ୍ତି । ପଚୋରେର ସାକ୍ଷରତା ହାର ୫୮.୭୧% ଅଟେ । ଏହା ଜାତୀୟ ହାରଠାରୁ ୬.୧୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୮୯% ପ୍ରତିଶତ ପୁରୁଷ ଓ ୨୨.୮୧% ନାରୀ ଅଟନ୍ତି । ୧୬.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ପଚୋରେର ସରକାରୀ ଭାଷା ଅଟେ ।
ଅରୁଣା ରାୟ (ଜନ୍ମ ୨୬ ଜୁନ ୧୯୪୬) ଜଣେ ଭାରତୀୟ ରାଜନୈତିକ ଏବଂ ସାମଜିକ କାର୍ଯ୍ୟକର୍ତ୍ତା । ସେ ମଜଦୁର୍ କିସାନ୍ ଶକ୍ତି ସଂଗଠନର ସଂସ୍ଥାପକ ଥିଲେ । ଏହି ସଂସ୍ଥା ସ‌ହିତ ଶଙ୍କର ସିଂ ,ନିଖିଲ ଦେ ଏବଂ ଅନ୍ୟ ବ‌ହୁତ ସଦସ୍ୟ ଜଡ଼ିତ ଥିଲେ । ପ୍ରାରମ୍ଭିକ ଜୀବନ ଅରୁଣା ଚେନ୍ନାଇରେ ଜନ୍ମ ହୋଇଥିଲେ । ସେ ଦିଲ୍ଲୀରେ ବଢିଥିଲେ । ଦିଲ୍ଲୀରେ ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ସେ ଇନ୍ଦ୍ରପ୍ରସ୍ଥ କଲେଜ, ଦିଲ୍ଲୀ ୟୁନିଭର୍ସିଟି ଅଧିନରେ ଇଂରାଜୀ ସାହିତ୍ୟ ପଢ଼ିଥିଲେ । ୧୯୬୮ରୁ ୧୯୭୪ ମସିହା ପର୍ଯନ୍ତ ସେ ସିଭିଲ୍ ସର୍ଭେଣ୍ଟ ଭାବେ ଇଣ୍ଡିୟାନ ଆଡମିନଷ୍ଟ୍ରଟିଭ୍ ସର୍ଭିସରେ ଥିଲେ । ୧୯୭୦ ମସିହାରେ ସେ ବଙ୍କର ରାୟଙ୍କୁ ବିବାହ କରିଥିଲେ । ମଜଦୁର୍ କିସାନ୍ ଶକ୍ତି ସଂଗଠନ ଅରୁଣା ସିଭିଲ ସର୍ଭିସରୁ ଇସ୍ତଫା ଦେବା ପରେ ଗରିବମାନଙ୍କ ସମସ୍ୟା ବୁଝିବା ଆରମ୍ଭ କଲେ ଏବଂ ସେମାନଙ୍କ ସେବାରେ କାର୍ଯ୍ୟରତ ହୋଇ ରହିଲେ। ସେ ତିଲୋନିଆ , ରାଜସ୍ଥାନରେ ସୋସିଆଲ ୱର୍କ ଆଣ୍ଡ ରିସର୍ଚ୍ ସେଣ୍ଟରରେ ଯୋଗ ଦେଲେ। ୧୯୮୭ ମସିହାରେ ସେ ଶଙ୍କର ସିଂ ,ନିଖିଲ ଦେଙ୍କ ଷିତ ମିଶି ଏହି ସଂସ୍ଥା (ମଜଦୁର୍ କିସାନ୍ ଶକ୍ତି ସଂଗଠନ)ର ସ୍ଥାପନା କରିଥିଲେ । ଅରୁଣା ରଏ ଭାରତରେ ହୋଇଥିବା ରାଇଟ୍ ଟୁ ଇନଫର୍ମେସନ ଆନ୍ଦୋଳନ ଏବଂ ନ୍ୟାସନାଲ କ୍ୟାମ୍ପେନ ଫର ପିପୁଲସ ରାଇଟ ଟୁ ଇନଫର୍ମେସନ ଆନ୍ଦୋଳନରେ ଅଗ୍ରଣୀ ଭୁମିକାରେ ଥିଲେ । ଏହାର ସଫଳତାର ପରିଚାୟକ ହେଉଛି ୨୦୦୫ ମସିହାରେ ପାସ୍ ହୋଇଥିବା ରାଇଟ୍ ଟୁ ଇନଫର୍ମେସନ ଆକ୍ଟ୍ । ଆନ୍ଦୋଳନ ଗରିବ ଓ ଦଳିତ ମାନଙ୍କ ପାଇଁ ହେଉଥିବା ଲଢେଇରେ ଅରୁଣା ସବୁବେଳେ ଅଗ୍ରଣୀ ଭୁମିକାରେ ରହୁଥିଲେ । ତାଙ୍କ ସଫଳତାର ପରିଚାୟକ ହେଉଛି ରାଇଟ୍ ଟୁ ଇନଫର୍ମେସନ, ରାଇଟ୍ ଟୁ ୱର୍କ, ରାଇଟ୍ ଟୁ ଫୁଡ୍ ପରି ଆକ୍ଟସ । ସେ ପେନସନ୍ ପରିସଦର ସଦସ୍ୟ ରହି ମଜଦୁର ମାନଙ୍କପାଇଁ କାର୍ଯ୍ୟ କରିଛନ୍ତି। ପୁରସ୍କାର ଏବଂ ଅନ୍ୟ କାର୍ଯ୍ୟ ୨୦୦୬ ମସିହାରେ ଇସ୍ତଫା ଦେବା ପୁର୍ବରୁ ସେ ଏନ ଏ ସିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ସେ ରାମୋନ ମଗ୍ସସ୍ୟେ ଆୱାର୍ଡ ପାଇଥିଲେ। ୨୦୧୦ ମସିହାରେ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସ୍ନାଲ୍ ଆୱାର୍ଡ ପାଇଥିଲେ । ୨୦୧୧ ମସିହାରେ ଟାଇମ ମାଗାଜିନରେ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଆସିଥିଲେ।
ଚିତ୍ତରଞ୍ଜନ ଚିରଞ୍ଜିତ (ଜନ୍ମ : ୧୯୭୪) ଜଣେ ଓଡ଼ିଆ ସାହିତ୍ୟିକ । ବୃତ୍ତିରେ ସାମ୍ବାଦିକ ଚିତ୍ତରଞ୍ଜନ ଗଳ୍ପ, କବିତା ଓ ଉପନ୍ୟାସଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରଥାନ୍ତି । ଏଯାବତ ତାଙ୍କର ୬ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ଉପକ୍ରମ- ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଓ ଲୋକପ୍ରିୟ ପର୍ବ । ପ୍ରତିବର୍ଷ ନଭେମ୍ବର ମାସ ୨୩ଠାରୁ ୨୭ ତାରିଖ ଯାଏ ଏହା ପାଳିତ ହୋଇଥାଏ । ଠିକ୍ ୫ ଦିନ ଯାଏ ଖୁବ୍ ନିଷ୍ଠା ଓ ଆଡମ୍ବର ସହକାରେ ଏ ପର୍ବଟି ପାଳିତ ହୋଇଥାଏ । ଏହି ସମୟରେ ପୁରୀ ବେଳାଭୂମି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସ୍ଥଳୀ ପାଲଟିଯାଏ । ଓଡ଼ିଶାର ପ୍ରଥମ ବେଳାଭୂମି ମହୋତ୍ସବ "୨୯ ଅକ୍ଟୋବର ୧୯୯୩" ମସିହାରେ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ୍ ବିଜୁ ପଟ୍ଟନାୟକଙ୍କଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟ, ପରମ୍ପରା ଓ କ୍ରୀଡ଼ାକୁ ଗୋଟିଏ ମଞ୍ଚରେ ବିଶ୍ୱ ଦରବାର ସମ୍ମୁଖରେ ପରିଚିତ କରାଇବା । ପୁରୀ ଘରୋଈ ହୋଟେଲ୍ ସଙ୍ଗଠନ (ଏଚ୍ ଏ ପି), ଅନ୍ୟ ଆୟୋଜକ (ଯଥା-ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭାରତ ସରକାର)ଙ୍କ ସହାୟତାରେ ଏହାର ଆୟୋଜନ କରିଥାଏ । ବିଶେଷତ୍ୱ ପୁରୀ ବେଳାଭୂମି ମହୋତ୍ସବ ସମସ୍ତ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ନିଜର ସାଂସ୍କୃତିକ ସଂଧ୍ୟା ଓ ବିଭିନ୍ନ କଳା ପ୍ରଦର୍ଶନୀଦ୍ୱାରା ମନ୍ତ୍ରମୁଗ୍ଢ କରିଥାଏ । ସମବେତ ସାଂସ୍କୃତିକ କାର୍ଯ୍ୟକ୍ରମ ଠରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ, ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରଦର୍ଶନୀ, ବାଲୁକା ଶିଳ୍ପକଳା ପ୍ରଦର୍ଶନୀ, ଫେସନ୍ ଶୋ, ବେଳାଭୂମି କ୍ରୀଡା ପ୍ରତିଯୋଗିତା ଇତ୍ୟାଦି ପର୍ଯ୍ୟନ୍ତ, ବିଭିନ୍ନ ବର୍ଗ ଓ ସମୂଦାୟର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବିବିଦ୍ଧତା ରୂପି କର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ । ଏହି ମହୋତ୍ସବ କେବଳ ଲୋକଙ୍କ ମନୋରଞ୍ଜନ କରେ ତାହା ନୁହଁ, ବରଂ ବିଭିନ୍ନତା ଭିତରେ ଏକତା କେମିତି ବଜାୟ ରଖାଯାଇ ପାରେ ତାହାର ସନ୍ଦେଶ ବିଶ୍ୱକୁ ଦେଇଥାଏ । ମୁଖ୍ୟ ଆକର୍ଷଣ ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ସ୍ଥାନୀୟ ଲୋକ ଓ ସଂସ୍କୃତି ବିଷୟରେ ଜାଣିବା ନିମନ୍ତେ, ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଥାଏ ।
ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ "ଗେଣ୍ଡେଇକଟା ଓଷା" ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ "ଗେଣ୍ଡାକଟା ଅମାବାସ୍ୟା" କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ। ନାମକରଣ ଏହି ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା । ପାଳନ ବିଧି ଜଗନ୍ନାଥ ମନ୍ଦିର ସ୍ନାନପୂର୍ଣ୍ଣିମା ପୂର୍ବଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ ।ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ। ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ । ଉତ୍ତର ଓଡ଼ିଶାରେ ଘରେ ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି: ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣିମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ, ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ । ଆମ ଫସଲ କାଟିବୁ ନାହିଁ ।- " ଜଗନ୍ନାଥ ମହାନ୍ତି ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଷୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ । ଏହି ବିଧି ସକାଶେ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣା । ଇତିହାସ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣିକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ । ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ । ଜ୍ୟୋତିଷୀ ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି । ଚିତ୍ରକ ପିଷ୍ଠକୈ ଦେବଃ ଅର୍ଥ: ଚିତଉପିଠା ଦେବତା " ପୁରାଣରେ ଉଲ୍ଲେଖ ସ୍କନ୍ଧ ପୁରାଣ ଓ ପଦ୍ମ ପୁରାଣରେ ଚିତାଲାଗି ଅମାବାସ୍ୟାର ଉଲ୍ଲେଖ ରହିଛି । ଶ୍ରାବଣେ ମାସି ସଂପ୍ରାପ୍ତେ ଯୋଦ୍ଧର୍ଚ୍ଚୟେତ୍ କମଳାପତିମ୍ । ନ ସ ଗର୍ଭଗୃହଂ ଯାତି ଯାବଦାଭୂତି ସଂପ୍ଳବମ୍ ।। ଅର୍ଥ: ଶ୍ରାବଣ ମାସରେ ଯେଉଁ ଲୋକ କମଳାପତିଙ୍କୁ ଅର୍ଚ୍ଚନା କରେ ଅନନ୍ତକାଳ ପର୍ଯ୍ୟନ୍ତ ତା 'ର ପୁନର୍ଜନ୍ମ ହେବନାହିଁ । ଯୋଦ୍ଧର୍ଚ୍ଚୟେତ୍ ଶ୍ରୀଧରଂ ଦେବଂ ଶ୍ରାବଣେ ଭକ୍ତିପୂର୍ବତଃ । ନ ଗଚ୍ଛେନ୍ନି ରାୟଂ ରାଜ୍ୟଂ କୃତ୍ୱା ପାପ ଶତାନ୍ୟପି ଶ୍ରାବଣେ ମାସି ଯୋ ଦଦ୍ୟାତ୍ ଲଜାନ୍‌ଘତ ସମନ୍ୱିତାନ୍ । ହରୟେ ତସ୍ୟ ବିପ୍ରର୍ଷେ ନ ବିପତ୍ତି ଗୃହେ ଭବେତ୍ ଅର୍ଥ: ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା ' ଗୃହରେ ବିପତ୍ତି ପଡ଼ିନଥାଏ । ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍‌ଗପୂରିତଂ । ଦଦାତି ତସ୍ୟ ବିପ୍ରର୍ଷେ ଗୃହେ ଶ୍ରୀନିଶ୍ଚଳା ଭବେତ୍ ଅଷ୍ଟାଦଶ ଶତାବ୍ଦୀର ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ "ଯାତ୍ରା ଭାଗବତ" ସ୍ମୃତି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ କରାଯାଏ । ସେ ଲେଖିଛନ୍ତି ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ । ଲଲାଟ-ଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କରାୟେତ୍ ଲଲାଟଭୂଷ-ମୁତ୍ତାର୍ଯ୍ୟ ସ୍ମାନାନ୍ତଂ ଶୟୀଜଗତ୍‌ପ୍ରଭୋଃ । ଅମାୟାଂ ଶ୍ରାବଣେ ଚୈବ ପୁନର୍ଗଚ୍ଛତି ବୈଷ୍ଣବେ ନାନାରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ । ଦଦ୍ୟାତ୍ ବିଷ୍ଣୋର୍ଲଲାଟେ ଚ ସର୍ବମଙ୍ଗଳ ହେତବେ ଲଲାଟ ଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନକୁର୍ବତି । ତାବତ୍ ବର୍ଷ ପୁଣ୍ୟଫଳଂ ନଶ୍ୟତ୍ୟାଶୁ ନ ସଂଶୟଃ
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଜୁଲାଇ ବର୍ଷର ୧୯୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୯୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୭୪ ଦିନ ବାକି ଅଛି ।
ପ୍ଲୁରା ପୂଜ ବା ପ୍ଲୁରାଲ୍ ଏମ୍ପାଇମା ରୋଗରେ ଫୁସଫୁସର ପ୍ଲୁରା ଭିତରେ ପୂଜ ଜମିଯାଏ ଏହାର ଲକ୍ଷଣ ମଧ୍ୟରେ କାଶ, ଜ୍ୱର, ଅଣନିଶ୍ୱାସ, କଫ ଉତ୍ପାଦନ ଏବଂ ପ୍ଲୁରିସି ଜନିତ ଛାତି ଯନ୍ତ୍ରଣା ହୋଇପାରେ । ରୋଗ ଜଟିଳତା ହେଲେ ଫାଇବ୍ରୋଥୋରାକ୍ସ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ ଏହା ଏକ ପ୍ରକାର ପ୍ଲୁରା କ୍ଷରଣ ଏହା ସାଧାରଣତଃ ନିମୋନିଆ ଜଟିଳ ହେଲେ ଏହି ରୋଗ ହେବା ଦେଖାଯାଏ ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରାସନଳୀ ଫାଟିଯିବା, ଛାତିରେ ଆଘାତ ଏବଂ ଛାତି ଅପରେଶନ ଅନ୍ତର୍ଭୁକ୍ତ। ମଧୁମେହ ଏବଂ ମଦ୍ୟପାନ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । ଅନ୍ତର୍ନିହିତ କାର୍ଯ୍ୟବିଧିରେ ସାଧାରଣତଃ ଷ୍ଟ୍ରେପଟୋକୋକସ୍ କିମ୍ବା ଷ୍ଟାଫିଲୋକୋକସ୍ ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୋଇଥାଏ ଡାକ୍ତରୀ ଇମେଜିଙ୍ଗ ଓ ଥୋରାସେଣ୍ଟେସି ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଚିକିତ୍ସାରେ ସାଧାରଣତଃ ଆଣ୍ଟିବାୟୋଟିକ୍ ଏବଂ ନିଷ୍କାସନ ବ୍ୟବସ୍ଥା କରାଯାଏ ଆଣ୍ଟିବାୟୋଟିକ୍ସ ମଧରେ ସେଫ୍ଟ୍ରିଆକ୍ସୋନ୍ ଏବଂ ମେଟ୍ରୋନିଡାଜୋଲର ଦ୍ୱୟ ୨ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଇପାରେ ଯଦି ମେଥିସିଲିନ ପ୍ରତିରୋଧୀ ସ୍ଟାଫିଲୋକୋସ ଜୀବାଣୁ ହୋଇଥାଏ ତେବେ ଏହା ଏକ ଚିନ୍ତାର ବିଷୟ ହୁଏ ଓ ଭାନକୋମାଇସିନ୍ ଔଷଧ ଯୋଗ କରାଯାଇପାରେ ନିଷ୍କାସନ ପାଇଁ ଛାତିରେ ନଳୀ ସଂଯୋଗ କିମ୍ବା ଅପରେଶନ କରାଯାଇପାରେ। ଚିକିତ୍ସା ସତ୍ତ୍ୱେ 30% ଲୋକ ଅଧିକ ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି କିମ୍ବା ଗୋଟିଏ ବର୍ଷ ମଧ୍ୟରେ ମରନ୍ତି ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୩୨,000 ଏହିଭଳି ରୋଗୀ ଆସନ୍ତି । ହିପୋକ୍ରାଟସ୍ ସମୟରୁ ଏହାକୁ ବର୍ଣ୍ଣନା କରାଯାଇଛି
ଚାର୍ଲସ କୋରିଆ ସ୍ୱାଧୀନ ଭାରତର ଜଣେ ଖ୍ୟାତନାମା ବାସ୍ତୁକାର ଓ ନଗର ଯୋଜନାବୀତ ଥିଲେ । ସେ ୫୦ବର୍ଷରୁ ଅଧିକା କାଳ ଧରି ସ୍ଥାପତ୍ୟ କଳାରେ ସକ୍ରିୟ ଥିଲେ । ତାଙ୍କର ଡିଜାଇନ୍ କରାଯାଇଥିବା ଘର, ଅଫିସ୍ ଘର,ଶିଖ୍ୟା କ୍ୟାମ୍ପସ୍ ,ନଗର ଯୋଜନା ଆମ ଦେଶର ସବୁ କୋଣରେ ଆଛି ।
ପେରନାମପାଟ୍ଟୁ ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ବେଲ୍ଲୋରେ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେରନାମପାଟ୍ଟୁ ସହରର ମୋଟ ଜନସଂଖ୍ୟା ୪୧୩୨୩ ଅଟେ । ସେଥି ମଧ୍ୟରୁ ୪୯.୬୮% ଜଣ ପରୁଷ ହୋଇଥିବା ବେଳେ ୫୦.୩୨% ଜଣ ନାରୀ ଅଟନ୍ତି । ପେରନାମପାଟ୍ଟୁର ସାକ୍ଷରତା ହାର ୫୮.୫୨% ଅଟେ । ଏହା ଜାତୀୟ ହାରଠାରୁ ୬.୩୨% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୮% ପ୍ରତିଶତ ପୁରୁଷ ଓ ୨୫.୬୪% ନାରୀ ଅଟନ୍ତି । ୧୫.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ପେରନାମପାଟ୍ଟୁର ସରକାରୀ ଭାଷା ଅଟେ ।
୧୯୨୦ ଦଶକରୁ ପ୍ରଜା ମଣ୍ଡଳ ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ଅଂଶ ଥିଲା ଯେଉଁଥିରେ ରାଜକୁମାର ରାଜ୍ୟରେ ରହୁଥିବା ଲୋକମାନେ ବ୍ରିଟିଶ ରାଜ ପରିବର୍ତ୍ତେ ସ୍ଥାନୀୟ ଆଭିମୁଖ୍ୟବାଦୀଙ୍କ ଅଧୀନରେ ରହିଥିଲେ ଏବଂ ସେହି ସାମ୍ରାଜ୍ୟବାଦୀ ଶାସକମାନଙ୍କ ବିରୁଦ୍ଧରେ ପ୍ରଚାର କରିଥିଲେ ଏବଂ ବେଳେବେଳେ ବ୍ରିଟିଶମାନେ ମଧ୍ୟ ଏହା କରିଥିଲେ। ସେମାନଙ୍କର ନାଗରିକ ଅଧିକାରର ଉନ୍ନତି ପାଇଁ ପ୍ରୟାସରେ ପ୍ରଶାସନ ୧୯୩୯ ମସିହାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ମୂଳଦୁଆ ଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନର ଏକ ପ୍ରତିକ୍ରିୟା । ଓଡ଼ିଶା ୧୯୩୬ ମସିହାରେ ଯେତେବେଳେ ବିହାର ଏବଂ ଓଡ଼ିଶା ପ୍ରଦେଶକୁ ବିଭକ୍ତ କରି ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲା, ସେତେବେଳେ ଏହା ବ୍ରିଟିଶ ଭାରତର ପ୍ରଥମ ପ୍ରଶାସନିକ ଅଞ୍ଚଳ ହୋଇଗଲା ଯାହା ଭାଷା ଭିତ୍ତିରେ ବ୍ୟାଖ୍ୟା କରାଯାଇଥିଲା। ଯଦିଓ ଏହା କିଛି ଦୀର୍ଘ ଦିନର ଇଚ୍ଛାକୁ ସନ୍ତୁଷ୍ଟ କରିଥିଲା, ତଥାପି ଏହା ଅନେକ ଜନସାଧାରଣଙ୍କ ପାଇଁ ସାମାନ୍ୟ ବ୍ୟବହାରିକ ପାର୍ଥକ୍ୟ ଆଣି ଦେଇଥିଲା କାରଣ ନୂତନ ପ୍ରଦେଶରେ 26ଟି କ୍ଷେତ୍ର ସ୍ ାଧୀନ ସାମ୍ରାଜ୍ୟ ନିୟନ୍ତ୍ରଣ ଅଧୀନରେ ରହିଥିଲା, ଯାହାକୁ ଗାର୍ଜଟ୍ କୁହାଯାଏ, ଯେଉଁଠାରେ କୃଷକମାନେ ବିଶେଷ ଭାବରେ ବିଭ୍ରାନ୍ତିକର ତଥା ସ୍ ାଧୀନ ଶକ୍ତିର ପ୍ରଭାବ ଭୋଗୁଥିଲେ। ନୂତନ ପ୍ରଦେଶର ଅବଶିଷ୍ଟାଂଶ ବ୍ରିଟିଶ ରାଜ କର୍ତ୍ତୃପକ୍ଷଙ୍କଦ୍ୱାରା ନିୟନ୍ତ୍ରିତ ହୋଇଥିଲା । ଯଦିଓ 1930ର ଗାନ୍ଧୀ ଅନୁପ୍ରାଣିତ ଲୁଣ ମାର୍ଚ୍ଚ ବିରୋଧରେ ଓଡ଼ିଶାର ଲୋକଙ୍କର କ ଣସି ସମ୍ପୃକ୍ତି ନଥିଲା, କିନ୍ତୁ ଏହି ଅଭିଯାନ ପରବର୍ତ୍ତୀ ବର୍ଷରେ କଟକଠାରେ ଆୟୋଜିତ ହୋଇଥିବା ପ୍ରଥମ ଅଲ ଓଡ଼ିଶା ରାଜ୍ୟ ସମ୍ମିଳନୀ ଆୟୋଜନ କରିଥିଲା, ଯେଉଁଥିରେ ଭୁବନାନନ୍ଦ ଦାସ ଏବଂ ସେନା ଆଡକସିଆ ସେନାପାଟୀ ନାକୁଲା ସାମନ୍ତ ସିନ୍ହର ରହିଥିଲେ। ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବା ହିନ୍ଦୋଲ୍ ପ୍ରିନ୍ସିଲି ଷ୍ଟେଟ୍ ଏହାର ଉଦ୍ଦେଶ୍ୟ ଥିଲା ଶାସକ ଗରଜତ ମୁଖ୍ୟମାନଙ୍କୁ ଅଧିକ ପ୍ରତିନିଧୀ ସରକାର ସହମତ ହେବାକୁ ପ୍ରବର୍ତ୍ତାଇବା କିନ୍ତୁ ସେମାନଙ୍କର ଦମନ ବୃଦ୍ଧି ଛଡା ଆଉ କିଛି ହାସଲ କରିନଥିଲେ । ୧୯୩୭ରେ ଅନୁଷ୍ଠିତ ଦ୍ୱିତୀୟ ସମ୍ମିଳନୀ ଅଧିକ ପ୍ରଭାବ ପକାଇଲା । ଏହାର ଲକ୍ଷ୍ୟ ଥିଲା ଅଧିକ ସମାନ ସରକାର ହାସଲ କରିବା ଏବଂ ଏହା ଦ୍ ାରା ଅଧିକାଂଶ ଗଜାତ ରାଜ୍ୟରେ ପ୍ରଜା ମଣ୍ଡଳ (ପିପୁଲ୍ସ ଆସୋସିଏସନ୍) ପ୍ରତିଷ୍ଠା ହୋଇ ସାମ୍ରାଜ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଦାବି କରାଯାଇଥିଲା । ସେମାନଙ୍କର ଦାବିରେ ବାଧ୍ୟତାମୂଳକ ଶ୍ରମ ଏବଂ ବେଆଇନ ଟିକସ ସମାପ୍ତ ହେବା ସହିତ ସଙ୍ଗଠନର ସ୍ୱାଧୀନତା, ଖବରକାଗଜ ଏବଂ ସମ୍ପତ୍ତି ପ୍ରକାଶନ ସମ୍ବନ୍ଧୀୟ ଅଧିକାର ଅନ୍ତର୍ଭୁକ୍ତ ଥିଲା। ଏକ ପ୍ରଜା ମଣ୍ଡଳ ସହିତ ଜଡ଼ିତ ଅସୁବିଧାର ପ୍ରଥମ ସଙ୍କେତ ରାଜକୁମାରୀ ନୀଲଗିରିରେ ସୃଷ୍ଟି ହୋଇଥିଲା, ଯେଉଁଠାରେ କୃଷକମାନେ ନ୍ୟାୟପୂର୍ଣ୍ଣ ଆଇନ ପାଇଁ ଦାବି କରିଥିଲେ ଯାହାଦ୍ୱାରା ଶାସକ ପ୍ରତିକ୍ରିୟାଶୀଳ, ଏପରିକି ନିର୍ଦ୍ଦୟ ଭାବରେ ପଦକ୍ଷେପ ଗ୍ରହଣ କରିଥିଲେ। ଶେଷରେ ଏକ ଅସ୍ଥାୟୀ ଚୁକ୍ତି ହାସଲ ହୋଇଥିବାବେଳେ ତାଲଚର ଏବଂ ଢେଙ୍କାନାଳ ଗଡ଼ଜାତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ଶେଷ ରାଜ୍ୟର ଶାସକ ଏତେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବାବେଳେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା, ତାଲଚରର ଶାସକ ଏକ ଅସାଧାରଣ ବିରୋଧର ସମ୍ମୁଖୀନ ହୋଇଥିଲେ ଯାହା ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲା: ତାଙ୍କର ଅନେକ କୃଷକ ରାଜ୍ୟ ବାହାରକୁ ଯାଇ ବ୍ରିଟିଶ ଶାସିତ ଓଡ଼ିଶାର ଅଞ୍ଚଳରେ ଅସ୍ଥାୟୀ ଶିବିରରେ ବସବାସ କରିଥିଲେ। ନୟାଗଡ଼ ରାଜ୍ୟରେ ଆଉ ଏକ ଅସ୍ୱାଭାବିକ ବିରୋଧ ଘଟିଥିଲା ଯେତେବେଳେ ଏହାର ଶାସକ ବେଟେଲ ଯୋଗାଣ ଉପରେ ଏକଚାଟିଆ ପ୍ରବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ: ଜନସଂଖ୍ୟା ସେମାନଙ୍କ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଯାହାଦ୍ୱାରା ଏହାର କିଛି ନେତା ଗିରଫ ହୋଇଥିଲେ। ଆଥଗଡ, ବାରମ୍ବା, ନରସିଂହପୁର, ନୟାଗଡ଼, ରଣପୁର ଏବଂ ଟିଗିରିଆ ଭଳି ଅନ୍ୟ ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା, ବେଳେବେଳେ ହିଂସା ଓ ମୃତ୍ୟୁ ଘଟିଥଲା। ୨୯ ଅକ୍ଟୋବର ୧୯୩୮ରେ ଏକ ସଂଗଠିତ "ସମସ୍ତ ଓଡ଼ିଶା ଗଡ଼ଜାତ ଦିବସ" ପରେ, ଯେତେବେଳେ ଲୋକମାନେ ଏକତା ମଧ୍ୟରେ ନିଜର ସ୍ୱର ଉତ୍ତୋଳନ କରିବାକୁ ଚେଷ୍ଟା କଲେ, ଅସୁବିଧା ୧୯୩୯ ପର୍ଯ୍ୟନ୍ତ ଜାରି ରହିଲା ଜାନୁୟାରୀ ୧୯୩୯ ଆରମ୍ଭରେ, ବ୍ରିଟିଶ ରାଜନୈତିକ ଏଜେଣ୍ଟ ମେଜର ବାଜେଲଜେଟେ ରଣପୁରରେ ଉତ୍ତେଜନାକୁ ଦୂର କରିବାକୁ ଚେଷ୍ଟା କରୁଥିବାବେଳେ ହତ୍ୟା କରାଯାଇଥିଲା। ଏହି ଖବରର ପ୍ରତିବାଦ ସମ୍ବାଦ ଅନ୍ୟତ୍ର, ଏବଂ ବିଶେଷ ଭାବରେ ନୟାଗଡ଼ରେ, ଯେଉଁଠାରେ କିଛି ଦିନ ପୂର୍ବରୁ ବାଜେଲଜେଟଙ୍କୁ ଡକାଯାଇ ରାଜ ମଣ୍ଡଳକୁ ଶାନ୍ତ କରିବାରେ ସାହାଯ୍ୟ କରିଥିଲେ। ରାଜାମାନେ ହିଂସା ପ୍ରଦର୍ଶନ କରିପାରନ୍ତି, ଗାନ୍ଧୀଙ୍କ କଂଗ୍ରେସ ପାର୍ଟିର ଉଦାହରଣ ସ୍ୱରୂପ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଅହିଂସା ବିରୋଧ ତଥା ନାଗରିକ ଅବମାନନାରେ ବିଶ୍ୱାସ କରିଥିଲା; ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ପରି କଂଗ୍ରେସ ନେତାମାନେ ଓଡ଼ିଶାରେ ଲୋକଙ୍କ ରାଜନୈତିକ ଜାଗରଣକୁ ସ୍ୱାଗତ କରିଥିଲେ କିନ୍ତୁ ଏହି ହତ୍ୟାକାଣ୍ଡକୁ ଏକାସାଙ୍ଗରେ ନିନ୍ଦା କରିଥିଲେ । ୧୯୩୭ ମସିହାରେ ଗଡ଼ଜାତ ରାଜ୍ୟଗୁଡିକର ଅନୁସନ୍ଧାନ ପାଇଁ ଗଠିତ ହୋଇଥିବା ଓଡ଼ିଶା ରାଜ୍ୟ ଅନୁସନ୍ଧାନ କମିଟିଦ୍ୱାରା ୧୯୩୯ ମସିହାର ଏକ ରିପୋର୍ଟ ଦ୍ୱିତୀୟ ବିଶ୍ବ ଯୁଦ୍ଧ ଆରମ୍ଭ ହେତୁ କିଛି ହୋଇପାରିଲା ନାହିଁ, ଯେଉଁ ସମୟ ମଧ୍ୟରେ ବ୍ରିଟିଶମାନେ କୌଣସି ପରିବର୍ତ୍ତନ କିମ୍ବା ଆନ୍ଦୋଳନକୁ ଦୃଷ୍ଟି ଦେବେ ନାହିଁ। ଯୁଦ୍ଧ ଶେଷ ହେବା ପରେ ପ୍ରଜା ମଣ୍ଡଳ ଆନ୍ଦୋଳନ ପୁଣିଥରେ ସାମ୍ନାକୁ ଆସିଥିଲା, ବ୍ରିଟିଶମାନେ ଭାରତକୁ ଏହାର ସ୍ୱାଧୀନତା ପ୍ରଦାନ କରିବା ଉଚିତ୍ ହେଲେ ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ପ୍ରଥମ ଫାଟ ସୃଷ୍ଟି ହେଲା ଯେତେବେଳେ ନୀଳଗିରିର ଶାସକ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ତାଙ୍କ ରାଜ୍ୟର ଆଦିବାସୀ ତଥା ଅଣ-ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବିବାଦ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଏହି ନିଷ୍ପତ୍ତି, ଯାହା ସେ ଆଶା କରିଥିଲେ ଯେ ପ୍ରଜା ମଣ୍ଡପକୁ ଦୁର୍ବଳ କରିବ, ଆଇନ ଏବଂ ବ୍ୟବସ୍ଥାର ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଥିଲା ଯାହାକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବା ଆବଶ୍ୟକ ଥିଲା ଏହି ସମସ୍ୟାକୁ କେନ୍ଦ୍ର ସରକାର ବିଶେଷ ଭାବରେ ଚିନ୍ତିତ ଥିଲେ, ଯାହା ପଡୋଶୀ ରାଜ୍ୟରେ ବିସ୍ତାର କରିବାର କ୍ଷମତା ରଖିଥିଲା ଏବଂ ଏହାର ଅଂଶ ମଧ୍ୟ ବହୁ ରାଜକୁମାରଙ୍କୁ ନେଇ ଗଠିତ ନୂତନ ପୂର୍ବାଞ୍ଚଳ ରାଜ୍ୟ ସଂଘର ଅନିଚ୍ଛା କାରଣରୁ ଜଡ଼ିତ ହୋଇଥିଲା। ଏହାର ଶାସନରେ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ପାଇଁ ମଣ୍ଡଳ ଦାବି କରିଛନ୍ତି। ଏହିପରି ଭାବରେ, ନଭେମ୍ବର ୧୯୪୭ରୁ ନୀଲଗିରି ପ୍ରାଦେଶିକ ସରକାରଙ୍କ ଅଧୀନରେ ଆସିଥିଲା ଏବଂ ସପ୍ତାହେ ମଧ୍ୟରେ ଅନ୍ୟ ଦୁଇଟି ଗରଜାତ ରାଜ୍ୟ - ସାରିକେଲା ଏବଂ ଖାରସୱାନ୍ ମୁଖ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ କରିବାକୁ ରାଜି ହୋଇଥିଲେ। ଓଡ଼ିଶା ପ୍ରଜା ମଣ୍ଡଳ ଆନ୍ଦୋଳନର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇଥିଲେ, ସାରଙ୍ଗଧର ଦାସ ,ବୈଷ୍ଣବ ଚରଣ ପଟ୍ଟନାଏକ, ପବିତ୍ରମୋହନ ପ୍ରଧାନ, ନବକୃଷ୍ଣ ଚୌଧୁରୀ, କୈଳାଶ ଚନ୍ଦ୍ର ମହାନ୍ତି ।
ବୁରୋସୁମାବ, ବେପାର ନାମ କ୍ରିସୋଭିଟା, ଏକ ଔଷଧ ଯାହା ଏକ୍ସ-ଲିଙ୍କ ହାଇପୋଫସଫାଟେମିଆ ଓ ଅର୍ବୁଦ-ପ୍ରେରିତ ଓଷ୍ଟିଓମାଲାସିଆ ରୋଗର ଚିକିତ୍ସାରେ ଦିଆଯାଏ । ଏହା ୫ ମାସରୁ ଅଧିକ ବୟସ୍କମାନଙ୍କରେ ବ୍ୟବହୃତ ହୋଇପାରେ । ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା, କାଶ, ମୁଣ୍ଡବିନ୍ଧା, ଅସ୍ଥିର ଗୋଡ଼ ସିଣ୍ଡ୍ରୋମ, କାଭିଟି ଏବଂ ଦାନ୍ତର ଆବସେସ୍ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଉଚ୍ଚ ଫସଫେଟ୍ ଏବଂ ନେଫ୍ରୋକାଲସିନୋସିସ୍ ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଟିନ୍ ଏଫଜିଏଫ୨୩କୁ ବାନ୍ଧେ ଓ ଅବରୋଧ କରେ ଏବଂ ବୃକ୍‌କ‌କୁ ଫସଫେଟର ପୁନଃ ଅବଶୋଷଣ କରିବାକୁ ଅନୁମତି ଦିଏ । ଏହା ୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହାର ୩୦ ମିଗ୍ରାର ମୂଲ୍ୟ ୨୦୨୨ରେ ୧୨୨୦୦ ଦଲାର ଥିଲା ।
ବୁବୋନିକ୍ ପ୍ଲେଗ୍ ରୋଗ ଏକ ପ୍ରକାର ଜୀବାଣୁ ସଂକ୍ରମଣ ଯାହା ୟେର୍‌ସିନିଆ ପେସ୍ଟିସ୍ ଜୀବାଣୁ ଯୋଗୁ ହେଉଥିବା ତିନି ପ୍ରକାର ସଂକ୍ରମଣ ମଧ୍ୟରୁ ଗୋଟିଏ । ଏହି ଜୀବାଣୁ ସଂସ୍ପର୍ଶରେ ଆସିବାର ୩ରୁ ୭ ଦିନ ପରେ ଫ୍ଲୁ ରୋଗ ଲକ୍ଷଣ ଭଳି ଲକ୍ଷଣ ପ୍ରକାଶ ପାଏ । ଏଥିରେ ଜ୍ୱର, ମୁଣ୍ଡବଥା ଓ ବାନ୍ତି ହୁଏ । ଚର୍ମର ଯେଉଁ ସ୍ଥାନରେ ଜୀବାଣୁ ପ୍ରବେଶ କରିଥାଆନ୍ତି ସେହି ସ୍ଥାନର ପାଖାପାଖି ସ୍ଥାନରେ ଥିବା ଲସିକା ଗ୍ରନ୍ଥି ଫୁଲିଯାଇ ଯନ୍ତ୍ରଣା ହୁଏ । ବେଳେବେଳେ ଏହି ଫୁଲିଥିବା ଲସିକା ଗ୍ରନ୍ଥି ଫାଟି ମେଲା ହୋଇଯାଏ । ସଂକ୍ରମଣ ପଥ ଅନୁସାରେ ତିନି ପ୍ରକାର ପ୍ଲେଗ୍ ହୁଏ ଯଥା:- ବୁବୋନିକ୍ ପ୍ଲେଗ୍, ସେପ୍ଟିସେମିକ ପ୍ଲେଗ୍ ଓ ନିମୋନିକ ପ୍ଲେଗ୍ । ବୁବୋନିକ୍ ପ୍ଲେଗ୍ ମୁଖ୍ୟତଃ ସଂକ୍ରମିତ ଫ୍ଲି (ରକ୍ତଶୋଷି କୀଟ)ଦ୍ୱାରା ବିସ୍ତର ଲାଭ କରେ ଓ ଏହା ଛୋଟ ପ୍ରାଣୀ ମଧ୍ୟମରେ ସାଧିତ ହୁଏ । ପ୍ଲେଗ୍‌ ରୋଗଦ୍ୱାରା ମୃତ ପ୍ରାଣୀଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ହୁଏ । ଫ୍ଲି କାମୁଡ଼ା ସ୍ଥାନରେ ଦେହ ମଧ୍ୟକୁ ଜୀବାଣୁ ପ୍ରବେଶ କରି ଲସିକାରେ ପ୍ରବାହିତ ହୋଇ ଲସିକା ଗ୍ରନ୍ଥିରେ ପ୍ରବେଶ କରେ ଓ ଏହାଦ୍ୱାରା ଗ୍ରନ୍ଥି ଫୁଲିଯାଏ ଓ ବୁବୋନିକ୍ ପ୍ଲେଗ୍ ହୁଏ । ରକ୍ତ, ଖଙ୍କାର ଓ ଲସିକା ଗ୍ରନ୍ଥିରୁ ତରଳ ପଦାର୍ଥ ନେଇ ପରୀକ୍ଷା କରାଯାଏ ଓ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ । ସାର୍ବଜନୀନ ସ୍ୱାସ୍ଥ୍ୟ ଉପାୟରେ ପ୍ଲେଗ୍ ପ୍ରବଣ ଇଲାକାରେ ମୃତ ପ୍ରାଣୀଙ୍କୁ ସାଧାରଣ ଲୋକ ନ ଧରିଲେ ଏହି ରୋଗ ପ୍ରତିରୋଧ ହୋଇପାରିବ । ପ୍ଲେଗ୍ ନିମନ୍ତେ ଟିକା ଉପାଦେୟ ନ ଥିବା ଜଣାଯାଏ । ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ ବା ଡକ୍ସିସାଇକ୍ଲିନ ଭଳି କେତେକ ଆଣ୍ଟବାୟୋଟିକ୍ ଅତି ଫଳପ୍ରଦ ହୁଅନ୍ତି । ଚିକିତ୍ସିତ ନ ହେଲେ ୩୦ %ରୁ ୯୦ % ଲୋକ ମୃତ୍ୟୁ ବରଣ କରନ୍ତି । ମୃତ୍ୟୁ ହେଲେ ସାଧାରଣତଃ ୧୦ ଦିନ ଭିତରେ ହୁଏ । ଚିକିତ୍ସା ସତ୍ତ୍ୱେ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ । ସନ ୨୦୧୩ରେ ୭୫୦ ରୋଗୀ ମଧ୍ୟରୁ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲେ । ଏହି ରୋଗ ଦକ୍ଷିଣ ଆଫ୍ରକାରେ ଅତି ସାଧାରଣ । ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ରୋଗ କଳା ମୃତ୍ୟୁ ନାମରେ ପରିଚିତ ଥିଲା ଯାହା ଏସିଆ, ୟୁରୋପ ଓ ଆଫ୍ରିକାରେ ୫୦ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ଥିଲା । କର୍ମଜୀବି ଲୋକଙ୍କ ମୃତ୍ୟୁ ଫଳରେ ସେତେବେଳେ ଶ୍ରମିକ ଅଭାବ ଯୋଗୁ ସେମାନଙ୍କର ମଜୂରି ବ‌ହୁତ ବଢ଼ିଯାଇଥିଲା । ଐତିହାସିକମାନଙ୍କ ମତରେ ଏହା ୟୁରୋପରେ ଏକ ଅର୍ଥନୈତିକ ବିକାଶରେ ଏକ ମୋଡ଼ ଆଣିଥିଲା । ବୁବୋନିକ୍ ପ୍ଲେଗ୍ ଶବ୍ଦଟି ଏକ ଗ୍ରୀସ ଭାଷାର ଶବ୍ଦ ଯାହାର ଅର୍ଥ ଉରୁମୂଳ ।
ବିକ୍ରମଖୋଲ, ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାକ-ଐତିହାସିକ ପୁରାତତ୍ତ୍ୱ ସ୍ଥଳ । ଏହା ବେଲପାହାଡ଼ ସହରଠାରୁ ତିନି କିଲୋମିଟର ଦୂର ବଞ୍ଜାରୀ ଗ୍ରାମରେ ଅବସ୍ଥିତ । ଏଠାରେ ପ୍ରାଚୀନ ବ୍ରାହ୍ମୀଲିପି ଖୋଦିତ ପ୍ରସ୍ତର ଗୁମ୍ଫା ଦେଖିବାକୁ ମିଳେ । ଏଠାକାର ପ୍ରାକ-ଐତିହାସିକ ଶିଳାଲେଖକୁ ଖୃଷ୍ଟପୂର୍ବ ୩୦୦୦ ମସିହାର ବୋଲି ପ୍ରତ୍ନତତ୍ତ୍ୱବିଦ ମାନଙ୍କଦ୍ୱାରା ଚିହ୍ନଟ ହୋଇଛି । ଶିଳାଲେଖ ବିକ୍ରମଖୋଲସ୍ଥିତ ପ୍ରସ୍ତର ଆସ୍ଥାନ ଯେଉଁ ସ୍ଥାନରେ ଶିଳାଲେଖ ଅବିଷ୍କୃତ ହୋଇଥିଲା ତାହା ଖ୍ରୀଷ୍ଟ ପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୪୦୦୦ ମସିହା ସମୟର । ୧୯୩୫ ମସିହାରେ ଡକ୍ଟର କେ. ପି ଜୟସ୍ୱାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ । । ଖୋଦିତ ଶିଳାଲେଖ ଗୁଡ଼ିକୁ ୧୯୫୫ ମସିହାରେ ତର୍ଜମା କରାଯାଇଥିଲା । ଲିପି ଖୋଦିତ ପଥରଟିର ଦୈର୍ଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର । ଏହି ଲେଖା ଗୁଡ଼ିକର ସମ୍ପୂର୍ଣ୍ଣ ବିଶ୍ଳେଷଣ ବର୍ତ୍ତମାନ ଯାଏ କରାଯାଇନି । କିଛି ଇତିହାସବିଦ ଏହାକୁ ମହେଞ୍ଜୋଦାରୋ ସମୟର ବୋଲି କହିଥାନ୍ତି । ଦେଖାଯାଇଥାଏ ଯେ କିଛି ଖୋଦନ ପ୍ରଥମେ ଚିତ୍ରିତ ହେଇ ପରେ ଖୋଦନ କରାଯାଇଥିଲା । ଏହି ଲିପିର ଏକ ନକଲ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ରଖା ଯାଇଛି । ପ୍ରାଚୀନ ମହେଞ୍ଜୋଦାରୋ ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାଦୃଶ୍ୟ ଥିବା ପ୍ରତ୍ନତାତ୍ୱିକ ଖନନ ଓ ଗବେଷଣାରୁ ଜଣାଯାଏ । ଲିପି ବ୍ୟତିତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ । ସ୍ୱାମୀ ଜ୍ଞାନନନ୍ଦ ନାମକ ସାଧୁ ଖୋଦିତ ଲିପି ଆବିଷ୍କାର କରିଥିଲେ । ଅବହେଳା ଐତିହାସିକମାନେ ମର୍ମାହତ ହେଇ କହିଥାନ୍ତି ଯେ ଏହି ବିରଳ ଲିପିରେ ଲିଖିତ ସିଲାଲେଖାକୁ ଚରମ ଅବହେଳା କରାଯାଉଥିବାରୁ ତାହା କ୍ରମଶଃ ନଷ୍ଟ ହେବାକୁ ଯାଉଛି । ନିକଟସ୍ଥ ପର୍ବତଞ୍ଚଳରେ କୋଇଲାଖଣି ସମୂହ ରହିଛି ଓ ବିନହୀନନା ଶିଳ୍ପ ଗଢ଼ି ଉଠିଛି । ଫଳରେ ପରିବେଶିକ ଅବସ୍ଥା ଏହି ଖୋଲା ଜଙ୍ଗଲ ସ୍ଥାନରେ ଥିବା ପ୍ରାକ- ଐତିହାସିକ ସ୍ଥଳ ରେ ବହୁ ପ୍ରଭାବ ପକାଉଛି । ଏହା ନିରାପତ୍ତା ବିହୀନ ଭାବରେ ଅରଣ୍ୟରେ ରହିଛି । ବିଭିନ୍ନ ସମୟରେ କିଛି ବ୍ୟକ୍ତି ଏଠାକୁ ଅବାଧ ଭାବରେ ଆସି ସିଲାଲେଖକୁ ନଷ୍ଟ ମଧ୍ୟ କରୁଥିବାର ଦେଖାଯାଏ । ଏହି ଅଞ୍ଚଳ ସରକାରଙ୍କ ସଂରକ୍ଷିତ ଜଙ୍ଗଲରେ ରହିଥିଲେ ମଧ୍ୟ ଅଞ୍ଚଳର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ।
ମୁକ୍ତା ଝୋଡ଼ିଆ ଜଣେ ଭାରତୀୟ-ଆଦିବାସୀ ଅଧିକାର କର୍ମୀ । ସେ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ କାଶିପୁରଠାରେ ସକ୍ରିୟ ଭାବେ କାର୍ଯ୍ୟ କରନ୍ତି । ସେ ସେଠାରେ ଆଦିବାସୀମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଆସିଛନ୍ତି । ପାଖାପାଖି ୨୫,୦୦୦ ଆଦିବାସୀଙ୍କ ଜୀବନକୁ ପ୍ରଭାବିତ କରି ଓ ସେମାନଙ୍କର ୭୫% ଚାଷଜମିରୁ ସେମାନଙ୍କୁ ବିତାଡ଼ିତ କରି ତଥା ସେମାନଙ୍କୁ ବିସ୍ଥାପିତ କରିବାକୁ ଯାଉଥିବା କାଶିପୁରସ୍ଥିତ ହିଣ୍ଡାଲକୋ ବକ୍ସାଇଟ ଖଣି ବିକାଶ ବିରୋଧରେ ୨୦୦୦ ମସିହାରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କର ଜୀବନବ୍ୟାପୀ ଆନ୍ଦୋଳନ ନିମନ୍ତେ ତାଙ୍କୁ ୨୦୦୭ ମସିହାରେ "ଚିଙ୍ଗାରୀ ଆୱାର୍ଡ଼ ଫର ଉଇମେନ ଏଗେନଷ୍ଟ କର୍ପୋରେଟ କ୍ରାଇମ" (ଅର୍ଥ: କର୍ପୋରେଟ୍ ଅପରାଧ ବିରୋଧରେ ମହିଳାମାନଙ୍କ ପାଇଁ ଚିଙ୍ଗାରୀ ପୁରସ୍କାର) ମିଳିଥିଲା । ଜୀବନୀ ମୁକ୍ତା ଝୋଡ଼ିଆ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ଶିତିଗୁଡ଼ା-ଗଉଡ଼ଗୁଡ଼ା ଗ୍ରାମରେ ଏକ ଝୋଡ଼ିଆ ପରଜା ପରିବାରରେ ଜନ୍ମଗ୍ରହଣ କରିଥିଲେ । ହିଣ୍ଡାଲକୋ ବକ୍ସାଇଟ ଖନନ ଓ କାରଖାନା ବିକାଶ ଯୋଗୁ କାଶିପୁର ଅଞ୍ଚଳର ପ୍ରାୟ ୬୦,୦୦୦ ଲୋକ ବିସ୍ଥାପିତ ହେବା ବିପଦର ସମ୍ମୁଖୀନ ହୋଇଥିଲେ । ଖଣି ଖନନ ହେତୁ ସେଠାକାର ଗ୍ରାମଗୁଡ଼ିକ ଏହି ଅଞ୍ଚଳରେ ୭୫ ପ୍ରତିଶତ ଚାଷଜମି ହରାଇଥାନ୍ତେ । ସେ ୧୯୯୫ ମସିହାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ନେତୃତ୍ୱ ନେଇ ଚକା ଜାମ, ଧାରଣା, ରାସ୍ତା ଅବରୋଧ ଆଦିର ଆୟୋଜନ କରିଆସିଛନ୍ତି । ତାଙ୍କ ନେତୃତ୍ତ୍ୱରେ ୨୦୦୦ ମସିହାରେ ମାଇକାଞ୍ଚଠାରେ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ସମୟରେ ପୋଲିସ ତିନି ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲା । ସେ ରାୟଗଡ଼ାର ଆଖପାଖ ଆଦିବାସୀ ଗ୍ରାମଗୁଡ଼ିକୁ ପ୍ରାୟତଃ ତାଙ୍କ ସ୍ୱାମୀ ବା ପୁଅଙ୍କ ସହ ଯାତ୍ରା କରି ଲୋକମାନଙ୍କୁ "ବିର୍ଲାର ଭିଟା ମାଟିକୁ ଶୋଷଣ କରିବାର ଯୋଜନା" ବାବଦରେ ସୂଚନା ଦେଉଆସୁଛନ୍ତି । ସେ ଶିଳ୍ପଦ୍ୱାରା ବିକାଶ ବଦଳରେ ଚେକଡ୍ୟାମଦ୍ୱାରା କୃଷିର ବିକାଶ, ଆଦିବାସୀ ପରମ୍ପରା, ସଂସ୍କୃତି ସହ ସମନ୍ୱୟ ରକ୍ଷା କରି ଶିକ୍ଷା ବ୍ୟବସ୍ଥା ଆଦି ପାଇଁ ଚେଷ୍ଟା କରିଆସୁଛନ୍ତି ।
ଥ୍ରେଡ଼ସ୍ ହେଉଛି ଏକ ଅନଲାଇନ୍ ସୋସିଆଲ୍ ମିଡ଼ିଆ ଏବଂ ସୋସିଆଲ୍ ନେଟୱାର୍କିଂ ସେବା କମ୍ପାନୀ । ଏହା ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ପ୍ଲାଟଫର୍ମର ଏକ ଅଶଂ ବିଶେଷ । ଏହି ଆପ୍‌ଟି ଛୋଟ ଛୋଟ ଲେଖା, ଫଟୋ ଏବଂ ଭିଡିଓ ଆଦି ସେୟାର୍ କରିବା ପାଇଁ ନିର୍ମାଣ କରାଯାଇଛି, ଯେଉଁଥିରେ ଟୁଇଟର ଭଳି ଲାଇକ୍, ରି-ଥ୍ରେଡ୍, କୋଟ୍, ରିପ୍ଲାଏ ଆଦି ସମାନ ଧରଣର ସୁବିଧା ଉପଲବ୍ଧ ଅଛି । ଏହି ଆପ୍ ଆଇଓଏସ୍ ଏବଂ ଆଣ୍ଡ୍ରଏଡ଼ରେ ଉପଲବ୍ଧ ଅଛି । ଏହି ଆପ୍‌ରେ ଇନ୍‌ଷ୍ଟାଗ୍ରାମ ଜରିଆରେ ଲଗ୍ଇନ୍ ବା ସାଇନ୍ଅପ୍ କରିହେବ । ତେଣୁ ସାଇନ୍ ଅପ୍ କରିବାକୁ ଉପଭୋକ୍ତାଙ୍କର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଥିବା ଆବଶ୍ୟକ ଏବଂ ସମାନ ବ୍ୟବହାରକାରୀ ନାମ ରହିବା ଆବଶ୍ୟକ । ଇଲନ ମସ୍କ ଟୁଇଟର କିଣିବା ପରେ ମେଟାର କର୍ମଚାରୀମାନେ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖା ପୋଷ୍ଟ କରିବା ପାଇଁ ଇନ୍‌ଷ୍ଟାଗ୍ରାମ ନୋଟସ୍ ନାମକ ଏକ ନୂଆ ଫିଚର୍ ଯୋଡ଼ିବାକୁ ଆଲୋଚନା କରିଥିଲେ । ଏହି ଫିଚର୍‌କୁ ଇନ୍‌ଷ୍ଟାଗ୍ରାମ୍ ସହିତ ଯୋଡ଼ିବା ପରିବର୍ତ୍ତେ ଏକ ନୂଆ ଆପ୍ କରିବାକୁ କିଛି କର୍ମଚାରୀମାନେ ମନ୍ତବ୍ୟ ରଖିଥିଲେ, ଯେଉଁ ଆଲୋଚନାରୁ ଥ୍ରେଡ଼ସ୍‌ର ଆରମ୍ଭ ହୋଇଥିଲା । ୨୦୨୩ ମସିହାର ଜାନୁଆରୀ ମାସରେ ଏହି ଆପ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏବଂ "ପ୍ରୋଜେକ୍ଟ ୯୨" ଭାବରେ ନାମିତ ହୋଇଥିଲା । ମାର୍ଚ୍ଚ ମାସରେ ଥ୍ରେଡ଼ସ୍ ବିଷୟରେ ସୂଚନା ପ୍ରକାଶ କରାଯାଇଥିଲା ଏବଂ ଜୁନ୍ ମାସରେ ଭକ୍ସ ମିଡ଼ିଆଦ୍ୱାରା ପରିଚାଳିତ ଦି ଭର୍ଜରେ ଏହା ଉପରେ ଏକ ବିବରଣୀ ପ୍ରକାଶିତ ହୋଇଥିଲା । ଜୁଲାଇ ମାସରେ ଏହି ଆପ୍ ବିଷୟରେ ସବିଶେଷ ତଥ୍ୟ ପ୍ରକାଶିତ ହେବା ପରେ ଜୁଲାଇ ୩ ତାରିଖରେ ଆପଲ୍ ଆପ୍ ଷ୍ଟୋର୍‌ରେ ଏହି ଆପ୍ ଉପଲବ୍ଧ ହେବା ସହିତ ୬ ତାରିଖରୁ ଡାଉନ୍‌ଲୋଡ଼ ତଥା ବ୍ୟବହାର କରିବା ପାଇଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଥିଲା । ଦୈନିକ ଦେଖୁଥିବା ଟୁଇଟ୍‌ର ସଂଖ୍ୟାରେ ଅଙ୍କୁଶ ଲାଗିବା ପରେ ଏହି ଆପ୍‌ଟି ସିଧାସଳଖ ଲୋକଙ୍କ ସାମ୍ନାକୁ ଆସିଥିଲା । ଏହି ଆପ୍‌ର ଏକ ୱେବ୍‌ସାଇଟ୍ ଏହାର ମୁକ୍ତିଲାଭ ତାରିଖ ଦର୍ଶାଇବା ସହିତ ଅପେକ୍ଷାର ସମୟକୁ ଦର୍ଶାଇ ଉପଲବ୍ଧ ହୋଇଥିଲା । ଜୁଲାଇ ୫ ତାରିଖର ସନ୍ଧ୍ୟା ୭ଟା ବେଳେ ଏହି ଅପେକ୍ଷା ସମୟ ବନ୍ଦ ହୋଇଗଲା ଏବଂ ଆପ୍‌ଟି ଉପଲବ୍ଧ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, କାନାଡ଼ା ଏବଂ ଜାପାନ ସମେତ ୧୦୦ଟି ଦେଶରେ ଜୁଲାଇ ୫ ତାରିଖରେ ଏହି ଆପ୍‌ଟି ଆନୁଷ୍ଠାନିକ ଭାବରେ ଉପଲବ୍ଧ ହୋଇଥିଲା । ଏହାର ଆରମ୍ଭ ହେବାର ଗୋଟିଏ ଦିନ ପରେ, ଏଥିରେ ୫ କୋଟିରୁ ଅଧିକ ଲୋକ ପଞ୍ଜୀକୃତ କରିଥିଲେ । ଜୁଲାଇ ୬ ସୁଦ୍ଧା ଏହି ଆପ୍‌ଟିକୁ ୩ କୋଟିରୁ ଅଧିକ ଲୋକ ଡାଉନ୍‌ଲୋଡ଼ କରିଥିଲେ, ଯାହାକି ଦୃତତମ ଡାଉନ୍‌ଲୋଡ଼ ହୋଇବା ଆପ୍ ଚାଟ୍ ଜିପିଟିର ରେକର୍ଡ଼ କାଟିଦେଇଥିଲେ । ବିବାଦ ଏହି ଆପ୍‌ଟି ଉପଲବ୍ଧ ହେବା ପରେ ଟୁଇଟର ଓକିଲମାନେ ମେଟା ପ୍ଲାଟଫର୍ମ ବିରୁଦ୍ଧରେ ମକୋଦ୍ଦମା ଆରମ୍ଭ କରିଥିଲେ । ମେଟା ଥ୍ରେଡ୍ ଆପଣ ନିର୍ମାଣ କରିବା ପାଇଁ ଟୁଇଟର୍‌ର ଆଭ୍ୟନ୍ତରୀଣ ବାଣିଜ୍ୟିକ ରହସ୍ୟ ବ୍ୟବହାର କରିଥିବା କଥା ଅଭିଯୋଗ କରିଥିଲେ । ବୈଶିଷ୍ଟ୍ୟ ଏହି ଆପ୍‌ଟିର ଗଠନ ଶୈଳୀ ପାଖାପାଖି ଟୁଇଟର ସହିତ ସମାନ, ଯାହାକି ରିଅଲ୍-ଟାଇମ୍ କଥୋପକଥନ ସହିତ ଲେଖା, ଫଟୋ ଓ ଭିଡିଓ ସେୟାର୍ କରିବା ପାଇଁ ସୁବିଧା ପ୍ରଦାନ କରୁଛି । ଏହି ସିଧାସଳଖ ଭାବରେ ଏହାର ମୂଳ ସଂସ୍ଥା ମେଟାର ଅନ୍ୟତମ ଆପ୍ ଇନ୍‌ଷ୍ଟାଗ୍ରାମ୍ ସହିତ ଜଡ଼ିତ । ଏହି ଆପ୍‌ର ପୋଷ୍ଟରେ ୫୦୦ଟି ଅକ୍ଷର ଏବଂ ୫ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରିବାର ସୁବିଧା ରହିଛି । ବ୍ୟବହାରକାରୀ ଖାତା ଏହି ଆପ୍‌ରେ ଯୋଡ଼ି ହେବାକୁ ହେଲା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଥିବା ଆବଶ୍ୟକ । ଥ୍ରେଡ଼ସ୍ ଏବଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟଗୁଡ଼ିକ ସମାନ ବ୍ୟବହାରକାରୀ ନାମ, ପ୍ରୋଫାଇଲ୍ ଫଟୋ ଏବଂ ନାମ ରହିବ । ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଏହି ତିନୋଟି ଜିନିଷକୁ ବଦଳାଇ ହେବ ଏବଂ କେବଳ ନିଜ ତଥ୍ୟ ଓ ଗୋଟିଏ ୱେବ୍‌ସାଇଟ୍ ଲିଙ୍କ୍ ଥ୍ରେଡ଼ରେ ଯୋଡ଼ିହେବ । ଇନ୍‌ଷ୍ଟାଗ୍ରାମରେ ଫଲୋ କରୁଥିବା ବ୍ୟବହାରକାରୀଙ୍କୁ ଥ୍ରେଡ଼ସ୍‌ରୁ ସିଧାସଳଖ ଫଲୋ କରିହେବ ଏବଂ ଉପଲବ୍ଧ ନଥିବା ନଥିବା ବ୍ୟବହାରକାରୀଙ୍କୁ ମଧ୍ୟ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଫଲୋ କରିହେବ, ଫଳରେ ସେମାନେ ଯୋଗ ଦେବା ପରେ ଆପେ ଆପେ ଥ୍ରେଡ଼ସ୍‌ରେ ଫଲୋ ହୋଇଯିବ । ଉପଲବ୍ଧତା ଅଧିକାଂଶ ସାମାଜିକ ନେଟୱାର୍କିଂ ସେବା ପରି ଏହାର ମଧ୍ୟ ଆପଲ‌ର ଆଇଓଏସ୍ ଏବଂ ଗୁଗୁଲର ଆଣ୍ଡ୍ରଏଡ୍ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ଅଛି । ଏହାର ୱେବ୍ ଆପ୍‌ଲିକେସନ୍ ଉପଲବ୍ଧ ନାହିଁ, କିନ୍ତୁ . /@ ଜରିଆରେ ପ୍ରୋଫାଇଲ୍ ଗୁଡ଼ିକ ଉପଲବ୍ଧ ହେଉଛି, ଯାହାକି ବ୍ୟବହାରକାରୀଙ୍କ ଇନ୍‌ଷ୍ଟାଗ୍ରାମ୍ ପ୍ରୋଫାଇଲ୍‌ରେ ମଧ୍ୟ ଦେଖାଉଛି । ଏହା ଡାଉନ୍‌ଲୋଡ଼ ପାଇଁ ଉପଲବ୍ଧ ହେବାର ଦୁଇ ଦିନ ଆଗରୁ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ହୋଇଥିଲା । ସରକାରୀ ନିୟମ ପାଇଁ ଅନ୍ୟ ଆପ୍ ଗୁଡ଼ିକ ଭଳି ଏହା ଇରାନରେ ଉପଲବ୍ଧ ହେଉନାହିଁ । ଏହା ଇଉରୋପୀୟ ସଂଘରେ ମଧ୍ୟ ଉପଲବ୍ଧ ହେଉନାହିଁ । ସମାଲୋଚନା ଏବଂ ଚିନ୍ତା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ସହିତ ସିଧାସଳଖ ଯୋଡ଼ି ହୋଇଥିବାରୁ ଏହାକୁ ଅନେକ ସମାଲୋଚନା କରୁଛନ୍ତି, କାରଣ ଥ୍ରେଡ଼ସ୍‌ରେ ଆକାଉଣ୍ଟ ଡିଲିଟ୍ କରିବାକୁ ହେଲେ ସିଧାସଳଖ ଡିଲିଟ୍ କରାଯାଇପାରିବ ନାହିଁ, ବରଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଡିଲିଟ୍ କରିବାକୁ ପଡ଼ିବ ।। ଇନ୍‌ଷ୍ଟାଗ୍ରାମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଡାମ ମୋସେରୀ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି ଯେ, ଇନ୍‌ଷ୍ଟାଗ୍ରାମ ବ୍ୟତୀତ ଥ୍ରେଡ଼ସ୍‌କୁ ଡିଲିଟ୍ କରିବାକୁ ସେମାନେ ଉପାୟ ଖୋଜୁଛନ୍ତି । ଥ୍ରେଡ଼ସ୍‌ର ବ୍ୟବହାରକାରୀମାନେ ମେଟାର ଟ୍ରାକିଂ ଏବଂ ପ୍ରୋଫାଇଲିଂକୁ ଅକ୍ଷମ କରିପାରିବେ ନାହିଁ । ଇଉରୋପୀୟାନ୍ ସଂଘର ଡିଜିଟାଲ୍ ମାର୍କେଟସ୍ ଆକ୍ଟ ପାଇଁ ଥ୍ରେଡ଼ସ୍ ସେଠାରେ ଉପଲବ୍ଧ ହୋଇପାରିନାହିଁ ।
ରାସମଞ୍ଜରୀ ଦେବୀ (ଜନ୍ମ: ୧୯ ନଭେମ୍ବର ୧୯୨୭) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ତିଗିରିଆର ରାଣୀ । ସେ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ରାସମଞ୍ଜରୀ ଦେବୀ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ । ଜନ୍ମ ଓ ପରିବାର ରାସମଞ୍ଜରୀ ଦେବୀ ୧୯୨୭ ମସିହାର ନଭେମ୍ବର ମାସ ୧୯ ତାରିଖ ଦିନ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଯଶୋବନ୍ତ ସିଂହଦେଓ । ସେ ରାଜା ବ୍ରଜରାଜ ମହାପାତ୍ରଙ୍କୁ ବିବାହ କରିଥିଲେ । ତାଙ୍କର ବିଭାଘର ରାଜାଙ୍କର ଡିପ୍ଲୋମା ଶେଷ ହେବାପରେ ୧୯୪୦ ମସିହାରେ ହୋଇଥିଲା । ଏହି ଦମ୍ପତ୍ତିଙ୍କର ତିନି ପୁଅ ଓ ତିନି ଝିଅ ଥିଲେ । ସେ ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଥିଲେ ତିଗିରିଆର ରାଣୀ ତଥା ରାଜମାତା । ରାସ ମଞ୍ଜରୀ ଥିଲେ ସୋନପୁରର ରାଜକୁମାରୀ । ରାଜନୈତିକ ଜୀବନ ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଭାରତ ସ୍ୱାଧୀନ ହେବାପରେ ମହିଳାମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବାପାଇଁ ଉତ୍ସାହିତ କରିଥିଲେ । ଫଳରେ ତାଙ୍କ ଭଉଣୀ ତଥା ଢେଙ୍କାନାଳର ରାଜମାତା ରତ୍ନପ୍ରଭା ଦେବୀ ଓ ତିଗିରିଆର ରାଜମାତା ରାସମଞ୍ଜରୀ ଦେବୀ ରାଜନୀତିରେ ଯୋଗ ଦେଇଥିଲେ । ରାସମଞ୍ଜରୀ ଦେବୀ ଓଡ଼ିଶା ରାଜନୀତିରେ ୧୯୬୭ ମସିହାରେ ଯୋଗ ଦେଇଥିଲେ । ସେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ ଏବଂ ତା 'ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୭୦ ମସିହାରେ ତିଗିରିଆ ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇ ୧୯୭୩ ମସିହାଯାଏଁ ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ । ରାସମଞ୍ଜରୀ ଦେବୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାର ଜୁନ ମାସ ୧୬ ତାରିଖରୁ ୧୯୮୦ ମସିହାର ଫେବୃଆରୀ ୧୭ ତାରିଖଯାଏଁ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୧.୦୭ ପ୍ରତିଶତ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରସାନନ୍ଦ ସାହୁ ସମୁଦାୟ ୫୮.୬୮ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରୁପେଶ କୁମାର ପାଣିଗ୍ରାହୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୬,୦୨୭ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ କୋଦୁରୁ ନାରାୟଣ ରାଓଙ୍କୁ ୩,୯୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଦୂଷଣ ହେଉଛି ପ୍ରାକୃତିକ ପରିବେଶରେ ପ୍ରଦୂଷକ ପଦାର୍ଥର ପରିଚୟ, ଯାହା ସ୍ୱାଭାବିକ ପ୍ରକୃତିରେ ପ୍ରତିକୂଳ ପରିବର୍ତ୍ତନ ଆଣିଥାଏ । ପ୍ରଦୂଷଣ ରାସାୟନିକ ପଦାର୍ଥ ବା ଶକ୍ତିର ରୂପ ନେଇପାରେ, ଯେପରିକି ଶବ୍ଦ, ଉତ୍ତାପ କିମ୍ବା ଆଲୋକ । ପ୍ରଦୂଷଣ, ପ୍ରଦୂଷଣର ଉପାଦାନ, ବିଦେଶୀ ପଦାର୍ଥ/ଶକ୍ତି କିମ୍ବା ପ୍ରାକୃତିକ ଭାବରେ ଘଟୁଥିବା ପ୍ରଦୂଷକ ହୋଇପାରେ । ପ୍ରଦୂଷଣ ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ଉତ୍ସ କିମ୍ବା ବହୁ ଉତ୍ସଜନିତ ପ୍ରଦୂଷଣ ଭାବରେ ଶ୍ରେଣୀଭୁକ୍ତ ହୋଇଥାଏ । ୨୦୧୫ରେ, ପ୍ରଦୂଷଣରେ ବିଶ୍ୱରେ ୯ ନିୟୁତ ଲୋକ ପ୍ରାଣ ହରାଇଥିଲେ। ପ୍ରଦୂଷଣର ମୁଖ୍ୟ ରୂପଗୁଡ଼ିକ ହେଲା: ବାୟୁ ପ୍ରଦୂଷଣ, ଆଲୋକ ପ୍ରଦୂଷଣ, ଆବର୍ଜନାର ଦୁରୁପବ୍ୟବହାର, ଶବ୍ଦ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ରେଡିଓଆକ୍ଟିଭ୍ ପ୍ରଦୂଷଣ, ତାପଜ ପ୍ରଦୂଷଣ, ଦୃଷ୍ଟି ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ । ଇତିହାସ ବାୟୁ ପ୍ରଦୂଷଣ ସର୍ବଦା ସଭ୍ୟତା ସହିତ ଆସିଥାଏ । ପ୍ରଦୂଷଣ ପ୍ରାଚୀନ କାଳରୁ ଆରମ୍ଭ ହୋଇଥିଲା, ଯେତେବେଳେ ମଣିଷ ପ୍ରଥମ ଅଗ୍ନି ସୃଷ୍ଟି କଲା । ସାଇନ୍ସ ପତ୍ରିକାରେ ୧୯୮୩ର ଏକ ଲେଖା ଅନୁଯାୟୀ , ପ୍ରାଚୀନ ଗୁମ୍ଫାର ଛାତରୁ ମିଳିଥିବା କଳା ଦାଗ କିମ୍ବା ସୁଟ୍ ଉଚ୍ଚ ପ୍ରଦୂଷଣର ଯଥେଷ୍ଟ ପ୍ରମାଣ ଦେଇଥାଏ ଯାହା ଖୋଲା ଅଗ୍ନିକାଣ୍ଡର ଅପର୍ଯ୍ୟାପ୍ତ ବାୟୁ ଚଳାଚଳ (ଭେଣ୍ଟିଲେସନ୍) ସହିତ ଜଡ଼ିତ ଥିଲା । " ଧାତୁକୁ ଆକାର ଦେବା ଘର ବାହାରେ ଗୁରୁତ୍ୱପୂର୍ଣ୍ଣ ବିମାନ ପ୍ରଦୂଷଣ ସ୍ତର ସୃଷ୍ଟିର ଏକ ପ୍ରମୁଖ କାରଣ ବୋଲି ଦେଖାଯାଇଥିଲା। ଗ୍ରୀନଲ୍ୟାଣ୍ଡରେ ଥିବା ଗ୍ଲେସିୟର ମୂଳ ନମୁନା ଗ୍ରୀକ୍, ରୋମାନ୍ ଏବଂ ଚାଇନାର ଧାତୁ ଉତ୍ପାଦନ ସହିତ ଜଡ଼ିତ ପ୍ରଦୂଷଣର ବୃଦ୍ଧି ସୂଚାଇଥାଏ । ପ୍ରଦୂଷଣର ରୂପ ପ୍ରଦୂଷଣର ମୁଖ୍ୟ ରୂପଗୁଡ଼ିକ ପ୍ରତ୍ୟେକଙ୍କ ପାଇଁ ପ୍ରଯୁଜ୍ୟ ନିର୍ଦ୍ଦିଷ୍ଟ ପ୍ରଦୂଷକ ସହିତ ନିମ୍ନରେ ତାଲିକାଭୁକ୍ତ: ବାୟୁ ପ୍ରଦୂଷଣ: ବାୟୁମଣ୍ଡଳରେ ରାସାୟନିକ ପଦାର୍ଥ ଏବଂ କଣିକା ନିର୍ଗତ ଯୋଗୁଁ ହୋଇଥାଏ । ସାଧାରଣ ଗ୍ୟାସୀୟ ପ୍ରଦୂଷଣରେ କାର୍ବନ ମନୋକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍, କ୍ଲୋରୋଫ୍ଲୋରୋକାର୍ବନ୍ (ସିଏଫସି) ଏବଂ ଶିଳ୍ପ ଏବଂ ମୋଟର ଯାନଦ୍ୱାରା ଉତ୍ପାଦିତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଅନ୍ତର୍ଭୁକ୍ତ । ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ହାଇଡ୍ରୋକାର୍ବନ୍ ସୂର୍ଯ୍ୟ କିରଣରେ ପ୍ରତିକ୍ରିୟାଶୀଳ ହୋଇଥିବାରୁ ଫୋଟୋକେମିକାଲ୍ ଓଜୋନ୍ ଏବଂ ଧୂଆଁ ସୃଷ୍ଟି ହୁଏ । ନିର୍ଦ୍ଦିଷ୍ଟ ପଦାର୍ଥ, କିମ୍ବା ସୂକ୍ଷ୍ମ ଧୂଳି, ସେମାନଙ୍କର ମାଇକ୍ରୋମିଟର ଆକାର 10ରୁ 2.5ଦ୍ୱାରା ବର୍ଣ୍ଣିତ । ବୈଦ୍ୟୁତିକ ଚୁମ୍ବକୀୟ ପ୍ରଦୂଷଣ: ରେଡିଓ ତରଙ୍ଗ ଇତ୍ୟାଦି ଇଲେକ୍ଟ୍ରୋ-ଚୁମ୍ବକୀୟ ବିକିରଣର ଅତ୍ୟଧିକତା, ଯାହା ରେଡିଓ ତରଙ୍ଗ ଇତ୍ୟାଦିରେ ଲୋକମାନେ କ୍ରମାଗତ ଭାବରେ ପ୍ରକାଶ ପାଇଥାନ୍ତି । ଯଦିଓ ସେହି ପ୍ରକାରର ବିକିରଣର ମାନବ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଆଲୋକ ପ୍ରଦୂଷଣ : ଅଯଥା ଆଲୁଅ, ଅତ୍ୟଧିକ ଆଲୋକ ଏବଂ ଜ୍ୟୋର୍ତିମଣ୍ଡଳ ଦୁନିଆରେ ହସ୍ତକ୍ଷେପ ଅନ୍ତର୍ଭୁକ୍ତ କରେ । ଆବର୍ଜନାର ଦୁରୁପବ୍ୟବହାର: ଅନୁପଯୁକ୍ତ ମାନବ ନିର୍ମିତ ବସ୍ତୁକୁ, ସର୍ବସାଧାରଣ ଏବଂ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଆଜେବାଜେ କରି ଫୋପାଡ଼ିବା । ଶବ୍ଦ ପ୍ରଦୂଷଣ : ଯାହା ସଡ଼କ ପଥ ଶବ୍ଦ, ବିମାନ ଶବ୍ଦ, ଶିଳ୍ପ ଶବ୍ଦ ଏବଂ ଉଚ୍ଚ-ତୀବ୍ରତାଯୁକ୍ତ ସୋନାରକୁ ଅନ୍ତର୍ଭୁକ୍ତ କରେ । ପ୍ଲାଷ୍ଟିକ୍ ପ୍ରଦୂଷଣ : ପରିବେଶରେ ପ୍ଲାଷ୍ଟିକ୍ ଉତ୍ପାଦ ଏବଂ ଛୋଟ ଛୋଟ ପ୍ଲାଷ୍ଟିକ ଟୁକୁଡ଼ା ଜମା ହେବା ସହିତ ବନ୍ୟଜନ୍ତୁ, ବନ୍ୟଜନ୍ତୁ ବାସସ୍ଥାନ କିମ୍ବା ମଣିଷ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ମୃତ୍ତିକା ପ୍ରଦୂଷଣ ହୁଏ ଯେତେବେଳେ ରାସାୟନିକ ପଦାର୍ଥ ଛିଞ୍ଚିବା କିମ୍ବା ଭୂତଳ ଲିକେଜ୍ଦ୍ୱାରା ମୁକ୍ତ ହୁଏ । ମୃତ୍ତିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଦୂଷକ ମଧ୍ୟରେ ହାଇଡ୍ରୋକାର୍ବନ୍, ଭାରୀ ଧାତୁ, (ଟର୍ଟ ବ୍ୟୁଟାଇଲ ମିଥାଇଲ ଇଥର), କୀଟନାଶକ ଏବଂ କ୍ଲୋରାଇଟେଡ୍ ହାଇଡ୍ରୋକାର୍ବନ୍ ଅଛି । ପରମାଣୁ ପଦାର୍ଥ ବିଜ୍ଞାନରେ ବିଂଶ ଶତାବ୍ଦୀର କାର୍ଯ୍ୟକଳାପରୁ ରେଡିଓଆକ୍ଟିଭ୍ ପ୍ରଦୂଷଣ, ଯେପରିକି ଆଣବିକ ଶକ୍ତି ଉତ୍ପାଦନ ଏବଂ ଆଣବିକ ଅସ୍ତ୍ର ଅନୁସନ୍ଧାନ, ଉତ୍ପାଦନ ଏବଂ ନିୟୋଜନ । ତାପଜ ପ୍ରଦୂଷଣ, ପ୍ରାକୃତିକ ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରାକୃତିକ ଜଳ ଶରୀରରେ ତାପମାତ୍ରା ପରିବର୍ତ୍ତନ, ଯେପରିକି ବିଦ୍ୟୁତ୍ କେନ୍ଦ୍ରରେ ଜଳକୁ କୁଲାଣ୍ଟ ଭାବରେ ବ୍ୟବହାର କରିବା । ଦୃଷ୍ଟି ପ୍ରଦୂଷଣ, ଯାହା ଓଭରହେଡ୍ ପାୱାର୍ ଲାଇନ୍, ମୋଟରୱେ ବିଲବୋର୍ଡ, ଛିନ୍ନ ବିଛିନ୍ନ ଲ୍ୟାଣ୍ଡଫର୍ମ ( ଷ୍ଟ୍ରିପ୍ ଖଣି ଖନନ ), ଆବର୍ଜନା ଖୋଲା ସଂରକ୍ଷଣ, ମ୍ୟୁନିସିପାଲିଟି କଠିନ ବର୍ଜ୍ୟବସ୍ତୁ କିମ୍ବା ଶୁନ୍ୟ (ସ୍ପେସ୍) ଆବର୍ଜନାକୁ ଦର୍ଶାଇପାରେ । ଜଳ ପ୍ରଦୂଷଣ, କ୍ଷରଣକାରୀଦ୍ୱାରା ଆବର୍ଜନା ଜଳ ବ୍ୟବସାୟିକ ଏବଂରୁ ଶିଳ୍ପ ଶୂନ୍ଯ (ଜାଣିଶୁଣି କିମ୍ବା ଢାଳିହୋଇଯାଇ) ଭିତରକୁ ପୃଷ୍ଠ ଜଳ ; ବିଶୋଧିତ ଘରୋଇ ଜଳ ନିଷ୍କାସନ, ଏବଂ ରାସାୟନିକ ପ୍ରଦୂଷକ ଯେପରିକି କ୍ଲୋରାଇନ୍, ବିଶୋଧିତ ସ୍ୱେରେଜ୍ ରୁ; ଛାଡ଼ି ଶୂନ୍ଯ ଏବଂ ଭିତରକୁ କଣ୍ଟେନମେଣ୍ଟ ପୃଷ୍ଠ ବାହିତ ପୃଷ୍ଠ ଜଳ ପ୍ରବାହିତ (ଅନ୍ତର୍ଭୁକ୍ତ ସହରାଞ୍ଚଳ ବାହିତ ଏବଂ କୃଷି ବାହିତ, ଯାହା ରାସାୟନିକ ଧାରଣ କରିପାରେ ସାର ଏବଂ କୀଟନାଶକ ମଧ୍ଯ ଅନ୍ତର୍ଭୁକ୍ତ ମଣିଷର ଖୋଲା ଶୌଚରୁ - ତଥାପି ଅନେକରେ ଏକ ପ୍ରମୁଖ ସମସ୍ୟା ବିକାଶଶୀଳ ଦେଶମାନଙ୍କରେ); ବର୍ଜ୍ୟବସ୍ତୁ ନିଷ୍କାସନରୁ ଭୂତଳ ଜଳ ପ୍ରଦୂଷଣ ଏବଂ ଭୂମିରେ ପ୍ରବେଶ କରିବା, ପିଟ୍ ଲାଟ୍ରିନ ଏବଂ ସେପ୍ଟିକ୍ ଟ୍ୟାଙ୍କରୁ ; ଇଉଟ୍ରୋଫିକେସନ୍ ଏବଂ ଆବର୍ଜନା ଦୁଃବ୍ୟବହାର । ପ୍ରଦୂଷକ ପ୍ରଦୂଷକ ହେଉଛି ଏକ ଆବର୍ଜନା ପଦାର୍ଥ ଯାହା ବାୟୁ, ଜଳ କିମ୍ବା ମାଟିକୁ ପ୍ରଦୂଷିତ କରେ । ତିନୋଟି କାରଣ ପ୍ରଦୂଷଣର ଗମ୍ଭୀରତା ନିର୍ଣ୍ଣୟ କରେ: ଏହାର ରାସାୟନିକ ପ୍ରକୃତି, ଏକାଗ୍ରତା, ପ୍ରଭାବିତ ଅଞ୍ଚଳ ଏବଂ ସ୍ଥିରତା । ପ୍ରଦୂଷଣର ମୂଲ୍ୟ ପ୍ରଦୂଷଣର ମୂଲ୍ୟ ଅଛି । ବାୟୁ ପ୍ରଦୂଷଣର ଉତ୍ପାଦନ କାର୍ଯ୍ୟକଳାପ ସମଗ୍ର ସମାଜ ଉପରେ ସ୍ୱାସ୍ଥ୍ୟ ଏବଂ ପରିଷ୍କାର ଖର୍ଚ୍ଚ ବହନ କରେ, ଯେତେବେଳେ କି ଜଣେ ବ୍ୟକ୍ତିଙ୍କର ପଡ଼ୋଶୀ ଯିଏ ନିଜ ଘରେ ଅଗ୍ନି-ପ୍ରମାଣ କରିବାକୁ ପସନ୍ଦ କରନ୍ତି, ସେମାନେ ନିଜ ଘରେ ନିଆଁ ବ୍ୟାପିବାର ଆଶଙ୍କା କମାଇ ପାରନ୍ତି । ବାୟୁ ପ୍ରଦୂଷଣ ସୃଷ୍ଟି କରୁଥିବା ଏକ ଉତ୍ପାଦନ କାର୍ଯ୍ୟକଳାପ ଉତ୍ପାଦନରେ ଏକ ନକାରାତ୍ମକ ବାହ୍ୟତାର ଏକ ଉଦାହରଣ । ଉତ୍ପାଦନରେ ଏକ ନକାରାତ୍ମକ ବାହ୍ୟତା ଘଟେ ଯେତେବେଳେ ଏକ ଫାର୍ମର ଉତ୍ପାଦନ ଅନ୍ୟମାନଙ୍କ କଲ୍ୟାଣକୁ ହ୍ରାସ କରେ ଯେଉଁମାନେ ଫାର୍ମଦ୍ୱାରା କ୍ଷତିପୂରଣ ପାଇନାହାଁନ୍ତି । ଉଦାହରଣ ସ୍ୱରୂପ, ଯଦି ଏକ ପ୍ରଦୂଷଣକାରୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ନିକଟରେ ଏକ ଲଣ୍ଡ୍ରି ଫାର୍ମ ବିଦ୍ୟମାନ ଥାଏ, ତେବେ ଇସ୍ପାତ ଉତ୍ପାଦନକାରୀ ସଂସ୍ଥାଦ୍ୱାରା ଉତ୍ପାଦିତ ମଇଳା ଏବଂ ଧୂଆଁ ଯୋଗୁଁ ଲଣ୍ଡ୍ରି ଫାର୍ମ ପାଇଁ ଖର୍ଚ୍ଚ ବୃଦ୍ଧି ହେବ । ଯଦି ବାହ୍ୟ ଖର୍ଚ୍ଚ ବିଦ୍ୟମାନ ଅଛି, ଯେପରିକି ପ୍ରଦୂଷଣଦ୍ୱାରା ସୃଷ୍ଟି ହୋଇଛି, ଉତ୍ପାଦକ ଉତ୍ପାଦନ ଅପେକ୍ଷା ଅଧିକ ଉତ୍ପାଦ ଉତ୍ପାଦନ କରିବାକୁ ବାଛିବେ ଯଦି ଉତ୍ପାଦକ ସମସ୍ତ ପରିବେଶ ଖର୍ଚ୍ଚ ଦେବାକୁ ପଡିବ । କାରଣ ସ୍ୱ-ନିର୍ଦ୍ଦେଶିତ କାର୍ଯ୍ୟ ପାଇଁ ଦାୟିତ୍ କିମ୍ବା ପରିଣାମ ଆଂଶିକ ଆତ୍ମର ବାହାରେ ରହିଥାଏ, ବାହ୍ୟକରଣର ଏକ ଉପାଦାନ ଜଡ଼ିତ । ଯଦି ସେଠାରେ ବାହ୍ୟ ଲାଭ ଅଛି, ଯେପରିକି ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ, ଉତ୍ପାଦକ ଅନ୍ୟମାନଙ୍କୁ ବାହ୍ୟ ଲାଭ ପାଇଁ ଦେୟ ଗ୍ରହଣ କରିବା ପରି କମ୍ ଭଲ ଉତ୍ପାଦନ ହୋଇପାରେ । ଅବଶ୍ୟ, ଦ୍ରବ୍ୟ ଏବଂ ସେବା ଯାହା ଉତ୍ପାଦନରେ ନକାରାତ୍ମକ ବାହ୍ୟତାକୁ ଅନ୍ତର୍ଭୁକ୍ତ କରେ, ଯେପରିକି ପ୍ରଦୂଷଣ ଉତ୍ପାଦନ କରେ, ବଜାରରେ ଅଧିକ ମୂଲ୍ୟ ଦିଆଯାଉ ନ ଥିବାରୁ ଅଧିକ ଉତ୍ପାଦିତ ଏବଂ ମୂଲ୍ୟହୀନ ହୋଇଯାଏ । ପ୍ରଦୂଷଣ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ପ୍ରଦୂଷଣ ମଧ୍ୟ ଖର୍ଚ୍ଚ କରିପାରେ । ବେଳେବେଳେ ଫାର୍ମଗୁଡିକ ଉତ୍ପାଦନ କରୁଥିବା ପ୍ରଦୂଷଣର ପରିମାଣକୁ ହ୍ରାସ କରିବାକୁ ନିୟମଦ୍ୱାରା ବାଧ୍ୟ ହୁଅନ୍ତି । ଏହା କରିବା ସହିତ ଜଡ଼ିତ ଖର୍ଚ୍ଚକୁ ଅବ୍ୟାଟେମେଣ୍ଟ ଖର୍ଚ୍ଚ କୁହାଯାଏ, କିମ୍ବା ଯଦି ପ୍ରତ୍ୟେକ ଅତିରିକ୍ତ ୟୁନିଟ୍ଦ୍ୱାରା ମାପ କରାଯାଏ ତେବେ ମାର୍ଜିନାଲ ଅବ୍ୟାଟେମେଣ୍ଟ ଖର୍ଚ୍ଚ କୁହାଯାଏ । ୨୦୦୫ରେ ପ୍ରଦୂଷଣ ହ୍ରାସ ପୁଞ୍ଜି ଖର୍ଚ୍ଚ ଏବଂ ଆମେରିକାରେ ଅପରେଟିଂ ଖର୍ଚ୍ଚ ପ୍ରାୟ 27 ବିଲିୟନ ଡ଼ଲାର୍ ଥିଲା । ପ୍ରଭାବ ପ୍ରତିକୂଳ ବାୟୁ ଗୁଣ ମଣିଷ ସମେତ ଅନେକ ଜୀବକୁ ମାରିପାରେ । ଓଜୋନ ପ୍ରଦୂଷଣ କରାଇବାର ଶ୍ୱାସ ରୋଗ, ହୃଦରକ୍ତନାଳୀ ରୋଗ, ଗଳା ପ୍ରଦାହ, ଛାତି ଯନ୍ତ୍ରଣା, ଏବଂ ଜନଗହଳି । ମୁଖ୍ୟତଃ ବିକାଶଶୀଳ ଦେଶମାନଙ୍କରେ ବିଶୋଧିତ ଜଳ ନିଷ୍କାସନଦ୍ୱାରା ପାନୀୟ ଜଳର ଦୂଷିତ ହେତୁ, ଜଳ ପ୍ରଦୂଷଣ ଦିନକୁ ପ୍ରାୟ ୧୪,୦୦୦ ମୃତ୍ୟୁ ଘଟାଇଥାଏ । ଆନୁମାନିକ ୫୦୦ ନିୟୁତ ଭାରତୀୟଙ୍କର ଉପଯୁକ୍ତ ଶୌଚାଳୟର ସୁବିଧା ନାହିଁ, ୨୦୧୩ରେ ଭାରତରେ ଦଶ ଲକ୍ଷରୁ ଅଧିକ ଲୋକ ଜଳ ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଏବଂ ୧,୫୩୫ ଜଣଙ୍କର ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ। ପାଖାପାଖି ୫୦୦ ନିୟୁତ ଚାଇନାର ସୁରକ୍ଷିତ ପାନୀୟ ଜଳର ଅଭାବ ରହିଛି। ୨୦୧୦ ବିଶ୍ଳେଷଣରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ ହେତୁ ଚାଇନାରେ ପ୍ରତିବର୍ଷ ୧.୨ ନିୟୁତ ଲୋକ ଅକାଳରେ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ଦିନ ଧରି ଚାଇନାର ଉଚ୍ଚ ଧୂଆଁ ସ୍ତର ସାଧାରଣ ନାଗରିକଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ ଏବଂ ବିଭିନ୍ନ ରୋଗ ସୃଷ୍ଟି କରିପାରେ। ୨୦୦୭ରେ ଆକଳନ କରିଥିଲା ଯେ ବାୟୁ ପ୍ରଦୂଷଣ ଭାରତରେ ପ୍ରତିବର୍ଷ ଅଢ଼େଇ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟାଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଯୁକ୍ତରାଷ୍ଟ୍ରରେ ବାର୍ଷିକ ନିହତ ଲୋକଙ୍କ ସଂଖ୍ୟା ୫୦,୦୦୦ରୁ ଅଧିକ ହୋଇପାରେ। ତୈଳ ଢାଳିଯିବାରେ ଚର୍ମରୋଗ ହୋଇପାରେ । ଶବ୍ଦ ପ୍ରଦୂଷଣ ଶ୍ରବଣ ଶକ୍ତି ହ୍ରାସ, ଉଚ୍ଚ ରକ୍ତଚାପ, ଚାପ ଏବଂ ଶୋଇବା ବ୍ୟାଘାତ ସୃଷ୍ଟି କରେ । ପାରଦ ପିଲାମାନଙ୍କର ବିକାଶ ଅଭାବ ଏବଂ ସ୍ନାୟୁ ସମ୍ବନ୍ଧୀୟ ଲକ୍ଷଣ ସହିତ ବୁଧ ସହିତ ସଂଯୁକ୍ତ । ବୃଦ୍ଧ ଲୋକମାନେ ମୁଖ୍ୟତଃ ବାୟୁ ପ୍ରଦୂଷଣଦ୍ୱାରା ହେଉଥିବା ରୋଗର ସମ୍ମୁଖୀନ ହୁଅନ୍ତି। ଯେଉଁମାନେ ହୃଦୟ କିମ୍ବା ଫୁସଫୁସ ରୋଗରେ ଆକ୍ରାନ୍ତ, ସେମାନେ ଅତିରିକ୍ତ ବିପଦରେ ଅଛନ୍ତି। ଶିଶୁ ଏବଂ ଶିଶୁ ମଧ୍ୟ ଗୁରୁତର ବିପଦରେ ଅଛନ୍ତି। ଲିଡ୍ ଏବଂ ଅନ୍ୟାନ୍ୟ ଭାରୀ ଧାତୁଗୁଡ଼ିକ ସ୍ନାୟୁଗତ ସମସ୍ୟା ସୃଷ୍ଟି କରୁଥିବା ଦେଖାଯାଇଛି । ରାସାୟନିକ ଏବଂ ରେଡିଓଆକ୍ଟିଭ୍ ପଦାର୍ଥ କର୍କଟ ଏବଂ ଜନ୍ମଗତ ତ୍ରୁଟି ମଧ୍ୟ ସୃଷ୍ଟି କରିପାରେ । ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟ ଉପରେ ଲାନସେଟ୍ କମିଶନଙ୍କଦ୍ୱାରା ଅକ୍ଟୋବର ୨୦୧୭ ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ବର ପ୍ରଦୂଷଣ, ବିଶେଷ ଭାବରେ ବିଷାକ୍ତ ବାୟୁ, ଜଳ, ମୃତ୍ତିକା ଏବଂ କର୍ମକ୍ଷେତ୍ରରେ ବାର୍ଷିକ ନଅ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥାଏ, ଯାହା ଏଡସ୍, ଯକ୍ଷ୍ମା ଏବଂ ମ୍ୟାଲେରିଆଦ୍ୱାରା ମୃତ୍ୟୁ ସଂଖ୍ୟା ତିନିଗୁଣ ଅଟେ। ଯୁଦ୍ଧ ଏବଂ ଅନ୍ୟାନ୍ୟ ମାନବ ହିଂସା କାରଣରୁ ମୃତ୍ୟୁ ଅପେକ୍ଷା ୧୫ ଗୁଣ ଅଧିକ । ଅଧ୍ୟୟନରେ ସିଦ୍ଧାନ୍ତ ନିଆଯାଇଛି ଯେ ଆନ୍ଥ୍ରୋପୋସିନ୍ ଯୁଗର ପ୍ରଦୂଷଣ ହେଉଛି ଅନ୍ୟତମ ପ୍ରମୁଖ ଆହ୍ୱାନ। ପ୍ରଦୂଷଣ ପୃଥିବୀର ସମର୍ଥନ ତନ୍ତ୍ରଗୁଡ଼ିକ ସ୍ଥିରତା ବିପଦରେ ପକାଇଥାଏ ଏବଂ ମାନବ ସମାଜର ବଞ୍ଚିବାକୁ ଟକ୍କର ଦେଇଥାଏ। " ପରିବେଶ ପ୍ରଦୂଷଣ ପରିବେଶରେ ବହୁଳ ଭାବରେ ଦେଖାଯାଉଛି । ଏହାର ଅନେକ ପ୍ରଭାବ ଅଛି: ବାୟୋମାଗ୍ନିଫିକେସନ୍ ପରିସ୍ଥିତିକୁ ବର୍ଣ୍ଣନା କରେ ଯେଉଁଠାରେ ବିଷାକ୍ତ ପଦାର୍ଥ (ଯେପରିକି ଭାରୀ ଧାତୁ ) ଟ୍ରଫିକ୍ ସ୍ତର ଦେଇ ଯାଇପାରେ, ଏହି ପ୍ରକ୍ରିୟାରେ ଅଧିକ ଘନୀଭୂତ ହୋଇପାରେ । କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ସମୁଦ୍ର ଅମ୍ଳକରଣ ସୃଷ୍ଟି କରେ, ପୃଥିବୀ ମହାସାଗରର ରେ 2, 2 ଦ୍ରବୀଭୂତ ହୁଏ । ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଗ୍ଲୋବାଲ୍ ୱାର୍ମିଂକୁ ନେଇଥାଏ ଯାହା ଇକୋସିଷ୍ଟମ୍କୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ଆକ୍ରମଣକାରୀ ପ୍ରଜାତିଗୁଡିକ ଦେଶୀ ପ୍ରଜାତିଗୁଡିକୁ ଅତିକ୍ରମ କରି ଜୈବବିବିଧତା ହ୍ରାସ କରିପାରନ୍ତି । ଆକ୍ରମଣକାରୀ ଉଦ୍ଭିଦଗୁଡିକ ଆବର୍ଜନା ଏବଂ ବାୟୋମୋଲ୍ୟୁକୁଲ୍ ( ଆଲେଲୋପାଥି ) ଯୋଗଦାନ କରିପାରନ୍ତି ଯାହା ଏକ ପରିବେଶର ମୃତ୍ତିକା ଏବଂ ରାସାୟନିକ ରଚନାକୁ ବଦଳାଇପାରେ, ପ୍ରାୟତଃ ଦେଶୀ ପ୍ରଜାତିର ପ୍ରତିଦ୍ୱନ୍ଦ୍ୱିତାକୁ ହ୍ରାସ କରିଥାଏ । ନାଇଟ୍ରୋଜେନ୍ ଅକ୍ସାଇଡ୍ ବର୍ଷାଦ୍ୱାରା ବାୟୁରୁ ବାହାର କରାଯାଇଥାଏ ଏବଂ ଜମିକୁ ସାର ଦେଇଥାଏ ଯାହା ଇକୋସିଷ୍ଟମର ପ୍ରଜାତିର ଗଠନକୁ ବଦଳାଇପାରେ । କୁହୁଡ଼ି ଓ ହେଜ ଉଦ୍ଭିଦମାନେ ନେଉଥିବା ସୂଯ୍ୟକିରଣ ପରିମାଣ ହ୍ରାସ କରିପାରିବ, ଆଲୋକ ସଂଶ୍ଲେଶଣର ଉତ୍ପାଦନ ଓ ଅଗ୍ରୀଣ ଟ୍ରପୋସ୍ଫରିକ ଓଜୋନ୍ ମଧ୍ୟ ଯାହା କ୍ଷତି ଘଟାଇଥାଏ । ମୃତ୍ତିକା ବନ୍ଧ୍ୟା ଏବଂ ଉଦ୍ଭିଦ ପାଇଁ ଅନୁପଯୁକ୍ତ ହୋଇପାରେ । ଏହା ଖାଦ୍ୟ ଶୃଙ୍ଖଳାରେ ଥିବା ଅନ୍ୟ ଜୀବମାନଙ୍କୁ ପ୍ରଭାବିତ କରେ । ସଲଫର୍ ଡାଇଅକ୍ସାଇଡ୍ ଏବଂ ନାଇଟ୍ରୋଜେନ୍ ଅକ୍ସାଇଡ୍ ଏସିଡ୍ ବର୍ଷା ସୃଷ୍ଟି କରିପାରେ ଯାହା ମାଟିର ମୂଲ୍ୟକୁ ହ୍ରାସ କରିଥାଏ । ଜଳସ୍ରୋତର ଜୈବିକ ପ୍ରଦୂଷଣ ଅମ୍ଳଜାନ ସ୍ତରକୁ ହ୍ରାସ କରିପାରେ ଏବଂ ପ୍ରଜାତିର ବିବିଧତାକୁ ହ୍ରାସ କରିପାରେ । ପରିବେଶ ସ୍ୱାସ୍ଥ୍ୟ ସୂଚନା ଯୁକ୍ତରାଷ୍ଟ୍ରର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ରେ ଟକ୍ସିକୋଲୋଜି ଏବଂ ପରିବେଶ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମ ଏକ ବିସ୍ତୃତ ଟକ୍ସିକୋଲୋଜି ଏବଂ ପରିବେଶ ସ୍ୱାସ୍ଥ୍ୟ ୱେବସାଇଟ୍ ପରିଚାଳନା କରେ ଯେଉଁଥିରେ ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଏବଂ ସଂଗଠନଦ୍ୱାରା ଉତ୍ପାଦିତ ଉତ୍ସଗୁଡିକର ପ୍ରବେଶ ଅନ୍ତର୍ଭୁକ୍ତ । ଏହି ୱେବସାଇଟ୍ ଡାଟାବେସ୍, ଗ୍ରନ୍ଥସମୂହ, ଟ୍ୟୁଟୋରିଆଲ୍ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ଏବଂ ଉପଭୋକ୍ତା-ଆଧାରିତ ଉତ୍ସଗୁଡ଼ିକର ଲିଙ୍କ୍ ଅନ୍ତର୍ଭୁକ୍ତ କରେ । ଟକ୍ସିକୋଲୋଜି ଡାଟା ନେଟୱାର୍କ ପାଇଁ ମଧ୍ୟ ଦାୟୀ ଅଟେ ଟକ୍ସିକୋଲୋଜି ଏବଂ ପରିବେଶ ସ୍ୱାସ୍ଥ୍ୟ ଡାଟାବେସର ଏକ ସମନ୍ୱିତ ସିଷ୍ଟମ ଯାହା ୱେବରେ ମାଗଣାରେ ଉପଲବ୍ଧ । ହେଉଛି ଏକ ଭୌଗୋଳିକ ସୂଚନା ପ୍ରଣାଳୀ ଯାହା ର ଏକ ଅଂଶ । ଯୁକ୍ତରାଷ୍ଟ୍ରର ମାନଚିତ୍ର ବ୍ୟବହାର କରେ ଯାହା ବ୍ୟବହାରକାରୀଙ୍କୁ ଯୁକ୍ତରାଷ୍ଟ୍ରର ପରିବେଶ ସୁରକ୍ଷା ଏଜେନ୍ସିର (ଇପିଏ) ଟକ୍ସିକ୍ସ ରିଲିଜ୍ ଇନଭେଣ୍ଟୋରୀ ଏବଂ ସୁପରଫଣ୍ଡ ମୌଳିକ ଅନୁସନ୍ଧାନ ପ୍ରୋଗ୍ରାମରୁ ତଥ୍ୟକୁ ଭିଜୁଆଲ୍ ଅନୁସନ୍ଧାନ କରିବାରେ ସାହାଯ୍ୟ କରେ । ବିଦ୍ୟାଳୟର ଫଳାଫଳ ଏକ ୨୦୧୯ କାଗଜ ପ୍ରଦୂଷଣକୁ ପିଲାମାନଙ୍କ ପାଇଁ ପ୍ରତିକୂଳ ବିଦ୍ୟାଳୟର ଫଳାଫଳ ସହିତ ଯୋଡିଛି । ଶ୍ରମିକ ଉତ୍ପାଦକତା ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରଦୂଷଣ ଉଭୟ ଘର ଭିତର ତଥା ବାହାର କର୍ମଚାରୀଙ୍କ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ନିୟମାବଳୀ ଏବଂ ମନିଟରିଂ ପ୍ରଦୂଷଣର ପ୍ରତିକୂଳ ପ୍ରଭାବରୁ ପରିବେଶକୁ ରକ୍ଷା କରିବା ପାଇଁ ବିଶ୍ ର ଅନେକ ଦେଶ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହିତ ପ୍ରଦୂଷଣର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରଦୂଷଣ ନିୟନ୍ତ୍ରଣ ହେଉଛି ପରିବେଶ ପରିଚାଳନାରେ ବ୍ୟବହୃତ ଏକ ଶବ୍ଦ । ଏହାର ନିୟନ୍ତ୍ରଣ ଅର୍ଥ ବହିର୍ଗତ ଏବଂ ବିମାନ, ଜଳ କିମ୍ବା ମାଟି ଭିତରକୁ। ପ୍ରଦୂଷଣ ନିୟନ୍ତ୍ରଣ ବିନା, ଧ୍ବଂସକୁ ଉତ୍ପାଦ , ଉତ୍ତପ୍ତ କରଣ, କୃଷି, ଖଣି, ଉତ୍ପାଦନକାରୀ, ପରିବହନ ଓ ଅନ୍ୟାନ୍ୟ ମାନବ କାର୍ଯ୍ୟକଳାପ, ସେମାନେ ସଞ୍ଚୟ କରିବା କିମ୍ବା ବାକ୍ଯ, କରିବେ କି ପରିବେଶ । ନିୟନ୍ତ୍ରଣର କ୍ରମରେ, ପ୍ରଦୂଷଣ ନିୟନ୍ତ୍ରଣ ଅପେକ୍ଷା ପ୍ରଦୂଷଣ ରୋକିବା ଏବଂ ବର୍ଜ୍ୟବସ୍ତୁ କମ୍ କରିବା ଅଧିକ ଆବଶ୍ୟକୀୟ । ଜମି ବିକାଶ କ୍ଷେତ୍ରରେ, ସହରାଞ୍ଚଳ ପ୍ରବାହକୁ ରୋକିବା ପାଇଁ ସ୍ୱଳ୍ପ ପ୍ରଭାବ ବିକାଶ ଏକ ସମାନ କ ଶଳ । ଅଭ୍ୟାସ ରିସାଇକଲିଂ ପୁନଃବ୍ୟବହାର ବର୍ଜ୍ୟବସ୍ତୁ କମ୍ କରିବା । ହ୍ରାସ ପ୍ରତିରୋଧ କମ୍ପୋଷ୍ଟ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣଗୁଡ଼ିକ । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଥର୍ମାଲ୍ ଅକ୍ସିଡାଇଜର ଧୂଳି ସଂଗ୍ରହ ପ୍ରଣାଳୀ ବାଗହାଉସ୍ ଘୂର୍ଣ୍ଣିବଳୟ ଇଲେକ୍ଟ୍ରୋଷ୍ଟାଟିକ୍ ବର୍ଷା ସ୍କ୍ରବର୍ସ ବାଫଲ୍ ସ୍ପ୍ରେ ସ୍କ୍ରବର ସାଇକ୍ଲୋନିକ୍ ସ୍ପ୍ରେ ସ୍କ୍ରବର ଇଜେକ୍ଟର ଭେଣ୍ଟୁରି ସ୍କ୍ରବର ଯାନ୍ତ୍ରିକ ସାହାଯ୍ୟକାରୀ ସ୍କ୍ରବର୍ ସ୍ପ୍ରେ ଟାୱାର ଓଦା ସ୍କ୍ରବର୍ ଜଳ ନିଷ୍କାସନ ଅବତରଣ (ପ୍ରାଥମିକ ଚିକିତ୍ସା) ସକ୍ରିୟ ସ୍ଲେଜ୍ ବାୟୋଟ୍ରେଟର ( ଦ୍ୱିତୀୟ ଚିକିତ୍ସା; ଶିଳ୍ପ ବର୍ଜ୍ୟଜଳ ପାଇଁ ମଧ୍ୟ ବ୍ୟବହୃତ ହୁଏ) ଏରେଟେଡ୍ ଲାଗୁନ୍ ନିର୍ମିତ ଆର୍ଦ୍ରଭୂମି (ସହରୀ ରନ୍ଫ୍ ପାଇଁ ମଧ୍ୟ ବ୍ୟବହୃତ) ଶିଳ୍ପ ବର୍ଜ୍ୟଜଳର ଚିକିତ୍ସା ତେଲ-ଜଳ ବିଛିନ୍ନକାରୀ ବାୟୋଫିଲ୍ଟର୍ ବିଚ୍ଛିନ୍ନ ବାୟୁ ଫ୍ଲୋଟେସନ୍ ପାଉଡର ସକ୍ରିୟ ଅଙ୍ଗାରକାମ୍ଳ ଚିକିତ୍ସା ଅଲ୍ଟ୍ରାଫିଲଟ୍ରେସନ୍ ବାଷ୍ପ ପୁନରୁଦ୍ଧାର ପ୍ରଣାଳୀ ଫାଇଟୋରେମିଡିଏସନ ସବୁଜଘର ବାୟୁ ଏବଂ ବିଶ୍ୱ ତାପନ ଅଙ୍ଗାରକାମ୍ଳ, ଆଲୋକ ଶଂଶ୍ଳେଷଣ ପାଇଁ ଆବଶ୍ୟକ ହୋଇଥିଲା ବେଳେ, ବେଳେବେଳେ ପ୍ରଦୂଷଣ ଭାବରେ ପରିଚିତ କାରଣ ବାୟୁମଣ୍ଡଳରେ ଥିବା ଏହି ବାୟୁର ଉଥିତ ସ୍ତର ପୃଥିବୀର ଜଳବାୟୁ ପ୍ରଭାବିତ କରିଥାଏ । ପରିବେଶର ବ୍ୟାଘାତ ପ୍ରଦୂଷଣ କ୍ଷେତ୍ରଗୁଡିକ ମଧ୍ୟରେ ସଂଯୋଗକୁ ମଧ୍ୟ ଆଲୋକିତ କରିପାରିବ ଯାହା ସାଧାରଣତଃ ଜଳ ଏବଂ ବାୟୁ ପରି ପୃଥକ ଭାବରେ ଶ୍ରେଣୀଭୁକ୍ତ ହେବ । ସାମ୍ପ୍ରତିକ ଅଧ୍ୟୟନଗୁଡ଼ିକ ବାୟୁମଣ୍ଡଳୀୟ କାର୍ବନ ଡାଇଅକ୍ସାଇଡର ଦୀର୍ଘକାଳୀନ ବୃଦ୍ଧି ସ୍ତରର ସମ୍ଭାବନାକୁ ଅନୁସନ୍ଧାନ କରିଛି ଯାହା ସମୁଦ୍ର ଜଳର ଅମ୍ଳତା ସାମାନ୍ୟ ମାତ୍ର ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟାଇଥାଏ ଏବଂ ସାମୁଦ୍ରିକ ଇକୋସିଷ୍ଟମ ଉପରେ ଏହାର ସମ୍ଭାବ୍ୟ ପ୍ରଭାବଗୁଡିକ । ଅଧିକାଂଶ ପ୍ରଦୂଷଣକାରୀ ଶିଳ୍ପ ବିକାଶଶୀଳ ଦେଶରେ ଜୀବନ ପ୍ରତି ବିପଦ ଥିବା ପ୍ରଦୂଷଣକୁ ଦୂର କରିବା ପାଇଁ ଉତ୍ସର୍ଗୀକୃତ ଏକ ଆନ୍ତର୍ଜାତୀୟ ଅଣ-ଲାଭକାରୀ ସଂସ୍ଥା ଶୁଦ୍ଧ ପୃଥିବୀ ବିଶ୍ୱର କେତେକ ପ୍ରଦୂଷିତ ଶିଳ୍ପର ବାର୍ଷିକ ତାଲିକା ପ୍ରକାଶ କରେ। ଲିଡ୍-ଏସିଡ୍ ବ୍ୟାଟେରୀ ରିସାଇକ୍ଲିଂ ଶିଳ୍ପ ଖଣି ଏବଂ ଖଣି ପ୍ରକ୍ରିୟାକରଣ ଲିଡ୍ ତରଳିବା ଟାନେରୀ ଅପରେସନ୍ସ କାରିଗର ଛୋଟ-ମାପ ସୁନା ଖଣି ଶିଳ୍ପ / ମ୍ୟୁନିସିପାଲିଟି ଡମ୍ପସାଇଟଗୁଡିକ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ରାସାୟନିକ ଉତ୍ପାଦନ ଉତ୍ପାଦ ଉତ୍ପାଦନ ରଙ୍ଗ ଶିଳ୍ପ ଇନଷ୍ଟିଚ୍ୟୁଟ୍ ଫର କୃଷି ଏବଂ ବାଣିଜ୍ୟ ନୀତି ଏବଂ ର ଏକ 2018 ରିପୋର୍ଟରେ କୁହାଯାଇଛି ଯେ, ମାଂସ ଏବଂ ଦୁଗ୍ଧ ଶିଳ୍ପଗୁଡିକ ବିଶ୍ୱର ସବୁଠାରୁ ଖରାପ ପ୍ରଦୂଷଣକାରୀ ଭାବରେ ତେଲ ଶିଳ୍ପକୁ ଅତିକ୍ରମ କରିବାକୁ ପ୍ରସ୍ତୁତ ଅଛନ୍ତି । ଦୁନିଆର ସବୁଠାରୁ ଖରାପ ପ୍ରଦୂଷିତ ସ୍ଥାନ ଶୁଦ୍ଧ ପୃଥିବୀ ଦୁନିଆର କେତେକ ଖରାପ ପ୍ରଦୂଷିତ ସ୍ଥାନଗୁଡିକର ବାର୍ଷିକ ତାଲିକା ପ୍ରଦାନ କରାଗଲା। ଆଗବୋଗ୍ଲୋସି, ଘାନା ଚେର୍ନୋବିଲ, ୟୁକ୍ରେନ ସିଟାରମ୍ ନଦୀ, ଇଣ୍ଡୋନେସିଆ , ରୁଷ ହାଜରିବାଗ, ବାଂଲାଦେଶ କାବେୱେ, ଜାମ୍ବିଆ କାଲିମେଣ୍ଟନ୍, ଇଣ୍ଡୋନେସିଆ ମାତାନଜା ରିଆଚୁଏଲୋ, ଆର୍ଜେଣ୍ଟିନା ନାଇଜର ନଦୀ ଡେଲଟା, ନାଇଜେରିଆ ନୋରିଲସ୍କ, ରୁଷ ଆଧାର ବାହାର ଆଧାର ପ୍ରସ୍ତାବ 65 ତାଲିକା । ଜାତୀୟ ବିଷାକ୍ତ ବିଜ୍ଞାନ କାର୍ଯ୍ୟକ୍ରମ - ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ । ପ୍ରଦୂଷକ କିପରି ଲୋକଙ୍କୁ ପ୍ରଭାବିତ କରେ ସେ ସମ୍ବନ୍ଧରେ ରିପୋର୍ଟ ଏବଂ ଅଧ୍ୟୟନ । - ଡାଟାବେସ୍ ଏବଂ ଟକ୍ସିକୋଲୋଜି ଉପରେ ରିପୋର୍ଟ । ଟକ୍ସମାପ୍ 2019-12-15 . - ଭ ଗୋଳିକ 2019-12-15 . ସୂଚନା ପ୍ରଣାଳୀ (ଜିଏସ୍) ଯାହା ଯୁକ୍ତରାଷ୍ଟ୍ରର ମାନଚିତ୍ର ବ୍ୟବହାର କରେ ଯାହା ଉପଭୋକ୍ତାମାନଙ୍କୁ ଯୁକ୍ତରାଷ୍ଟ୍ରର ପରିବେଶ ସୁରକ୍ଷା ଏଜେନ୍ସି (ଇପିଏ) ଟକ୍ସିକ୍ସ ରିଲିଜ୍ ଇନଭେଣ୍ଟୋରୀ ଏବଂ ସୁପରଫଣ୍ଡ ମ ଳିକ 2019-12-15 . ଅନୁସନ୍ଧାନ ପ୍ରୋଗ୍ରାମରୁ ତଥ୍ୟକୁ ଭିଜୁଆଲ୍ ଅନୁସନ୍ଧାନ କରିବାରେ ସାହାଯ୍ୟ କରେ । . - ସୁପରଫଣ୍ଡ ସାଇଟ ଏବଂ ସେଥିରେ ଥିବା ପ୍ରଦୂଷକ ପରିଚାଳନା କରେ । ସୁପରଫଣ୍ଡକୁ ମାନଚିତ୍ର କରନ୍ତୁ । ବିଷାକ୍ତ ରିଲିଜ୍ ଇନଭେଣ୍ଟୋରୀ - ଆମେରିକାର କମ୍ପାନୀଗୁଡିକ ଜଳ ଏବଂ ବାୟୁରେ କେତେ ବର୍ଜ୍ୟବସ୍ତୁ ମୁକ୍ତ କରନ୍ତି ତାହା ଟ୍ରାକ୍ କରନ୍ତି । ପ୍ରତିବର୍ଷ ଏହି ପ୍ରଦୂଷକଗୁଡିକର ନିର୍ଦ୍ଦିଷ୍ଟ ପରିମାଣ ମୁକ୍ତ କରିବା ପାଇଁ ଅନୁମତି ପ୍ରଦାନ କରେ । ମାନଚିତ୍ର ର ବିଷାକ୍ତ ପ୍ରକାଶନ ତାଲିକା । 2010-10-02 . ବିଷାକ୍ତ ପଦାର୍ଥ ଏବଂ ରୋଗ ରେଜିଷ୍ଟ୍ରି ପାଇଁ ଏଜେନ୍ସି - ଶ୍ରେଷ୍ଠ 20 ପ୍ରଦୂଷକ, ସେମାନେ ଲୋକମାନଙ୍କୁ କିପରି ପ୍ରଭାବିତ କରନ୍ତି, ଆମେରିକାର ଶିଳ୍ପଗୁଡିକ ସେମାନଙ୍କୁ ବ୍ୟବହାର କରନ୍ତି ଏବଂ ଯେଉଁ ଦ୍ରବ୍ୟରେ ସେମାନେ ମିଳନ୍ତି । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ରୁ ଟକ୍ସିକୋଲୋଜି ଟ୍ୟୁଟୋରିଆଲ୍ 2016-05-20 . - ମାନବ ଟକ୍ସିକୋଲୋଜି ସମୀକ୍ଷା କରିବାକୁ ଉତ୍ସ । ବ୍ଲାକ୍ସିମିଟ୍ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ ବିଶ୍ୱର ସବୁଠାରୁ ଖରାପ ପ୍ରଦୂଷିତ ସ୍ଥାନ 2007 ଟାଇମ୍ ଡଟ୍ କମ୍ରେ ବିଶ୍ ର ସର୍ବାଧିକ ପ୍ରଦୂଷିତ ସ୍ଥାନଗୁଡିକ 2013-08-24 . (ଟାଇମ୍ ମ୍ୟାଗେଜିନ୍ର ଏକ ବିଭାଗ) ଚେଲାବିନ୍ସ୍କ: ସ୍ଲାଭୋମିର୍ ଗ୍ରେନବର୍ଗଙ୍କ ଦ୍ ାରା ପ୍ଲାନେଟ୍ ଡକ୍ୟୁମେଣ୍ଟାରୀ ଫିଲ୍ମରେ ସର୍ବାଧିକ ଦୂଷିତ ସ୍ପଟ୍ (1996) ନିମାନ୍ ରିପୋର୍ଟ । ତଥ୍ୟ ପ୍ରଦୂଷିତ ହେଲେ ବିଷାକ୍ତ ଟ୍ରାକିଂ ।
ଭବେନ୍ଦ୍ରନାଥ ମୁର୍ମୁ (୨୨ ଜୁନ ୧୯୪୨ - ୩ ମାର୍ଚ୍ଚ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଭବେନ୍ଦ୍ରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଜନ୍ମ, ପରିବାର ଓ ଶିକ୍ଷା ଭବେନ୍ଦ୍ରନାଥ ମୁର୍ମୁ ୧୯୪୨ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ମାଝି ଏବଂ ପତ୍ନୀଙ୍କ ନାମ ରସବତୀ ମାଝି । ରାଜନୈତିକ ଜୀବନ ଭବେନ୍ଦ୍ରନାଥ ମୁର୍ମୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଭବେନ୍ଦ୍ରନାଥ ୧୯୮୬ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।
ବିରେନ୍ଦ୍ର ସେହୱାଗ (ଜନ୍ମ:୨୦ ଅକ୍ଟୋବର ୧୯୭୮) ଜଣେ ପୂର୍ବତନ ଭାରତୀୟ ଖେଳାଳି । ସେ ଭାରତୀୟ ଦଳର ଓପନିଙ୍ଗ୍ ଓ ଡାହାଣହାତୀ ବ୍ୟାଟ୍ସ୍ ମ୍ୟାନ୍ ଓ ଡାହାଣହାତୀ ଅଫ ସ୍ପିନ୍ ବୋଲର ସେ ତାଙ୍କ ପ୍ରଥମ ଦିନିକିୟା ଆର୍ନ୍ତଜାତୀକ ମ୍ୟାଚ ୧୯୯୯ ଓ ଭାରତୀୟ ଟେଷ୍ଟ ଟିମରେ ୨୦୦୧ ମସିହାରେ ଯୋଗ ଦେଇଥଲେ । ବାଲ୍ୟ ଜୀବନୀ ସେହୱାଗ ଦିଲ୍ଲୀରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେହୱାଗ ତୄତୀୟ ସନ୍ତାନ ଥିଲେ । ତାଙ୍କର ଛୋଟ ବେଳୁ ହିଁ କ୍ରିକେଟରେ ଆଗ୍ରହ ଥିଲା, ଛୋଟ ଥିବା ବେଳେ ତାଙ୍କ ବାପା ତାଙ୍କୁ ଗୋଟିଏ ଖେଳନା ବ୍ୟାଟ୍ ଦେଇଥିଲେ । ସେ ଆରୋରା ବିଦ୍ୟା ସ୍କୁଲ ଦିଲ୍ଲୀରେ ପାଠ ପଢ଼ୁଥିଲେ । । ଜୀବନୀ ସେହୱାଗ ତାଙ୍କ କ୍ରିକେଟ୍ ଜୀବନୀ ଦିଲ୍ମୀ କ୍ରିକେଟ୍ ଟିମ୍ରୁ ୧୯୯୭-୯୮ ମଧ୍ୟରେ ଆରମ୍ଭ କରିଥିଲେ ଓ ପରେ ସେ ଥିଲେ ରେଗୁଲାର ମେମ୍ବର ଆର୍ନ୍ତଜାତୀକ କ୍ରିକେଟ ଟିମ୍ର ୨୦୦୧-ମଧ୍ୟରେ ।
ହେମା ସେୟଦ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଏବଂ ହାସ୍ୟାତ୍ମକ କଳାକାର ଭାବରେ ଅଭିନୟ କରନ୍ତି । ସେ ପାଖାପାଖି ୨୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି । ହେମା କିଛି ତାମିଲ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ପ୍ରାରମ୍ଭିକ ଜୀବନ ହେମା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କର ନାମ ଥିଲ୍ଲା କ୍ରିଷ୍ଣା ବେନି । ଗୋଦାବରୀ ନ‌ଦୀପାଖରେ ତାଙ୍କର ଘର । ଅଭାବ ଅନାଟନ ପାଇଁ ସେ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିବାକୁ ସକ୍ଷମ ହୋଇଥିଲେ । ପରେ ପରେ ସେ କଥାଚିତ୍ର ଜଗତରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ହେମାଙ୍କର ହସ ପାଇଁ ସେ ଅଧିକ ଲୋକପ୍ରିୟ ହୋଇପାରିଥିଲେ । ୧୯୯୩ ମସିହାରେ ହେମା ଜାନ୍ ସେୟଦଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଅଛି । କଥାଚିତ୍ର ଜୀବନ ହେମା ତାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ୧୯୮୯ରେ ସେ କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ କଥାଚିତ୍ର ଦୁନିଆକୁ ଆସିବା ପରେ ତାଙ୍କର ନାମ କ୍ରିଷ୍ଣାରୁ ହେମାକୁ ପରିବର୍ତ୍ତନ କରିଥିଲେ । ତାଙ୍କର ହସ ହସ ମୁହଁ ପାଇଁ ସେ ସଭିଙ୍କଠାରେ ଲୋପ୍ରିୟ ହୋଇପାରିଥିଲେ । ସ‌ହକାରୀ ଅଭିନେତ୍ରୀ ଭାବରେ ସେ କାମ କରିଥିଲେ ତେଲୁଗୁ କଥାଚିତ୍ର ଜଗତରେ । ସ‌ହକାରୀ ଅଭିନେତ୍ରୀ ସାଙ୍ଗକୁ ହାସ୍ୟାଭିନେତ୍ରୀ ଭାବରେ ମଧ୍ୟ ସେ ଅଭିନୟ କରନ୍ତି । ୧୯୯୩ରେ ହେମା ବିବାହ କରିଥିଲେ । ବିବାହ ପରେ ସେ କିଛିଦିନ ପାଇଁ ଅଭିନୟ ଦୁନିଆରୁ ଅବସର ନେଇଥିଲେ । ପରେ ପରେ ମହେଶ ବାବୁଙ୍କ ଅଭିନୀତ ଚଳଚ୍ଚିତ୍ର ମୁରାରୀରେ ସେ ପୁଣିଥରେ ଅଭିନୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ହେମା ୨୫୦ଟିରୁ ଅଧିକ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି । ରାଜନୈତିକ ଜୀବନ ୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ହେମା ଆନ୍ଧ୍ରର ଆଞ୍ଚଳିକ ଦଳ ଜୟ ସାମୟିକ ଆନ୍ଧ୍ର ଦଳ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ ନିର୍ବାଚନରେ ପରାଜିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ । ଶ୍ରୀମନ୍ଦିର ଭିତରେ ଥିବା ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅର ଜଳରେ ଅବଢ଼ା ରନ୍ଧାଯାଏ । ଐତିହାସିକ ମତାନୁସାରେ ଯଯାତି କେଶରୀ ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ଆରମ୍ଭ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଏହା କ୍ଷେତ୍ରାଧିଶ୍ୱରୀ ମା ବିମଳାଙ୍କୁ ଲାଗି ହେବାପରେ ମହାପ୍ରସାଦ ହୁଏ ଓ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ । ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ ଶୁଖିଲା ଭୋଗ । ଶଙ୍ଖୁଡ଼ି ଭୋଗ ମନ୍ଦିର ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ବେଳେ ନିଶଙ୍ଖୁଡ଼ି ଭୋଗ ମନ୍ଦିର ବାହାରେ ପ୍ରସ୍ତୁତ ହୋଇଥାଏ । ଶୁଖିଲା ଭୋଗ ବା ଶୀତଳ ଭୋଗ ବଡ଼ ଦେଉଳରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୁଏ । ହେଲେ ଶଙ୍ଖୁଡିଭୋଗ କେବଳ ରଥ ଉପରକୁ ଛାଡି ବଡ଼ ଦେଉଳ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହଉଛି । ପୂର୍ବରୁ ରଥ ଉପରେ ମଧ୍ୟ ଶଙ୍ଖୁଡିଭୋଗ ହେଉଥିଲା । ୪ରୁ ଅଧିକ ମଠ ବା ଜାଗାଘର ଏହି ଶଙ୍ଖୁଡି ଭୋଗ କରୁଥିଲେ । ମାତ୍ର ୮୦ ବର୍ଷ ଧରି ଏହି ପରମ୍ପରା ବନ୍ଦ ହୋଇଯାଇଛି । ମହାପ୍ରସାଦର ମହତ୍ତ୍ୱ ଶାସ୍ତ୍ରୀୟ ଭିତ୍ତିଭୂମି ଅନେକ ଧର୍ମଶାସ୍ତ୍ର ଓ ପୁରାଣରେ ଶ୍ରୀକ୍ଷେତ୍ରର ମହାପ୍ରସାଦ ବିଷୟରେ ଉଲ୍ଲେଖ ରହିଛି । ଏଗୁଡ଼ିକ ମଧ୍ୟରୁ ବ୍ରହ୍ମବୈବର୍ତ୍ତପୁରାଣ, ବାୟୁପୁରାଣ, ନୀଳାଦ୍ରିମହୋଦୟ, ସୂତସଂହିତା ଓ ଚତୁର୍ବର୍ଗ ଯୋଗୀଶ୍ୱର ଗ୍ରନ୍ଥଗୁଡ଼ିକ ଅନ୍ତର୍ଭୁକ୍ତ । ବ୍ରହ୍ମବୈବର୍ତ୍ତପୁରାଣ ବାୟୁପୁରାଣ ଚତୁର୍ବର୍ଗ ଯୋଗୀଶ୍ୱର ସୂତ ସଂହିତା ନୀଳାଦ୍ରିମହୋଦୟ ଆପ୍ତବାକ୍ୟ ଆୟୁର୍ବେଦୀୟ ଭିତ୍ତିଭୂମି ମହାପ୍ରସାଦ କହିଲେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ଏହାର ସେବନ ମନୁଷ୍ୟକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି । ଏହା ମାନବ ଶରୀରର କୌଣସି କ୍ଷତି କରିନଥାଏ। ମହାପ୍ରସାଦର ରନ୍ଧନଶୈଳୀକୁ ଦୃଷ୍ଟିଦେଲେ ଜାଣି ହୁଏ ଯେ, ଏହା ସମ୍ପୂର୍ଣ୍ଣ ବାମ୍ଫଦ୍ୱାରା ପ୍ରସ୍ତୁତ ହୋଇଥାଏ । ରନ୍ଧନ କାର୍ଯ୍ୟରେ ବ୍ୟବହୃତ ପରିବାରୁ ଚୋପା ଛଡ଼ା ଯାଇନଥାଏ । ମହାପ୍ରସାଦ ପ୍ରସ୍ତୁତରେ ଘିଅ ବ୍ୟତୀତ ଅନ୍ୟ କୌଣସି ତେଲ, ଗରମ ମସଲା, ପୋସ୍ତକ ଓ ଉତ୍ତେଜକ ଦ୍ରବ୍ୟ ବ୍ୟବହାର ନିଷିଦ୍ଧ । ଏଥିରେ ଆୟୁର୍ବେଦର ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଏହାର ଅଲୌକିକତା ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ, ଜଣେ ବ୍ୟକ୍ତି କିଭଳି ମହାପ୍ରସାଦ ସେବନ କରି ତାଙ୍କ ପେଟରେ ହୋଇଥିବା ଅନ୍ତନାଳୀ ଘା 'କୁ ଭଲ କରିଥିଲେ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ କେବଳ ମାଟିପାତ୍ରରେ ରନ୍ଧନ ହୋଇଥାଏ । ଏ ଦୃଷ୍ଟିରେ ପାକ ବା ପ୍ରସାଦ ସେବନ ନିମିତ୍ତ ମାଟିପାତ୍ର ହିଁ ସର୍ବୋତ୍ତମ। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ କୁମ୍ଭକାର ନିଯୋଗ ମାଟିପାତ୍ର ତିଆରି କରି ମହାପ୍ରସାଦ ପ୍ରସ୍ତୁତି ନିମିତ୍ତ ଶ୍ରୀମନ୍ଦିରକୁ ଯୋଗାଇଥାନ୍ତି । ଶ୍ରୀମନ୍ଦିରରେ ବ୍ୟବହୃତ ମାଟିପାତ୍ରକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି । ୧- ପାହାନ୍ତି ତାଡ଼ ୨- ମଝଲା ତାଡ଼, ୩-ଚାଟି ତାଡ଼ ,୪ ପ୍ରକାର ସରା- ବଡ଼, ପୁଳି, ପାଳି ଓ ପଟା ବ୍ୟବହୃତ ହୁଏ । ସମସ୍ତ ମହାପ୍ରସାଦ ପ୍ରସ୍ତୁତି ଯୋଗ୍ୟ ମାଟିପାତ୍ରର ରଙ୍ଗ ନାଲି ହିଁ ହେବା ବିଧିସମ୍ମତ । ପାକ ଯୋଗ୍ୟ ମାଟିପାତ୍ର ସମ୍ବନ୍ଧରେ "ବାମଦେବ ସଂହିତା ' ଦଶମ ଅଧ୍ୟାୟ ନବମ ଶ୍ଳୋକରୁ ତ୍ରୟୋଦଶ ଶ୍ଳୋକ ମଧ୍ୟରେ ବିଶେଷ ବର୍ଣ୍ଣିତ ହୋଇଛି । ମହାପ୍ରସାଦ ପ୍ରସ୍ତୁତିରେ କେବଳ ବୈଷ୍ଣବାଗ୍ନୀ ବ୍ୟବହୃତ ହୋଇଥାଏ ଓ ଦେବୀ ପଦ୍ମାଳୟା- ମହାଲକ୍ଷ୍ମୀ ରନ୍ଧନ କାର୍ଯ୍ୟ ସମାପନ କରିଥାନ୍ତି । ହାଣ୍ଡିଗୁଡ଼ିକ ଚକ୍ରମୁଦ୍ରା ଆକାରରେ ସଜ୍ଜିତ ହୋଇ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏହାଛଡ଼ା ମାଟିପାତ୍ରରେ ନିମ୍ନରେ ଚକ୍ରମୁଦ୍ରା ମଧ୍ୟ ଅଙ୍କିତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିରେ କେବଳ ମାଟିପାତ୍ର ଉତ୍ତମ ଓ ଗ୍ରହଣୀୟ ବୋଲି କୁହାଯାଇଛି । ମାଟିପାତ୍ରରେ ଯେଉଁ ପ୍ରସାଦ ପ୍ରସ୍ତୁତ ହୋଇଥାଏ ସେଥିରେ ମାଟିପାତ୍ରର କ୍ଷୟଅଂଶ ପ୍ରସାଦରେ ମିଶିବାର ସୁଯୋଗ ନ ଥାଏ । ଏତଦ୍ ବ୍ୟତୀତ ମାଟିକୁଡ଼ଆରେ କୌଣସି ସମସ୍ୟା ନଥାଏ । ଆୟୁର୍ବେଦୀୟ ମତରେ ମାଟିପାତ୍ରରେ ରନ୍ଧନ ଅନ୍ନ, ବ୍ୟଞ୍ଜନ ସର୍ବଦା ରୁଚିକର ଓ ସ୍ୱାସ୍ଥ୍ୟ ପାଇଁ ହିତକର । ମାଟିପାତ୍ରର ମହନୀୟତା ସମ୍ପର୍କରେ ସ୍କନ୍ଧ ପୁରାଣରେ ବିଶେଷ ବର୍ଣ୍ଣିତ। ଦାରୁ ବା ବୃକ୍ଷରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବା ବିଗ୍ରହ ନିର୍ମିତ ହୋଇଥାଏ । ମହାପ୍ରସାଦ ପ୍ରସ୍ତୁତିରେ ବୃକ୍ଷ ବା କାଷ୍ଠକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ କାଠକୁ ଜାଳେଣି ରୂପେ ବ୍ୟବହାର କରାଯାଇଥାଏ, ତାହା ସାଧାରଣତଃ କଣ୍ଟା, କ୍ଷୀରଯୁକ୍ତ ଓ ବଜ୍ର ସଦୃଶ ଓ କୀଟଦ୍ରଷ୍ଟ ହୋଇନଥିବା ଆବଶ୍ୟକ । ରୋଷଶାଳ ନିମିତ୍ତ କେଉଁ କେଉଁ କାଠ ଅଧିକ ଉପଯୁକ୍ତ ଓ ଗ୍ରହଣୀୟ । ତାହା "ବାମଦେବ ସଂହିତା '- (୯/୧୦)ରେ ଉଲ୍ଲେଖ କରାଯାଇଅଛି । ମହାପ୍ରସାଦ ପ୍ରସ୍ତୁତିରେ ପବିତ୍ର ତଥା ବିଶୁଦ୍ଧ ଜଳର ଆବଶ୍ୟକତା ଅତୀବ ଗୁରୁତ୍ୱପୂର୍ଣ୍ଣ। ତେଣୁ ଶ୍ରୀମନ୍ଦିର ରୋଷଶାଳା ନିମିତ୍ତ ଉତ୍ତର ଦିଗରେ ଗଙ୍ଗା ଓ ଯମୁନା ନାମକ ଦୁଇଟି କୂଅ ରହିଛି । ଏହି ଜଳ କେବଳ ମହାପ୍ରସାଦ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ରନ୍ଧନ କାର୍ଯ୍ୟରେ କାଠକୋଇଲା (ଅଂଗାର) ବିଞ୍ଚଣା , ରନ୍ଧା ଦଉଡ଼ି , ଡଙ୍କା , ଗାମୁଛା ,ହାତୁଆଣି , ଶିକା , ପାଣିହାଣ୍ଡି, ବାଲଟି , ଦଉଡ଼ି , କୂଅପାଣି,ଆସନ , କରେଇ , ପିଙ୍ଗଳ , ମଳା , ଭୋଗେଇ , ବାହୁଡ଼ା ଇତ୍ୟାଦି ବ୍ୟବହୃତ ହୋଇଥାଏ । ମହାପ୍ରଭୁଙ୍କ ମହାପ୍ରସାଦ ରନ୍ଧନରେ ତାଳପତ୍ରରେ ପ୍ରସ୍ତୁତ ଭୋଗେଇ ଓ ପବିତ୍ର ନଡ଼ିଆ ବୃକ୍ଷର କତାକୁ ଦଉଡ଼ିମାନ ତିଆରି କରାଯାଇ ରନ୍ଧନବେଳେ ବଡ଼ବଡ଼ ହାଣ୍ଡିକୁ ଟେକା ଯାଇଥାଏ । ଏହାଛଡ଼ା କୂଅରୁ ଜଳ ଉତ୍ତୋଳନ ବେଳେ ମଧ୍ୟ କତା ଦଉଡି ବ୍ୟବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମହିମା ସମ୍ପର୍କରେ ୨୬ଗୋଟି ମହାପୁରାଣ, ଉପପୁରାଣ ଓ ତନ୍ତ୍ରଶାସ୍ତ୍ରମାନଙ୍କରେ ସୁବିସ୍ତୃତ ବର୍ଣ୍ଣିତ ହୋଇଛି। ମହାପ୍ରସାଦ ପ୍ରସ୍ତୁତିରେ ତନ୍ତୁଜାତୀୟ ପରିବାକୁ ଗ୍ରହଣ କରାଯାଇଛି, ଯେଉଁଥିରେ ମାନବର ଶରୀର ସୁରକ୍ଷାକୁ ବିଶେଷ ଦୃଷ୍ଟି ଦିଆଯାଇଥାଏ । ମହାପ୍ରସାଦର ମହିମା ଦୃଷ୍ଟିଗୋଚର ହୁଏ । ଶଙ୍ଖୁଡ଼ି ଭୋଗ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) ଛପନ ଭୋଗ ପ୍ରଥମେ ଛପନ ପ୍ରକାର ଭୋଗର ବିଧାନ ଥିଲା, କିନ୍ତୁ କାଳକ୍ରମେ ତାହା ବୃଦ୍ଧି ପାଇ ଚଉରାଶି ପ୍ରକାର ହୋଇଛି । ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଭୋଗଗୁଡିକ ମଧ୍ୟରୁ 'ଛପନ ଭୋଗ' ଭାବେ ପ୍ରସିଦ୍ଧ ଭୋଗଗୁଡ଼ିକ ହେଲା: ଛବି ସମୂହ ନିଷିଦ୍ଧ ଦ୍ରବ୍ୟ ଜଗନ୍ନାଥ ମନ୍ଦିରରେ ଯେଉଁ ବ୍ୟଞ୍ଜନମାନ ପ୍ରସ୍ତୁତ ହୁଏ ସେଥିରେ ପିଆଜ, ରସୁଣ, ଶୁଖିଲା ଲଙ୍କା, ବିଲାତି ଆଳୁ, ଟମାଟୋ, କୋବି, ବିନ, ଝୁଡ଼ଙ୍ଗ, ଲାଉ, ସଜନାଛୁଇଁ, ଭେଣ୍ଡି, କଲରା, ଛଚିନ୍ଦ୍ରା, ଆଦି କେତେକ ପରିବା ବ୍ୟବହାର କରାଯାଏ ନାହିଁ । କୋଶଳାଶାଗ, ମୂଳାଶାଗ ଓ ଅଗସ୍ତିଶାଗ ବ୍ୟତିତ ଅନ୍ୟାନ୍ୟ ଶାଗ ମଧ୍ୟ ବ୍ୟବହାର କରାଯାଏ ନାହିଁ । ଇତିହାସରୁ କିଛି ଶହେ ଚଉରାଳିଶ ବର୍ଷ ଶ୍ରୀକ୍ଷେତ୍ର ଥଲା ଶ୍ରୀହୀନ । ଶ୍ରୀମନ୍ଦିରର ୠଦ୍ଧ ସଂହାସନ ଖାଲି ପଡିଥଲା । ଆକ୍ରମଣ ଯୋଗୁ ମହାପ୍ରଭୁ ଗୁପ୍ତ ଲୀଳାରେ ଥଲେ । ଦୁଇ ପୁରୁଷ ଧରି ବନ୍ଦ ରହିଥଲା ମହାପ୍ରଭୁଙ୍କ ପର୍ବପର୍ବାଣି । ଶୂନ୍ୟ ରହିଥଲା ଶ୍ରୀମନ୍ଦିର ରତ୍ନବେଦୀ, ଭୋଗ ହେଉ ନ ଥିଲା ମହାପ୍ରସାଦ । ମାଦଳା ପାଞ୍ଜିରେ ବର୍ଣ୍ଣନା ରହିଛି ମହାପ୍ରଭୁ ଲୀଳାରେ ଥିଲେ ସୋନପୁରରେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ସମସ୍ତ ନୀତିକାନ୍ତି ତଥା ଯାନିଯାତ୍ରା ଓ ପର୍ବପର୍ବାଣି ବନ୍ଦ ରହିଥଲା । ମହାରାଜା ଯଯାତିକେଶରୀଙ୍କ ସମୟର କଥା । ଗୋବିନ୍ଦ ଦ୍ୱାଦଶୀ ମହାସ୍ନାନ ଯୋଗଥାଏ । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ତାଙ୍କର ସମସ୍ତ ସହଯୋଗରେ ସୋନପୁରରୁ ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ଆସିଲେ । ଅଠତିରିଶ ହାତ ପୋଟଳ ଟିଏ ନିର୍ମାଣ କରାଇ ସମସ୍ତ ବିଧି ବିଧାନ ସାରି ଚତୁର୍ଦ୍ଧାମୂରତିଙ୍କୁ ରତ୍ନବେଦୀରେ ବରାଜିତ କରାଇଲେ । ପୁଣି ଶ୍ରୀମନ୍ଦିରକୁ ଉତ୍ସବ ମୁଖର କରାଇବା ନିମନ୍ତେ ତଥା ମହାପ୍ରଭୁଙ୍କ ନାତି, ପର୍ବପର୍ବାଣ ଯାନିଯାତ୍ରା ଇତ୍ୟାଦକୁ ପୁନଃ ପ୍ରଚଳନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଯଯାତିକେଶରୀ ପଣ୍ଡିତ, ବ୍ରାହ୍ମଣ, ସେବକଙ୍କୁ ଡକାଇ ଏକ ସଭାର ଆୟୋଜନ କରାଇଲେ । ସଭା ହେଲା ଓ ସଭାର ନିର୍ଯ୍ୟାସ ବାହାରିଲା । ଶାସ୍ତ୍ରୀୟ ବିଧିରେ ପୂଜା ପାର୍ବଣା ଇତ୍ୟାଦି ପୂର୍ବ ରୀତି ଅନୁଯାୟୀ ବ୍ୟବସ୍ଥା କରାଇବାର ସ୍ଥିର ହେଲା । ଶ୍ରୀମନ୍ଦିର ଛତିଶା ନିଯୋଗ ନିଜ ଅଧିକାର ଅନୁଯାୟୀ ମହାପ୍ରଭୁଙ୍କ ସେବା ପୂଜା ଆରମ୍ଭ କଲେ । ବହୁ କାଳ ବନ୍ଦ ହୋଇଯାଇଥିବା ମହାପ୍ରସାଦ ପୁଣି ଭୋଗ ଲାଗିଲା । ମହାପ୍ରସାଦ ବାହାରିବା ପରେ ମହାରାଜା ଚିନ୍ତା କଲେ ସଭିଏ ଏକାଠି ଏହାକୁ ପଙ୍କ୍ତି ଭୋଜନରେ ସେବନ କରିବେ । କେହି ଆସିଲେ ନାହିଁ । ସାଧୁମାନେ ଗୃହୀଙ୍କ ସହିତ ବସିବାକୁ ଅମଙ୍ଗ ହେଲେ । ବ୍ରାହ୍ମଣ ପଣ୍ଡିତମାନେ ବାବାଜୀଙ୍କ ସହିତ ବସିଲେ ନାହିଁ କି ସେବକଙ୍କ ସାଙ୍ଗରେ ସେବନକୁ ଆସିଲେ ନାହିଁ । ବ୍ରାହ୍ମଣ ସେବକମାନେ ଶୁଦ୍ର ସେବକଙ୍କ ଧାଡ଼ିରେ ରହିବା ନିମନ୍ତେ ଅନିଚ୍ଛା ପ୍ରକାଶ କଲେ । ଉକ୍ତ ଦିନ ମହାପ୍ରସାଦ ସେବନ ହେଲା ନାହିଁ । ମହାପ୍ରସାଦ ସେବନ ଶାସ୍ତ୍ରର ବିଧି ବଖାଣିଲେ ମଧ୍ୟ ଦୁଇ ପୁରୁଷ ଧରି ଛାରଡ଼ା ହୋଇଥିବା ଏହି ମହାନ ପରମ୍ପରାରେ କେହି ନିଜର ମାନସିକତାକୁ ସାମିଲ କରାଇଲେ ନାହିଁ । ମହାରାଜଙ୍କ ମନ ବିଷାଦରେ ଭରିଗଲା । ମହାପ୍ରଭୁଙ୍କୁ ସୁମରଣ କରି ମହାରାଜ ଅଧିଆ ପଡ଼ିଲେ । ପରଦିନ ଅବଢ଼ା ବାହାରିଲା । ପୁଣି ପୁରୁଣା ପୋଥିକଥା ବିଚାର ବିମର୍ଶ ହେଲା । କେହି କେହି କହିଲେ ଏହା ସେହି ପୁରାଣ ବର୍ଣ୍ଣିତ ମହାପ୍ରସାଦ ତ ଥୋକାଏ ଲୋକ ବସିବାକୁ ରାଜି ହେଲେ । କେହି କେହି କହିଲେ ଏହି ମହାପ୍ରସାଦକୁ ପରୀକ୍ଷା କଲେ କ୍ଷତି କ 'ଣ । ସେତିକିବେଳେ ସେହି ବାଟେ ଜଣେ ମୂକ ବ୍ରାହ୍ମଣ ଯାଉଥିବାର ଦେଖି ପଣ୍ଡିତମାନେ କହିଲେ- ଡାକ ଡାକ ସେହି ମୂକ ବ୍ରାହ୍ମଣୀ ପୁଅକୁ । ଜଣେ ବାବାଜୀ ବାହାରି କହିଲେ ମହାରାଜା ସେହି ମୂକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରିବାକୁ ଦିଆଯାଉ । ଯଦି ସେବନ କରିବା ପରେ ତା ର ପାଟି ଖୋଲିଯିବ ତା ହେଲେ ଆମେ ଅବଢ଼ା ଖାଇବୁ । ଯଯାତିକେଶରୀ ସଙ୍ଗେସଙ୍ଗେ ଆଦେଶ ଦେଲେ ମୂକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ନିମନ୍ତେ । ବ୍ରାହ୍ମଣ ପୁଅ ଅବଢ଼ା ସେବନ କରି ସନ୍ତୁଷ୍ଟ ହୋଇ ମୁଣ୍ଡରେ ହାତ ପୋଛିଲେ । ତୁଷ୍ଟଚିତ୍ତରେ ସାଧୁ ଓ ଅନ୍ୟମାନଙ୍କୁ ଚାହିଁ ଶ୍ଲୋକଟିଏ ବୋଲିଲେ । ଶ୍ଲୋକ ପଢ଼ି ସାରି ବ୍ରାହ୍ମଣ ବୁଝାଇଦେଲେ, ହେ ଜ୍ଞାନୀମାନେ ବେଦର ଅର୍ଥ ବୁଝ ନ ପାରି ଆପଣମାନେ ଗର୍ବକୁ ଆପଣାଇ ନେଇଛନ୍ତି । ଗଳିତ ମାଂସଖଣ୍ଡ ଗଙ୍ଗାରେ ମିଶିଲେ ମଧା ଗଙ୍ଗା କ ଣ ଅପବିତ୍ର ହୁଏ । ଗଙ୍ଗା ଯେପରି ପବିତ୍ର ସେହିପରି ଦାରୁବ୍ରହ୍ମଙ୍କ ମହାପ୍ରସାଦ ପବିତ୍ର । କେହି ଏହାକୁ କଦାପି ସନ୍ଦେହ କରନାହିଁ । ସଭିଏଁ ହରିବୋଲ ଦେଲେ ଓ ସମସ୍ତେ ଏକାଠି ବସି ମହାପ୍ରସାଦ ସେବନ କରିଥଲେ ।
କରୋନାଭୂତାଣୁ (ଇଂରାଜୀ ଭାଷା: ) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ । ଏହି ଭୂତାଣୁ କରୋନାଭିରିଡି ପରିବାର, ଅର୍ଥୋକରୋନାଭିରିନି ଉପପରିବାର ଓ ନିଡୋଭିରେଲ ଅର୍ଡ଼ରର ଭୂତାଣୁ ଅଟେ । ଏହା ଏକ ପ୍ରକାର ଆବୃତ ଭୁତାଣୁ ଯେଉଁଥିରେ ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ ( - - ) ଓ ହେଲିକାଲ ସିମେଟ୍ରି ଥିବ ନ୍ୟୁକ୍ଲିଓକାପସିଡ ଥାଏ । କରୋନା ଭୂତାଣୁର ଆକାର ଆରଏନଏ ନିମନ୍ତେ ସର୍ବାଧିକ - ୨୬ରୁ ୩୨ କିଲୋବେସ । କରୋନାଭୂତାଣୁ ବୟସ୍କ ଓ ପିଲାଙ୍କ ମଧ୍ୟରେ ସମସ୍ତ ସର୍ଦ୍ଦି ରୋଗ ମଧ୍ୟରୁ କରୋନାଭୂତାଣୁର ଏକ ଉଲ୍ଲେଖନୀୟ ଅଂଶ ଥାଏ । ସାଧାରଣତଃ ଶୀତ ଋତୁରେ ଏହି ରୋଗ ଯୋଗୁ ଜ୍ୱର ହୁଏ ଓ ଗଳାର ଆଡେନଏଡ ଫୁଲିଯାଏ । କରୋନାଭୂତାଣୁ‌ ଯୋଗୁ ପ୍ରତ୍ୟକ୍ଷ ନିମୋନିଆ ବା ଜୀବାଣୁଜନିତ ପରୋକ୍ଷ ନିମୋନିଆ ହୋଇପାରେ; ସେହିଭଳି ଏହା ଯୋଗୁ ପ୍ରତ୍ୟକ୍ଷ ଶ୍ୱାସନଳୀ ପ୍ରଦାହ ବା ଜୀବାଣୁ ଯୋଗୁ ପରୋକ୍ଷ ଶ୍ୱାସନଳୀ ପ୍ରଦାହ ହୋଇପାରେ । ସନ ୨୦୦୩ରେ ମାନବ କରୋନାଭୂତାଣୁ‌ ଆବିଷ୍କୃତ ହୋଇଥିଲା । ଏସଏଆରଏସ କରୋନାଭୂତାଣୁ‌ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ ( ) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ ( ଓ ) ହୋଇପାରେ । ବିଭିନ୍ନ ସ୍ଟ୍ରେନର କରୋନାଭୂତାଣୁ‌ ଥାଏ: ମାନବ କରୋନାଭୂତାଣୁ‌ ୨୨୯ ଇ 229 -229 ମାନବ କରୋନାଭୂତାଣୁ‌ ଓସି୪୩ 43 - 43 ସାର୍ସ କରୋନାଭୂତାଣୁ‌ ମାନବ କରୋନାଭୂତାଣୁ‌ ଏନଏଲ୬୩ 63 - 63, ମାନବ କରୋନାଭୂତାଣୁ‌ ଏଚକେୟୁ୧ ( 1) ମଧ୍ୟପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ , ଆଗରୁ ନଭେଲ କରୋନାଭାଇରସ ୨୦୧୨ ଓ - ବୋଲି ଜଣା । ନୂତନ କରୋନାଭୂତାଣୁ‌ , ଅନ୍ୟ ନାମ: ଉହାନ ନିମୋନିଆ ବା ଉହାନ କରୋନାଭୂତାଣୁ‌ ' ' ବା ନୂତନ ଏକ ପ୍ଲେସ‌ହୋଲ୍ଡର ନାମ ଯାହା ନୂଆ ନାମ ଅଟେ । ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ ସେପ୍ଟେମ୍ବର ୨୦୧୨ରେ ଏକ ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଥିଲା ଯାହାକୁ ପ୍ରଥମେ ନଭେଲ କରୋନାଭୂତାଣୁ ୨୦୧୨ କୁହାଯାଉଥିଲା ଓ ଅଧୁନା ଏହାକୁ ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ ଭୂତାଣୁ କୁହାଯାଉଛି । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ ଏକ ଜାଗତିକ ଆଲର୍ଟ ଜାରି କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଭୂତାଣୁ ମଣିଷଠାରୁ ମଣିଷ ପାଖକୁ ସ‌ହଜରେ ସଞ୍ଚାରିତ ହୋଇପାରେ ନାହିଁ । କିନ୍ତୁ ମଇ ୧୨/୦୫/୨୦୧୩ରେ ଫ୍ରେଞ୍ଚ ମିନିଷ୍ଟ୍ରି ଅଫ ସୋସିଆଲ ଆଫେୟାର ଆଣ୍ଡ ହେଲ୍‌ଥ ନିଶ୍ଚିତ କରିଥିଲା ଯେ ଏହା ମାନବରୁ ମାନବ ସଞ୍ଚାରଣ ହେଉଛି । ଟ୍ୟୁନିସିଆରେ ମଧ୍ୟ ଏହିଭଳି ସଞ୍ଚାରଣ ଦେଖିବାକୁ ମିଳିଛି । କିନ୍ତ ଏସବୁ ସତ୍ତ୍ୱେ ଏହା ସ‌ହଜରେ ମାନବ-ମାନବ ସଞ୍ଚାରିତ ହୋଇପାରେ ନାହିଁ । ୩୦/୧୦/୨୦୧୩ ସୁଦ୍ଧା ସାଉଦି ଆରବରେ ୧୨୪ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
କୀର୍ତ୍ତନ ବିହାରୀ ମହାନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ କୀର୍ତ୍ତନ ବିହାରୀ ମହାନ୍ତି ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।
ହୃଦ୍‌ଘାତ (ଇଂରାଜୀରେ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏମ.ଆଇ. ଅଥବା ଆକ୍ୟୁଟ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏ.ଏମ.ଆଇ., ବା ହାର୍ଟ ଆଟାକ୍ ଯଥାକ୍ରମେ , ), ରୋଗ ହୁଏ ଯେତେବେଳେ ହୃତ୍‌ପିଣ୍ଡର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇ ସେହି ସ୍ଥାନର ହୃତ୍‌ପିଣ୍ଡ ମାଂସପେଶୀ ମରିଯାଆନ୍ତି । ଏହାର ଅତି ସାଧାରଣ ଲକ୍ଷଣ: ଛାତି ଯନ୍ତ୍ରଣା ବା ଛାତି ବେଆରାମ ଯାହା କାନ୍ଧ, ବାହୁ, ପିଠି ଓ ହ‌ନୁ ହାଡ଼ ଆଡ଼କୁ ମାଡ଼ିଯାଏ । ଅଧିକାଂଶ ସମୟରେ ଏହି କଷ୍ଟ ଛାତି ମଝିରେ ବା ବାମ ପାଖରେ ହୁଏ ଓ କିଛି ମିନିଟରୁ ଅଧିକ ସମୟ ଧରି ରହେ । ଅନେକ ସମୟରେ ଏହା ଛାତି ଜ୍ୱଳନ ଭଳି ଲାଗେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, ଓକାଳ, ଅଚେତ ଅନୁଭବ, ଥଣ୍ଡା ଝାଳ ଓ ଥକ୍କା ଲାଗିବା ଭଳି ଲାଗେ । ପ୍ରାୟ ୩୦ % ଲୋକଙ୍କର ଅସ୍ୱାଭାବିକ ଲକ୍ଷଣ ଥାଏ, ପୁରୁଷଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଅସ୍ୱାଭାବିକ ଲକ୍ଷଣ ଦେଖାଯାଏ । ୭୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୫ % ଲୋକଙ୍କର ସାମାନ୍ୟ ବା କୌଣସି ଲକ୍ଷଣ ନ ଥାଏ । ହୃଦ୍‌ଘାତ ଫଳରେ ହୃଦ୍‌ପାତ , ଅନିୟମିତ ହୃତ ସ୍ପନ୍ଦନ ବା ହୃଦ୍‌ରୋଧ ହୋଇପାରେ । ଅଧିକାଂଶ ହୃଦ୍‌ଘାତ କରୋନାରୀ ଧମନୀ ରୋଗ ଯୋଗୁ ହୁଏ । ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ରକ୍ତରେ ଅଧିକ କୋଲେଷ୍ଟ୍ରଲ୍‌, ଦରିଦ୍ର ଖାଦ୍ୟ ଓ ଅତ୍ୟଧିକ ମଦ୍ୟପାନ ମୂଖ୍ୟ ଅଟେ । ରକ୍ତନଳୀରେ ଜମିଥିବା ଆଥେରୋସ୍କ୍ଲେରୋଟିକ ପ୍ଲେକ ଭାଙ୍ଗିଯାଇ କରୋନାରୀ ଧମନୀକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ ଏହି ରୋଗ ହୁଏ । କ୍ୱଚିତ, କୋକେନ ଖାଇବା ଯୋଗୁ, ମାନସିକ ଚାପ ଯୋଗୁ ଓ ଅତ୍ୟଧିକ ଥଣ୍ଡା ଯୋଗୁ, କରୋନାରି ଧମନୀର ସ୍ପାଜ୍ମ ହୋଇ ଏମ.ଆଇ. ରୋଗ ହୁଏ । ଇସିଜି, ରକ୍ତ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏସଟି ଉତ୍‌ଥାନ ଇସିଜି ସାହାଯ୍ୟରେ ଜଣାପଡ଼ିଲେ ଏମ ଆଇ ରୋଗ ନିଶ୍ଚିତ କରାଯାଏ । ସାଧାରଣତଃ ଟ୍ରୋପୋନିନ ଓ ବେଳେ ବେଳେ କ୍ରିଏଟିନ କାଇନେଜ ଏମ.ବି. ଭଳି ରକ୍ତ ପରୀକ୍ଷା କରାଯାଏ । ଏମ.ଆଇ. ରୋଗ ସନ୍ଦେହ ହେଲେ ତୁରନ୍ତ ଆସ୍ପିରିନ ଦେବା ସର୍ବୋତ୍ତମ ଚିକିତ୍ସା । ଛାତି ଯନ୍ତ୍ରଣା ଉପଶମ ନିମନ୍ତେ ନାଇଟ୍ରୋଗ୍ଲିସେରିନ କିମ୍ବା ଓପିଅଏଡ଼ ଦିଆଯାଏ କିନ୍ତୁ ମୋଟାମୋଟି ଫଳାଫଳ ଏହାଦ୍ୱାରା ଉନ୍ନତ ହୁଏ ନାହିଁ । ଛୋଟ ଶ୍ୱାସକ୍ରିୟା ହେଉଥିଲେ ବା ଅମ୍ଳଜାନ ସ୍ତର କମ ଥିଲେ ଅଧିକ ଅମ୍ଳଜାନ ଦିଆଯାଏ ଏମ.ଆଇ.ରେ ଏସ.ଟି. ଉପରକୁ ଥିଲେ ରକ୍ତ ପ୍ରବାହ ପୁନଃସ୍ଥାପନ କରିବା ନିମନ୍ତେ ଆଞ୍ଜିଓପ୍ଲାସ୍ଟି କରାଯାଏ ଯେଉଁଥିରେ ଧମନୀ ଖୋଲାଯାଏ ବା ଔଷଧ ଦେଇ ଥ୍ରୋମ୍ବୋଲାଇସିସ କରି ବାଧା ଦୂର କରିଦିଆଯାଏ । ଏସ.ଟି. ଉପରକୁ ନ ଥାଇ ଏମ.ଆଇ. ରୋଗ ଥିଲେ ହେପାରିନ ଦେଇ ରକ୍ତକୁ ପତଳା କରିଦିଆଯାଏ ଓ ତାହା ସ‌ହିତ ଅଧିକ ସଙ୍କଟ ଥିଲେ ଆଞ୍ଜିଓପ୍ଲାସ୍ଟି କରାଯାଏ । ଅନେକ କରୋନାରୀ ଧମନୀରେ ଅବରୋଧ ଓ ଡାଏବେଟିସ ଥିଲେ ଆଞ୍ଜିଓପ୍ଲାସ୍ଟି ନ କରି ବାଇପାସ ଅପରେଶନ କରିବାକୁ ଉପଦେଶ ଦିଆଯାଏ । ଏମ.ଆଇ. ରୋଗ ଚିକିତ୍ସା ପରେ ଜୀବନ ଧାରା ବଦଳେଇବାକୁ ପଡ଼େ, ଦୀର୍ଘକାଳୀନ ଆସ୍ପିରିନ, ବିଟାବ୍ଲକର ଓ ସ୍ଟାଟିନ ଦେବାକୁ ସୁପାରିସ କରାଯାଏ । ପ୍ରତି ବର୍ଷ ପୃଥିବୀରେ ଏସ.ଟି. ଉପରକୁ ଥାଇ ଏମ.ଆଇ. ରୋଗ ୩ ନିୟୁତ ଓ ଏସ.ଟି. ଉପରକୁ ନ ଥାଇ ଏମ.ଆଇ. ରୋଗ ୪ ନିୟୁତ ଥାଏ । ଏମ.ଆଇ.ରେ ଏସ.ଟି. ଉପରକୁ ଥିବା ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଦୁଇଗୁଣ ଥିବା ଦେଖାଯାଏ । ଆମରିକାରେ ପ୍ରାୟ ଏକ ନିୟୁତ ଲୋକଙ୍କର ପ୍ରତି ବର୍ଷ ଏମ ଆଇ ହୁଏ । ଏହାଯୋଗୁ ବିକଶିତ ଦେଶମାନଙ୍କରେ ମୃତ୍ୟୁ ହାର ୧୦ % ଥାଏ । ପୃଥିବୀରେ କୌଣସି ନିର୍ଦ୍ଦିଷ୍ଟ ବୟସରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏମ ଆଇ ହାର କମୁଛି । ହୃଦ୍‌ମାଂସପେଶୀୟ ରକ୍ତରୋଧୀ ତନ୍ତୁ କ୍ଷୟ ରୋଗକୁ ଲୋକମାନେ ହୃଦ୍‌ଘାତ ରୋଗ କହନ୍ତି । ହୃତ୍‌ପିଣ୍ଡକୁ ରକ୍ତ ସରବରାହ କରୁଥିବା ରକ୍ତ ନଳୀ କୌଣସି କାରଣରୁ ବନ୍ଦ ହୋଇଗଲେ ମାଂସପେଶୀ (ମାୟୋକାର୍ଡିଅମ୍) ରକ୍ତ ନ ପାଇ ମରିଯାଆନ୍ତି । ସାଧାରଣତଃ ଏହି ରକ୍ତ ନଳୀରେ କୋଲେଷ୍ଟେରଲ୍, ଚର୍ବି ଜାତୀୟ ପଦାର୍ଥ ଓ ଶ୍ୱେତ ରକ୍ତ କଣିକା ଜମିଯାଆନ୍ତି । ଏହାକୁ ଆଥେରୋସ୍କ୍ଲେରୋଟିକ ପ୍ଲେକ କହନ୍ତି । ଜମି ରହିଥିବା ଏହି ପ୍ଲେକ ସ୍ଥାନଚ୍ୟୁତ ହୋଇଗଲେ ସେହି ସ୍ଥାନଠାରୁ ଦୂରରେ ଥିବା ସରୁ ରକ୍ତ ନଳୀ ବନ୍ଦ ହୋଇଯାଏ । ଫଳ ସ୍ୱରୁପ ସେହି ସରୁ ରକ୍ତ ନଳୀ ସରବରାହ କରୁଥିବା ମାଂସପେଶୀ ଅମ୍ଳଜାନ ଅଭାବରୁ ମରିଯାଆନ୍ତି । ଏହି ରୋଗର ମୂଖ୍ୟ ଲକ୍ଷଣ: ଅକସ୍ମାତ ତୀବ୍ର ଯନ୍ତ୍ରଣା ଛାତିରେ, ବାମ ବେକରେ ବା ବାମ ବାହୁରେ ଅନୁଭୁତ ହୁଏ । ଅଣନିଶ୍ୱାସୀ, ବାନ୍ତି ଲାଗିବା, ବାନ୍ତି କରିବା, ଝାଳ ବୋହିବା ଓ ଦୂର୍ଭ୍ୟାଗ୍ୟ ଅଦୃଷ୍ଟ ଭାବି ଉତ୍କଣ୍ଠିତ ହେବା ଏହି ରୋଗର ଅନ୍ୟ ଲକ୍ଷଣ ସମୂହ ଅଟେ । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କମ ଅସୁବିଧା ଭୋଗନ୍ତି । ଏମାନେ ସାମାନ୍ୟ ଅଣନିଶ୍ୱସୀ, ବଦହଜମୀ, ଦୁର୍ବଳତା ଓ କ୍ଳାନ୍ତି ଅନୁଭବ କରନ୍ତି । ଅନେକ ରୋଗୀଙ୍କ ନିରବ ଲକ୍ଷଣ ହୁଏ, ଅର୍ଥାତ ଛାତି ଯନ୍ତ୍ରଣା ବା ଅନ୍ୟ କୌଣସି ଅସୁବିଧା ହୁଏ ନାହିଁ । ହୃତ୍‌ପିଣ୍ଡ ମାଂସପେଶୀର ଅବସ୍ଥା ନିର୍ଣ୍ଣୟ କରିବା ନିମନ୍ତେ ବିଭିନ୍ନ ପରୀକ୍ଷା ଯଥା ଇ.ସି.ଜି, ଇକୋକାର୍ଡିଓଗ୍ରାଫି, କାର୍ଡିଆକ ଏମ୍,ଆର,ଆଇ, ଓ କେତେକ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । ସାଧାରଣ ଭାବରେ ବ୍ଲଡ ମାର୍କର୍ ଯଥା କ୍ରିଏଟିନ୍ କାଇନେଜ୍ ( - ) ଏବଂ ଟ୍ରୋପୋନିନ୍ ସ୍ତର ନିର୍ଣ୍ଣୟ କରାଯାଏ । ଏହି ରୋଗ ସନ୍ଦେହ ହେଲେ ତୁରନ୍ତ ଅମ୍ଳଜାନ, ଆସ୍ପିରିନ୍ ଓ ଜିଭତଳ ନାଇଟ୍ରୋଗ୍ଲିସେରିନ୍ ଦରକାର ହୁଏ। ଇ.ସି.ଜି.ରେ ଏସ୍.ଟି ତରଙ୍ଗ ଉଚ୍ଚରେ ଥିଲେ ଅଧିକାଂଶ କ୍ଷେତ୍ରରେ କରୋନାରୀ ଆଞ୍ଜିଓପ୍ଲାସ୍ଟି ବା ଥ୍ରୋମ୍ବୋଲାଇସିସ୍ ଚିକିତ୍ସା କରାଯାଉଛି । ଏସ୍.ଟି. ତରଙ୍ଗ ଉର୍ଦ୍ଧ୍ୱଗାମୀ ନ ଥିଲେ ଔଷଧ ଚିକିତ୍ସା କରାଯାଏ, କିନ୍ତୁ ଦରକାର ହେଲେ ଆଞ୍ଜିଓପ୍ଲାସ୍ଟି କରାଯାଏ । ବିଭିନ୍ନ ରକ୍ତ ନଳୀ ସରୁ ବା ବନ୍ଦ ହୋଇଥିଲେ ବାଇପାସ୍ ଅପରେଶନ ଆବଶ୍ୟକ ହୁଏ, ଅଧିକ ଆବଶ୍ୟକ ହୁଏ ଯଦି ମଧୁମେହ ରୋଗ ଥାଏ । ସାଂଘାତିକ ହୋଇଥିଲେ ପ୍ରଥମରୁ ସିଏବିଜି ଅପରେଶନ କରାଯାଏ ନାହିଁ । ଯଦି ପିସିଆଇ ଫେଲ ହୁଏ ବା କରିବା ଯୋଗ୍ୟ ନ ହୁଏ ତାହା ହେଲେ ସିଏବିଜି କରାଯାଇପାରେ । ପୃଥିବୀରେ ୨୦୦୪ ମସିହାରେ ମୃତ୍ୟୁର ମୂଖ୍ୟ କାରଣ ରୂପେ 'ମାୟୋକାର୍ଡିଆଲ୍ ଇନଫାର୍କ୍ସନ୍ ଯୋଗୁ ଆଞ୍ଜିନା ଓ ହୃଦ୍ ‌ରୋଧ ' ପରିଚିତ ଥିଲା । ଏହି ରୋଗର ସଙ୍କଟଜନକ ସହଗାମୀ ଅବସ୍ଥା ମଧ୍ୟରେ ଅନ୍ୟ ହୃଦ୍ରୋଗ, ଧୂମ୍ରପାନ, ବୃଦ୍ଧାବସ୍ଥା, ରକ୍ତରେ ଏଲ୍.ଡି.ଏଲ୍. ଓ ଟ୍ରାଇଗ୍ଲିସେରାଇଡ୍ ଅଧିକ ବା ଏଚ୍.ଡି.ଏଲ୍. କମ୍ ଥିଲେ, ମଧୁମେହ, ଉଚ୍ଚ ରକ୍ତଚାପ, ବ୍ୟାୟାମ ବିହୀନ ଅବସ୍ଥା, ପୃଥୁଳତା, ପୁରୁଣା ବୃକକ ରୋଗ, ଅତ୍ୟଧିକ ମଦ୍ୟପାନ, କୋକେନ ଭଳି ନିଷିଦ୍ଧ ଔଷଧ ସେବନ ଓ ଅତ୍ୟଧିକ ଚାପଗ୍ରସ୍ତ ଅନ୍ୟତମ ବର୍ଗୀକରଣ ତୀବ୍ର ମାୟୋକାର୍ଡିଆଲ୍ ଇନ୍‌ଫାର୍କସନ୍ ନିଦାନ ଅନୁସାରେ ଦୁଇ ଭାଗରେ ବିଭକ୍ତ । ଟ୍ରାନ୍ସମ୍ୟୁରାଲ: ବଡ଼ କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ୍ ଥାଏ । ଏହାକୁ ପୁନଃ ବର୍ଗୀକରଣ କରାଯାଇ ସମ୍ମୁଖ, ପୃଷ୍ଠ, ତଳ ଭାଗ, ପାର୍ଶ୍ୱ ଓ ପରଦା ନାମ କରଣ କରାଯାଇଥାଏ । ଟ୍ରାନ୍ସମ୍ୟୁରାଲରେ ଧମନୀ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇ ଏହା ରକ୍ତ ସରବରାହ କରୁଥିବା ସକଳ ମାଂସପେଶୀ ନଷ୍ଟ କରିଦିଏ । ଇ.ସି.ଜି.ରେ ଏସ୍.ଟି ଉପରକୁ ଥାଏ ଓ କ୍ୟୁ ଦେଖାଯାଏ । ସବଏଣ୍ଡୋକାର୍ଡିଆଲ୍: ବାମ ନିଳୟର ଅନ୍ତଃ ଆସ୍ତରଣ ପାର୍ଶ୍ୱବର୍ତ୍ତୀ ମାଂସପେଶୀ, ମଧ୍ୟ ପରଦା ଓ ପାପିଲାରି ପେଶୀ କ୍ଷତିଗ୍ରସ୍ତ ହୁଏ । ଇ.ସି.ଜି.ରେ ଏସ୍.ଟି ନିମ୍ନଗାମୀ ଦେଖାଯାଏ । ଇ.ସି.ଜି ପରିବର୍ତ୍ତନ ଅନୁସାରେ ଏସ୍.ଟି. ଉର୍ଦ୍ଧ୍ୱ ଏମ୍.ଆଇ ( ବା ) ଓ ଏସ୍.ଟି. ଉର୍ଦ୍ଧ୍ୱ ଅନୁପସ୍ଥିତ ଏମ୍.ଆଇ - ବା - । ୨୦୦୭ ମସିହାରେ ସର୍ବସମ୍ମତିକ୍ରମେ ମାୟୋକାର୍ଡିଆଲ୍ ଇନ୍‌ଫାର୍କସନକୁ ୫ ଭାଗରେ ବିଭକ୍ତ କରାଯାଇଛି । ଟାଇପ ୧ - ସ୍ୱଳ୍ପ ରକ୍ତ ସଞ୍ଚାଳନ ଜନିତ ସ୍ୱତଃ ଇନ୍‌ଫାର୍କସନ୍ । ଟାଇପ ୨ - ଅଧିକ ଅମ୍ଳଜାନ ଆବଶ୍ୟକତା ବା ସ୍ୱଳ୍ପ ଯୋଗାଣ ଯୋଗୁ ଇନ୍‌ଫାର୍କସନ୍ । ଏହା *କରୋନାରୀ ଧମନୀରେ ଏମ୍ବୋଲିଜ୍ମ୍, ଆରିଦ୍‌ମିଆ, ରକ୍ତହୀନତା, ଉଚ୍ଚ/ନିମ୍ନ ରକ୍ତଚାପ ବା *ସଙ୍କୋଚନ ଯୋଗୁ ହୁଏ । ଟାଇପ ୩ - ଆଶାବିହୀନ ଅକସ୍ମାତ ହୃତ୍‌ପିଣ୍ଡ ମୃତ୍ୟୁ । ଟାଇପ ୪ - ଆଞ୍ଜିଓପ୍ଲାସ୍ଟି ସହ ଟାଇପ ୪କ - ପି.ସି.ଆଇ. ସହିତ ଟାଇପ ୪ଖ - ସ୍ଟେନ୍ଟ୍ ଥ୍ରୋମ୍ବୋସିସ ଟାଇପ ୫ - ସି.ଏ.ବି.ଜି. ସହିତ । ଚିହ୍ନ ଓ ଲକ୍ଷଣ ଏହି ରୋଗରେ ସାଧାରଣତଃ ହଠାତ ଲକ୍ଷଣ ପ୍ରକାଶ ନ ପାଇ କିଛି ମିନିଟ ସମୟ ନିଏ । ତୀବ୍ର୍ ମାୟୋକାର୍ଡିଆଲ୍ ଇନ୍‌ଫାର୍କ୍‌ସନ୍‌ରେ ଛାତି ଯନ୍ତ୍ରଣା ଏକ ପ୍ରମୁଖ ଲକ୍ଷଣ । ଛାତି ଚିପି ହେବା ଭଳି ଲାଗେ । ହୃତ୍‌ପିଣ୍ଡ ପେଶୀରେ ସ୍ୱଳ୍ପ ରକ୍ତ ପ୍ରବାହ ଜନିତ ଯନ୍ତ୍ରଣାକୁ ଆଞ୍ଜାଇନା କୁହାଯାଏ । ବାମ ବାହୁ ଦିଗରେ ଯନ୍ତ୍ରଣା ପ୍ରବାହ ମାଡିଯାଏ । ଏହି ପ୍ରବାହ ବେକ, ମୂଖର ନିମ୍ନ ଭାଗ, ଉପର ପେଟ ଓ ପିଠିକୁ ମଧ୍ୟ ବ୍ୟାପି ପାରେ । ଛାତି ଜଳା ପୋଡ଼ା ମଧ୍ୟ ହୋଇପାରେ । ହାତକୁ ମୁଠା କରି ରୋଗୀ ନିଜର ବକ୍ଷାସ୍ଥିକୁ ଚାପି ଧରିବା ଲକ୍ଷଣ ନିର୍ଣ୍ଣୟାତ୍ମକ ବୋଲି ଧରାଯାଉଥିଲା, କିନ୍ତୁ ଅନୁଧ୍ୟାନଦ୍ୱାରା ଏହା ସଠିକ ନୁହେଁ ବୋଲି ଜଣା ଯାଇଛି । ହୃତ୍‌ପିଣ୍ଡର ମାଂସପେଶୀ କ୍ଷତିଗ୍ରସ୍ତ ହେବା ଯୋଗୁ ବାମ ନିଳୟରୁ ରକ୍ତ ବାହାରି ପାରେ ନାହିଁ । ଏହାକୁ ବାମ ନିଳୟ ଫେଲ୍ୟୁଅର କୁହାଯାଏ ଯାହା ଫଳରେ ଫୁସଫୁସ ଫୁଲି ଯାଏ । ଏହାର ଅନ୍ୟ ଲକ୍ଷଣ ଗୁଡ଼ିକ: ଅତ୍ୟଧିକ ଝାଳ ବୋହିବା, ଦୂର୍ବଳ ଅନୁଭବ, ମୁଣ୍ଡ ହାଲୁକା ଲାଗିବା, ବାନ୍ତି ଲାଗିବା, ବାନ୍ତି କରିବା ଓ ଛାତି ଧଡ ଧଡ ଲାଗିବା । ହୃତ୍‌ପିଣ୍ଡ ମାଂସପେଶୀରେ ରକ୍ତ ଅଭାବ ହେତୁ ସହାନୁଭୁତିକ ସ୍ନାୟୁ ଉତ୍ତେଜିତ ହୋଇ ଅତ୍ୟଧିକ କାଟେକୋଲାମିନ କ୍ଷରଣ କରନ୍ତି । ଏହି କାରଣ ଯୋଗୁ ଲକ୍ଷଣ ସବୁ ପ୍ରକାଶ ପାଏ । ମସ୍ତିଷ୍କରେ ରକ୍ତ ଅଭାବ ଯୋଗୁ ସକ୍ ହୋଇ ରୋଗୀ ଚେତାଶୁନ୍ୟ ହୋଇଯାଏ, ହ୍ରୁତ୍‌ପିଣ୍ଡର କମ୍ପନ ହୋଇ ମୃତ୍ୟୁ ହୋଇପାରେ । ମହିଳା ଓ ବୟସାଧିକ୍ୟ ଲୋକମାନଙ୍କର ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ମହିଳାମାନେ ଛୋଟ ଶ୍ୱାସ କ୍ରିୟା ହୁଏ, ଦୂର୍ବଳତା ଓ ଥକ୍କା ଅନୁଭବ ହୁଏ; ପ୍ରକୃତ ଲକ୍ଷଣ ପ୍ରକାଶ ପାଇବାର ୧ ମାସ ପୂର୍ବରୁ ଏହି ଲକ୍ଷଣ ଦେଖାଯାଇପାରେ । ମହିଳାଙ୍କର ପୁରୁଷଙ୍କ ଅପେକ୍ଷା ଅଳ୍ପ ଛାତି ଯନ୍ତ୍ରଣା ହୁଏ । ଏକ ଚତୁର୍ଥାଂଶ ମାୟୋକାର୍ଡିଆଲ୍ ଇନ୍‌ଫାର୍କସନ୍ ରୋଗରେ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ସମୟ କ୍ରମେ ଏହି ରୋଗଗୁଡ଼ିକ ଇ.ସି.ଜି., ଓ ରକ୍ତ ଏନ୍‌ଜାଇମ ପରୀକ୍ଷା କଲେ ଧରାପଡେ । ଏହି ନିରବ ଲକ୍ଷଣ ୨୨ରୁ ୬୪% ରୋଗୀଙ୍କର ହୁଏ । ଏହା ନିରବ ଲକ୍ଷଣ ମୂଖ୍ୟତଃ ମଧୁମେହ ରୋଗୀଙ୍କର, ଅଧିକ ବୟସର ରୋଗୀଙ୍କର ଓ ହୃତ୍‌ପିଣ୍ଡ ପ୍ରତିରୋପିତ ହୋଇଥିବା ରୋଗୀଙ୍କର ଦେଖାଯାଏ । ଉଚ୍ଚ କଷ୍ଟ ସହନଶକ୍ତି ଓ ସ୍ନାୟୁ ଦୌର୍ବଲ୍ୟ ହେତୁ ମଧୁମେହ ରୋଗରେ ନିରବ ଲକ୍ଷଣ ପ୍ରକାଶ ପାଏ । ହଠାତ ହୃତ୍‌ପିଣ୍ଡକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ ଯେଉଁ ଲକ୍ଷଣ ସମୂହ ପ୍ରକାଶ ପାଏ ସେମାନଙ୍କୁ ଆକ୍ୟୁଟ କରୋନାରୀ ସିଣ୍ଡ୍ରୋମ ନାମ ଦିଆଯାଏ । ଏକା ଭଳି ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗ ଗୁଡ଼ିକର ନାମ: ପଲ୍‌ମୋନାରି ଏମ୍ବୋଲିସ୍ମ , ଆଓର୍ଟିକ ଡିସେକ୍‌ସନ , ପେରିକାର୍ଡିଆଲ୍ ଇଫ୍ୟୁଜନ , ଟେନ୍‌ସନ ନେମୋଥୋରାକ୍ସ ଓ ଏସୋଫେଜିଆଲ୍ ରପ୍‌ଚର୍ . କାରଣ ଦୈନନ୍ଦିନ କରୁଥିବା ବ୍ୟାୟାମ ବା ମାନସିକ ଚାପଠାରୁ ଅତ୍ୟଧିକ ବ୍ୟାୟାମ ବା ଅତ୍ୟଧିକ ଚାପ ହେଲେ ଇନ୍‌ଫାର୍କସନ ହୁଏ । ଏହି କାରଣ ଯୋଗୁ ନାଡି ଚାପ (ନାଡି ଚାପ ବା ପଲ୍ସ ପ୍ରେସର୍: ସିସ୍ଟୋଲିକ୍ ଓ ଡାୟାସ୍ଟୋଲିକ୍ ପ୍ରେସର ମଧ୍ୟରେ ଥିବା ପ୍ରଭେଦ ବା ଡିଫରେନ୍ସ)ଅତ୍ୟଧିକ ହେଲେ ରକ୍ତନଳୀ ପ୍ରସାରିତ ହୋଇଯାଏ, ଫଳତଃ ଆଥେରୋମାଟିକ ପ୍ଲେକ ସ୍ଥାନ ଚ୍ୟୁତ ହୋଇ ସରୁ ରକ୍ତ ନଳୀମାନଙ୍କରେ ରକ୍ତ ସଞ୍ଚାଳନ ବନ୍ଦ କରନ୍ତି ଓ ଇନ୍‌ଫାର୍କସନ୍ କରାନ୍ତି । ନିମୋନିଆ ଭଳି ସାଂଘାତିକ ସଂକ୍ରମଣ ହୃଦ୍‌ଘାତକୁ ଜନ୍ମ ଦେଇ ପାରେ । ପ୍ଲେକ୍‌ରେ ନିମୋନିଆ ଜୀବାଣୁ ଦେଖାଯାଉଥିବାରୁ କାଳେ ଏହି ଜୀବାଣୁ ହୃଦ୍‌ଘାତ ରୋଗରେ କୌଣସି ମତେ ସଂଶ୍ଳିଶ୍ଟ ଥିବ ଭାବି ଆଣ୍ଟିବାୟୋଟିକ୍ ଦିଆଯାଏ । କିନ୍ତୁ ଏହା ଦେବାଦ୍ୱାରା କିଛି ପରିବର୍ତ୍ତନ ଦେଖା ଯାଉନାହିଁ । ଏହି ରୋଗ ସକାଳ ୯ଟା ବେଳେ ଆକ୍ରମଣ କରୁଥିବାର ଦେଖାଯାଏ । ସଠିକ୍ ଭାବରେ ଏହାର କୌଣସି କାରଣ ନିର୍ଣ୍ଣୟ କରା ଯାଇନାହିଁ । ସଙ୍କଟଜନକ ପ୍ରତିନିଧି ଏଭଳି ଅନେକ ଅବସ୍ଥା ବା ପ୍ରତିନିଧି ଅଛନ୍ତି ଯେଉଁମାନଙ୍କ ଉପସ୍ଥିତି ଯୋଗୁ ହୃଦ୍‌ଘାତ ସଂଘଟିତ ହୋଇପାରେ । ସେଗୁଡ଼ିକର ଚିଠା ତଳେ ଦିଆଗଲା । ବୟସ ଲିଙ୍ଗ: ଋତୁ ରୋଧ ପୂର୍ବରୁ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ଅଧିକ ହୃଦ୍‌ଘାତ ହୁଏ । କିନ୍ତୁ ଯେ ହେତୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚନ୍ତି, ତେଣୁ ଏହି ରୋଗ ଯୋଗୁ ମହିଳା ମୃତ୍ୟୁ ସଂଖ୍ୟା ସାମାନ୍ୟ ଅଧିକ ଥାଏ । ମଧୁମେହ, ଉଭୟ ଟାଇପ୍ ୧ ଓ ୨ । ଉଚ୍ଚ ରକ୍ତ ଚାପ ଅତ୍ୟଧିକ କୋଲେସ୍ଟେରଲ୍ ବା ରକ୍ତରେ ଅସାଧାରଣ ଲିପିଡ୍ ସ୍ତର । ଧୂମ୍ରପାନ: ନିଜେ ଧୂମପାନ ନ କଲେ ମଧ୍ୟ ଧୂମ୍ରପାନ କରୁଥିବା ବ୍ୟକ୍ତି ପାଖରେ ଥିଲେ ବି ସଙ୍କଟ ରହି ପାରିବ । ଦୂଷିତ ବାୟୁ,କାର୍ବନ୍ ମୋନୋକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ସଲ୍‌ଫର ଡାଇଅକ୍ସାଇଡ ସଂସ୍ପର୍ଶ । ଓଜୋନ୍ଦ୍ୱାରା ହୁଏ ନାହିଁ । ପାରିବାରିକ ହୃଦ୍‌ଘାତ ଇତିହାସ । ପୃଥୁଳକାୟ କର୍ମହୀନ ଜୀବନ ନିମ୍ନ ସାମାଜିକ/ଅର୍ଥନୈତିକ ଅବସ୍ଥା, ଅତ୍ୟଧିକ ଭାବାବେଗ, ବିବାହ ପୂର୍ବ ସହବାସ, ସ୍ୱଳ୍ପ ଆମଦାନୀ ଓ ସ୍ୱଳ୍ପ ଶିକ୍ଷା ଇତ୍ୟାଦି । ମଦ୍ୟପାନ ଜନ୍ମ ନିରୋଧ ବଟିକା ଶାରିରୀକ ନିଦାନ ତତ୍ତ୍ୱ ସାଧାରଣତଃ କରୋନାରୀ ଧମନୀରେ କୋଲେଷ୍ଟେରଲ୍, ଚର୍ବି ଜାତୀୟ ପଦାର୍ଥ ଓ ଶ୍ୱେତ ରକ୍ତ କଣିକା ଜମିଯାଆନ୍ତି । ଏହାକୁ ଆଥେରୋସ୍କ୍ଲେରୋଟିକ ପ୍ଲେକ୍ କହନ୍ତି । ଏହି ପ୍ଲେକ୍ ବହୁତ ଧୀରେ ଧୀରେ ଗଠିତ ହୁଏ ଓ ବହୁତ ବର୍ଷ ଲାଗେ । ସମୟ କ୍ରମେ ଏହା ଉପରେ ଫାଇବର ଜମି ଯାଏ । ଏହି ପ୍ରକ୍ରିୟା ଫଳରେ ରକ୍ତ ନଳୀ ଭିତରର ବ୍ୟାସ କମି କମି ଯାଏ ଓ ନଳୀ ଛୋଟ ହୋଇଯାଏ । ଏହା ଦୃଢ଼ ସ୍ଥିର ବା ନିଶ୍ଚଳ ରହେ ନାହିଁ । ତାହା ସ୍ଥାନ ଚ୍ୟୁତ ହୋଇ ଗଲେ ତାହା ଉପରେ ରକ୍ତ ଜମାଟ ବାନ୍ଧିଯାଏ । ଏହି ସ୍ଥାନ ଚ୍ୟୁତ ପ୍ଲେକ୍ ବୋହିଯାଇ ସରୁ ରକ୍ତ ନଳୀକୁ ବନ୍ଦ କରିଦିଏ ଓ ଇନ୍‌ଫାର୍କ୍‌ସନ୍ ସୃଷ୍ଟି ହୁଏ । ସେହି ରକ୍ତ ନଳୀ ଯେଉଁ ମାଂସପେଶୀମାନଙ୍କୁ ରକ୍ତ ଯୋଗାଏ ସେମାନେ ଆଉ ରକ୍ତ ବା ଅମ୍ଳଜାନ ପାଇ ପାରନ୍ତି ନାହିଁ । ଏହି ପ୍ରକ୍ରିୟା ବହୁତ ସମୟ ଧରି ଲାଗି ରହିଲେ ଇସ୍କେମିକ୍ କାସ୍କେଡ୍ ସୃଷ୍ଟି ହୁଏ । ଏମାନଙ୍କର ମୃତ୍ୟୁ ହୁଏ ଯାହାକୁ ନେକ୍ରୋସିସ୍ କହନ୍ତି । ଏହି ତନ୍ତୁ ନଷ୍ଟ ହେବାରେ ଆପୋପ୍ଟୋସିସ୍ ନାମକ ଆଉ ଏକ ପ୍ରକ୍ରିୟା କାମ କରିବା ଜଣାଯାଉଛି ଯେଉଁଥିରେ କିଛି ଜୀବକୋଷ ଆପେ ଆପେ ମରିଯାଆନ୍ତି । ଏହି ମୃତ ତନ୍ତୁ ଉପରେ ଫାଇବର ଜମିଯାଇ ସ୍କାର ସୃଷ୍ଟି ହୁଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ହୃତ୍‌ପିଣ୍ଡ କୋଷମାନଙ୍କର ପୁନଃ ସୃଷ୍ଟି ହୁଏ ନାହିଁ । ଏହି ସ୍କାର ଫଳରେ ହୃତପିଣ୍ଡର ଗତି ଅନିୟମିତ ହୋଇଯାଏ ଯାହାକୁ ଆରିଦ୍‌ମିଆ କୁହାଯାଏ । ମାଂସପେଶୀର ମୋଟେଇ କମିଗଲେ ଏହା ଦୁର୍ବଳ ହୋଇଯାଏ ଓ ଆନ୍ୟୁରିଜ୍ମ ହୋଇ ଫାଟିଯିବା ସମ୍ଭାବନା ରହେ । ଆଘାତପ୍ରାପ୍ତ ମାଂସପେଶୀ ମାଧ୍ୟମରେ ବୈଦୁତିକ ତରଙ୍ଗ ଯାଇ ନ ପାରିବାରୁ ଅସମରୁପ ତରଙ୍ଗ ପ୍ରବାହ ସୃଷ୍ଟି ହୁଏ । ଏହା ଫଳରେ ସାଂଘାତିକ ନିଳୟ ଆରିଦ୍‌ମିଆ ଘଟେ । ଏହା ଯୋଗୁ ମୃତ୍ୟୁ ହୋଇପାରେ । ଏହା ଛଡା ଉପଯୁକ୍ତ ପରିମାଣରେ ରକ୍ତ ଶରୀରକୁ ସରବରାହ ହୋଇ ନ ପାରିବାରୁ ହୃତ୍‌ପିଣ୍ଡ ଗତି ତୀବ୍ର ହୋଇଯାଏ । ହୃତ୍‌ପିଣ୍ଡର ସମ୍ଭାବ୍ୟ ଆରିଦ୍‌ମିଆକୁ ବନ୍ଦ କରିବା ନିମନ୍ତେ ଡିଫିବ୍ରିଲେଟର୍ ଯନ୍ତ୍ର ବ୍ୟବହାର କରାଯାଏ । ରୋଗ ନିର୍ଣ୍ଣୟ ରୋଗ ନିର୍ଣ୍ଣୟ ନିମନ୍ତେ ରୋଗୀର ଅଭିଯୋଗ, ତାହାର ଶାରୀରିକ ଅବସ୍ଥା, କରୋନାରୀ ଆଞ୍ଜିଓଗ୍ରାମ ଓ ବିଭିନ୍ନ ମାର୍କର ଆବଶ୍ୟକ ହୁଏ । ଇ.ସି.ଜି.ଦ୍ୱାରା କ୍ଷତିଗ୍ରସ୍ତ ସ୍ଥାନ ନିରୁପିତ ହୁଏ, କରୋନାରୀ ଆଞ୍ଜିଓଗ୍ରାମଦ୍ୱାରା ସରୁ ହୋଇଥିବା ଧମନୀ ସ୍ଥାନ ନିରୁପିତ ହୁଏ । କେତେକ ଇମେଜିଙ୍ଗ ପରୀକ୍ଷା ଯଥା: ସ୍ଟ୍ରେସ୍ ରେଡିଓନ୍ୟୁକ୍ଲାଇଡ୍ ମାୟୋକାର୍ଡିଆଲ୍ ପର୍ଫ୍ୟୁଜନ ଇମେଜ୍ ବା ସ୍ଟ୍ରେସ୍ ଇକୋକାର୍ଡିଓଗ୍ରାଫି ଭଲି ପରୀକ୍ଷା ରୋଗ ପ୍ରମାଣିତ କରେ କିନ୍ତୁ ଏହି ପରୀକ୍ଷା କେବଳ ଉଚ୍ଚ ସଙ୍କଟରେ ଥିବା ରୋଗୀଙ୍କର ବା ସଠିକ ଭାବେ ନିରୁପିତ ହୋଇ ନ ପାରୁଥିବା ସମୟରେ କରାଯାଏ । ଆଶୁ ଚିକିତ୍ସା ବିଭାଗରେ ଆନୁସଙ୍ଗିକ ଅବସ୍ଥା ନିରୁପଣ ନିମନ୍ତେ ଛାତି ଏକ୍ସ-ରେ, ଓ ବିଭିନ୍ନ ରକ୍ତ ପରୀକ୍ଷା କରାଯାଏ । କୋଣସି ଲୋକର ଯଦି ଇ.ସି.ଜି. ଠିକ ଅଛି ଓ ବ୍ୟାୟାମ କରିପାରୁଛି ତାହା ହେଲେ କୌଣସି ଇମେଜିଙ୍ଗର ଆବଶ୍ୟକତା ନାହିଁ । ନ୍ୟୁକ୍ଲିଆର୍ ମେଡିସିନରେ ଟେକ୍ନେସିୟମ ସେସ୍ଟାମିବି କିମ୍ବା ଥାଲିଅମ୍-୨୦୧କ୍ଲୋରାଇଡ ବ୍ୟବହାର କରି ସ୍ୱଳ୍ପ ରକ୍ତ ପ୍ରବାହ ସ୍ଥାନ ନିରୁପଣ କରାଯାଏ । ଡବ୍ଲ୍ୟୁ.ଏଚ୍.ଓ. ଅନୁସାରେ ହୃଦ୍‌ରୋଧ ନିର୍ଣ୍ଣୟ ନିମନ୍ତେ ନିମ୍ନଲିଖିତ ଆଧାର ଆବଶ୍ୟକ । ସ୍ଥିରିକୃତ ଛାତି ଯନ୍ତ୍ରଣା ୨୦ ମିନିଟରୁ ଅଧିକ ହେଉଥିବ । କ୍ରମିକ ଇ.ସି.ଜି.ରେ ଦ୍ରଷ୍ଟବ୍ୟ ପରିବର୍ତ୍ତନ । କାର୍ଡିଆକ୍ ବାୟୋମାର୍କର- କ୍ରିଏଟିନ୍ କାଇନେଜ୍-ଏମ୍ ବି ଓ ଟ୍ରୋପୋନିନ୍ର ସ୍ତରର ଉତ୍ଥାନ/ପତନ ରୋଗ ନିରୋଧ ବାରମ୍ବାର ହୃଦ୍‌ଘାତ ସଙ୍କଟକୁ ଏଡେଇବା ନିମନ୍ତେ ରକ୍ତଚାପ ସ୍ଥିର ରଖିବା, ନିଜର ଜୀବନ ଶୈଳୀ ବଦଳେଇବା, ଧୂମପାନ ନ କରିବା, ନିୟମିତ ବ୍ୟାୟାମ କରିବା, ଉପଯୁକ୍ତ ଖାଦ୍ୟ ଖାଇବା ମଦ୍ୟ ପାନ ନ କରିବା ଆବଶ୍ୟକ । କେତେଗୁଡିଏ ଦୀର୍ଘସ୍ଥାୟୀ ବ୍ୟବସ୍ଥା ତଳେ ଉଲ୍ଲେଖ କରାଗଲା । ଆଣ୍ଟିପ୍ଲାଟେଲେଟ୍ ଚିକିତ୍ସା- ପ୍ଲେଟ ଛିଣ୍ଡିଯାଇ ବାରମ୍ବାର ହୃଦ୍‌ଘାତ ନ ହେବା ନିମନ୍ତେ ଆସ୍ପିରିନ ଓ କ୍ଲୋପିଡୋଗ୍ରେଲ୍ ଔଧଧ ଦୀର୍ଘ ଦିନ ଧରି ଖାଇବାକୁ ହୁଏ । ବିଟା ବ୍ଲକର: ବାମ ନିଳୟ ଅସୁବିଧା ଥିଲେ ମେଟୋପ୍ରୋଲୋଲ୍ ବା କାର୍ଭେଡିଅଲ୍ ଚାଲୁ ରଖିବାକୁ ହୁଏ । ମଧୁମେହ, ଉଚ୍ଚରକ୍ତ ଚାପ, ସମ୍ମୁଖ କାନ୍ଥରେ ଇନ୍‌ଫାର୍କସନ୍ ଥିଲେ ଏ.ସି.ଇ. ଇନ୍‌ହିବିଟର ଦିଆଯାଏ । ଇନ୍‌ଫାର୍କସନ୍ ପରେ ସ୍ଟାଟିନ୍ ଥେରାପି ଦେଲେ ମୃତ୍ୟୁ ହାର କମିଯାଏ । ଏହି ପ୍ଲେକ୍‌କୁ ସ୍ଥିର ରଖେ । ଏପ୍ଲେନେରୋନ୍ ଓ ସ୍ପାରିନୋଲାକ୍ଟୋନ ଦେଲେ ମୃତ୍ୟୁ ହାର କମିଯାଏ । ଓମେଗା ୩ ଫ୍ୟାଟି ଏସିଡ୍ ଖାଇଲେ କରୋନାରୀ ହୃଦ୍‌ରୋଗ କମିଯାଏ । ଭେନ୍ଟ୍ରିକୁଲାର ଫିବ୍ରିଲେସନ କମି ଯାଏ । ହେପାରିନ ଗୋଟିଏ ଉପକାରୀ ଔଷଧ କିନ୍ତୁ ଏହା ରକ୍ତ ସ୍ରାବକାରୀ ଅଟେ । ଉପଚାର ହୃଦ୍‌ଘାତ ରୋଗ ତୁରନ୍ତ ଚିକିତ୍ସା ଆବଶ୍ୟକ କରେ । ଚିକିତ୍ସାର ମୂଳ ଲକ୍ଷ ହେଲା- ପାରୁ ପର୍ଯ୍ୟନ୍ତ ହୃତ୍‌ପିଣ୍ଡର ମାଂସପେଶୀ ନଷ୍ଟ ହେବାରୁ ରକ୍ଷା କର ଓ ଅଧିକ ଜଟୀଳତାରୁ ବଞ୍ଚାଅ । ଏହାକୁ ମନେ ରଖିବା ପାଇଁ ଗୋଟିଏ ସୁନ୍ଦର ବାକ୍ୟ ଅଛି: ସମୟ ହିଁ ମାଂସପେଶୀ । ଅମ୍ଳଜାନ, ଆସ୍ପିରିନ୍ ଓ ନାଇଟ୍ରୋଗ୍ଲିସେରିନ୍ ଔଷଧ ଦିଆଯାଏ । ନାଇଟ୍ରୋଗ୍ଲିସେରିନ୍ କାମ ନ କଲେ ମର୍ଫିନ ଦିଆଯାଏ କିନ୍ତୁ ଥିଲେ ମୃତ୍ୟୁ ହାର ବଢେ । ଅତ୍ୟଧିକ ଅମ୍ଳଜାନ ପ୍ରୟୋଗ କଲେ ମୃତ୍ୟୁ ହାର ବଢେ ଓ ନଷ୍ଟ ମାଂସପେଶୀର ଆକାର ବଢେ । ଥିଲେ ପି.ସି.ଆଇ. ଓ ଫିବ୍ରିନୋଲାଇସିସ୍ କରାଯାଏ । ପୂର୍ବାନୁମାନ ଏହି ରୋଗର ପରବର୍ତ୍ତୀ ଅବସ୍ଥା ରୋଗୀର ସ୍ୱାସ୍ଥ୍ୟ, ହୃତ‌ପିଣ୍ଡ ପେଶି ନଷ୍ଟର ପରିମାଣ ଓ ଚିକିତ୍ସା ଉପରେ ନିର୍ଭର କରେ । ଆମେରିକାରେ ଚିକିତ୍ସାଳୟ ଅନୁସାରେ ୩୦ ଦିନ ମଧ୍ୟରେ ୧୬.୬%ରୁ ୨୪.୯% ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉପଲବ୍ଧ ସୁବିଧା, କେତେ ଶୀଘ୍ର ଚିକିତ୍ସା କରାଯାଇଛି, କେତେ ପରିମାଣର ପେଶୀ ନଷ୍ଟ ହୋଇଛି ତାହାରି ଉପରେ ଫଳାଫଳ ନିର୍ଭର କରୁଛି । ଜଟିଳତା ଜଟିଳତା ସଙ୍ଗେ ସଙ୍ଗେ ହୋଇପାରେ ବା ଧୀରେ ଧୀରେ ହୋଇପାରେ । ତୀବ୍ର ଜଟିଳ ହେଲେ ହୃତ୍‌ପିଣ୍ଡ ରକ୍ତ ସଞ୍ଚାଳନ କରିପାରେ ନାହିଁ । ଆନ୍ୟୁରିଜ୍ମ୍ (କାନ୍ଥ ଆଶିଂକ ଫୁଲିଯିବା), ମାଂସପେଶୀ ଫାଟିଯିବା, ମାଇଟ୍ରାଲ ଭଲ୍ଭଠାରେ ରକ୍ତ ପଛକୁ ଯିବା ଓ ଆରିଦ୍‌ମିଆ ହେବା ଇତ୍ୟାଦି ଜଟୀଳତା ପ୍ରାଣ ଘାତକ ହୁଏ । ଧିରେ ଧୀରେ ଜଟୀଳତା ମଧ୍ୟରେ ହୃଦ୍‌ରୋଧ, ନିଳୟ ଫିବ୍ରିଲାସନ୍ ଓ ସେକଣ୍ଡାରୀ ଇନ୍‌ଫାର୍କସନ୍ ହୁଏ । ଅନୁଶୀଳନ ବିଜ୍ଞାନ ସ୍ୱଳ୍ପରକ୍ତିମ ହୃତ୍‌ପିଣ୍ଡ ରୋଗ/ କରୋନାରୀ ଧମନୀ ରୋଗର ହୃଦ୍‌ମାଂସପେଶୀୟ ରକ୍ତରୋଧୀ ତନ୍ତୁକ୍ଷୟ ଏକ ପ୍ରଧାନ ଲକ୍ଷଣ । ୨୦୦୪ ମସିହାରେ ଡବ୍ଲ୍ୟୁ.ଏଚ.ଓ. ହିସାବ ଅନୁସାରେ ପୃଥିବୀର ସମୁଦାୟ ମୃତ୍ୟୁ ସଂଖ୍ୟାର ୧୨.୨% ଏହି ରୋଗ ଯୋଗୁ ହୁଏ, ବିଶେଷତଃ ଉଚ୍ଚ ଓ ମଧ୍ୟ ବର୍ଗ ଆୟକାରୀ ଲୋକମାନଙ୍କର । ନିମ୍ନ ଆୟକାରୀ ଲୋକଙ୍କର ନିମ୍ନ ଶ୍ୱାସ ସଂକ୍ରମଣ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ପରେ ଏହି ମୃତ୍ୟୁ ସଂଖ୍ୟା ଦେଖାଯାଏ । ପୃଥିବୀରେ ପ୍ରତି ବର୍ଷ ୩ ନିୟୁତ ଲୋକଙ୍କର ଓ ୪ ନିୟୁତ ଲୋକଙ୍କର ହୁଏ । ଉଚ୍ଚ ଆୟକାରୀ ଦେଶମାନଙ୍କରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା କମିବାକୁ ଲାଗିଛି, ତଥାପି ପ୍ରତି ୩ ଜଣରେ ଜଣେ ହୃଦ୍‌ରୋଗ ଯୋଗୁ ମୃତ୍ୟୁ ବରଣ କରୁଛନ୍ତି । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ମୃତ୍ୟୁ ସଂଖ୍ୟାର ଏହା ଏକ ପ୍ରଧାନ କାରଣ ରୁପେ ବିବେଚିତ ହେଉଛି । ଆଇନଗତ ଆଘାତ ନିମନ୍ତେ ବୀମା ବ୍ୟବସ୍ଥା ଥାଏ । ଇନ୍‌ଫାର୍କସନ୍ ଏକ ରୋଗ, ଆଘାତ ନୁହେଁ, କିନ୍ତୁ କୌଣସି ପେଶାରେ ଅତ୍ୟଧିକ ଉତ୍ତେଜନା ବା ପରିଶ୍ରମ ସମ୍ଭାବନା ରହିଲେ ଏହି ରୋଗ ହୋଇପାରେ । ସେତେବେଳେ ଏହା ବୀମା ପରିସରକୁ ଆସେ । ଗବେଷଣା ଅଧୁନା ସ୍ଟେମ୍ ଜୀବକୋଷ ପଦ୍ଧତି ପ୍ରୟୋଗ କରି କ୍ଷତିଗ୍ରସ୍ତ ହୃତ୍‌ପିଣ୍ଡ ମାଂସପେଶୀକୁ ଭରଣା କରିବା ଚେଷ୍ଟା ଚାଲିଛି । ତେବେ ଏହା ପ୍ରାଥମିକ ଅବସ୍ଥାରେ ଅଛି ।
ପେଗଫିଲଗ୍ରାଷ୍ଟିମ, ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଲାଷ୍ଟା ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କେମୋଥେରାପି କିମ୍ବା ବିକିରଣ ରୋଗରେ କମ୍ ନିଉଟ୍ରୋଫିଲ ଥିଲେ ତାହାର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଏହାର ଉପକାର ଫିଲଗ୍ରାଷ୍ଟିମ୍ ସହିତ ସମାନ କିନ୍ତୁ ବାରମ୍ବାର ଦିଆଯିବା ଆବଶ୍ୟକ ନୁହେଁ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଡ଼ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ଲିହା ଫାଟିବା, ବୟସ୍କଙ୍କ ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମ ଏବଂ ଆନାଫାଇଲକ୍ସିସ୍ ହୋଇପାରେ । ଏହା ଫିଲଗ୍ରାଷ୍ଟିମର ଏକ ପେଗିଲେଟେଡ ଫର୍ମ, ଏକ ରେକମ୍ବିନାଣ୍ଟ ଗ୍ରାନୁଲୋସାଇଟ୍ କଲୋନୀ-ଉତ୍ତେଜକ କାରକ ଏହା ଅସ୍ଥି ମଜ୍ଜାଦ୍ୱାରା ଶ୍ୱେତ ରକ୍ତ କଣିକା (ଲ୍ୟୁକୋସାଇଟ୍) ଉତ୍ପାଦନକୁ ବୃଦ୍ଧି କରିଥାଏ ୨୦୦୨ ମସିହାରେ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଡାକ୍ତରୀ ବ୍ୟବହାର ପାଇଁ ପେଗଫିଲଗ୍ରାଷ୍ଟିମ ଅନୁମୋଦିତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରା ପ୍ରାୟ ୬,୨୦୦ ଡଲାର ଅଟେ; ଯଦିଓ ଏକ ବାୟୋସିମିଲାର ପ୍ରତି ଡୋଜର ମୂଲ୍ୟ ୩,୮୦୦ ଡଲାର । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ମୂଲ୍ୟ ୪୧୦ ପାଉଣ୍ଡ ଅଟେ ।
ଟରାସ କୋମ୍ପାନିଚେଙ୍କୋ (ଛାଞ୍ଚ: - ; ଜନ୍ମ: ୧୪ ନଭେମ୍ବର ୧୯୬୯, ଜନ୍ମସ୍ଥାନ: କ୍ୟିଭ, ୟୁକ୍ରେନିଆନ, ଏସ୍ଏସ୍ଆର୍) ଜଣେ ୟୁକ୍ରେନିୟ ରେକର୍ଡ଼ିଂ କଳାକାର, କୋବଜାର, ଗୀତିକାର, ସଙ୍ଗୀତକାର, ଗାୟକ ତଥା ଏକ ସଙ୍ଗୀତ ବ୍ୟାଣ୍ଡର ପୁରୋଧା । ସେ କୋବଜାରସ୍କାୟି ଟିସେଖ (କୋବଜାର ଗିଲ୍ଡ), ପ୍ରାରମ୍ଭିକ ସଙ୍ଗୀତ ଦଳ ଚୋରିଆ କୋଜାକ୍କା ଏବଂ ସର୍ମାଟିକା ଭଳି ବ୍ୟାଣ୍ଡର ସକ୍ରିୟ ସଦସ୍ୟ । ନଭେମ୍ବର ୨୦୦୪ରୁ ଜାନୁଆରୀ ୨୦୦୫ ମଧ୍ୟରେ ୟୁକ୍ରେନରେ ଚାଲିଥିବା କମଳା ବିପ୍ଳବରେ (ଅରେଞ୍ଜ ରିଭୋଲ୍ୟୁସନ୍) ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ୨୦୧୩ ୨୦୧୪ ମସିହାରେ ଇଉରୋମୈଦାନରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ସେ ୟୁକ୍ରେନର ଜଣେ ଜଣାଶୁଣା ଓ ଭାସିଲ ଷ୍ଟୁସ୍ ପୁରସ୍କାର ବିଜେତା କଳାକାର । ସେ ଜଣେ ପ୍ରଶିକ୍ଷିତ ଚିତ୍ରକର ଓ କଳା ଐତିହାସିକ ଭାବେ ତାଲିମ ନେଇଥିଲେ ମଧ୍ୟ ସଙ୍ଗୀତ ପ୍ରତି ଥିବା ରୁଚି ପାଇଁ ଏହି ବୃତ୍ତିକୁ ଛାଡ଼ି ଦେଇଥିଲେ । ୨୦୨୨ ମସିହାରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ସେ ହତିଆର ଉଠାଇ ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ୨୪୧ ତମ ଟେରିଟୋରିଆଲ୍ ଡିଫେନ୍ସ ବ୍ରିଗେଡ଼ରେ ଯୋଗ ଦେଇଥିଲେ ।
ସୋହନା ଏକ ଭାରତୀୟ ସହର ଅଟେ । ଏହା ହରିଆଣାର ଗୁର୍‌‌ଗାଓଁ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସୋହନା ୨୮.୨୪୭୪ ଉତ୍ତର ଅକ୍ଷାଂଶ ଓ ୭୭.୦୬୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋହନା ସହରର ମୋଟ ଜନସଂଖ୍ୟା ୨୭୫୭୧ ଅଟେ । ସେଥି ମଧ୍ୟରୁ ୫୩.୩୬% ଜଣ ପରୁଷ ହୋଇଥିବା ବେଳେ ୪୬.୬୪% ଜଣ ନାରୀ ଅଟନ୍ତି । ସୋହନାର ସାକ୍ଷରତା ହାର ୬୨.୬୪% ଅଟେ । ଏହା ଜାତୀୟ ହାରଠାରୁ ୨.୨୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୬% ପ୍ରତିଶତ ପୁରୁଷ ଓ ୨୫.୧୮% ନାରୀ ଅଟନ୍ତି । ୧୬.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ସୋହନାର ସରକାରୀ ଭାଷା ଅଟେ ।
୧୫୫୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବେପୋଟାସ୍ଟାଇନ, ଏକ ବେପାର ନାମ ବିପ୍ରେଭେ, ଆଲର୍ଜି କନଜକ୍ଟିଭାଇଟିସ୍ ରୋଗର ଚିକିତ୍ସା ପାଇଁ ଆଖି ଡ୍ରପ ଆକାରରେ ମିଳୁଥିବା ଏକ ଔଷଧ । ପାଟିରେ ଏହା ଆଲର୍ଜି ରାଇନାଇଟିସ୍ (ଘାସ ଜ୍ୱର) ଏବଂ ହାଇଭ୍‌ସ ରୋଗ ପାଇଁ ଦିଆପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଜ୍ୱାଳା, ମୁଣ୍ଡବିନ୍ଧା, ଏବଂ ନାକ ଭରିଯିବା ହୋଇପାରେ । ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ଏହା ଏକ ଆଣ୍ଟିହାଇଷ୍ଟାମାଇନ୍ ଏବଂ ମାଷ୍ଟ୍ ସେଲ୍ ଷ୍ଟାବିଲାଇଜର୍ ୨୦୦୦ରେ ଜାପାନରେ ଏବଂ ୨୦୦୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ବେପୋଟାଷ୍ଟାଇନ୍ ଅନୁମୋଦିତ ହୋଇଥିଲା। ଆଖି ପାଇ ୫ ମି.ଲି. ବୁନ୍ଦାର ମୂଲ୍ୟ ଯୁକ୍ତରାଷ୍ଟରେ ୨୦୨୨ ମସିହାରେ ୭୦ ଡଲାର ଥିଲା ।
୧୨୫୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଡାଲ ମଖନୀ ଉଚ୍ଚାରଣ ଡାଲ , "ବଟରୀ ମସୁର" ଭାରତୀୟ ଉପମହାଦ୍ୱୀପ ପଞ୍ଜାବ କ୍ଷେତ୍ରର ଏକ ଲୋକପ୍ରୀୟ ଖାଦ୍ୟ ଅଟେ । ପ୍ରାଥମିକ ସାମଗ୍ରୀ ବିରି, ରାଜମା (ବୁଟ ଚଣା), ବଟର (ଲହୁଣୀ) ଓ କ୍ରୀମ ଅଟେ । ଏହି ଖାଦ୍ୟରେ ମୁଖ୍ୟତଃ କ୍ରୀମର ଉପୟୋଗ ହେଲେ, ଏହାର ସମୃଦ୍ଧ ବଢିଥାଏ । ଏହାକୁ ଦହି, କ୍ଷୀର କିମ୍ବା ଦୁଗ୍ଧ ଜାତୀୟ ଦ୍ରବ୍ୟରୁ ପ୍ରସ୍ତୁତ କରାଯାଇ ପାରେ । ଇତିହାସ ଡାଲ ମଖନୀ ଭାରତୀୟ ଉପମହାଦ୍ୱୀପରେ ପ୍ରମୂଖ ଅଟେ । ପଞ୍ଜାବ ଲୋକ ଯେତେବେଳେ ଉତ୍ତର ଭାରତ କ୍ଷେତ୍ରକୁ ଚାଲିଗଲେ, ସେତେବେଳେ ଏହାକୁ (ପଞ୍ଜାବ ଓ ଭାରତ ବିଭାଜନ) ପରେ ଭାରତରେ ଲୋକପ୍ରୀୟ କରାଯାଇଥିଲା । ପଞ୍ଜାବୀ (ଡାୟୋସ୍ପର) ସମଗ୍ର ଭାରତ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରବାସିତ ହୋଇଯାଇଥିଲା । ଏଥିପାଇଁ ଏହି ଖାଦ୍ୟକୁ ଉଦ୍ୟୋକ୍ତା ପଞ୍ଜାବୀ ପ୍ରବାସୀ; କୁନ୍ଦନ ଲାଲ ଜଗନୀ, କୁନ୍ଦନ ଲାଲ ଗୁଜୁରାଲ ଓ ଠାକୁର ଦାସଙ୍କଦ୍ୱାରା ନୂତନ ସ୍ଥାନରେ ଉପସ୍ଥିତ କରାଗଲା । ଏମାନେ ଦିଲ୍ଲୀସ୍ଥିତ ଦାରୟଗଞ୍ଜରେ "ମୋତୀ ମହଲ ଡ୍ୟୁଲକ୍ସ" ନାମକ ରେଷ୍ଟୁରାଣ୍ଟ ଖୋଲିଥିଲେ । ଏହା ପ୍ରଥମ ଥର ପଞ୍ଜାବୀ ମାନଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଏହା ଏବେ ଭାରତୀୟ ବ୍ୟଞ୍ଜନ ରୂପେ ଜଣାଯାଉଛି । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ପ୍ରକାରର ରେଷ୍ଟୁରାଣ୍ଟରେ ଏହାର ବିବିଧତା ଦିଆଯାଇଛି । ପ୍ରସ୍ତୁତି ସମୟ ଡାଲ ମଖନୀର ପାରମ୍ପରିକ ପ୍ରସ୍ତୁତିରେ ସମୟ ନେଉଥିବା ପ୍ରକ୍ରିୟାର ଏକ ଶୃଙ୍ଖଳା ରହିଛି, ଯାହା ସମ୍ପୁର୍ଣ୍ଣ ହେବାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିପାରେ । ଆଧୁନିକ ଖାଦ୍ୟ ପ୍ରସ୍ତୁତିର ଉପକରଣ, ଅର୍ଥାତ ଇଲେକ୍ଟ୍ରୋନିକ (ପ୍ରେଶର କୁକର)ର ଉପଲବ୍ଧତା ସହିତ, ଖାଦ୍ୟ ପ୍ରସ୍ତୁତିର ସମୟ ପ୍ରାୟତଃ କମ ହୋଇଯାଇଛି ।
ଭଦ୍ରାଚଳମ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର ଖମ୍ମମ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଭଦ୍ରାଚଳମ ୧୭.୬୬୮୫ ଉତ୍ତର ଅକ୍ଷାଂଶ ଓ ୮୦.୮୮୮୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୪୭ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭଦ୍ରାଚଳମ ସହରର ମୋଟ ଜନସଂଖ୍ୟା ୪୨୮୨୯ ଅଟେ । ସେଥି ମଧ୍ୟରୁ ୪୯.୮୦% ଜଣ ପରୁଷ ହୋଇଥିବା ବେଳେ ୫୦.୨୦% ଜଣ ନାରୀ ଅଟନ୍ତି । ଭଦ୍ରାଚଳମର ସାକ୍ଷରତା ହାର ୭୨.୫୮% ଅଟେ । ଏହା ଜାତୀୟ ହାରଠାରୁ -୭.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୮% ପ୍ରତିଶତ ପୁରୁଷ ଓ ୩୩.୭୦% ନାରୀ ଅଟନ୍ତି । ୧୦.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତେଲୁଗୁ ଭଦ୍ରାଚଳମର ସରକାରୀ ଭାଷା ଅଟେ ।
କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶା ଓ ଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା । ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତ ରେଖ, ପୀଢ଼ ଓ ଖାକରା ଶୈଳୀର ହୋଇଥାଏ । ରେଖ ଓ ପୀଢ଼ ଶୈଳୀର ମନ୍ଦିର ବିଷ୍ଣୁ, ଶିବ ଓ ସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା, ଭୈରବୀ ଓ ଦୁର୍ଗା ଉପାସନା ପୀଠ ହୋଇଥାଏ । ରେଖ ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପୀଢ଼ ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ । କଳିଙ୍ଗରେ ପୁରାତନ ଶାକ୍ତ, ଶୈବ, ତାନ୍ତ୍ରିକ ବୈଷ୍ଣବ, ସୌର ଉପାସନା କାଳରେ ବିଭିନ୍ନ ମୂର୍ତ୍ତିକଳା ପୌରାଣିକ ଯୁଗରେ ପ୍ରଚଳିତ ଥିଲା । ସାଧାରଣ କଳିଙ୍ଗ ସ୍ଥାପତ୍ୟ କଳା ଏହି ମତେ ବିଭକ୍ତ: ଗଠନ ବା ସ୍ଥାପତ୍ୟ ମନୋନୀତ କାରିଗର ମନ୍ଦିର ନିର୍ମାଣକାର୍ଯ୍ୟକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ମାନବ ପଦକ୍ରମ ବା କର୍ମକର୍ତ୍ତାଙ୍କ ପଦ-ବିବେଚନା ହେବା ନିହାତି ଜରୁରୀ ବୋଲି ମନୁସ୍ମୃତିରେ କୁହାଯାଇଛି । ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକେ ଆଦେଶ ଦେବେ ତ କେତେକ ପଥରକାମ କରିବେ, କେତେଜଣ ଖୋଳାଖୋଳି କରିବେ ତ କିଏ କାଠକାମ କରିବେ । ଏହିପରି ମନ୍ଦିର ନିର୍ମାଣ ପ୍ରଣାଳୀରେ ନ୍ୟସ୍ତ ଥିବା କେତେକ ପଦାଧିକାରୀ ହେଲେ : କର୍ତ୍ତା : ମୁଖ୍ୟତଃ ରାଜ୍ୟର ରାଜା କର୍ତ୍ତା ହୁଅନ୍ତି । ତାଙ୍କ ନିର୍ଦ୍ଦେଶ କ୍ରମେ ରାଜକୋଷରୁ ମନ୍ଦିର ନିର୍ମାଣ କରିବା ପାଇଁ ଖଜଣା ଧାର୍ଯ୍ୟ କରାଯାଏ । ତେଣୁ ଧାର୍ମିକ ସ୍ଥଳ ହେଲେ ମଧ୍ୟ ଅନେକ ସମୟରେ ମନ୍ଦିର କାନ୍ଥ ଇତ୍ୟାଦିରେ ରାଜାଙ୍କ ଗୁଣଗାନ, ରାଜାଙ୍କ ମହିମା ବର୍ଣ୍ଣନା, ରାଜନୈତିକ ବିଷୟବସ୍ତୁ, ସେହି ସମୟର ସମାଜ ଓ ସଂସ୍କୃତି ସମ୍ପର୍କିତ ବିଷୟାଦି ସ୍ଥାନ ପାଇଥାନ୍ତି । ମୁଖ୍ୟ ସ୍ଥପତି (ଈଂରାଜୀରେ ) : ଶିଳ୍ପଶାସ୍ତ୍ର, ବାସ୍ତୁଶାସ୍ତ୍ର, ଧର୍ମଶାସ୍ତ୍ର, ଅଗ୍ନି ପୁରାଣ, ଗାଣିତିକ ସଂଖ୍ୟାନ ଇତ୍ୟାଦି ବିଷୟରେ ନିପୁଣ ଓ ଅନୁଭବୀ ବ୍ୟକ୍ତିଙ୍କୁ ମୁଖ୍ୟ ସ୍ଥପତି ଭାବେ ନିଯୁକ୍ତ କରାଯାଉଥିଲା । ମୁଖ୍ୟ ସ୍ଥପତି ଜ୍ଞାନୀ ହେବା ସହିତ ଧର୍ମନିଷ୍ଠ ହେବା ନିତାନ୍ତ ଜରୁରୀ । କର୍ତ୍ତାଙ୍କ କଳ୍ପନା ଓ ସ୍ୱପ୍ନରେ ଦେଖାଯାଇଥିବା ଦୃଶ୍ୟ ମୁଖ୍ୟ ସ୍ଥପତିଙ୍କଦ୍ୱାରା ଏକ ପ୍ରକୃତ ଓ ଦୃଶ୍ୟମାନ ନକସାରେ ପରିଣତ ହୁଏ । ସୂତ୍ର ଗ୍ରହଣୀ (ଈଂରାଜୀରେ ) : ସ୍ଥପତିଙ୍କ ନକସାକୁ ସୂତ୍ର ଗ୍ରହଣୀ ଏକ ଜ୍ୟାମିତିକ ଶରୀର ପ୍ରଦାନ କରନ୍ତି । ପ୍ରାୟତଃ ମୁଖ୍ୟ ସ୍ଥପତିଙ୍କ ବଂଶଜମାନଙ୍କୁ ସୂତ୍ର ଗ୍ରହଣୀର ଭୂମିକାରେ ଦେଖିବାକୁ ମିଳୁଥିଲା । ମୁଖ୍ୟ ସ୍ଥପତିଙ୍କ ପରି ଏମାନେ ମଧ୍ୟ ଅନେକ ବିଷୟର ଜ୍ଞାନ ଆହରଣ କରିବା ଜରୁରୀ ଥିଲା । ବିନ୍ଧାଣୀ : ପଥରର ବିନ୍ୟାସ କରିପାରୁଥିବା ମିସ୍ତ୍ରୀ ତକ୍ଷକ (ଈଂରାଜୀରେ ) : ପ୍ରସ୍ତର ଶିଳ୍ପୀମାନଙ୍କୁ ଏହି ଉପାଧି ଦିଆଯାଉଥିଲା । ଏହିମାନଙ୍କ କୁଶଳୀ ହାତର ସ୍ପର୍ଶ ନିର୍ଜୀବ ନିରସ ପ୍ରସ୍ତର ଜୀବନ୍ତ ହୋଇ ଗୀତ ଗାଉଥିଲା ଓ ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ବିସ୍ମିତ କରୁଅଛି । ଏପରି କିଛି ମୁଖ୍ୟ ଶ୍ରେଣୀର ପଦାଧିକାରୀଙ୍କ ସହିତ ଆହୁରି ଅନେକ କାରିଗର, ବଢ଼େଈ, ମାହୁନ୍ତ, ଶ୍ରମିକ ମନ୍ଦିର ନିର୍ମାଣକାମରେ ଯୋଗ ଦେଉଥିଲେ । ମନୋନୀତ ସାମଗ୍ରୀ ମୁଖ୍ୟତଃ କେତେକ ଶ୍ରେଣୀର /ବର୍ଗର ପଥର ଅନୁକୂଳ ପାଇଁ ବିଚାରକୁ ନିଆଯାଏ କଳିଙ୍ଗର ଦେଉଳ (ମନ୍ଦିର)ନିର୍ମାଣ ପାଇଁ ।ଶିଳ୍ପ ଚନ୍ଦ୍ରିକା, ଅତୀତର ନିର୍ମାଣ ସମନ୍ଧ୍ୱୟ ବହି ଯଉଥିରେ ନିଦ୍ଧିଷ୍ଟ ସାତ ପ୍ରକାରର ପଥରର ପରିକଳ୍ପନା ଏବଂ ନିଦ୍ଧିଷ୍ଟ କେତେକ ପ୍ରକାରର ମନ୍ଦିରର ଅଂଶ; ସାହାଣ ଚିତ୍ତ ସାହାଣ ବଡ଼ ପଗଡ ଧୋବା କୁଣ୍ଡ ରସ ଛିଣ୍ଡା ନୀଳ କୁଶାଣ ଇଟାଦ୍ୱାରା ମନ୍ଦିର ନିର୍ମାଣ କଳିଙ୍ଗରେ ବିରଳ ଏବଂ ଏଠାରେ ଅଧିକାଂଶ ମନ୍ଦିର ପଥରଦ୍ୱାରା ନିର୍ମିତ। ସ୍ଥାନ ନିରୂପଣ ବିଭିନ୍ନ ଦୃଷ୍ଟିକୋଣରୁ ସମଗୁଣ ପ୍ରକାରର ମୃତ୍ତିକା,ଖୁଦ୍ର ଆକାରର ଜମି,ନିଦ୍ଧିଷ୍ଟ ଜମି,ସହଜରେ ପ୍ରାପ୍ତ ଓ ଜାଗା, ଭୂତଳ ଜଳ ଇତ୍ୟାଦି ସବୁ ବିଚାରକୁ ନିଆଯାଏ ଯେତେବେଳେ ସ୍ଥାନ ନିରୂପଣ କରାଯାଏ।ରଙ୍ଗ, ଘନତ୍ୱ/ସାଂଦ୍ରତା,ମିଶ୍ରଣ,ମୃତ୍ତିକାରଆଦ୍ରତା,ମୃତ୍ତିକା ସ୍ତର ମଧ୍ୟରେ ପ୍ରଭେଦ ଏବଂ ଖରାପ ମୃତ୍ତିକା। ଉପରେ ଆଧାରିତ ଆୟତକାର, ବର୍ଗକାର, ବୃତ୍ତାକାର, ଦୀର୍ଘବୃତ୍ତାକାର ଜମି ଚିହ୍ନଟ କରିଅଧିଗ୍ରହଣ କରିବା। ନାଗ ବାନ୍ଧେଣୀ ବା ନାଗବନ୍ଦୀ ଶିଳ୍ପଶାସ୍ତ୍ରରେ ଏହି ପ୍ରାଚୀନ ପଦ୍ଧତି ବିଷୟରେ ଉଲ୍ଲେଖ କରାଯାଇଛି । ଏହି ପଦ୍ଧତିଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ଦିଗରୁ ଓ କେଉଁ ସମୟରେ ଆରମ୍ଭ ହେବ ତାହା ନିଶ୍ଚିତ କରାଯାଉଥିଲା । ବର୍ତ୍ତମାନ ଦିନର [[ଭୂତତ୍ତ୍ୱ ବିଜ୍ଞାନ]], ଭୂମିକମ୍ପ ବିଜ୍ଞାନ, ସଂସିତ ବିଜ୍ଞାନ ଇତ୍ୟାଦି। ସମ୍ଭବତଃ ପ୍ରାଚୀନ କାଳରେ ପ୍ରାକୃତିକ ଶକ୍ତିମାନଙ୍କର ଅନୁଶୀଳନ କରାଯାଇ ଏହି ବୈଜ୍ଞାନିକ ପଦ୍ଧତି ଓ ନିୟମାବଳୀର ରଚନା କରାଯାଇଥିଲା । ସମାନୁପାତିକ ନକସା ମୁଖ୍ୟ ସ୍ଥପତି କର୍ତ୍ତାଙ୍କ ଆଦେଶାନୁସାରେ ମନ୍ଦିରର ଏକ ଆନୁମାନିକ ଓ ଆନୁପାତିକ ନକସା ପ୍ରସ୍ତୁତ କରୁଥିଲେ । ଏହି ନକସା ପାରମ୍ପାରିକ ଗାଣିତିକ ଓ ଜ୍ୟାମିତିକ ନିୟମର ବ୍ୟବହାର କରି ପ୍ରସ୍ତୁତ କରାଯାଉଥିଲା । କେତେକ ମନ୍ଦିରରେ ତାହାର ଏକ ଛୋଟ ନକସା କାନ୍ଥ ବା ମନ୍ଦିର ପ୍ରାଙ୍ଗଣରେ ରଖା ଯାଇଥାଏ । ଗଠନ ପୋତା ଏବଂ ପୀଠ ପୋତା ଓ ପୀଠ ପ୍ରଣାଳୀ ବିଷୟରେ ଗବେଷଣା କରି ଓ ପାରମ୍ପାରିକ ପ୍ରସ୍ତର ବିନ୍ୟାସର ଅନୁଧ୍ୟାନ କଲେ ମନ୍ଦିରର ଭିତ୍ତି କିପରି ପ୍ରସ୍ତୁତ ହୁଏ ସେ ବିଷୟରେ ଅନେକ ତଥ୍ୟ ମିଳେ । ଏକ ବର୍ଗାକାର ବା ଆୟତାକାର କ୍ଷେତ୍ର ନିରୂପିତ ହୋଇ ଖନନ ଆରମ୍ଭ କରାଯାଏ । ଏହି କ୍ଷେତ୍ରର ମଧ୍ୟଭାଗରେ ନାଗ ବନ୍ଧନୀର ସ୍ଥାନ । ଏହି ପୋତାର ଗଭୀରତା ପ୍ରାୟ ସମତଳ ଭୂମିରେ ମନ୍ଦିରର ଉଚ୍ଚତାର ଏକ ତୃତୀୟାଂଶ । ଏହି ଗର୍ତ୍ତ ବା ପୋତାର ପ୍ରସ୍ଥ ମନ୍ଦିରର ବ୍ୟାସଠାରୁ ଅଧିକ । ପୋତାରେ ସବୁଠାରୁ ତଳେ ଟାଣ ପଥରର ଏକ ସ୍ତର ତିଆରି କରାଯାଏ । ତା ପରେ ସମାନୁପାତରେ କଟା ହୋଇଥିବା ଟାଣ ପଥରଦ୍ୱାରା ପୋତାର କାନ୍ଥ ନିର୍ମିତ ହୁଏ । ଏହି କାନ୍ଥ ଓ ଖୋଳା ଯାଇଥିବା ଗର୍ତ୍ତ ମଧ୍ୟର ଖାଲି ସ୍ଥାନକୁ ମାଟିରେ ଭଲଭାବେ ପୋତି ଦିଆଯାଏ । ଅଷ୍ଟଦଳ ପଦ୍ମ ଚକଡ଼ା ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହୁଏ । ଗର୍ତ୍ତର ମଧ୍ୟଭାଗରେ ବର୍ଗାକାର କିମ୍ବା ଆୟତାକାର ପ୍ରସ୍ତର ସଜ୍ଜାରେ ଏହି ୮ଟି ପଦ୍ମ ପାଖୁଡ଼ା ଖୋଦିତ ହୁଏ । ପାଖୁଡ଼ାଗୁଡିକ ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗ ସହିତ ଏକ ରେଖରେ ଥାଆନ୍ତି । ଅଷ୍ଟଦଳ ପଦ୍ମ ଚକଡ଼ା ପ୍ରତି ୯୦ ଡିଗ୍ରୀରେ ଥିବା ଅକ୍ଷକୁ ରେଖ ବା ମେରୁ କୁହାଯାଏ । ପାରମ୍ପରିକ ଭାବେ ଏପରି ବିନ୍ୟାସକୁ ସଙ୍କୁ କୁହନ୍ତି । ତା ପରେ ପୋତାଟିକୁ ବଡ଼ ପଥର ଓ ମାଟି ପକାଇ ହାତୀ ସହାୟତାରେ ଦଳି/ଦବା ଯାଉଥିଲା । ତା ଉପରେ ଆଉ ଗୋଟିଏ ପଥର ସ୍ତର ପକାଇ ତା ଉପରେ ପୀଠ ତିଆରି ହୁଏ । ଏହାହିଁ ମନ୍ଦିରର ଭିତ୍ତି । ଭୂ-ନକସା ସଙ୍କୁକୁ ଗର୍ଭଗୃହର କେନ୍ଦ୍ରରେ ରଖି ସ୍ଥପତି ଓ ସୂତ୍ର ଗ୍ରହଣୀ ମନ୍ଦିରର ଭୂ-ନକସା ତିଆରି କରୁଥିଲେ । ପ୍ରାଚୀନ ମନ୍ଦିରମାନଙ୍କରେ ଅନୁପାତ ଅନୁସାରେ ସବୁ ହେଉଥିବାରୁ ଏଥିପାଇଁ ପ୍ରାଚୀନ ଏବଂ ଅତି ଜଟିଳ ଜ୍ୟାମିତିକ ସଂରଚନା କରାଯାଉଥିଲା । ଭୂ-ନକସାର ପ୍ରକୃତ ଲକ୍ଷ୍ୟ ହେଲା ଏକ ଦୀର୍ଘ ସମୟ ରହିପାରୁଥିବା ଏକ ସ୍ଥାୟୀ ମନ୍ଦିର ନିର୍ମାଣ କରିବା । ତା ପରେ ବାର୍ଦ୍ଧଣିକମାନେ ପଥର ରଖିବା ଆରମ୍ଭ କରନ୍ତି । ମୂର୍ତ୍ତିକଳା ଯୋଜନା ଦେଉଳ ଓଡ଼ିଶାରେ ମନ୍ଦିର ସ୍ଥାପତ୍ୟ କଳା ଅନେକ ବର୍ଷରେ ବିକାଶ ଲାଭ କରିଥିଲା । ନିର୍ଭୁଲ ଓ ଶୃଙ୍ଖଳିତ ସ୍ଥାପତ୍ୟ ସମ୍ପର୍କୀୟ ନିୟମାବଳୀ ସହିତ କାରିଗରର କଳ୍ପନା ପରିପ୍ରକାଶର ସ୍ୱାଧୀନତା ଏହାକୁ ଅନେକ ପିଢୀ ପର୍ଯ୍ୟନ୍ତ ଉଦ୍ଜୀବିତ କରି ରଖିଲା । ଓଡ଼ିଶାର ମନ୍ଦିରର ଗଠନ ମନୁଷ୍ୟ ଶରୀର ସହ ତୁଳନୀୟ । ମୁଖ୍ୟ ମନ୍ଦିରର ବିଭିନ୍ନ ଅଂଶକୁ ବାଡ଼, ଗଣ୍ଡି ଓ ଚୁଳ ମସ୍ତକ ଏପରି ତିନି ଭାଗରେ ବିଭକ୍ତ କରାଯାଇଛି । ଦେଉଳର ବିଭିନ୍ନ ଶ୍ରେଣୀ ରେଖ ଦେଉଳ ପଦ୍ମ ଗର୍ଭ ରଥ ଯୁକ୍ତ ମେରୁ ଶୈଳୀ ପୁରୀର ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ରେଖ ଦେଉଳ ଶ୍ରେଣୀଭୁକ୍ତ । ପୀଢ଼ ଦେଉଳ ଦ୍ୱିଚାଲିଆ ପୀଢ଼ ନଚାଲିଆ ପୀଢ଼ କାଠଚାଲିଆ ପୀଢ଼ ଘଣ୍ଟଶ୍ରୀ ମୋହନ ପୀଢ଼ ମୋହନ ନଡୁ ମୋହନ କୋଣାର୍କର ସୂର୍ଯ୍ୟ ମନ୍ଦିର ପୀଢ଼ ଦେଉଳର ଏକ ଉଦାହରଣ । ଖାକରା ଦେଉଳ ଭୁବନେଶ୍ୱରର ବଇତାଳ ଦେଉଳ, ଚଉରାଶିର ବରାହୀ ଦେଉଳ ଓ ପୁରୀ ଜିଲ୍ଲା ବୟାଳିଶବାଟିର ଗଙ୍ଗେଶ୍ୱରୀ ମନ୍ଦିର ଏହି ଶୈଳୀର ପ୍ରମୁଖ ଦୃଷ୍ଟାନ୍ତ ।
ଉମା ଆନନ୍ଦ ୧୯୨୩ ୧୩ ନଭେମ୍ବର ୨୦୦୯ ଜଣେ ଭାରତୀୟ ପତ୍ରକାର ଓ ଅଭିନେତ୍ରୀ ଥିଲେ । ଜୀବନୀ ସେ ୧୯୨୩ ମସିହାରେ ବ୍ରିଟିଶ ଭାରତ ଅଧିନସ୍ଥ ଲାହୋରରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭଉଣୀ ଇନ୍ଦୁ ମିଠା ଜଣେ ଭାରତନାଟ୍ୟମ ନୃତ୍ୟାଙ୍ଗାନା ଥିଲେ, ଯିଏକି ପାକିସ୍ତାନରେ ରହିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କୁ ୧୯୪୩ ମସିହାରେ ବିବାହ କରିଥିଲେ । ତାଙ୍କ ପୁଅ ହେଉଛନ୍ତି କେତନ ଆନନ୍ଦ ଓ ବିବେକ ଆନନ୍ଦ । ୧୯୪୬ ମସିହାରେ ସେ ନୀଚ ନଗର କଥାଚିତ୍ରରେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଅଭିନେତା ଦେବ ଆନନ୍ଦ ହେଉଛନ୍ତି ତାଙ୍କ ସମ୍ପର୍କୀୟ । ସେ ୧୩ ନଭେମ୍ବର ୨୦୦୯ରେ ମୃତ୍ୟୁବରଣ କରିଥିଲେ । ପତ୍ରକାର ୧୯୬୫ ମସିହାରୁ ୧୯୮୧ ମସିହା ପର୍ଯ୍ୟନ୍ତ ସେ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରକାଶିତ ଏକ ପତ୍ରିକା ସଙ୍ଗୀତ ନାଟକର ସମ୍ପାଦିକା ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ଶିଶୁ ପୁସ୍ତକ ରଚନା କରିଥିଲେ, ଯାହାକି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟଦ୍ୱାରା ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି ।
ରେୱାରି ଏକ ଭାରତୀୟ ସହର ଅଟେ । ଏହା ହରିଆଣାର ରେୱରି ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରେୱାରି ୨୮.୧୯୯୦ ଉତ୍ତର ଅକ୍ଷାଂଶ ଓ ୭୬.୬୧୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେୱାରି ସହରର ମୋଟ ଜନସଂଖ୍ୟା ୧୨୦୧୬ ଅଟେ । ସେଥି ମଧ୍ୟରୁ ୫୨.୯୯% ଜଣ ପରୁଷ ହୋଇଥିବା ବେଳେ ୪୭.୦୧% ଜଣ ନାରୀ ଅଟନ୍ତି । ରେୱାରିର ସାକ୍ଷରତା ହାର ୬୫.୮୫% ଅଟେ । ଏହା ଜାତୀୟ ହାରଠାରୁ -୧.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୯% ପ୍ରତିଶତ ପୁରୁଷ ଓ ୨୫.୬୭% ନାରୀ ଅଟନ୍ତି । ୧୫.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ରେୱାରିର ସରକାରୀ ଭାଷା ଅଟେ ।
ଗୋତମୁଣ୍ଡା, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଗମନାଗମନ ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣାଠାରୁ ୬୮ କି.ମି. ଦୂରରେ ଅବସ୍ଥିତ । ଶିକ୍ଷା ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ସଂସ୍କୃତି ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।
ଭୁଲି ହୁଏନା, ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ ସ୍ୱାଇଁ ଓ ଅସିତ ଦାସ ମହାପାତ୍ର । ଯଦୁନାଥ ଦାସ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଣବ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଅଭିନେତା ବିଜୟ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଜୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଭୂଲି ହୁଏନା ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା ।
ଭେନେଟୋକ୍ଲାକ୍ସ, ବେପାର ନାମ ଭେନେକ୍ଲେକ୍ସଟା ଓ ଭେଙ୍କ୍ଲିକ୍ସଟୋ, ହେଉଛି ଏକ ଔଷଧ ଯାହା କ୍ରୋନିକ୍ ଲିମ୍ଫୋସାଇଟିକ ଲ୍ୟୁକେମିଆ , ସ୍ମଲ ଲିମ୍ଫୋସାଇଟିକ ଲିମ୍ଫୋମା କିମ୍ବାଆକ୍ୟୁଟ ମାଇଲୋଏଡ୍ ଲ୍ୟୁକେମିଆ ରୋଗମାନଙ୍କର ଚିକିତ୍ସା ପାଇଁ ହୁଏ । ଏହା ପାଟିରେ ଦିଆଯାଏ । ଏହାକୁ ଏକ‌କ ଭାବରେ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ମିଶ୍ରିତ ଭାବରେ ବ୍ୟବହୃତ ହୋଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଉଚ୍ଚ ରକ୍ତ ପୋଟାସିୟମ୍ ସ୍ତର , ତରଳ ଝାଡ଼ା, ଅଇ, ଶ୍ୱାସକ୍ରିୟା ସଂକ୍ରମଣ ଏବଂ ଥକାପଣ ହୋଇପାରେ । ଅନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ସେପ୍ସିସ୍, କମ୍ ପୋଟାସିୟମ୍, ଟ୍ୟୁମର୍ ଲାଇସିସ୍ ସିଣ୍ଡ୍ରୋମ ଏବଂ ରକ୍ତସ୍ରାବ ହୋଇପାରେ । ଏହା ସେଣ୍ଟ ଜନ୍ ୱର୍ଟ ସହିତ ପ୍ରତିକ୍ରିୟା କରିଥାଏ । ଏହା ବିସିଏଲ-୨ ( -2) ନାମକ ଏକ ପ୍ରୋଟିନ୍ ସଂଲଗ୍ନ ହୋଇ ତାହାର କାର୍ଯ୍ୟକଳାପକୁ ଅବରୋଧ କରେ ଯାହାଦ୍ୱାରା କର୍କଟ କୋଷଗୁଡ଼ିକର ମୃତ୍ୟୁ ହୋଇଥାଏ । ୨୦୧୬ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଭେନେଟୋକ୍ଲାକ୍ସ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୧୦୦ମିଗ୍ରା ବିଶିଷ୍ଟ ୧୧୨ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨,୬୦୦ ଡଲାର ଥିଲା ।
କଳାମଣ୍ଡଳମ ରାଧିକା ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଅନୁସନ୍ଧାନ ପଣ୍ଡିତ, ଶିକ୍ଷକ, ଲେଖକ ଏବଂ ଚାଣକ୍ୟ ଅଟନ୍ତି । ସେ ହେଉଛନ୍ତି ପ୍ରଥମ ଅଣ-ବାସିନ୍ଦା କେରାଲାଇଟ୍ ଯିଏକି ମୋହିନୀୟାଟ୍ଟମ ପାଇଁ କେରଳ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଜିତିଥିଲେ । ସେ କୁଚିପୁଡ଼ି, ଭରତନାଟ୍ୟମ, କଥକଳୀ ଏବଂ ଅନ୍ୟାନ୍ୟ ନୃତ୍ୟ ଧର୍ମ ଶିଖିଛନ୍ତି । ପ୍ରାଥମିକ ବର୍ଷ ଏବଂ ଶିକ୍ଷା କଳାମଣ୍ଡଳମ ରାଧିକା ବାଙ୍ଗାଲୋରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କେ.କେ ନାୟାରଙ୍କଠାରେ ଜନ୍ମଗ୍ରହଣ କରିଥିଲେ । ସେ ଗୁରୁ ରାଜନଙ୍କ ଅଧୀନରେ ତିନି ବର୍ଷ ବୟସରେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ ଏବଂ ପରେ ମୁତାର ଶ୍ରୀଙ୍କଠାରୁ କଥକଳୀ ଶିଖିଥିଲେ । ୧୯୬୦ ଦଶକର ଶେଷ ଭାଗରେ, ସେ ଚେରୁଥୁରୁଥୀକୁ ଯାଇ କଳାମଣ୍ଡଳମରେ ଚାରି ବର୍ଷ ରହିଲେ । ଚିନ୍ନାମ୍ମୁ ଆମ୍ମା, କଳାମଣ୍ଡଳମ ସତ୍ୟଭାମା ଏବଂ କଳାମଣ୍ଡଳମ ପଦ୍ମନାଭନ ନାୟାରଙ୍କ ପକ୍ଷରେ ସେ ଜଣେ ଦକ୍ଷ ଅଭିନେତ୍ରି ଭାବରେ ଗଢ଼ି ଉଠିଥିଲେ । ସ୍ୱର୍ଗତ କଳାମଣ୍ଡଳମ କଲ୍ୟାଣିକୁଟ୍ଟୀ ଆମ୍ମାଙ୍କ ଅଧୀନରେ ଥିବା ତାଙ୍କ ଶିକ୍ଷା ଏବଂ କଥକଳୀରେ କଳାମଣ୍ଡଳମ ପଦ୍ମନାଭ ଆଶାନଙ୍କ ପ୍ରଶିକ୍ଷଣ ତାଙ୍କ ଦକ୍ଷତାକୁ ସମ୍ମାନିତ କରିଥିଲା । ନୃତ୍ୟଶିଳ୍ପୀ ଏବଂ କୋରିଓଗ୍ରାଫର ସେ ଭାରତ ତଥା ବିଦେଶରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଦୁଇ ହଜାରରୁ ଅଧିକ ପ୍ରଦର୍ଶନ କରିଛନ୍ତି । ସେ ୟୁନେସ୍କୋ ଆନ୍ତର୍ଜାତୀୟ ନୃତ୍ୟ ପରିଷଦର ସଦସ୍ୟ ଏବଂ ପ୍ରତିନିଧୀ, ସାର୍କ ପ୍ରତିନିଧୀ, କୂଟନୀତିଜ୍ଞ, ସୋଭିଏତ୍ ପ୍ରତିନିଧୀ ଏବଂ ଅନ୍ୟମାନଙ୍କ ପାଇଁ ତାଙ୍କର ପ୍ରଦର୍ଶନ ପରିଚାଳନା କରିଛନ୍ତି । ମୋହିନୀୟାଟ୍ଟମର ଗଭୀରତା ଅନୁସନ୍ଧାନ କରିବାକୁ, ସେ ବ୍ୟାପକ ଅନୁସନ୍ଧାନ କରିଛନ୍ତି ଏବଂ ୧୯୪୦ ଦଶକ ଆରମ୍ଭରେ ମୋହିନୀୟାଟ୍ଟମ ନୃତ୍ୟଶିଳ୍ପୀମାନଙ୍କଦ୍ୱାରା ନିଆଯାଇଥିବା ମୌଳିକ ପଦକ୍ଷେପ ଏବଂ ପିନ୍ଧାଯାଇଥିବା ଅଳଙ୍କାର ଓ ପୋଷାକକୁ ପୁନଃ ସଂଗଠିତ କରିଛନ୍ତି । ସେ ଭାରତରେ ଖ୍ରୀଷ୍ଟିଆନ ଧର୍ମର ଆଗମନ ଏବଂ ଖ୍ରୀଷ୍ଟଙ୍କ ଜନ୍ମ ସହିତ ବାଇବେଲ ଥିମଗୁଡିକୁ କାର୍ଯ୍ୟକାରୀ ଏବଂ କୋରିଓଗ୍ରାଫ କରିଛନ୍ତି । ରାଧିକା ଆମେରିକା, ବ୍ରିଟେନ, ୟୁରୋପ, ଆଟଲାଣ୍ଟା ଏବଂ ଜର୍ମାନୀରେ କର୍ମଶାଳା କରିଛନ୍ତି । ସେ ବିଭିନ୍ନ ଭାଷାରେ ପାଞ୍ଚଟି ଚଲ୍କେଟସ୍, ତିନୋଟି ବର୍ଣ୍ଣାମ ଏବଂ ଅସଂଖ୍ୟ ପ୍ୟାଡାମ ରଚନା ଏବଂ କୋରିଓଗ୍ରାଫ୍ କରିଛନ୍ତି । ସେ ମୋହିନୀୟାଟ୍ଟମରେ ବାଇବଲ ଥିମ ପ୍ରଦର୍ଶନ କରି ସମାଲୋଚିତ ହୋଇଥିଲେ, କିନ୍ତୁ ଭେରାପପ୍ ମୋଇଲି, କୁଭେମ୍ପୁ, ଆବେଲ୍, ଅମୃତ ସୋମେଶ୍ୱର ଏବଂ ସେଣ୍ଟ ଚାଭାରାଙ୍କଦ୍ୱାରା ଭଲ ଭାବରେ ଗ୍ରହଣ କରାଯାଇଥିଲା । କଳାମଣ୍ଡଳମ ରାଧିକା ମଧ୍ୟ ଜଣେ ଅଦ୍ଭୁତ ପଣ୍ଡିତ ଅଟନ୍ତି । ଚିତ୍ତାକର୍ଷକ ଅନୁସନ୍ଧାନ ମାଧ୍ୟମରେ, ସେ ୧୯୪୦ ଦଶକରେ ଶେଷ ଥର ପାଇଁ ଦେଖାଯାଇଥିବା ମୋହିନୀୟାଟ୍ଟମର ପୋଷାକ ଏବଂ ଅଳଙ୍କାରର ପୁନରୁତ୍ଥାନ ସହିତ ମୋହିନୀୟାଟ୍ଟମରେ ବହୁତ ଅବଦାନ ଦେଇଛନ୍ତି । ଲେଖକ ରାଧିକା ନୃତ୍ୟ ଏବଂ ସଙ୍ଗୀତ ପତ୍ରିକା ଶ୍ରୁତିଲୟା ପାଇଁ ଅନେକ ଲେଖା ଲେଖିଛନ୍ତି ଏବଂ ବିଦ୍ୟାଳୟରେ ନୃତ୍ୟ ଶିକ୍ଷା ପ୍ରସଙ୍ଗରେ ଏନସିଆର୍ଟିଦ୍ୱାରା ଆୟୋଜିତ ଏକ ସେମିନାରରେ ମୋହିନୀୟାଟ୍ଟମ ଉପରେ ଏକ କାଗଜ ଦାଖଲ କରିଛନ୍ତି । ସେ ଆମେରିକାର ହ୍ୟୁଷ୍ଟନ୍‌ରୁ ପ୍ରକାଶିତ ସାପ୍ତାହିକ ଇନ୍ଦୁ ପାଇଁ କେରଳର ଦେବଦାସୀ ପ୍ରଣାଳୀ ବିଷୟରେ ଏକ ଲେଖା ଲେଖିଛନ୍ତି ଏବଂ ମଥ୍ରଭୂମିଦ୍ୱାରା ପ୍ରକାଶିତ 'ମୋହିନୀୟାଟ୍ଟମ-ଦି ଲିରିକାଲ୍ ଡ୍ୟାନ୍ସ' ଏବଂ 'ମୁଦ୍ରା' ପୁସ୍ତକଗୁଡ଼ିକର ଲେଖକ ଅଟନ୍ତି ।
ପ୍ରିୟଙ୍କା ଦତ୍ତ (ଜନ୍ମ ୧୯ ଡିସେମ୍ବର ୧୯୮୪) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି । ସେ ତେଲୁଗୁ ସିନେମାରେ କାମ ପାଇଁ ଜଣାଶୁଣା ଅଟନ୍ତି । ସେ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ନିର୍ମାତା ତଥା ଭୈଜୟନ୍ତୀ ଚଳଚ୍ଚିତ୍ରର ପ୍ରତିଷ୍ଠାତା ସି. ଅଶ୍ୱିନୀ ଦତ୍ତଙ୍କ ଝିଅ ଅଟନ୍ତି । ଦତ୍ତ ଲସ୍ ଆଞ୍ଜେଲ୍ସର କାଲିଫର୍ଣ୍ଣିଆ ୟୁନିଭରସିଟିରୁ ଚଳଚ୍ଚିତ୍ର ନିର୍ମାଣ ଅଧ୍ୟୟନ କରିଥିଲେ । ସେ ୨୦୦୪ ମସିହାରେ ବାଲୁ ଚଳଚ୍ଚିତ୍ରର ପ୍ରଯୋଜନା କରି ୨୦ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ମାତା ଭାବରେ ଡେବ୍ୟୁ କରିଥିଲେ । ସେ ଥ୍ରୀ ଏଞ୍ଜେଲସ୍ ଷ୍ଟୁଡିଓର ପ୍ରତିଷ୍ଠାତା ଏବଂ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ପ୍ରାରମ୍ଭ ଦିନ ବିଭିନ୍ନ ବ୍ରାଣ୍ଡ ପାଇଁ ତାଙ୍କର ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ବମ୍ବେ ଭିତ୍ତିକ ନିର୍ଦ୍ଦେଶକ ତଥା ଆଡମେକର ଶୁଜିତ ସିର୍କରଙ୍କୁ ସାହାଯ୍ୟ କରି ଦତ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ପିତାଙ୍କ ସହିତ ଭୈଜୟନ୍ତୀ ଚଳଚ୍ଚିତ୍ରର ନିର୍ମାଣ ପାଇଁ ହାଇଦ୍ରାବାଦ ଯାଇଥିଲେ । ସେ; ବାଲୁ (୨୦୦୫), ଜୟ ଚିରଞ୍ଜୀବ (୨୦୦୫), ଏବଂ ଶକ୍ତି (୨୦୧୧) ନାମକ ତିନୋଟି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ତିନୋଟି ଆଞ୍ଜେଲ୍ସ ଷ୍ଟୁଡିଓ ନୂଆ ଯୁଗର ସିନେମାକୁ ଉତ୍ସାହିତ କରିବା ପାଇଁ ଦତ୍ତ ୨୦୦୯ ମସିହାରେ ନିଜର ପ୍ରଡକ୍ସନ ହାଉସ, ଥ୍ରୀ ଆଞ୍ଜେଲ୍ସ ଷ୍ଟୁଡିଓ ଆରମ୍ଭ କରିଥିଲେ । ଷ୍ଟୁଡିଓ ଏହାର ଡେବ୍ୟୁ ଚଳଚ୍ଚିତ୍ର "ବନାମ ୨୦୦୯ " କରିଥିଲା ଯାହାକି ଜଣେ ନକ୍ସଲଙ୍କ ପୁଅ ଥିବା ଜଣେ ଆଇପିଏସ୍ ଅଧିକାରୀଙ୍କ କାହାଣୀକୁ ଅନୁସନ୍ଧାନ କରିଥିଲା । ଏହି ସମସ୍ୟାର ମୁକାବିଲା ପାଇଁ ଏହି ଚଳଚ୍ଚିତ୍ରଟି ସମାଲୋଚିତ ହୋଇଥିଲା । ଏହି ଚଳଚ୍ଚିତ୍ର ୨୦୦୯ ମସିହାରେ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପ୍ରିୟଙ୍କା ସିଲଭର ନନ୍ଦୀ ପୁରସ୍କାର ଲାଭ କରିଥିଲା । ସେ ଥ୍ରୀ ଆଞ୍ଜେଲ୍ସ ଷ୍ଟୁଡିଓ ଅଧୀନରେ ଭାରତରେ ପ୍ରିମିୟମ ଗ୍ରାହକମାନଙ୍କ ପାଇଁ କର୍ପୋରେଟ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ ।
200 ପ୍ରସ୍ତରିକୃତ କାଠ : ; ଗ୍ରୀକ ମୂଳଭାଷା- ମାନେ "ପଥର" ବା "ଶିଳା" ; ଆକ୍ଷରିକ ଭାବେ "ପଥର ପାଲଟି ଯାଇଥିବା କାଠ" ସ୍ୱତନ୍ତ୍ର ପ୍ରକାରର ସ୍ଥଳଜ ଉଦ୍ଭିଦମାନଙ୍କୁ ଦିଆଯାଉଥିବା ଏକ ନାମ । ଏହା ଗଛ କିମ୍ବା ଗଛ-ଜାତୀୟ-ଉଦ୍ଭିଦ ଗୁଡିକରେ ପ୍ରିମିନେରାଲାଇଜେସନ ଦ୍ୱାରା ପଥରରେ ପରିଣତ ହେବାର ପରିଣାମ ଅଟେ ।
ପରଳ (ଇଂରାଜୀ ଭାଷାରେ କାଟାରାକ୍ଟ/ ) ନାମକରଣ କରାଯାଏ ଚକ୍ଷୁ ମଧ୍ୟରେ ଥିବା ଜୈବିକ ଯବକାଚ ବା ଲେନ୍ସର, ଯେତେବେଳେ ତାହା ମେଘୁଆ ବା ଅସ୍ୱଚ୍ଛ ହୋଇ ଦୃଷ୍ଟିହାନି ହୁଏ । ଏହା ଗୋଟିଏ ଆଖିରେ ବା ଉଭୟ ଆଖିରେ ହୋଇପାରେ । ଏହାର ଲକ୍ଷଣ: ରଙ୍ଗ ଫିକା ଦେଖାଯାଏ, ଦୃଶ୍ୟ ଅସ୍ପଷ୍ଟ ହୁଏ, ଆଲୋକ ଚାରିପଟେ ଉଜ୍ଜ୍ୱଳ ଆଲୋକ ଛଟା ଦେଖାଯାଏ, ଉଜ୍ଜ୍ୱଳ ଆଲୋକ ଦେଖିବାରେ ଅସୁବିଧା ଓ ରାତିରେ ଦେଖିବା ଅସୁବିଧା ହୁଏ । ପଢ଼ିବା, ଗାଡ଼ି ଚଲେଇବା ଓ ମୁହଁ ଚିହ୍ନିବାରେ ଅସୁବିଧା ହୁଏ । ଦୃଷ୍ଟିହାନି ଯୋଗୁ ପଡ଼ିଯିବା ସଙ୍କଟ ରହେ ଓ ଅବସାଦ ହୁଏ । ସାରା ପୃଥିବୀରେ ପରଳ କାରଣରୁ ମୋଟ ଅନ୍ଧ ଲୋକସଂଖ୍ୟାର ଅଧା ଅଟନ୍ତି ଓ ୩୩ % ଲୋକଙ୍କର ଦୃଷ୍ଟିହାନି ହୁଏ । ପରଳ ରୋଗ ବୟସାଧିକ୍ୟ ଯୋଗୁ ହେଲେ ମଧ୍ୟ ଆଘାତ, ରାଡିଏସନ ପ୍ରଭାବ, ଜନ୍ମଗତ ଓ ଆଖିର ଅନ୍ୟ କୌଣସି କାରଣରୁ କରାଯାଇଥିବା ଅପରେଶନ ଯୋଗୁ ହୋଇପାରେ । ଏହି ରୋଗ ସଙ୍କଟ ସୃଷ୍ଟିକାରୀ ଅନ୍ୟାନ୍ୟ ଅବସ୍ଥାମାନଙ୍କରେ ନାମ: ଡାଏବେଟିସ, ଧୁମ୍ରପାନ, ସୂର୍ଯ୍ୟାଲୋକରେ ଅଧିକ ସମୟ ଅବସ୍ଥାନ ଓ ମଦ୍ୟପାନ ଇତ୍ୟାଦି । ଲେନ୍ସ ମଧ୍ୟରେ କ୍ଷୁଦ୍ର ପ୍ରୋଟିନ ପୁଞ୍ଜ ବା ହଳଦିଆ-ମାଟିଆ ବର୍ଣ୍ଣକଣିକା ଜମା ହୋଇଯିବାଦ୍ୱାରା ଏହା ମାଧ୍ୟମରେ ସଞ୍ଚାରିତ ଆଲୋକ ରଶ୍ମୀ ଡୋଳା ପଛରେ ଥିବା ରେଟିନାରେ କମ ପଡ଼େ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ସୂର୍ଯ୍ୟ ଚଷମା ପିନ୍ଧି ଓ ଧୁମ୍ରପାନ ବର୍ଜନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ପ୍ରାରମ୍ଭରେ ସୂର୍ଯ୍ୟ ଚଷମା ପିନ୍ଧିଲେ ଲକ୍ଷଣରେ ଉନ୍ନତି ହୁଏ । ଏଥିରେ ଉପକାର ନ ହେଲେ ଅପରେଶନ କରି ଅସ୍ୱଚ୍ଛ ଲେନ୍ସ ବାହାର କରିଦିଆଯାଇ ନୂଆ କୃତ୍ରିମ ଲେନ୍ସ ଲଗେଇବା ଏକ ପ୍ରଭାବଶାଳି ଚିକିତ୍ସା ଅଟେ । ପରଳ ଯଦି ସମସ୍ୟା ସୃଷ୍ଟି କରେ ତାହେଲେ ଅପରେଶନ କରାଯାଏ । ଅପରେଶନ ସାଧାରଣତଃ ଏକ ଉନ୍ନତ ଜୀବନ ଯାପନର ସ‌ହାୟକ ହୁଏ । ଅନେକ ଦେଶମାନଙ୍କରେ ସ‌ହଜରେ ପରଳ ଅପରେସନ (କାଟାରାକ୍ଟ ଅପରେଶନ) ଉପଲବ୍ଧ ହୁଏନାହିଁ ବିଶେଷତଃ ମହିଳାମାନଙ୍କ ନିମନ୍ତେ । ପରଳ ଯୋଗୁ ପୃଥିବୀର ୨୦ ନିୟୁତ ଲୋକ ଅନ୍ଧ ହୋଇଛନ୍ତି । ଏହା ଯୋଗୁ ଅମେରିକାରେ ୫ % ଲୋକ ଅନ୍ଧ ଅଟନ୍ତି ଓ ଆଫ୍ରିକା ତ‌ଥା ଦକ୍ଷିଣ ଆମେରିକାରେ ୬୦ % ଲୋକ ଅନ୍ଧ ହୋଇଛନ୍ତି । ବିକାଶଶୀଳ ଦେଶରେ ପ୍ରତି ଏକ ଲକ୍ଷରେ ୧୦ରୁ ୪୦ ଜଣ ଓ ବିକଶିତ ଦେଶରେ ଏକ ଲକ୍ଷରେ ୧ରୁ ୪ ଜଣ ଅନ୍ଧ ଅଛନ୍ତି । ବୟସ ବଢ଼ବା ସଙ୍ଗେ ସଙ୍ଗେ ପରଳ ରୋଗୀ ସଂଖ୍ୟା ଅଧିକ ହୁଏ । ଆମେରିକାରେ ୮୦ ବର୍ଷ ବୟସ ସୁଦ୍ଧା ଅର୍ଦ୍ଧେକ ସଂଖ୍ୟକ ଲୋକ ଅନ୍ଧତ୍ୱର ଶିକାର ହୁଅନ୍ତି । କାରଣ ପରଳ ହେବାର ଅନେକ ପ୍ରବର୍ତ୍ତକ ମଧ୍ୟରେ ଅତି ବାଇଗଣି ରଶ୍ମି, ଆୟନ ସୃଷ୍ଟିକାରୀ ବିକିରଣ, ମଧୁମେହ,ଉଚ୍ଚ ରକ୍ତଚାପ, ବୟସାଧିକ୍ୟ ଏବଂ ଆଘାତ ଅନ୍ୟତମ । ଆଖିର ଜୈବ-ଯବକାଚ ଏଥିରେ ଥିବା ନ୍ୟୁକ୍ଲିକ ଅମ୍ଳ ଓ ପ୍ରୋଟିନର ଗଠନର ପରିବର୍ତ୍ତନ ହୋଇଯିବାରୁ ଅସ୍ୱଚ୍ଛ ହୋଇଯାଏ । ପରିବର୍ତ୍ତିତ ଗୁଣସୂତ୍ର ଯୋଗୁ ଆଜନ୍ମ ପରଳ ଥାଏ । ପାରିବାରିକ ପରଳ ଇତିହାସ ଥିଲେ ଏହି ରୋଗ ହେବାର ସମ୍ଭାବନା ରହେ । ଚକ୍ଷୁରେ ଆଘାତ ବା ଆଲର୍ଜି ଥିଲେ ପିଲାମାନଙ୍କର ପରଳ ତ୍ୱରାନ୍ୱିତ ହୋଇଯାଏ । ଆୟୋଡିନ ଅଭାବ ହେଲେ ମଧ୍ୟ ପରଳ ହୁଏ । ଔଷଧ ଜନିତ କର୍ଟିକୋସ୍ଟିରଏଡ ଓ ମନ ବିକାର ଦୂରୀକରଣ ଭଳି ଔଷଧ ସମୂହ ପରଳ ପ୍ରବର୍ତ୍ତନ କରାଏ । ବିକୀରଣ ଜନିତ ବାୟୁ ମଣ୍ଡଳରେ ଓଜୋନ ସ୍ତର କମିଯିବା ହେତୁ ଅତିବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ କରାଇବାର ସମ୍ଭାବନା ଅଛି । ଆଇସ୍‌ଲ୍ୟାଣ୍ଡେୟାର ପାଇଲଟ୍‌ମାନଙ୍କ ଉପରେ ପରୀକ୍ଷା କରି ଦେଖା ଗଲା ଯେ କମର୍ସିଆଲ ପାଇଲଟମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ୩ଗୁଣ ଅଧିକ ପରଳ ଭୋଗିବାର ସମ୍ଭାବନା ଅଛି । ଅତି ଉଚ୍ଚରେ ବାହାର ସ୍ପେସ୍‌ରୁ ଆସୁଥିବା ବିକୀରଣ ଯୋଗୁ କ୍ଷତି ହେଉଛି କିନ୍ତୁ ଆମ ବାୟୁ ମଣ୍ଡଳରେ ଦୁର୍ବଳ ହୋଇଯାଉଛି । ୩୯ ଜଣରୁ ୩୬ ଜଣ ଆସ୍ଟ୍ରୋନଟ ବହୁତ ଶୀଘ୍ର ପରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହା କସ୍‌ମିକ ରଶ୍ମୀ ଯୋଗୁ ଘଟୁଛି । ଇନ୍‌ଫ୍ରାରେଡ୍ ଓ ମାଇକ୍ରୋବେଭ ସହ କାମ କରୁଥିବା ଲୋକମାନେ ଶୀଘ୍ର ପରଳ ଆକ୍ରାନ୍ତ ହେଉଛନ୍ତି । ସଂଯୁକ୍ତ ରୋଗ ସମଷ୍ଟି ଗୁଣସୂତ୍ର ଅବ୍ୟବସ୍ଥା ୧କ୍ୟୁ୨୧.୧ ଡିଲିସନ୍ ସିଣ୍ଡ୍ରୋମ୍ କ୍ରି-ଡୁ-ଚାଟ୍ ସିଣ୍ଡ୍ରୋମ ପାଟାଉ ସିଣ୍ଡୋମ୍ ସ୍ମିଡ୍-ଫ୍ରକାରୋ ସିଣ୍ଡୋମ୍ ଟ୍ରିସୋମି ୧୮ ଏଡ୍‌ବାର୍ଡ୍ ସିଣ୍ଡ୍ରୋମ୍ ଟର୍ନର ସିଣ୍ଡ୍ରୋମ୍ ଏକକ ଜିନ୍ ଅବ୍ୟବସ୍ଥା ଆଲ୍‌ପୋର୍ଟ୍ ସିଣ୍ଡ୍ରୋମ୍ କନ୍‌ରାଡି ସିଣ୍ଡ୍ରୋମ୍ ମାୟୋଟନିକ୍ ଡିସ୍‌ଟ୍ରଫି ଅଟୋସୋମାଲ୍ ଡୋମିନାଣ୍ଟ କେରାଟୋକୋନସ୍ ଶ୍ଳେଷ୍ମ ଝିଲ୍ଲି ଓ ଚର୍ମ ରୋଗ ଆଟୋପିକ୍ ଡର୍ମାଟାଇଟିସ୍ ବାସାଲ୍ ସେଲ୍ ନେଭସ୍ ସିଣ୍ଡ୍ରୋମ୍ ଇକ୍‌ଥିଓସିସ୍ ପେମ୍ଫିଗସ୍ ଚୟାପଚୟ ଓ ପୋଷକ ରୋଗ ଆମିନୋଏସିଡୁରିଆ ମଧୁମେହ ଫାବ୍ରି ରୋଗ ଗାଲାକ୍ଟୋସେମିଆ ହୋମୋସିସ୍ଟିନୁରିଆ ହାଇପର୍‌ପାରାଥାଇରଏଡିଜ୍ମ ହାଇପର୍‌ଭିଟାମିନୋସିସ୍ ହାଇପର‌ଥାଇରଏଡିଜ୍ମ ମ୍ୟୁକୋପଲିସାକାରାଇଡୋସିସ୍ ଉଇଲ୍‌ସନ୍ ରୋଗ ସଂକ୍ରାମକ ରୋଗ ଜନ୍ମଗତ ଜନ୍ମଗତ ହର୍‌ପେକ୍ସ ସିମ୍ପ୍ଲେକ୍ସ ଆଜନ୍ମ ସିଫିଲିସ୍ ସାଇଟୋମେଗାଲିକ୍ ଇନକ୍ଲୁଜନ ରୋଗ ଅନ୍ୟାନ୍ୟ ସିସ୍ଟିନୁରିଆ କୁଷ୍ଠ ଓକୋସର୍‌ସିଆସିସ୍ ଟକ୍ସୋପ୍ଲାଜ୍ମୋସିସ୍ ଶରୀରରେ ବିଷାକ୍ତ ପଦାର୍ଥ କର୍ଟିକୋସ୍ଟିରଏଡ୍ ହାଲୋପେରିଡଲ୍ ମାୟୋଟିକ୍ସ ଟ୍ରିପାରାନଲ୍ ବର୍ଗୀକରଣ ପରଳ ରୋଗ ସମ୍ପୁର୍ଣ୍ଣ ବା ଅସମ୍ପୁର୍ଣ୍ଣ ହୋଇପାରେ,ସ୍ଥିର ବା ବୃଦ୍ଧି ସମ୍ପର୍ଣ୍ଣ ହୋଇପାରେ କିମ୍ବା ଟାଣ ବା ନରମ ହୋଇପାରେ । ଅନ୍ୟ ବର୍ଗ ମଧ୍ୟରେ ବାହ୍ୟ ବା ନ୍ୟଷ୍ଟି, ପକ୍ୱ ବା ଅତିପକ୍ୱ ହୁଏ । ବୟସାଧିକ୍ୟ ହେଲେ ସମ୍ମୁଖ ଭାଗ, କର୍ଟିଲୋସ୍ଟିରଏଡ୍ଦ୍ୱାରା ହେଲେ ପୃଷ୍ଠ ଭାଗ କ୍ଷତିଗ୍ରସ୍ତ ହୁଏ । ନିମ୍ନରେ ବର୍ଗୀକରଣ ପ୍ରଦତ୍ତ ହେଲା କିନ୍ତୁ ଏହି ବ୍ୟତୀତ ଅନ୍ୟ କିଛି ଅସାଧାରଣ ରହିଥାଇ ପାରେ । କାରଣାତ୍ମକ ବୟସ ଅନୁସାରେ ବାହ୍ୟ ବୟସାଧିକ୍ୟ ପରଳ ଅପରିପକ୍ୱ ବାର୍ଦ୍ଧକ୍ୟ ଜନିତ: ଅସମ୍ପୁର୍ଣ୍ଣ ଅସ୍ୱଚ୍ଛ ପକ୍ୱ ବାର୍ଦ୍ଧକ୍ୟ ଜନିତ ପରଳ: ସମ୍ପୁର୍ଣ୍ଣ ଅସ୍ୱଚ୍ଛ ଅତି ପକ୍ୱ ବାର୍ଦ୍ଧକ୍ୟ ପରଳ:ତରଳିକୃତ ବାହ୍ୟ ଅଂଶ ବାର୍ଦ୍ଧକ୍ୟ ନ୍ୟଷ୍ଟି ପରଳ ପରଳ ବୃନେସେନ୍ସ ପରଳ ନାଇଗ୍ରା ପରଳ ରୁବ୍ରା ଜନ୍ମଗତ ପରଳ ସୁକ୍ରାଲ ପରଳ ଲାମେଲାର ପରଳ ଜୋନ୍ୟୁଲାର ପରଳ ସମ୍ପୁର୍ଣ୍ଣ ପରଳ ସେକେଣ୍ଡାରି ପରଳ ଔଷଧିକୃତ ପରଳ ଯଥା କର୍ଟିକୋସ୍ଟିରଏଡ ଆଘାତ ଜନିତ ପରଳ ଧାରହୀନ ଆଘାତ ଭେଦକାରୀ ଆଘାତ ଅସ୍ୱଚ୍ଛତାର ବର୍ଗୀକରଣ:ଜବକାଚର ବିଭିନ୍ନ ସ୍ଥାନ ବିଶେଷ ସାମନା କର୍ଟିକାଲ ପରଳ ସାମନା ପୋଲାର ପରଳ ସାମନା ସବକାପ୍‌ସ୍ୟୁଲ ପରଳ ନ୍ୟଷ୍ଟି ପରଳ, ଏହା ପରଳର ଦୃଢତା ଓ ଅପରେଶନ କରିବା ବେଳେ ସହଜ ବା କଷ୍ଟସାଧ୍ୟ ସୂଚନା ଦିଏ । ପାଉଁସିଆ ହଳଦିଆ ଆମ୍ବର ମାଟିଆ/କଳା ପୃଷ୍ଠ କର୍ଟିକାଲ ପରଳ ପୃଷ୍ଠ ପୋଲାର ପରଳ ପୃଷ୍ଠ ସବ୍‌କାପ୍‌ସୁଲାର ପରଳ ପି.ସି.ଓ. ପରଳ ରୋଗ ଅପରେଶନ ପରେ କ୍ୟାପ୍‌ସ୍ୟୁଲ ଅସ୍ୱଚ୍ଛତା ଲକ୍ଷଣ ଓ ଚିହ୍ନ ପରଳ ରୋଗ ବୃଦ୍ଧି ସଙ୍ଗେ ସଙ୍ଗେ ଦୃଷ୍ଟି ଶକ୍ତି ହ୍ରାସ ପାଏ । ଭିଜୁଆଲ୍ ଆକୁଇଟି କମିଯାଏ । କଣ୍ଟ୍ରାସ୍ଟ ସେନ୍ସିଟିଭିଟି କମିଯାଏ । ରଙ୍ଗ, ଛାୟା ଓ କଣ୍ଟୋର ଦେଖିବା ଶକ୍ତି କମିଯାଏ । ରାତିରେ ରାସ୍ତା ଆଲୋକ ଚାରିପଟେ ଜ୍ୟୋତି ଦେଖାଗଲେ ବା ମଧୁମେହ ଥିଲେ ଚିକିତ୍ସକ ଉପଦେଶ ଦରକାର । ପରଳର ଲକ୍ଷଣ ଅନ୍ୟ ଏକ ରୋଗ ଅକୁଲାର ସିଟ୍ରୋସିସ୍ ସହ ପ୍ରାୟ ସମାନ । ରୋଗ ନିରୋଧ ପରଳ ପ୍ରତିରୋଧ ନିମନ୍ତେ କୌଣସି ନିର୍ଦିଷ୍ଟ ଉପାୟ ନ ଥିଲେ ମଧ୍ୟ ଅତିବାଇଗଣି ରଶ୍ମି ନିରୋଧି ଚଷମା ବ୍ୟବହାର କଲେ ପରଳ ପ୍ରକ୍ରିୟା ଧୀର ହୋଇଯାଏ । ପ୍ରତି ଦିନ ଭିଟାମିନ୍ ଏ, ସି ଏବଂ ଇ ଭଳି ଆଣ୍ଟିଅକ୍ସିଡାଣ୍ଟ ବ୍ୟବହାର କଲେ ଉପକାର ମିଳେ । ଚିକିତ୍ସା ମସିହା ୧୯୬୦ରେ ଭ୍ୟାଟୋସ୍ଲାଭ ଫ୍ୟୋଡୋରୋଭ ସର୍ବ ପ୍ରଥମେ ଜବକାଚ ପରିବର୍ତ୍ତନ ଅପରେଶନ କରି ପରଳ ଦୂରିଭୁତ କରିବା ପରେ ଆଧୁନିକ ଚିକିତ୍ସା ଚାଲିଲା । ଶଲ୍ୟ ଚିକିତ୍ସା ବିହୀନ ଏନ୍-ଆସେଟିଲ୍‌କାର୍ନିସିନ ଟୋପା ଆଖିରେ ପକେଇଲେ କିଛି ଦୃଷ୍ଟି ଶକ୍ତି ଫେରିଆସେ । ଶଲ୍ୟ ଚିକିତ୍ସା ଆଗେ ପରଳ ପରିପକ୍ୱ ହେବା ପରେ ଅପରେଶନ କରାଯାଉଥିଲା । ଆଜିକାଲି ଯେ କୌଣସି ଅବସ୍ଥାରେ ଅପରେଶନ୍ କରା ଯାଉଛି । ସବୁ ଅପରେଶନ ଭଳି ଏହି ଅପରେଶନରେ ବିପଦ ଥିବାରୁ କିଛି ଦୃଷ୍ଟି ଶକ୍ତି ହ୍ରାସ ହେବା ପରେ ଅପରେଶନ କରାଯାଉଛି . । ପ୍ରତି ହଜାରରେ ଜଣେ ଲୋକର ଅପରେଶନ ପରେ ଏଣ୍ଡୋଫ୍‌ଥାଲ୍‌ମାଇଟିସ ହୁଏ । ରୋଗ ଅନୁଶୀଳନ ସଂସାରରେ ଯେତେ ଅନ୍ଧ ଅଛନ୍ତି ସେମାନଙ୍କ ମଧ୍ୟରୁ ୪୮%, (ପ୍ରାୟ ୧୮ନିୟୁତ)ଲୋକ ପରଳ ଯୋଗୁ ଅନ୍ଧ ହୋଇଛନ୍ତି । ୨୦୦୪ ମସିହା ହିସାବ ଅନୁସାରେ ୫୩.୮ନିୟୁତ ଲୋକଙ୍କର ମଧ୍ୟମ ଓ ସାଂଘାତିକ ଧରଣର ପରଳ ହୋଇଥିଲା, ଯେଉଁଥିରୁ ୫୨.୨ନିୟୁତ ଲୋକ ଗରିବ ବା ମଧ୍ୟବିତ୍ତ ପରିବାରର ଥିଲେ । ଅନେକ ଦେଶମାନଙ୍କରେ ଅପରେଶନ ସୁବିଧା ନ ଥିବା ଯୋଗୁ ପରଳ ଯୋଗୁ ଅଧିକାଂଶ ଅନ୍ଧ ହେଉଛନ୍ତି ।ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ପରଳ ଯୋଗୁ କମ ଦୃଷ୍ଟି ସମ୍ପର୍ଣ୍ଣ ଲୋକ ମଧ୍ୟ ସୃଷ୍ଟି ହୁଅନ୍ତି । ଅପରେଶନ ସୁବିଧା ଥିଲେ ମଧ୍ୟ ଅଧିକ ଖର୍ଚ, ଜ୍ଞାନର ଅଭାବ, ଲମ୍ବା ଧାଡିରେ ରହିବା ଓ ଗମନାଗମନ ଅସୁବିଧା ଯୋଗୁ ଅନେକ ଲୋକ ସ୍ୱଳ୍ପ ଦୃଷ୍ଟି ସମ୍ପର୍ଣ୍ଣ ହୋଇ ରହନ୍ତି । ଆମେରିକାରେ ୫୨ରୁ୬୪ବର୍ଷ ବୟସ ମଧ୍ୟରେ ୪୨% ଲୋକଙ୍କର ଜବକାଚ ପରିବର୍ତ୍ତନ ଦେଖାଯାଏ । ୬୫ରୁ୭୪ ବର୍ଷ ବୟସ ମଧ୍ୟରେ ୬୦% ଲୋକ ଓ ୭୫ରୁ୮୫ ବର୍ଷ ବୟସ ମଧ୍ୟରେ ୯୧% ଲୋକଙ୍କର କମ୍ ଦୃଷ୍ଟି ଥାଏ । ଇତିହାସ ପୁରାତନ ରୋମରେ ଏନ୍‌ସାକ୍ଲୋପିଡିଆ ଲେଖକ ଅଲସ କର୍ନେଲିଅସ୍ ସେଲ୍‌ସସ୍ , ଡି ମେଡିସିନ ପୁସ୍ତକରେ ସର୍ବ ପ୍ରଥମେ ପରଳ ଓ ତାହାର ଅପରେଶନ ବିଷୟରେ ଲେଖିଥିବାର ପ୍ରମାଣ ମିଳୁଛି । ରୋମାନମାନେ ସ୍ୱାସ୍ଥ୍ୟ ବିଷୟରେ ବହୁତ ଚିନ୍ତାଶୀଳ ଥିଲେ, ବିଶେଷତଃ ଚକ୍ଷୁ ବିଷୟରେ । ଭାରତରେ ସର୍ବ ପ୍ରଥମେ ସଂସ୍କୃତ ଭାଷାରେ ଶୁଶୃତ ପରଳ ଅପରେଶନ ବିଷୟରେ ଲେଖିଥିଲେ ।ଏହି ବିଷୟର ମୂଳ ଲେଖାର ସମ୍ପୂର୍ଣ୍ଣ ଆଲେଖ୍ୟ ପଠନ କରନ୍ତୁ । ମୁସଲ୍‌ମାନ୍ ଚକ୍ଷୁ ଚିକିତ୍ସକ ଅମର ଇବ୍ନ ଅଲି ତାଙ୍କ ପୁସ୍ତକରେ ସିରିଞ୍ଜ ଓ ପରଳ ବାହାର କରିବା ବିଷୟରେ ଲେଖିଛନ୍ତି । ଶବ୍ଦ ବ୍ୟୁତ୍ପତ୍ତି ପରଳ ଶବ୍ଦର ଅର୍ଥ ଲାଟିନ ଭାଷାରେ 'ଝରଣା' ଓ ଗ୍ରୀକ୍ ଭାଷାରେ 'ନିମ୍ନଗାମୀ' । ଗବେଷଣା ଲୁଟିନ ଓ ଜେକ୍ସାନ୍ଥିନ୍ ବିଷୟରେ ମିଶ୍ରିତ ଓ ସ୍ୱଳ୍ପ ଗବେଷଣା ଚାଲିଛି ।
ପେଜିଣ୍ଟରଫେରନ ଆଲଫା-୨ଏ (ଇଂରାଜୀ ଭାଷାରେ -2 , ବିକ୍ରୟ ନାମ ପେଗାସିସ/ ) ଏକ ଔଷଧ ଯାହା ହେପାଟାଇଟିସ ସି ଓ ହେପାଟାଇଟିସ ବି ରୋଗମାନଙ୍କରେ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ହେପାଟାଇଟିସ ସି ରୋଗରେ ଏହା ରିବାଭିରିନ ସ‌ହିତ ଦିଆଯାଏ ଓ ଆରୋଗ୍ୟ ହାର ପ୍ରାୟ ୨୪ରୁ ୯୨% ରହେ । ହେପାଟାଇଟିସ ବି ରୋଗରେ ଏହା ସ‌ହିତ ଆଉ କିଛି ଦିଆଯାଇନପାରେ । ଏହାକୁ ଚର୍ମତଳ ଇଞ୍ଜେକସନ ଆକାରରେ ଦିଆଯାଏ । ଏହି ଔଷଧରେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ମୁଣ୍ଡବଥା, ଥକ୍କା ଅନୁଭବ, ଅବସାଦ, ନିଦ୍ରା ସମସ୍ୟା, କେଶ ହାନି, ଅଇ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଜ୍ୱର ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ , ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର, ରକ୍ତ ଜମାଟ ଓ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥା ଥିଲେ ଏହା ସ‌ହିତ ରିବାଭିରିନ ଦିଆଯାଏନାହିଁ । ଏହା ଆଲଫା ଇଣ୍ଟରଫେରନ ପରିବାରର ଏକ ସଦସ୍ୟ । ମଲିକ୍ୟୁଲ ଭାଙ୍ଗିବାରୁ ସୁରକ୍ଷା ଦେବାନିମନ୍ତେ ଏହା ପେଜିଲେଟେଡ ହୁଏ । ସନ ୨୦୦୨ରେ ପେଜିଲେଟେଡ ଆଲଫା-୨ବି ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ୧୨ ସପ୍ତାହ ଡୋଜର କ୍ରୟ ମୂଲ୍ୟ ୫୦୦ରୁ ୪,୮୦୦ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ରୟ ମୂଲ୍ୟ ୯୨୫୦ ଆମେରିକୀୟ ଡଲାର, କିନ୍ତୁ ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୨ସପ୍ତାହ ଡୋଜର ମୂଲ୍ୟ ୧୪୯୨.୮୦ ପାଉଣ୍ଡ ।
ଧନଡେରା ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ ସହର। ଏହାର ଭୌଗୋଳିକ ଅବସ୍ଥିତି 29.84 77.89 / 29.84; 77.89. ଜନସଂଖ୍ୟା 2001 ଜନଗଣନା ଅନୁସାରେ ଧନଡେରାର ଜନସଂଖ୍ୟା15,297 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା48% ଥିଲା । ଏଠାରେ ସାକ୍ଷ୍ୟରତା ହାର 55% ରହିଥିଲା । ଧନଡେରାରେ 6 ବର୍ଷରୁ କମ ଆବାଡୀ 16% ଥିଲା ।
ସାବରକୁଣ୍ଡଲା ଏକ ଭାରତୀୟ ନଗରପାଳିକା ସହର ଅଟେ । ଏହା ଗୁଜରାଟର ଅମ୍ରେଲୀ ଜିଲ୍ଲାରେ ଅବସ୍ଥିତ । ଇତିହାସ ଜନସଂଖ୍ୟା ଓ ସାକ୍ଷରତା ୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାବରକୁଣ୍ଡଲା ସହରର ମୋଟ ଜନସଂଖ୍ୟା ୭୮୩୫୪ ଅଟେ । ସେଥି ମଧ୍ୟରୁ ୫୧.୪୮% ଜଣ ପରୁଷ ହୋଇଥିବା ବେଳେ ୪୮.୫୨% ଜଣ ନାରୀ ଅଟନ୍ତି । ସାବରକୁଣ୍ଡଲାର ସାକ୍ଷରତା ହାର ୬୪.୯୨% ଅଟେ । ଏହା ଜାତୀୟ ହାରଠାରୁ -୦.୦୮% ପ୍ରତିଶତ କମ ଅଟେ । ସେଥିରୁ ୩୬.୮୪% ପ୍ରତିଶତ ପୁରୁଷ ଓ ୨୮.୦୮% ନାରୀ ଅଟନ୍ତି । ୧୨.୭୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
୬୩୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ହେମନ୍ତ କୁମାର ଦାସ (୮ ଫେବୃଆରୀ ୧୯୩୭ - ୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ଗଳ୍ପ, ଏକାଙ୍କିକା, ଶିଶୁ ସାହିତ୍ୟ, ନାଟକ, ସମୀକ୍ଷା ଆଦି ସାହିତ୍ୟବିଧାରେ ସେ ନିଜ ଲେଖନି ଚାଳନା କରିଥିଲେ । ଜୀବନୀ ହେମନ୍ତ କୁମାର ଦାସ, ୧୯୩୭ ମସିହା ଫେବୃଆରୀ ୮ତାରିଖରେ କଟକ ଜିଲ୍ଲାର କନ୍ଦରପୁର ବ୍ଳକ ଅନ୍ତର୍ଗତ ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଉଭୟ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ, ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଓ ଶିକ୍ଷାବିଭାଗରେ ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
୮୨୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବସନ୍ତ କୁମାର ସିଂହ ଦଣ୍ଡପାଟ (୨୯ ମାର୍ଚ୍ଚ ୧୯୩୦ - ୧୮ ଜାନୁଆରୀ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବସନ୍ତ ୧୯୩୦ ମସିହାର ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲୋକନାଥ ସିଂହ ଦଣ୍ଡପାଟ ଓ ପତ୍ନୀଙ୍କ ନାମ ପ୍ରଫୁଲ୍ଲ କୁମାରୀ ଦେବୀ । ରାଜନୈତିକ ଜୀବନ ବସନ୍ତ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ବସନ୍ତ ୨୦୧୭ ମସିହାର ଜାନୁଆରୀ ୧୮ ତାରିଖରେ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ପଠାଣକୋଟ ଏକ ଭାରତୀୟ ପୌର କମିଟି ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପଠାଣକୋଟ ୩୨.୨୭୩୧ ଉତ୍ତର ଅକ୍ଷାଂଶ ଓ ୭୫.୬୫୨୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୬ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଠାଣକୋଟ ସହରର ମୋଟ ଜନସଂଖ୍ୟା ୧୫୯୫୫୯ ଅଟେ । ସେଥି ମଧ୍ୟରୁ ୫୪.୮୪% ଜଣ ପରୁଷ ହୋଇଥିବା ବେଳେ ୪୫.୧୬% ଜଣ ନାରୀ ଅଟନ୍ତି । ପଠାଣକୋଟର ସାକ୍ଷରତା ହାର ୭୬.୯୨% ଅଟେ । ଏହା ଜାତୀୟ ହାରଠାରୁ -୧୨.୦୮% ପ୍ରତିଶତ କମ ଅଟେ । ସେଥିରୁ ୪୪.୧୧% ପ୍ରତିଶତ ପୁରୁଷ ଓ ୩୨.୮୧% ନାରୀ ଅଟନ୍ତି । ୧୧.୪୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ପଞ୍ଜାବୀ ପଠାଣକୋଟର ସରକାରୀ ଭାଷା ଅଟେ ।
ମିକ୍ସିଡିମା କୋମା ହେଉଛି ହାଇପୋଥାଇରଏଡିଜମର ଏକ ରୂପ । ସାଧାରଣ ଲକ୍ଷଣଗୁଡ଼ିକରେ ପରିବର୍ତ୍ତିତ ମାନସିକ ସ୍ଥିତି ଏବଂ ଶରୀରର ନିମ୍ନ ତାପମାତ୍ରା ହୋଇଥାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନିଦ୍ରା ଶ୍ୱାସରୋଧ, ପଫି ଚର୍ମ , କେଶ ଝଡ଼ିବା ଏବଂ ପେଟ ଫୁଲିବା ହୋଇପାରେ । ତଥାପି କୋମା ସାଧାରଣତଃ ଉପସ୍ଥିତ ନଥାଏ । ରୋଗ ଜଟିଳ ହେଲେ ଶ୍ୱାସକ୍ରିୟା ବିଫଳତା ହୋଇପାରେ । ଏହା ସାଧାରଣତଃ ଗୁରୁତର ଏବଂ ଚିକିତ୍ସା ହୋଇନଥିବା ହାଇପୋଥାଇରଏଡିଜିମ୍ ରୋଗୀଙ୍କଠାରେ ଦେଖାଯାଏ । ନିର୍ଜଳନ, ସଂକ୍ରମଣ କିମ୍ବା ଷ୍ଟ୍ରୋକ୍ ଭଳି ଏକ ଘଟଣା ଏହି ରୋଗର ବିକାଶକୁ ଟ୍ରିଗର କରିଥାଏ । ଲାବୋରେଟୋରୀ ପରୀକ୍ଷଣରେ ସାଧାରଣତଃ କମ୍ ଥାଇରଏଡ୍ ସ୍ଥିତି ଦେଖାଏ ନିମ୍ନ ଟି୪ ସ୍ତର ଏବଂ ଉଚ୍ଚ ଟିଏସଏଚ ସ୍ତର । ନିମ୍ନ ରକ୍ତଚାପ, ମନ୍ଥର ହୃଦ୍‌ସ୍ପନ୍ଦନ, ମନ୍ଥର ରିଫ୍ଲେକ୍ସ, କମ୍ ସୋଡିୟମ୍ ଏବଂ କମ୍ ରକ୍ତ ଶର୍କରା ଥାଇପାରେ । ଶୀଘ୍ର ଥାଇରଏଡ୍ ହରମୋନ୍ ସହିତ ଚିକିତ୍ସା କରାଯାଏ । ସାଧାରଣତଃ ଶିରାଭ୍ୟନ୍ତରରେ ୩୦୦ରୁ ୫୦୦ ମାଇକ୍ରୋଗ୍ରାମ ଲିଭୋଥାଇରକ୍ସିନ ( 4) ଦିଆଯାଏ, ଯଦିଓ କେତେକ ଲିଓଥାଇରୋନିନ ( 3) ବ୍ୟବହାର କରନ୍ତି । ହାଇଡ୍ରୋକୋର୍ଟିସୋନ ୧୦୦ ମିଗ୍ରା ଏବଂ ଆଣ୍ଟିବାୟୋଟିକ୍ ମଧ୍ୟ ଦିଆଯାଏ । ଉଷୁମ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ଯୁକ୍ତିଯୁକ୍ତ ମନେ ହୁଏ କିନ୍ତୁ ସେଠାରେ ଚିନ୍ତା ଅଛି ଯେ କେବଳ ଜଣେ ବ୍ୟକ୍ତିଙ୍କ ଚର୍ମକୁ ଗରମ କରିବାଦ୍ୱାରା ସେମାନଙ୍କର ରକ୍ତଚାପ ଆହୁରି କମ ହୋଇପାରେ । ମୃତ୍ୟୁ ଆଶଙ୍କା ପ୍ରାୟ ୨୦ରୁ ୫୦% ଅଟେ । ମିକ୍ସିଡିମା କୋମା ପ୍ରତିବର୍ଷ ପ୍ରାୟ ୫ନିୟୁତ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରେ । ପ୍ରଭାବିତ ବ୍ୟକ୍ତିମାନେ ସାଧାରଣତଃ ବୟସ୍କ ଏବଂ ମହିଳା ଅଟନ୍ତି । ଏହି ରୋଗ ସାଧାରଣତଃ ଶୀତଦିନେ ଆରମ୍ଭ ହୁଏ । ଏହି ଅବସ୍ଥା ପ୍ରଥମେ ୧୮୭୯ମସିହାରେ ଅର୍ଡ ବର୍ଣ୍ଣନା କରିଥିଲେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୩ ଡିସେମ୍ବର ବର୍ଷର ୩୩୭ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୩୮ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୮ ଦିନ ବାକି ଅଛି ।
ତାରିଣୀ ଚରଣ ପଟ୍ଟନାୟକ (୧୭ ଫେବୃଆରୀ ୧୯୧୬ - ୧୬ ଜାନୁଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ତାରିଣୀ ୧୯୧୬ ମସିହାର ଫେବୃଆରୀ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ମହାଲକ୍ଷ୍ମୀ ପଟ୍ଟନାୟକ । ରାଜନୈତିକ ଜୀବନ ତାରିଣୀ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ତାରିଣୀ ୨୦୧୫ ମସିହାରେ ଜାନୁଆରୀ ୧୬ ତାରିଖରେ ୯୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଗୌରୀ ୧୯୭୯ ମସିହାରେ ମୁକ୍ତିଲାଭ କରିଥିଲା ।
ସାଲସାଲେଟ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଡିସାଲସିଡ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ରିମାଟଏଡ ଆର୍ଥ୍ରାଇଟିସ ଭଳି ରୋଗମାନଙ୍କରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାନନାଦ, ଅଇ, ଏବଂ ରାସ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରେ ସିଣ୍ଡ୍ରୋମ, ପାକସ୍ଥଳଳୀ ରକ୍ତସ୍ରାବ, ବୃକ୍‌କ ସମସ୍ୟା, ଯକୃତ ସମସ୍ୟା ଏବଂ ଆନାଫାଇଲକ୍‌ସିସ ହୋଇପାରେ । ଗର୍ଭାବସ୍ଥାର ପରବର୍ତ୍ତୀ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ସାଲାଇସିଲେଟ୍ ପ୍ରକାରର ଏକ ଅଣ-ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଯାହା ଉଭୟ କ‌କ୍ସ-୧ ଓ କ‌କ୍ସ-୨କୁ ( -1 ଏବଂ -2) ଅବରୋଧ କରିଥାଏ । ୧୯୬୦ ଦଶକରେ ସାଲସାଲେଟ୍ ପରିଚିତ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୭୫୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାରମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୫ ଡଲାର ଥିଲା ।
୧୬୬୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ରିଏନ୍ଫୋର୍ସମେଣ୍ଟ ଲର୍ଣ୍ଣିଙ୍ଗ୍ ( : ) କିମ୍ବା ସଂକ୍ଷେପରେ ଆରଏଲ ହେଉଛି ମେସିନ ଲର୍ଣ୍ଣିଙ୍ଗ୍ର ଏକ ବିଭାଗ ଯେଉଁଥିରେ କିପରି ଏକ ସଫ୍ଟୱେର ଏଜେଣ୍ଟ ଏକ ନିର୍ଦ୍ଧିଷ୍ଟ ପରିବେଶରେ ନିଷ୍ପତ୍ତି ନେଇ ଅଧିକ ଲାଭ ଉଠେଇପାରିବ ସେ ବିଷୟରେ ଗବେଷଣା ଓ ଆଲୋଚନା ହୋଇଥାଏ । ଏହାର ସାଧାରଣତା ନିମିତ୍ତ ଏହି ବିଷୟାଟିକୁ ଆହୁରି ଅନେକ ସ୍ଥାନରେ ମଧ୍ୟ ପ୍ରୟୋଗ କରାଯାଇଥାଏ ଯେପରିକି ଗେମ ଥିଓରୀ, କଣ୍ଟ୍ରୋଲ ଥିଓରୀ, ଇନଫର୍ମେଶନ ଥିଓରୀ ଇତ୍ୟାଦି । ସୁପରଭାଇଜଡ଼ ଲର୍ଣ୍ଣିଙ୍ଗ୍ ପରି ରିଏନ୍ଫୋର୍ସମେଣ୍ଟ ଲର୍ଣ୍ଣିଙ୍ଗ୍ ନିମିତ୍ତ ଚିନ୍ହିତ ତଥ୍ୟ ଆବଶ୍ୟକ ନୁହେଁ । ଚିନ୍ହିତ ତଥ୍ୟର ଅନୁପସ୍ଥିତିରେ ଏଜେଣ୍ଟଟି ନିଜର ଅଭିଜ୍ଞାତାରୁ ଶିକ୍ଷାଲାଭ କରିଥାଏ । ଶିଖିବା ସମୟରେ କେଉଁ ନିଷ୍ପତି ଭଲ ଏବଂ କେଉଁଟି ଖରାପ ଏହା ମନେରଖି ଦୂରଦୃଷ୍ଟିରେ କେଉଁ ନିଷ୍ପତିଟି ଭଲ ହେବ ସେହି ନିଷ୍ପତି ନେବାକୁ ଚେଷ୍ଟା କରିଥାଏ । କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଜାଣିବା କଥା ଆରଏଲର ମୁଖ୍ୟ ଚରିତ୍ରଗୁଡ଼ିକ ହେଲେ ଏଜେଣ୍ଟ ଏବଂ ପରିବେଶ । ଏଜେଣ୍ଟଟି ପରିବେଶ ମଧ୍ୟରେ ରହିଥାଏ । ପରିବେଶ ସହ କଥାବାର୍ତ୍ତା କରିବା ସମୟରେ ପ୍ରତି ସ୍ତରରେ ଏଜେଣ୍ଟଟି ଏକ ଭିନ୍ନ ଦୁନିଆ ଦେଖିଥାଏ, ସେହି ହିସାବରେ ସେ ବିଚାର କରି କ୍ରିୟା କରିଥାଏ । ଏଜେଣ୍ଟଟିର ଏହି କ୍ରିୟା ଜନିତ ହସ୍ତକ୍ଷେପ ଯୋଗୁଁ ପାରିବେଶଟିରେ ପରିବର୍ତ୍ତନ ଘଟିଥାଏ । ବେଳେ ବେଳେ ଆପେ ଆପେ ମଧ୍ୟ ପରିବେଶରେ ପରିବର୍ତ୍ତନ ହୋଇପାରେ । ପରିବେଶ ମଧ୍ୟରୁ ଏଜେଣ୍ଟଟିକୁ ଏକ ରିବାର୍ଡ ବା ପୁରସ୍କାର ସଙ୍କେତ ମଧ୍ୟ ମିଳିଥାଏ ଯାହା ବର୍ତ୍ତମାନ ପରିସ୍ଥିତିରେ ଥିବା ପରିବେଶ ବିଷୟରେ ଦର୍ଶାଇଥାଏ । ବିଭିନ୍ନ ସ୍ତରର ପୁରସ୍କାର ମିଶିଲେ ତାହାକୁ ରିଟର୍ନ କୁହାଯାଏ । ଏଜେଣ୍ଟଟିର ଲକ୍ଷ ହେଉଛି ଏହି ରିଟର୍ନକୁ ବଢ଼ାଇବା । ଆରଏଲ ଆଲଗୋରିଦମର ବିଭିନ୍ନ ପ୍ରଣାଳୀ ଉପଯୋଗ କରି ଏଜେଣ୍ଟ ଏହି ଲକ୍ଷ୍ୟ ହାସଲ କରିଥାଏ । ଆରଏଲ ବିଷୟରେ ଅଧିକ ଜାଣିବାକୁ ନିମ୍ନଲିଖିତ ଅଧିକ ଶବ୍ଦ ବିଷୟରେ ଜାଣିବା ଜରୁରୀ: ଷ୍ଟେଟ ଏବଂ ଅବଜର୍ଭେସନ ଆକ୍ସନ ସ୍ପେସ ପଲିସି ଟ୍ରାଜେକ୍ଟୋରି ଅଧିକ ରିଟର୍ନ ପାଇବାର ପ୍ରଣାଳୀ ଆରଏଲ ଅପଟିମାଇଜେସନ ସମସ୍ୟା ଏବଂ ଭାଲ୍ୟୁ ଫଙ୍କସନ ଘଟଣାବଳୀ ଗୁଗଲ ସର୍ବସାଧାରଣ ଲୋକମାନଙ୍କ ନିମିତ୍ତ ଏହାର ନିଜର ରିଏନ୍ଫୋର୍ସମେଣ୍ଟ ଫ୍ରେମବାର୍କକୁ ପ୍ରକାଶ କରିଛି । ଏହାର ଗିଟହବ ଆଧାର ଏଠାରେ ଉପଲବ୍ଧ ।
ରିଏନ୍ଫୋର୍ସମେଣ୍ଟ ଲର୍ଣ୍ଣିଙ୍ଗ୍ ( : ) କିମ୍ବା ସଂକ୍ଷେପରେ ଆରଏଲ ହେଉଛି ମେସିନ ଲର୍ଣ୍ଣିଙ୍ଗ୍ର ଏକ ବିଭାଗ ଯେଉଁଥିରେ କିପରି ଏକ ସଫ୍ଟୱେର ଏଜେଣ୍ଟ ଏକ ନିର୍ଦ୍ଧିଷ୍ଟ ପରିବେଶରେ ନିଷ୍ପତ୍ତି ନେଇ ଅଧିକ ଲାଭ ଉଠେଇପାରିବ ସେ ବିଷୟରେ ଗବେଷଣା ଓ ଆଲୋଚନା ହୋଇଥାଏ । ଏହାର ସାଧାରଣତା ନିମିତ୍ତ ଏହି ବିଷୟାଟିକୁ ଆହୁରି ଅନେକ ସ୍ଥାନରେ ମଧ୍ୟ ପ୍ରୟୋଗ କରାଯାଇଥାଏ ଯେପରିକି ଗେମ ଥିଓରୀ, କଣ୍ଟ୍ରୋଲ ଥିଓରୀ, ଇନଫର୍ମେଶନ ଥିଓରୀ ଇତ୍ୟାଦି । ସୁପରଭାଇଜଡ଼ ଲର୍ଣ୍ଣିଙ୍ଗ୍ ପରି ରିଏନ୍ଫୋର୍ସମେଣ୍ଟ ଲର୍ଣ୍ଣିଙ୍ଗ୍ ନିମିତ୍ତ ଚିନ୍ହିତ ତଥ୍ୟ ଆବଶ୍ୟକ ନୁହେଁ । ଚିନ୍ହିତ ତଥ୍ୟର ଅନୁପସ୍ଥିତିରେ ଏଜେଣ୍ଟଟି ନିଜର ଅଭିଜ୍ଞାତାରୁ ଶିକ୍ଷାଲାଭ କରିଥାଏ । ଶିଖିବା ସମୟରେ କେଉଁ ନିଷ୍ପତି ଭଲ ଏବଂ କେଉଁଟି ଖରାପ ଏହା ମନେରଖି ଦୂରଦୃଷ୍ଟିରେ କେଉଁ ନିଷ୍ପତିଟି ଭଲ ହେବ ସେହି ନିଷ୍ପତି ନେବାକୁ ଚେଷ୍ଟା କରିଥାଏ । କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଜାଣିବା କଥା ଆରଏଲର ମୁଖ୍ୟ ଚରିତ୍ରଗୁଡ଼ିକ ହେଲେ ଏଜେଣ୍ଟ ଏବଂ ପରିବେଶ । ଏଜେଣ୍ଟଟି ପରିବେଶ ମଧ୍ୟରେ ରହିଥାଏ । ପରିବେଶ ସହ କଥାବାର୍ତ୍ତା କରିବା ସମୟରେ ପ୍ରତି ସ୍ତରରେ ଏଜେଣ୍ଟଟି ଏକ ଭିନ୍ନ ଦୁନିଆ ଦେଖିଥାଏ, ସେହି ହିସାବରେ ସେ ବିଚାର କରି କ୍ରିୟା କରିଥାଏ । ଏଜେଣ୍ଟଟିର ଏହି କ୍ରିୟା ଜନିତ ହସ୍ତକ୍ଷେପ ଯୋଗୁଁ ପାରିବେଶଟିରେ ପରିବର୍ତ୍ତନ ଘଟିଥାଏ । ବେଳେ ବେଳେ ଆପେ ଆପେ ମଧ୍ୟ ପରିବେଶରେ ପରିବର୍ତ୍ତନ ହୋଇପାରେ । ପରିବେଶ ମଧ୍ୟରୁ ଏଜେଣ୍ଟଟିକୁ ଏକ ରିବାର୍ଡ ବା ପୁରସ୍କାର ସଙ୍କେତ ମଧ୍ୟ ମିଳିଥାଏ ଯାହା ବର୍ତ୍ତମାନ ପରିସ୍ଥିତିରେ ଥିବା ପରିବେଶ ବିଷୟରେ ଦର୍ଶାଇଥାଏ । ବିଭିନ୍ନ ସ୍ତରର ପୁରସ୍କାର ମିଶିଲେ ତାହାକୁ ରିଟର୍ନ କୁହାଯାଏ । ଏଜେଣ୍ଟଟିର ଲକ୍ଷ ହେଉଛି ଏହି ରିଟର୍ନକୁ ବଢ଼ାଇବା । ଆରଏଲ ଆଲଗୋରିଦମର ବିଭିନ୍ନ ପ୍ରଣାଳୀ ଉପଯୋଗ କରି ଏଜେଣ୍ଟ ଏହି ଲକ୍ଷ୍ୟ ହାସଲ କରିଥାଏ । ଆରଏଲ ବିଷୟରେ ଅଧିକ ଜାଣିବାକୁ ନିମ୍ନଲିଖିତ ଅଧିକ ଶବ୍ଦ ବିଷୟରେ ଜାଣିବା ଜରୁରୀ: ଷ୍ଟେଟ ଏବଂ ଅବଜର୍ଭେସନ ଆକ୍ସନ ସ୍ପେସ ପଲିସି ଟ୍ରାଜେକ୍ଟୋରି ଅଧିକ ରିଟର୍ନ ପାଇବାର ପ୍ରଣାଳୀ ଆରଏଲ ଅପଟିମାଇଜେସନ ସମସ୍ୟା ଏବଂ ଭାଲ୍ୟୁ ଫଙ୍କସନ ଘଟଣାବଳୀ ଗୁଗଲ ସର୍ବସାଧାରଣ ଲୋକମାନଙ୍କ ନିମିତ୍ତ ଏହାର ନିଜର ରିଏନ୍ଫୋର୍ସମେଣ୍ଟ ଫ୍ରେମବାର୍କକୁ ପ୍ରକାଶ କରିଛି । ଏହାର ଗିଟହବ ଆଧାର ଏଠାରେ ଉପଲବ୍ଧ ।
ସାଙ୍କରି ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ସଲେମ୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଙ୍କରି ସହରର ମୋଟ ଜନସଂଖ୍ୟା ୨୭୪୦୨ ଅଟେ । ସେଥି ମଧ୍ୟରୁ ୫୧.୮୦% ଜଣ ପରୁଷ ହୋଇଥିବା ବେଳେ ୪୮.୨୦% ଜଣ ନାରୀ ଅଟନ୍ତି । ସାଙ୍କରିର ସାକ୍ଷରତା ହାର ୬୭.୯୫% ଅଟେ । ଏହା ଜାତୀୟ ହାରଠାରୁ ୩.୧୧% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୯% ପ୍ରତିଶତ ପୁରୁଷ ଓ ୨୯.୦୬% ନାରୀ ଅଟନ୍ତି । ୯.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ସାଙ୍କରିର ସରକାରୀ ଭାଷା ଅଟେ ।
ମେଲାସମା (ଗର୍ଭଧାରଣର ମାସ୍କ ଭାବରେ ମଧ୍ୟ ଜଣାଶୁଣା) ସାଧାରଣତଃ ମୁହଁର ଉଭୟ ପାର୍ଶ୍ୱରେ ବାଦାମୀ କିମ୍ବା କଳା ଚର୍ମ ଦାଗ ଆକାରରେ ଦେଖାଯାଏ । ସାଧାରଣତଃ ଏହା ଗାଲ, ଥୋଡ଼ି, ନାକ କିମ୍ବା କପାଳରେ ଦେଖାଯାଏ ଅଗ୍ରବାହୁ କିମ୍ବା ବେକରେ ମଧ୍ୟ ଦେଖାଯାଇପାରେ କାରଣଗୁଡ଼ିକରେ ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶ, ଜେନେଟିକ୍ସ, ଗର୍ଭାବସ୍ଥା, ହରମୋନାଲ ଜନ୍ମ ନିୟନ୍ତ୍ରଣ, ହରମୋନ ପୁନଃ‌ସ୍ଥାପନ ଚିକିତ୍ସା କିମ୍ବା କିଛି ଔଷଧ ଯୋଗୁ ହୋଇପାରେ ବେଳେବେଳେ ଥାଇରଏଡ ବେମାରୀ ଯୋଗୁ ମଧ୍ୟ ହୁଏ ରୋଗ ନିର୍ଣ୍ଣୟ ସାଧାରଣତଃ ଚର୍ମ ପରୀକ୍ଷାଦ୍ୱାରା ହୋଇଥାଏ ବେଳେବେଳେ ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପାଇଁ ଚର୍ମ ବାୟୋପ୍ସି କରାଯାଇପାରେ ଚିକିତ୍ସାରେ ସାଧାରଣତଃ ସୂର୍ଯ୍ୟକିରଣ ଏଡ଼େଇବା ଏବଂ ଖରା ପ୍ରତିରୋଧୀ ମଲମ ଲଗେଇବାକୁ ଉପଦେଶ ଦିଆଯାଏ । ଟ୍ରିଗର ଅଧିକ ନଥିଲେ ଏହା ସ୍ୱତଃ ଭଲ ହୋଇଯାଏ ବେଳେବେଳେ ହାଇଡ୍ରୋକୁଇନୋନ, ଟ୍ରେଟିନଏନ୍ କିମ୍ବା ଷ୍ଟିରଏଡ କ୍ରିମ ବ୍ୟବହାର କରାଯାଇପାରେ। ଅନ୍ୟାନ୍ୟ ଔଷଧ କିମ୍ବା ପ୍ରଣାଳୀ ମଧ୍ୟ ବ୍ୟବହୃତ ହୋଇପାରେ ଫଳାଫଳ ସାଧାରଣତ ଭଲ; ତଥାପି ଏହା ପୁନର୍ବାର ହୋଇପାରେ ମେଲାସମା ରୋଗ ପ୍ରାୟ ୧.୫%ରୁ ୩୩% ଲୋକଙ୍କୁ ହୋଇପାରେ । ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୧୦ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। ସାଧାରଣତଃ ୨୦ରୁ ୩୦ ଦଶକ ବୟସରେ ଏହି ରୋଗ ହୋଇଥାଏ କଳା ଚର୍ମ ଥିବା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ମେଲାସମା ଶବ୍ଦର ଅର୍ଥ ହେଉଛି ବାଦାମୀ ଚର୍ମ।