url
stringlengths 29
226
| text
stringlengths 7
18.1k
|
---|---|
https://www.dharitri.com/flag-march-in-shimlipal/ | ଶିମିଳିପାଳରେ ଫ୍ଲାଗ୍ମାର୍ଚ୍ଚ
ବାରିପଦା ଅଫିସ,୧୨।୩ ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନାଗ୍ନିରୁ ସୁରକ୍ଷା ଯୋଗାଇବା ପାଇଁ ବନ ବିଭାଗ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ ଏବଂ କମ୍ବିଂ ଅପରେଶନ ଆରମ୍ଭ ହୋଇଛି। ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଅଭୟାରଣ୍ୟରେ ନିଅଁା ଲଗାଉଥିବା ବେଳେ ବନ୍ୟଜନ୍ତୁ ବିପଥଗାମୀ ହୋଇ ସହର ଓ ଗ୍ରାମାଭିମୁଖି ହୋଇଥାନ୍ତି। ଏହାକୁ ପ୍ରତିହତ କରିବା ପାଇଁ ଉତ୍ତର ଓ ଦକ୍ଷିଣ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧ ହଜାରରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ଏଥିରେ ସାମିଲ ରହିଛନ୍ତି। ଅଭୟାରଣ୍ୟରେ ନିଅଁା ଲାଗିଥିବା ଜାଣିବା ପାଇଁ ଚଳିତବର୍ଷଠାରୁ ଡ୍ରୋନ୍ର ବ୍ୟବହାର କରାଯାଉଛି। ଏହାସହ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ସୂଚନାକୁ ଭିତ୍ତିକରି ନିଅଁାର ସ୍ଥିତି ଜାଣିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ନିଅଁାକୁ ଆୟତ୍ତ କରିବା ପାଇଁ ୫ ଶହ ନିଅଁା ଲିଭା ମେଶିନ ଯୋଗାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳବାସୀ, ଜଙ୍ଗଲ ସୁରକ୍ଷା କମିଟି ଓ ବନ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ମଧ୍ୟ ନିଅଁା ଲିଭାରେ ସହଯୋଗ କରୁଛନ୍ତି। |
https://www.dharitri.com/22-lakh-rupees-seized-from-car-accused-returns/ | କାର ଭିତରୁ ୨୨ ଲକ୍ଷ ଟଙ୍କା ଜବତ: ଅଭିଯୁକ୍ତ ଫେରାର
ଖୋର୍ଦ୍ଧା ଅଫିସ,୨୨।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶିଆଳିଆ ରାସ୍ତାରୁ ପୋଲିସ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ଲକ୍ଷ ଟଙ୍କା ଜବତ କରିଛି। ଜବତ କାର( ନଂ ଓଡି୦୨ସିବି-୪୨୪୨)ର ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ। ତେବେ ପୋଲିସକୁ ଚକମା ଦେଖାଇ ବ୍ରାଉନସୁଗାର ବେପାରୀ ଗାଡ଼ିଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତିି।
ମଙ୍ଗଳବାର ଆଦର୍ଶ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍ପି(ଏଏସ୍ପି) ସୁରେନ୍ଦ୍ର ନାଥ ମୁର୍ମୁ ଏହି ସୂଚନା ଦେଇଛନ୍ତି। ଏହି ସମୟରେ ସଦର ଏସ୍ଡିପିଓ ଦିଲ୍ଲୀପ ଦାସ, ଥାନାଧିକାରୀ ତାରିକ ଅହମଦ୍ ପ୍ରମୁଖ ଉପସ୍ଥିତ ଥିଲେ। ଏଏସ୍ପି ମୁର୍ମୁ ସୂଚନା ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ ଖୋର୍ଦ୍ଧା ଆଦର୍ଶ ପୋଲିସ କେଶ ନଂ ୫୨୧/୨୨ ରେ ବ୍ରାଉନସୁଗାର କାରବାର ସମ୍ପୃକ୍ତି ନେଇ ସାମନ୍ତରାପୁର ଅଞ୍ଚଳର କାନି ବେହେରା, ସ୍ବର୍ଣ୍ଣଲତା ବେହେରା, ଦମୟନ୍ତି ବେହେରା, କୁଳମଣି ବେହେରା ପ୍ରମୁଖଙ୍କୁ ଗିରଫ କରିଥିଲା। କାନି ବେହେରାଙ୍କ ପୁଅ ଶରତ ଓରଫ ବାୟା ଫେରାର ହୋଇଯାଇଥିଲେ। ସୋବାର ଅପରାହ୍ନରେ ଶରତ ବ୍ରାଉନସୁଗାର ଧରି ଏକ କାରରେ ଭୁବନେଶ୍ବର ଯାଉଥିବା ଖବରପାଇ ପୋଲିସ ରାଜପଥର ବିଭିନ୍ନ ଛକରେ ଜଗିଥିଲା। ତେବେ ପୋଲିସ ଆଖିରେ ଧୂଳି ଦେଇ ଶରତ କାରକୁ ଶିଆଳିଆ ରାସ୍ତାରେ ଛାଡି ଚମ୍ପଟ ମାରିଥିଲେ। ପୋଲିସ କାର ଯାଞ୍ଚ ବେଳେ ଉପରୋକ୍ତ ସାମଗ୍ରୀ ଜବତ କରିଛି। |
https://www.dharitri.com/this-was-the-case-with-the-crocodile-fighting-in-the-ramayana-serial/ | ‘ରାମାୟଣ’ ଧାରାବାହିକରେ କୁମ୍ଭୀର ସହ ଏମିତି ହୋଇଥିଲା ହନୁମାନଙ୍କ ଲଢ଼େଇ, ଜାଣନ୍ତୁ କିପରି ଓକେ ହେଲା ଶଟ୍
ମୁମ୍ବାଇ: ରାମାୟଣ ଧାରାବାହିକ ତ ଅଧିକାଂଶ ଲୋକ ଦେଖିଥିବେ। ମାତ୍ର ଏହାର ଗୋଟିଏ ଗୋଟିଏ ସିନ୍ ବା ଦୃଶ୍ୟ ଶୁଟିଂ ପାଇଁ କଳାକାରଙ୍କୁ ଯେ କେତେ କଷ୍ଟ ସହିବାକୁ ପଡ଼େ ତାହା ଖୁବ୍ କମ୍ ଲୋକ ଜାଣିଥାନ୍ତି। ତେବେ ରାମାୟଣ ଧାରାବାହିକରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହରୀ ଏହାର କିଛି ଦୃଶ୍ୟର ଫଟୋ, ଭିଡିଓ ପ୍ରଶଂସକଙ୍କ ପାଇଁ ଲଗାତର ସୋସିଆଲ ମିଡିଆରେ ଶେୟାର କରିଚାଲିଛନ୍ତି। ଏବେ ସୁନିଲ୍ ସୋସିଆଲ ମିଡିଆରେ ଆଉ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସମୁଦ୍ର ମଧ୍ୟରେ ହନୁମାନ ଏବଂ କୁମ୍ଭୀର ମଧ୍ୟରେ ଲଢ଼େଇ ହେଉଥିବା ଦୃଶ୍ୟ ରହିଛି। ସୁନିଲ ଏହି ସିନ୍ ସମ୍ପର୍କରେ ଏକ ରୋଚକପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ଯେତେବେଳେ ହନୁମାନ ସ୍ନାନ କରିବାକୁ ସମୁଦ୍ରକୁ ଯାଇଥିଲେ ଏହି ସମୟରେ କୁମ୍ଭୀର ସହ ଲଢ଼େଇ ହୋଇଥିଲା। ଏହାର କିଛି ଦୃଶ୍ୟ ରିୟଲ ବା ବାସ୍ତବ। ଯେତେବେଳେ କୁମ୍ଭୀରଟି ପାଣିରେ ପହଁରୁଥିଲା। ପରେ ଫାଇଟ୍ ଦୃଶ୍ୟରେ ଫାଇବରରେ ଏକ କୁମ୍ଭୀରର ବ୍ୟବହାର କରାଯାଇଥିଲା। ଏହି ଦୃଶ୍ୟ ପାଇଁ ଏକ ଛାଞ୍ଚ ପ୍ରସ୍ତୁତ କରାଯାଇଥିଲା। ଏହି ଛାଞ୍ଚରେ ଫାଇବରର ତରଳ ପଦାର୍ଥ ଢଳାଯାଇଥିଲା। ପରେ ଏହାକୁ ଏକ କୁମ୍ଭୀରର ଆକୃତି ଦିଆଯାଇଥିଲା। କିଛି ବାସ୍ତବ ଦୃଶ୍ୟ ଏବଂ ଆଉ କିଛି କୃତ୍ରିମ ଦୃଶ୍ୟକୁ ନେଇ ଶଟ୍ଟିକୁ ଓକେ କରାଯାଇଥିଲା। |
https://www.dharitri.com/ରାଜସ୍ଥାନରୁ-ବସ୍ରେ-ଫେରୁଛନ/ | ରାଜସ୍ଥାନରୁ ବସ୍ରେ ଫେରୁଛନ୍ତି ଛାତ୍ରୀଛାତ୍ର
ବରଗଡ଼ ଅଫିସ୍,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍ ଇନଷ୍ଟିଚ୍ୟୁଟ୍ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ଜିଲାର ୧୯ ଏବଂ ଝାରସୁଗୁଡ଼ା ଜିଲାର ୬ ଛାତ୍ରୀଛାତ୍ର ଅଛନ୍ତି । ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ କୋଟା ଜିଲାପାଳଙ୍କ ସହଯୋଗକ୍ରମେ ସେମାନେ ଏଠାକୁ ଫେରୁଛନ୍ତି । ଶନିବାର ସନ୍ଧ୍ୟା ସୁଦ୍ଧା ସେମାବେ ବରଗଡ଼ ପହଞ୍ଚିବେ ବୋଲି ଆଶା କରାଯାଉଛି । ସେମାନଙ୍କ ସହିତ ୨ଜଣ ଅଭିଭାବକ, ୨ଜଣ ଡ୍ରାଇଭର ଏବଂ ଜଣେ କଣ୍ଡକ୍ଟର ମଧ୍ୟ ରହିଛନ୍ତି । ରାୟପୁର ତଥା ବରଗଡ଼-ଛତିଶଗଡ଼ ସୀମାନ୍ତ ଲୁହୁରାଚଟି ଦେଇ ଏହି ବସ୍ଟି ବରଗଡ଼ ଆସିବ। ସେମାନେ ପହଞ୍ଚିବା ପରେ ୧୪ଦିନିଆ କ୍ବାରାଣ୍ଟାଇନରେ ରଖାଯିବ ବୋଲି ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। |
https://www.dharitri.com/ସିଏଏକୁ-ବିରୋଧ-କରି-ଷ୍ଟାଲିନ/ | ସିଏଏକୁ ବିରୋଧ କରି ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ
ଚେନ୍ନାଇ,୨।୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନି। ରବିବାର ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନଙ୍କ ଦ୍ୱାରା ସିଏଏକୁ ବିରୋଧ କରି ଚେନ୍ନାଇଠାରେ ଏକ ଦସ୍ତଖତ ଅଭିଯାନ କରାଯାଇଛି। ଏହାକୁ ନେଇ ଷ୍ଟାଲିନ କହିଛନ୍ତି ଡିଏମ୍କେ ଓ ଏହାର ସହଯୋଗୀ ଦଳ ୨ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ସିଏଏ, ଏନ୍ଆର୍ସି ଓ ଏନ୍ପିଆର୍କୁ ବିରୋଧ କରି ତାମିଲନାଡୁରେ ଦସ୍ତଖତ ଅଭିଯାନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଦସ୍ତଖତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାପରେ ସେ ଶନିବାର ଲୋକ ସଭାରେ ଉପସ୍ଥାପନ କରାଯାଇଥିବା ବଜେଟକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଚଳିତ ବଜେଟରେ ଗରିବ ଓ ପଛୁଆ ବର୍ଗଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ। ଏଥିରେ ବେକାରୀ ସମସ୍ୟାର ସମାଧାନ ହେବନାହିଁ। ଏହା କେବଳ କୋଟିପତିଙ୍କୁ ସୁହାଇବା ଭଳି ବଜେଟ ବୋଲି ସେ ମତ ରଖିଛନ୍ତି। |
https://www.dharitri.com/ତେଲେଙ୍ଗାନାରେ-କଂଗ୍ରେସକୁ-ବ/ | ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା: ଦଳ ଛାଡି ଟିଆରଏସରେ ଯୋଗଦେବେ ୧୨ ବିଧାୟକ
ହାଇଦ୍ରାବାଦ, ୬।୬: ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକ ଦଳ ଛାଡି କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ରେ ଯୋଗ ଦେବାକୁ ଚାହୁଁଛନ୍ତି। ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଭେଟି ଏକ ପତ୍ର ଦେଇଛନ୍ତି। ଲୋକ ସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିବା ପରେ ବିଭିନ୍ନ ରାଜ୍ୟରୁ କଂଗ୍ରେସ ନେତାମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୧୧୯ଟି ସିଟରୁ ୮୮ ଆସନ ଜିତି ଟିଆରଏସ୍ ସରକାର ଗଢିଥିଲା। କଂଗ୍ରେସର ମାତ୍ର ୧୮ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଲୋକ ସଭା ନିର୍ବାଚନରେ ଫଳାଫଳ ଆସିବା ପରେ ରାଜ୍ୟରେ ଦଳର ନେତୃତ୍ୱକୁ ନେଇ କଂଗ୍ରେସର କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ। |
https://www.dharitri.com/kareena-kapoor-khan-opens-up-on-pregnancy-baby-no-3-rumours/ | ମୁଁ କ’ଣ ମେଶିନ୍? ତୃତୀୟ ଥର ମା’ ହେବାକୁ ନେଇ…
ବମ୍ବେ: କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଅଭିନେତ୍ରୀ କରିନା କପୁର ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋ ଦେଖି ଅନେକେ ସେ ମା’ ହେବାକୁ ଯାଉଥିବା ସନ୍ଦେହ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କରିନା।
ଏକ ସାକ୍ଷାତକାରରେ କରିନା କହିଛନ୍ତି, ଯେତେବେଳେ ଜଣେ ମହିଳା ମୋଟା ହୁଅନ୍ତି ସେତେବେଳେ ସେ ମା’ ହେବାକୁ ଯାଉଛନ୍ତି କି ବୋଲି ମନରେ ପ୍ରଶ୍ନ ଆସେ। ହେଲେ ମୁଁ କ’ଣ ମେଶିନ। ମୁଁ କଣ କରିବି ନ କରିବି ତାହା ମୋ ଉପରେ ଛାଡ଼ିଦିଅ। ଲୋକେ ମୋର ଫଟୋ ଦେଖି ମନ୍ତବ୍ୟ ଦେବା ପରେ ମୁଁ ଚମକି ପଡ଼ିଥିଲି। ବାଧ୍ୟ ହୋଇ ସୋସିଆଲ ମିଡିଆରେ ଜବାବ ଦେଇଥିଲି।
ଆମେ ସବୁ ସମସ୍ତଙ୍କ ଭଳି ମଣିଷ। ଏଣୁ ସବୁ ଜିନିଷ ଅସଲ ରହୁ। ଆଜିର ସମୟରେ ମୁଁ ଏମିତି ଜଣେ ଅଭିନେତା ଯିଏ ସଚ୍ଚୋଟତାର ସହ ସବୁକିଛି ସାମ୍ନାରେ ରଖିଛି। ୮ ମାସ ଗର୍ଭବତୀ ଥିବା ବେଳେ ବି ମୁଁ କାମ କରିଛି। ସେତେବେଳେ ମୁଁ ବହୁତ ମୋଟି ଥିଲି। ମୁଁ ନିଜକୁ ଲୁଚାଇ ନ ଥିଲି। ସମସ୍ତଙ୍କୁ ନିଜ ହିସାବରେ ବଞ୍ଚିବାର ସ୍ବାଧୀନତା ଅଛି ବୋଲି କରିନା କହିଛନ୍ତି।
କାମ ବିଷୟରେ କଥା ହେଲେ ଖୁବ୍ଶୀଘ୍ର କରିନାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ ରିଲିଜ ହେବ। ଏହାଛଡ଼ା ସେ ନିର୍ଦ୍ଦେଶକ ସୁଜୋୟ ଘୋଷଙ୍କ ଚଳଚ୍ଚିତ୍ର ‘ଦ ଡିଭୋସନ୍ ଅଫ୍ ସସ୍ପେକ୍ଟ ଏକ୍ସ’ରେ ମଧ୍ୟ କାମ କରୁଚନ୍ତି। ଫିଲ୍ମରେ ତାଙ୍କ ବ୍ୟତିତ ବିଜୟ ବର୍ମା ଏବଂ ଜୟଦୀପ ଅହଲାବତ ମଧ୍ୟ ନଜର ଆସିବେ। |
https://www.dharitri.com/ଦଲାଲ-ପଶିଲେ-ଦୃଢ଼-କାର୍ଯ୍ୟା/ | ଦଲାଲ ପଶିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଅନୁଗୋଳ ଅଫିସ୍, ୧।୩ – ଅକ୍ଟୋବର ୧ରୁ ଜିଲାରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ଏଥିରେ ସୃଷ୍ଟି ହେଉଥିବା ସମସ୍ୟାକୁ ନେଇ ଶନିବାର ପୂର୍ବାହ୍ନରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସରକାରଙ୍କ ପକ୍ଷରୁ ଜିଲାକୁ ୮ ଲକ୍ଷ ୪ ହଜାର କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ଥିଲା। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୯୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି, ଯାହକି ୯୦ ପ୍ରତିଶତ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ମିଲରମାନେ ଧାନ ମହଜୁଦ ରଖିବାକୁ ଆବଶ୍ୟକ ସ୍ଥାନ ନ ଥିବାରୁ ସରକାରଙ୍କୁ ଅତିରିକ୍ତ ଧାର୍ଯ୍ୟ ଲକ୍ଷ୍ୟ ପାଇଁ ପ୍ରସ୍ତାବ ପଠାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ସେହିପରି ଧାନ ସଂଗ୍ରହ କାର୍ଯ୍ୟରେ ଦଲାଲଙ୍କ ସମ୍ପୃକ୍ତି ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ କୁହାଯାଇଛି।
ଯେଉଁ ଚାଷୀମାନେ ଟୋକନ୍ ପାଇଛନ୍ତି ସେମାନଙ୍କ ଧାନ ବିକ୍ରୟ ପାଇଁ ପଦକ୍ଷେପ ନିଆଯିବ। ଯେଉଁମାନେ ଟୋକନ୍ ପାଇନାହାନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯିବ। ଯେଉଁ ଚାଷୀ ଟୋକନ ପାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଧାନ ବିକ୍ରି କରି ନାହାନ୍ତି ସେମାନଙ୍କର ଟୋକନକୁ ରଦ୍ଦ କରାଯାଇଛି। ସେମାନଙ୍କ ଧାନ ବିକ୍ରୟ ପାଇଁ ପୁନଃବିଚାର କରିବାକୁ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଶନିବାରଠାରୁ ପ୍ରତ୍ୟେକ ବ୍ଲକ ପାଇଁ ସ୍କ୍ବାଡ ଗଠନ କରାଯାଇ ଧାନ ସଂଗ୍ରହରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ। ଧାନ ସଂଗ୍ରହ କାର୍ଯ୍ୟରେ ଯଦି ଦଲାଲଙ୍କ ସମ୍ପୃକ୍ତି ଥାଏ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ୨୭ ହଜାର ୫୨୧ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରି ସେମାନଙ୍କ ମଧ୍ୟରୁ ୨୧ ହଜାର ଚାଷୀ ଟୋକନ ପାଇଛନ୍ତି। ଅବଶିଷ୍ଟ ୬ ହଜାର ୫୨୧ ଜଣଙ୍କର କେତେ ଧାନ ବିକ୍ରୟ ପାଇଁ ଅଛି ତାହାର ଫିଜିକାଲ ଭେରିଫିକେଶନ କରାଯାଇ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ଧାନ ବିକ୍ରୟ ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରକାଶ କରିଥିଲେ। ଧାନ ସଂଗ୍ରହ କାର୍ଯ୍ୟକୁ ବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ୯୪ଟି ପ୍ରାଥମିକ ସେବା ସମବାୟ ସମିତି ଓ ୬ଟି ମିଲରଙ୍କୁ ନିୟୋଜିତ କରାଯାଇଛି। ବିଭାଗୀୟ ଅଧିକାରୀମାନେ ବିଶେଷ ଯନତ୍ବାନ ହେବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ପରାମର୍ଶ ଦେଇଛନ୍ତି। ଜିଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ଚଳିତ ଖରିଫ ଧାନ ସଂଗ୍ରହର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହକାରୀ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ, ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କ୍ଷୀରୋଦ ବଘାରଙ୍କ ସମେତ ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ ସେବା ସମବାୟ ସମିତି ଓ ଯୋଗାଣ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। |
https://www.dharitri.com/the-man-jumped-out-of-the-basket-and-put-on-his-pants-and-then/ | ଦୋଳିରୁ ଡେଇଁ ଏମିତି ପ୍ୟାଣ୍ଟ ପିନ୍ଧିଲେ ବ୍ୟକ୍ତି, ଆଉ ତା ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ଦୋଳି ଖେଳୁଛନ୍ତି। ପରେ ଦୋଳିରୁ ଡେଉଁଛନ୍ତି। ସାମ୍ନାରେ ୨ ଜଣ ତାଙ୍କ ପ୍ୟାଣ୍ଟ ଧରିଛନ୍ତି ସେ ସେହି ପ୍ୟାଣ୍ଟକୁ ଡେଇଁ, ପିନ୍ଧୁଛନ୍ତି। ପରେ ଖୁସିରେ ଏଭଳି ବ୍ୟବହାର କରୁଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି। |
https://www.dharitri.com/ପୋଲିସ-କବ୍ଜାରେ-ଆନ୍ତଃରାଜ୍/ | ପୋଲିସ କବ୍ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍, ୨୦ ହଜାର ଟଙ୍କା ଜବତ
ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍ କରିଛି। ୪ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଆସିକା ଝଗଡ଼ାଇ ଅଞ୍ଚଳରୁ ରବିବାର ରାତିରେ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର ଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ପୋଲିସ ସେମାନଙ୍କ ନିକଟରୁ ଘଟଣା ବେଳେ ଦୁଇଟି ବାଇକ୍ ଓ ୨୦ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ ଆସିକା ଥାନା ଝଗଡ଼ାଇ ଅଞ୍ଚଳର ଏ. ଗଣେଶ ଦାସ, ଏ. ଦୁର୍ଗା ଦାସ ଓ ନରସିଂହ ଦାସ। ଅଭିଯୁକ୍ତମାନଙ୍କୁ ବଡ଼ବଜାର ଥାନା କେସ୍ ନଂ ୯୯/୨୦ରେ ସୋମବାର କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଏରଗୁଲା ସମ୍ପ୍ରଦାୟର ହୋଇଥିବା ବେଳେ ସେମାନେ ରାଜ୍ୟ ଓ ବାହାରେ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ଏପରିକି କେରଳ ଓ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ଗ୍ୟାଙ୍ଗ ଲୁଟତରାଜ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨୬ ଅକ୍ଷୟ ତୃତୀୟା ଦିନ ବଡ଼ବଜାର ଥାନା ଅନ୍ତର୍ଗତ ଗଣପତି ନଗର ଅଞ୍ଚଳର ଏସ୍. ଭାଗ୍ୟଲକ୍ଷ୍ମୀ ମନ୍ଦିରରୁ ଫେରୁଥିବା ବେଳେ ଦୁଇଟି ବାଇକ୍ରେ ଆସି ୪ ଜଣ ଯୁବକ ତାଙ୍କ ବେକରୁ ହାର ଝାମ୍ପି ନେଇଥିଲେ। ପରେ ଥାନାରେ ଅଭିଯୋଗ ହୋଇଥିଲା। |
https://www.dharitri.com/niladri-bije-ritual-to-performed-today/ | ଆଜି ରତ୍ନ ସିଂହାସନକୁ ବିଜେ କରିବେ ଚତୂର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଚତୂର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ। ତିନି ଠାକୁରଙ୍କ ଗୋଟି ପହଣ୍ଡି ସନ୍ଧ୍ୟାରେ ଅନୁଷ୍ଠିତ ହେବ। ହେଲେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ତିନି ଭାଇ ଭଉଣୀ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ । ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ । ପରେ ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ। |
https://www.dharitri.com/aamirmadhuri-superhit-pair-will-be-seen-together-remake-of-dil/ | ମାଧୁରୀଙ୍କ ସହ ପୁଣି ନଜର ଆସିବେ ଆମିର!
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବେ ତାଙ୍କର ୧୭ ତମ ଫିଲ୍ମ ‘ଥ୍ୟାଙ୍କ ଗଡ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ରକୁଲପ୍ରିତ ସିଂ ଓ ଅଜୟ ଦେବଗନଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହାର ଶୁଟିଂ ନ ସରିଥିଲେ ବି ଏବେଠାରୁ ଇନ୍ଦ୍ର କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ମିଳିଥିବା ସୂଚନାରୁ ଜଣାପଡିଛି କି ଇନ୍ଦ୍ର କୁମାର ତାଙ୍କର ଆଗାମୀ ଫଲ୍ମ ବଲିଉଡ୍ ନାୟକ ମାଧୁରୀ ଦିକ୍ଷିତ ଓ ଆମରି ଖାଁଙ୍କୁ ନେଇ କରିବାକୁ ଯୋଜନା କରୁଛନ୍ତି । ତେବେ ୯୦ ଦଶକର ସୁପରହିଟ୍ ଫିଲ୍ମ ‘ଦିଲ’ର ଏହା ରିମେକ ବୋଲି କୁହାଯାଉଛି । ସେଥିରେ ବି ଆମିର ଓ ମାଧୁରୀଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେଣୁ ରିମେକରେ ବି ନିର୍ଦ୍ଦେଶକ ଏହି ଯୋଡିଙ୍କୁ ନେବାକୁ ଚିନ୍ତା କରୁଛନ୍ତି । ଅବଶ୍ୟ ସମୟକ୍ରମେ ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରାଯିବ ବୋଲି ଶୁଣିବାକୁ ମିଳିଛି । ଯଦି ସବୁ ଠିକ୍ ରହିଲା ତେବେ ଇନ୍ଦ୍ର କୁମାର ଭୁଷଣ କୁମାରଙ୍କ ସହ ମିଶି ‘ଦିଲ’ର ରିମେକ ପ୍ରସ୍ତୁତ କରିବେ । |
https://www.dharitri.com/madhya-pradesh-coach-chandrakant-pandit-turned-kkr-venkatesh-iyer-from-number-6-batsmen-to-opener/ | ନମ୍ବର ୬ରୁ ରାତାରାତି ଓପନର୍ ପାଲଟିଥିଲେ ଏହି କ୍ରିକେଟର୍: ଏବେ ଆଇପିଏଲ୍ରେ କରୁଛନ୍ତି ଜଲଓ୍ବା
ୟୁଏଇ,୨୪।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଏପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡର୍ସ (କେକେଆର୍) ପାଇଁ ଭଲ ଚାଲିଛି। ପ୍ରଥମ ୨ଟି ଉଭୟ ମ୍ୟାଚ ଜିତିବାରେ କେକେଆର୍ ସଫଳ ହୋଇଛି। ଦଳର ଏହି ବିଜୟରେ ଯୁବ ଖେଳାଳି ଭେଙ୍କଟେଶ ଆୟାରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଭେଙ୍କଟେଶ ଏପର୍ଯ୍ୟନ୍ତ ଆଇପିଏଲରେ ମାତ୍ର ୨ଟି ମ୍ୟାଚ ଖେଳିଛନ୍ତି। କିନ୍ତୁ ସେ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ। ଭେଙ୍କଟେଶ ଉଭୟ ରୟାଲ ଚ୍ୟାଲେଞ୍ଜର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଦଳକୁ ଦଳକୁ ଭଲ ପ୍ରାରମ୍ଭ ଦେଇଥିଲେ।
ଆରସିବି ବିପକ୍ଷ ଡେବ୍ୟୁ ଆଇପିଏଲ ମ୍ୟାଚରେ ସେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ମୁମ୍ବାଇ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ଆୟର ୬ ନମ୍ବରରେ ବ୍ୟାଟିଂ କରୁଥିଲେ। କିନ୍ତୁ ରାତାରାତି ସେ ଜଣେ ଓପନର୍ ହୋଇଥିଲେ ଏବଂ ବର୍ତ୍ତମାନ ବୋଲରଙ୍କ ଉପରେ ପ୍ରଭାବ ସୃଷ୍ଟି କରୁଛନ୍ତି। ତାଙ୍କର ଓପନର୍ ହେବାର କାହାଣୀ ମଧ୍ୟ ଆକର୍ଷଣୀୟ।
ଆୟରଙ୍କୁ ଓପନର୍ କରିବାରେ ମଧ୍ୟପ୍ରଦେଶ କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପଣ୍ଡିତ ଭେଙ୍କଟେଶ ମୁସ୍ତାକ ଅଲି ଟି -୨୦ ଟୁର୍ନାମେଣ୍ଟରେ ମଧ୍ୟପ୍ରଦେଶ ପାଇଁ ଇନିଂସ ଓପନ କରିବେ। ଗତ ସିଜିନରୁ ସେ ଓପନିଂ ଆରମ୍ଭ କରିଥିଲେ। ଏହାପୂର୍ବରୁ, ଆୟାର ନଂ ୬ରେ ବ୍ୟାଟିଂ କରୁଥିଲେ। କୋଚଙ୍କ ଏହି ନିଷ୍ପତ୍ତିରେ ଆୟାର୍ ମଧ୍ୟ ଡରି ଯାଇଥିଲେ। କାରଣ ସେ କେବେ ବି ନୂଆ ବଲର ସମ୍ମୁଖୀନ ହୋଇ ନ ଥିଲେ। କିନ୍ତୁ ପଣ୍ଡିତଙ୍କ ଦକ୍ଷତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। |
https://www.dharitri.com/alia-mahesh-mukesh-is-being-sued-for-road-2/ | ‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର
ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ସହିତ ଦୁଇ ଦଶନ୍ଧି ପରେ ମହେଶ ଭଟ୍ଟ ପୁଣି ନିର୍ଦ୍ଦେଶକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରଥମ ଥର ପାଇଁ ତାଙ୍କ ଝିଇ ଆଲିଆ ଭଟ୍ଟଙ୍କ ସହ କାମ କରିଛନ୍ତି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ଲାଗି ରହିଛି। ଫିଲ୍ମର ପୋଷ୍ଟର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଏବଂ ସିନେମା ବଦଳରେ ଫିଲ୍ମ ଡିଜିଟାଲ ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା। ପିଟିଆଇ ଅନୁଯାୟୀ, ସିକନ୍ଦରପୁରର ବାସିନ୍ଦା ଆଚାର୍ଯ୍ୟ ଚନ୍ଦ୍ର କିଶୋର ପରାଶର ତାଙ୍କ ଓକିଲ ସୋନୁ କୁମାରଙ୍କ ସହାୟତାରେ ଆଲିଆ ଭଟ୍ଟ, ମହେଶ ଭଟ୍ଟ ଏବଂ ର୍ନିମାତା ମୁକେଶ ଭଟ୍ଟଙ୍କ ବିରୋଧରେ ସିଜେଏମ୍ଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଏହି ମାମଲାର ଶୁଣାଣି ଜୁଲାଇ ୮ ରେ ହେବ । ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୁକେଶ କୁମାରଙ୍କ ଅନୁସାରେ ଆଇପିସିର ଧାରା ୨୯୫-ଏ ଅର୍ନ୍ତଗତ ଉଦ୍ଦେଶ୍ୟମୂଳକ ଭାବରେ ଫିଲ୍ମରେ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଛି। ସେହିପରି ଏବଂ ୧୨୦-ବି ଅନ୍ତର୍ଗତ ଏଥିରେ ଅପରାଧିକ ଷଡଯନ୍ତ୍ରକୁ ସାମିଲ କରାଯାଇଥିବା ନେଇ ମାମଲା ପଞ୍ଜିକୃତ ହୋଇଛି। ପୋଷ୍ଟରରେ କୈଳାସ ମାନସରୋବରର ଚିତ୍ର ଥିବାରୁ ଏଭଳି ଅଭିଯୋଗ କରାଯାଇଛି।
ଏବେ କୋର୍ଟର ରାୟକୁ ଅପେକ୍ଷା କରାଯାଇଛି। |
https://www.dharitri.com/ମାର୍କେଟ-ବିଲ୍ଡିଂ-ଘଟଣା-ମୁଖ/ | ମାର୍କେଟ ବିଲ୍ଡିଂ ଘଟଣା: ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ଗିରଫ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ ତଥା ବଡ଼ଗଡ଼ ପୋଡ଼ାସାହିର ରାକେଶ ମହାନ୍ତି(୨୪) ଓରଫ ଚିଣ୍ଟୁ ଓ ତାଙ୍କ ୫ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ୫ ସହଯୋଗୀ ହେଲେ ବ୍ରିଟ୍ କଲେନୀର ସାଇପ୍ରୀତମ ପଟ୍ଟନାୟକ ଓରଫ ପ୍ରୀତମ୍(୧୯), ରସୁଲଗଡ଼ ଚଣ୍ଡୀମାତା କଲୋନୀର ଉଦିତ୍ ନାରାୟଣ ପ୍ରଧାନ ଓରଫ କାହ୍ନା(୨୧), ଧଉଳି ବିଜୟବିହାରର ପଙ୍କଜ ରାଜ ଓରଫ ବାପି(୩୩), ପୁରୁଣା ଭୁବନେଶ୍ୱରର ସ୍ମୃତିସାଗର ମହାପାତ୍ର ଓରଫ ପିନୁ(୩୪) ଓ ବିଜେବିନଗରର ସୁରଜ ସାହା ଓରଫ ସୁରଜ(୧୯)। ଘଟଣାକୁ ନେଇ କେସ୍ ନଂ-୧୬/୨୦ ରୁଜୁ ହୋଇଛି। ପୋଲିସ ଆଇପିସି ଦଫା ୧୪୭, ୩୪୧, ୩୨୩, ୩୨୪, ୩୨୫, ୨୯୪, ୩୮୬, ୩୦୭, ୩୯୫, ୪୨୭, ୫୦୬, ୧୪୮, ୧୪୯ ଏବଂ ଆର୍ମ ଆକ୍ଟ ଅନୁଯାୟୀ ପୋଲିସ ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଘଟଣାରେ ପୋଲିସ ମୋଟ ୨୯ଜଣଙ୍କୁ ଧରିଥିବାବେଳେ ସେମାନଙ୍କ ମଧ୍ୟରେ ୧୬ଜଣ ନାବାଳକ ରହିଛନ୍ତି।
ଅନ୍ୟପକ୍ଷରେ ଏକାଧିକ ଅଭିଯୁକ୍ତ ଫେରାର ଅଛନ୍ତି। କିନ୍ତୁ ସେମାନେ ପୋଲିସ ଉପସ୍ଥିତିରେ ଖଟି କରୁଥିବାବେଳେ ସେମାନଙ୍କୁ ଗିରଫ କରାଯାଉନାହିଁ। ଏହାକୁ କିନ୍ତୁ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ହେଲେ ଅଭିଯୁକ୍ତମାନେ ୟୁନିଟ୍-୨ ବାଳିକା ହାଇସ୍କୁଲ ନିକଟ ଚିଲଡ୍ରେନ୍ ପାର୍କରେ ଖଟି କରୁଛନ୍ତି। ଏପରିକି ସେଠାରେ ଆପରାଧିକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଏସବୁ ପୋଲିସ ନାକତଳେ ଚାଲୁଥିଲେ ମଧ୍ୟ ତାହା କିଭଳି ଜାଣିପାରୁନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ସେହିପରି ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁଙ୍କ ରାଜନୈତିକ ଲିଙ୍କ୍ ପଦାକୁ ଆସିଛି। ସେ ଏକ ନିର୍ଦ୍ଦିିଷ୍ଟ ରାଜନୈତିକ ଦଳର ନେତାଙ୍କ ସହ ମିଳାମିଶା କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି। ଫଳରେ ଚିଣ୍ଟୁ ଭାଇଗିରି ଦେଖାଇବା ପାଇଁ ସ୍କୁଲ ପିଲାଙ୍କୁ ଟଙ୍କା ଏବଂ ଭୋଜି ଦେଇ ଏଭଳି କାରନାମା କରିଥିବା ଜଣାପଡିଛି।
ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ମାର୍କେଟ ବିଲ୍ଡିଂ କେଶରୀ ମଲ୍ ଆଗରେ ଧନଞ୍ଜୟ କୁମାରଙ୍କ ଘଣ୍ଟା ଦୋକାନ ରହିଛି। ସେଠାରେ ନୀତିଶ୍ କୁମାର ନାମକ ଜଣେ ଯୁବକ କାର୍ଯ୍ୟ କରନ୍ତି। ଗତ ୯ ତାରିଖ ରାତି ୯ଟାରେ ଜଣେ ଯୁବତୀ ଘଣ୍ଟା ନେବା ପାଇଁ ସେଠାକୁ ଯାଇଥିଲେ। ଘଣ୍ଟାର ଦାମ୍କୁ ନେଇ ନୀତିଶ୍ଙ୍କ ସହିତ ଯୁବତୀଙ୍କର ବଚସା ହୋଇଥିଲା। ଏହାପରେ ଯୁବତୀ ଜଣକ ତାଙ୍କ ଭାଇକୁ ଫୋନ୍ କରି ଜଣାଇଥିଲେ। ଫଳରେ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ପରଦିନ ଅର୍ଥାତ୍ ଗତ ୧୦ ତାରିଖ ଯୁବତୀଙ୍କ ଭାଇ ଚିଣ୍ଟୁଙ୍କ ସହଯୋଗ ନେଇଥିଲେ। ଫଳରେ ଚିଣ୍ଟୁ ଓ ତାଙ୍କର କେତେଜଣ ସହଯୋଗୀ ପ୍ରାୟ ୩୮ ପିଲାଙ୍କୁ ଧରି ଖଣ୍ଡା, ଲୁହାରଡ଼, ବନ୍ଧୁକ ସହ ସନ୍ଧ୍ୟା ୭ଟାରେ ମାର୍କେଟ ବିଲ୍ଡିଂରେ ପହଞ୍ଚତ୍ଥିଲେ। ଦେଖୁ ଦେଖୁ ସେମାନେ ପ୍ରାୟ ୪୦ ଉଠା ଦୋକାନରେ ଭଙ୍ଗାରୁଜା କରିବା ସହ ଗ୍ରାହକ, ବ୍ୟବସାୟୀ ଯିଏ ଆଗରେ ପଡ଼ିଲେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶିବନାଥ ରାୟ, ରାଜେଶ ଦାଶ, ସମେନ୍ଦ୍ର ଶାହା, କୃଷ୍ଣା ରାଉତରାୟ ଆହତ ହୋଇଥିଲେ। |
https://www.dharitri.com/stokes-will-return-before-the-end-of-ipl/ | ଆଇପିଏଲ୍ ଶେଷ ହେବା ପୂର୍ବରୁ ଫେରିବେ ଷ୍ଟୋକ୍ସ
ଓ୍ବେଲିଂଟନ, ୨୩ା୨ (ପି.ଟି.): ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବେ। ଆୟର୍ଲାଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟରେ ସେ ତାଙ୍କ ଦଳର ନେତୃତ୍ୱ ନେବେ ଏବଂ ଆଶେସ ସିରିଜ ଲାଗି ସେ ନିଜକୁ ପ୍ରସ୍ତୁତ କରିବେ। ଆଇପିଏଲ୍ ଫାଇନାଲ ମେ ୨୮ରେ ହେବ। ଏହାର ୪ଦିନ ପରେ ଅର୍ଥାତ ଜୁନ ୧ରେ ଲଡର୍ସଠାରେ ଏକ ମାତ୍ର ଆୟର୍ଲାଣ୍ଡ ଟେଷ୍ଟ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ଜୁନ୍ ୧୬ରୁ ହେବ। ଷ୍ଟୋକ୍ସ ବିଭିନ୍ନ କାରଣରୁ ଆଇପିଏଲ୍ର ଗତ ଦୁଇଟି ସଂସ୍କରଣରେ ଖେଳି ନ ଥିଲେ। ଗତ ଡିସେମ୍ବରରେ ହୋଇଥିବା ଆଇପିଏଲ୍ ନିଲାମିରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ତାଙ୍କୁ ୧୬.୨୫ କୋଟି ଟଙ୍କା ବିନିମୟରେ କ୍ରୟ କରିଛି। ସିଏସ୍କେ ଯଦି ଆଇପିଏଲ୍ ଫାଇନାଲ ପର୍ଯ୍ୟାୟରେ ପହଞ୍ଚେ ତଥାପି ସେ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଫେରିଯିବେ। |
https://www.dharitri.com/କ୍ରିକେଟକୁ-ମିଳିଲା-ନୂଆ-ମାଲ/ | କ୍ରିକେଟକୁ ମିଳିଲା ନୂଆ ମାଲିଙ୍ଗା: ୭ ରନ୍ ଦେଇ ନେଲେ ୬ ଉଇକେଟ୍
ଶ୍ରୀଲଙ୍କା ପ୍ରସିଦ୍ଧ ବୋଲର୍ ଲାସିଥ୍ ମାଲିଙ୍ଗା ନିଜ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିବା ମାଲିଙ୍ଗା ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ମାଲିଙ୍ଗାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ଯୁବ କ୍ରିକେଟର ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ହେଉଛନ୍ତି ମାଥିଶା ପାଥିରାଣା। ମାଲିଙ୍ଗାଙ୍କ ବୋଲିଂ ଆକ୍ସନ ଭଳି ସେ ବୋଲିଂ କରୁଛନ୍ତି। ଶ୍ରୀଲଙ୍କାର ୧୭ବର୍ଷୀୟ ମାଥିଶା ଟ୍ରିନିଟି କଲେଜ ପକ୍ଷରୁ ଏକ ମ୍ୟାଚ୍ ଖେଳି ୭ ରନ୍ ଦେଇ ୬ଟି ଉଇକେଟ୍ ଅକ୍ତିଆର କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାଥିଶା ଶ୍ରୀଲଙ୍କା ଅଣ୍ଡର-୧୯ ଟିମ୍ ପକ୍ଷରୁ ଖେଳିସାରିଛନ୍ତି। |
https://www.dharitri.com/30-it-raids-including-the-homes-of-abu-azmis-associates/ | ଅବୁ ଆଜମିଙ୍କ ସହଯୋଗୀଙ୍କ ଘର ସମେତ ୩୦ ସ୍ଥାନରେ ଆଇଟି ଚଢ଼ାଉ
ମୁମ୍ବାଇ,୧୬ା୧୧: ବେନାମୀ ସମ୍ପତ୍ତି ଏବଂ କଳାଧନ ମାମଲାରେ ଆୟକର ବିଭାଗ ମଙ୍ଗଳବାର ସମାଜବାଦୀ ପାର୍ଟି ନେତା ଅବୁ ଆଜମିଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। ଅବୁଙ୍କ ସହଯୋଗୀ ସ୍ବର୍ଗତ ଗଣେଶ ଗୁପ୍ତାଙ୍କ ସ୍ତ୍ରୀ ଆଭା ଗୁପ୍ତାଙ୍କ ଘର ସମେତ ମୁମ୍ବାଇ, ବାରାଣସୀ, କାନପୁର,ଦିଲ୍ଳୀ,କୋଲକାତା ଏବଂ ଲକ୍ଷ୍ନୌ ସହରରେ ପାଖାପାଖି ୩୦ ସ୍ଥାନରେ ଏହି ଚଢ଼ାଉ ହୋଇଛି। ମାମଲା ସଂକ୍ରାନ୍ତରେ ବହୁ ରାଜନେତାଙ୍କୁ ଯାଞ୍ଚ ପରିସରଭୁକ୍ତ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। |
https://www.dharitri.com/in-this-way-deepika-ranbir-has-been-able-to-strengthen-the-relationship/ | ଏହିପରି ଭାବେ ଦୀପିକା-ରଣବୀର କରିପାରିଛନ୍ତି ସମ୍ପର୍କକୁ ସୁଦୃଢ଼
ଦୀପିକା ଏବଂ ରଣବୀର ସିଂ ବଲିଉଡ ଜଗତର ଲୋକପ୍ରିୟ ପାର୍ଟନରଙ୍କ ମଧ୍ୟରେ ଅନ୍ୟତମ। ଉଭୟଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବାସ୍ତବ ଜୀବନରେ ମଧ୍ୟ ସେମାନଙ୍କୁ ପ୍ରାୟ ସମସ୍ତେ ଭଲପାଇଥାନ୍ତି। ଦୀର୍ଘ ଦିନ ସେମାନେ ଏକାଠି ସମ୍ପର୍କରେ ରହିବା ପରେ ୨୦୧୮ରେ ବିବାହ କରିଥିଲେ। ବିବାହକୁ ୨ ବର୍ଷ ବିତିଥିଲେ ମଧ୍ୟ ସେମାନେ ତାଙ୍କ ଦାମ୍ପତ୍ୟ ଜୀବନକୁ ଖୁବ୍ ଉପଭୋଗ କରୁଛନ୍ତି। ତେବେ ସେମାନଙ୍କଠୁ ଜାଣନ୍ତୁ ଦାମ୍ପତ୍ୟ ଜୀବନକୁ ସୁଦୃଢ଼ କରିବା ଲାଗି କେତେକ ଉପାୟ।
ଦୀପିକା ଏବଂ ରଣବୀରଙ୍କ ଭଳି ସମ୍ପର୍କରେ ଉଭୟ ପରସ୍ପରକୁ ଗୁରୁତ୍ୱ ଦେବା ଉଚିତ୍। ସେମାନେ ସର୍ବଦା ପରସ୍ପରକୁ ଗୁରୁତ୍ୱ ଦେଇଥାନ୍ତି। ଦୁହେଁ ଯେତେବେଳେ ସଂପର୍କରେ ଥିଲେ ପରସ୍ପର ବହୁତ ସମୟ ବିତାଉଥିଲେ ଏବଂ ପରସ୍ପର ପ୍ରତି ଧ୍ୟାନ ଦେଇଥିଲେ। ଏହା ଦୀପିକା ନିଜେ ସ୍ବୀକାର କରିଥିଲେ ଯେ, ରଣବୀର ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଗୁରୁତ୍ୱ ଦେଇଥାନ୍ତି।
ସବୁ ସମ୍ପର୍କ ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବା ଉଚିତ୍। ଏପରି କରିବାଦ୍ୱାରା ଉଭୟ ଅନ୍ୟର ବିଷୟରେ ଜାଣିପାରିବେ। ଦୀପିକା ଓ ରଣବୀର ଅଧିକ ସମୟ ବିତାଇଥାନ୍ତି।
ସମ୍ପର୍କରେ ପରସ୍ପର ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଫଳରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏପରି ଦୀପିକା ଓ ରଣବୀର କରିଥାନ୍ତି।
ଦୀପିକା ଏବଂ ରଣବୀରଙ୍କଠାରୁ ଏହା ଶିଖିପାରିବେ ଯେ, ପରିସ୍ଥିତି ଯାହା ହେଉନା କାହିଁକି, ସମ୍ପର୍କରେ କେବେ ବି ଇଗୋ ଆଣିବା ଉଚିତ ନୁହେଁ। ଅନେକ ସମୟରେ ଇଗୋ ସମ୍ପର୍କକୁ ନଷ୍ଟ କରିଥାଏ। ଦୀପିକା ଏବଂ ରଣବୀର ଦୀର୍ଘ ଦିନ ଧରି ପରସ୍ପର ସହ ସମ୍ପର୍କ ରଖିଥିଲେ, ପରେ ସେମାନେ ବିବାହ କରିଥିଲେ। ଯଦି ସେ ଇଗୋକୁ ତାଙ୍କ ସମ୍ପର୍କ ମଧ୍ୟକୁ ଆଣିଥାନ୍ତେ, ତେବେ ଏହି ସମ୍ପର୍କ କେବେବି ବିବାହରେ ପରିଣତ ହୋଇ ନ ଥାନ୍ତା। |
https://www.dharitri.com/ବିବାହ-ଭୋଜିଖାଇ-୨୦୦-ଝାଡ଼ାବ/ | ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ
ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଲାଠୁପଡା ଗ୍ରାମର ମଙ୍ଗଳ ଏକ୍କା ପୁଅର ବିବାହ ଭୋଜି ଶୁକ୍ରବାର ଆୟୋଜନ କରିଥିଲେ। ଗାଁ ଲୋକଙ୍କ ସହ ବିଭିନ୍ନ ଅଞ୍ଚଳରୁ ଲୋକେ ଓ ବନ୍ଧୁବାନ୍ଧବ ବହୁ ସଂଖ୍ୟାରେ ଆସିଥିଲେ। ପୂର୍ବାହ୍ନରେ ମଙ୍ଗଳ ଏକ୍କାଙ୍କ ଘରେ ତିଆରି କରାଯାଇଥିବା ସେଉ,ବୁନ୍ଦି ଆଦି ଜଳଖିଆ ଖାଇଥିଲେ। ସରବତ ପିଇଥିଲେ। କିଛି ସମୟ ପରେ ଛୋଟପିଲା ଓ ବୟସ୍କ ଲୋକଙ୍କ ପେଟ କାଟି ଝାଡାବାନ୍ତି ହୋଇଥିଲା। ସେମାନଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା। ମଧ୍ୟାହ୍ନଭୋଜନ ପରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ସନ୍ଧ୍ୟା ସୁଦ୍ଧା ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ଲୋକଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କେତେକ ଘରୋଇ ଡ଼ାକ୍ତରଖାନା ଓ କୁତ୍ରାରେ ଚିକିତ୍ସିତ ହେଉଛନ୍ତି। ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଡାକ୍ତର ଜଗଦୀଶ ଚନ୍ଦ୍ର ଟପ୍ପୋଙ୍କ ନେତୃତ୍ୱରେ ଡାକ୍ତରୀଦଳ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଖାଦ୍ୟ ଅପମିଶ୍ରଣ ହୋଇଥିବାରୁ ଏପରି ହୋଇଥିବା କୁହାଯାଉଛି।
ରାଜଗାଙ୍ଗପୁର ଅଞ୍ଚଳରେ ଅପମିଶ୍ରିତ ତେଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ। ଫଳରେ ଅପମିଶ୍ରିତ ତେଲ ବିବାହ ଭୋଜିରେ ବ୍ୟବହାର ହୋଇଥିବାରୁ ଏପରି ହୋଇଥିବା ଅଭିଯୋଗ ହେଉଛି। |
https://www.dharitri.com/ଆଶେସ୍-ତୃତୀୟ-ଟେଷ୍ଟ-ଇଂଲଣ୍/ | ଆଶେସ୍ ତୃତୀୟ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୫୯
ଲିଡ୍ସ, ୨୫।୮(ଏଏଫ୍ପି)- ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫୨.୧ ଓଭରରେ ୧୭୯ ରନ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୨୭. ୫ ଓଭରରେ ମାତ୍ର ୬୭ ରନ କରି ଅଲଆଉଟ ହେବା ସହ ୧୧୨ ରନ ପଛରେ ପଡିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ୭୫.୨ ଓଭରରେ ୨୪୬ ରନ କରି ଆଲଆଉଟ ହୋଇଥିଲ। ଫଳରେ ଇଂଲଣ୍ଡ ସମ୍ମୁଖରେ ୩୫୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭୨ ଓଭରରେ ୩ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍ ଆଉ ୨ ଦିନ ବାକିଥିବା ବେଳେ ବିଜୟ ପାଇଁ ଇଂଲଣ୍ଡ ୭ ଉଇକେଟ ବାକି ରଖି ଆଉ ୨୦୩ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଜୋ ରୁଟ୍ ୭୫ ଓ ବେନ୍ ଷ୍ଟୋକ୍ସ ୨ ରନ କରି ଅପରାଜିତ ରହିଛନ୍ତି। ଓପନର ରୋରି ବନର୍ସ ୭, ଜାସନ ରୟ ୮, ଜୋ ଡେନ୍ଲି ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ ୨ ଓ ପ୍ୟାଟ୍ କୁମିନ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୭୧/୬ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୫୩ରୁ ଖେଳ ଆରମ୍ଭ କରି ୮୦ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ସେହିପରି ପାଟିନସନ ୨ ରନରୁ ଖେଳି ଆରମ୍ଭ କରି ୨୦ ରନ କରି ଜୋଫ୍ରା ଆର୍ଚରଙ୍କ ବଲ୍ରେ ଜୋ ରୁଟ୍ଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କୁମିନ୍ସ ୬, ନାଥନ ଲିୟନ ୯ ରନ କରି ଆଉଟ ହୋଇଥିଲେ। ହାଜେଲଉଡକ ୪ ରନ କରି ଅପରାଜିତ ରହିଥିଲେ। ପାଟିନସନ ଓ ଲାବୁସେନ ସପ୍ତମ ଉଇକେଟରେ ୫୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ବେନ୍ ଷ୍ଟୋକ୍ସ ୩, ଆର୍ଚର ଓ ଷ୍ଟୁଆର୍ଟ ବ୍ରଡ ୨ଟି ଲେଖାଏ, କ୍ରିସ୍ ଓ୍ବକ୍ସ ଓ ଜ୍ୟାକ ଲିଚ୍ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂବରୁ ବର୍ମିଂହାମ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ୨୫୧ ରନରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୫୨.୧ ଓଭରରେ ୧୭୯ ରନରେ ଅଲଆଉଟ୍।
ଇଂଲଣ୍ଡ ପ୍ରଥମ ଇନିଂସ- ୨୭.୫ ଓଭରରେ ୬୭ ଅଲଆଉଟ୍।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ- ୭୫.୨ ଓଭରରେ ୨୪୬ ଅଲଆଉଟ୍
(ଲାବୁସେନ- ୮୦, ଓ୍ବେଡ- ୩୩, ହେଡ- ୨୫, ଖ୍ବାଜା- ୨୩, ପାଟିନସନ- ୨୦, ଷ୍ଟୋକ୍ସ- ୩/୫୬, ଆର୍ଚର- ୨/୪୦, ବ୍ରଡ- ୨/୫୨)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୭୨ ଓଭରରେ ୧୫୬/୩
(ରୁଟ୍- ୭୫*, ଡେନଲି- ୫୦, ହାଜେଲଉଡ୍- ୨/୩୫) |
https://www.dharitri.com/hardik-pandya-suffering-mental-health-issues-due-to-booing-in-ipl-games-star-slams-mi-captains-trolls/ | ଏହି କାରଣ ପାଇଁ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା: ରବୀନ ଉଥପ୍ପା
ନୂଆଦିଲ୍ଲୀ,୨୧।୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନରୁ ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ରୋହିତ ଶର୍ମାଙ୍କୁ ବାଦ ଦେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ହାର୍ଦ୍ଦିକଙ୍କୁ ନିଯୁକ୍ତ କରିବା ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନଥିଲେ। ଫଳରେ ପ୍ରତ୍ୟେକ ଥର ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ପାଇଁ ଆସିବା ପାମୟରେ ଉପସ୍ଥିତ ପ୍ରଶଂସକମାନେ ତାଙ୍କୁ ସମର୍ଥନ ଜଣାଇ ନଥିଲେ ଏବଂ ନିଜର ଅସନ୍ତୋଷ ଜାହିର କରିଥିଲେ। ଏହା ମୁମ୍ବାଇର ଘରୋଇ ଗ୍ରାଉଣ୍ଡ ୱାନକେଡେ ଷ୍ଟାଡିୟମରେ ମଧ୍ୟ ଘଟିଥିଲା। ସେ ଏହା ବିଷୟରେ ସର୍ବସାଧାରଣରେ କହି ନଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଚାପରେ ଅଛନ୍ତି।
୨୦୦୭ ଟି -୨୦ ବିଶ୍ୱକପ ବିଜେତା ଦଳର ସଦସ୍ୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ରବିନ୍ ଉଥାପ୍ପା ଦି ରଣଭୀର ସୋ’ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁଃଖ ବିଷୟରେ ବିସ୍ତୃତ ଭାବରେ କହିଥିଲେ।
“” ସେ ଜଣେ ବ୍ୟକ୍ତି ଯିଏ ଭାରତୀୟ ଦଳ ପାଇଁ ସର୍ବକାଳୀନ ମହାନ ହେବାର ସମ୍ଭାବନା ରହିଛି। ତାଙ୍କୁ ଆବିଷ୍କାର କରିଥିବା ଦଳ ତାଙ୍କୁ ଛାଡି ଦେଇଥିଲା, ସେ ଅନ୍ୟ ଏକ ଫ୍ରାଞ୍ଚାଇଜକୁ ଯାଇଥିଲେ। ସେମାନଙ୍କ ସହିତ ୩-୪ ଟାଇଟଲ୍ ଜିତିବା ପରେ ସେ ପୁଣି ମୁମ୍ବାଇକୁ ଫେରିଥିଲେ। ସେ ନିଶ୍ଚୟ ଟିକେ ଖରାପ ଅନୁଭବ କରିଛନ୍ତି; ତାହା ରହିବ। ସେ ଗୁଜରାଟ ଯାଇଥିଲେ, ଏକ ଟାଇଟଲ୍ ଜିତିଥିଲେ ଏବଂ ଅନ୍ୟଟିରେ ରନର୍ସଅପ୍ ହୋଇଥିଲେ। ତା’ପରେ କଥାବାର୍ତ୍ତା ଆରମ୍ଭ ହେଲା ବୋଲି ଉଥାପ୍ପା କହିଛନ୍ତି।
“ତାଙ୍କ ଫିଟନେସ୍ ବିଷୟରେ ଥଟ୍ଟା, ଟ୍ରୋଲ୍, ମେମ ନିଶ୍ଚିତ, ଆମେ, ଲୋକ ଭାବରେ, ମୁଁ ବୁଝି ପାରୁଛି ଭାରତୀୟ ଭାବରେ ଆମେ ଭାବପ୍ରବଣ ଅଟୁ କିନ୍ତୁ କୌଣସି ମଣିଷ ଉପରେ ଏହି ପ୍ରକାରର ଅଭିଯୋଗ ଲଗାଇବା ଠିକ୍ ନୁହେଁ। ଏହା ସହିତ ଆମେ ହସିବା ଉଚିତ୍ ନୁହେଁ। ଉଥାପ୍ପା ଆହୁରି ମଧ୍ୟ କହିଛନ୍ତି ଯେ ଅଲରାଉଣ୍ଡର ତାଙ୍କ କ୍ୟାରିୟର ସୁରକ୍ଷିତ କରିବାରେ ଠିକ୍ ଅଛନ୍ତି। |
https://www.dharitri.com/lets-investigate-the-truth-will-be-revealed/ | ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ
ଭୁବନେଶ୍ୱର, ୨୮।୬(ସୁନିତ୍ ମିଶ୍ର): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇସେନ୍ସ (କିସ୍)ର ଜଙ୍ଗଲ ଜମି କିସମ ପରିବର୍ତ୍ତନ ନେଇ କିଛି କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା ପରେ ସେ କହିଛନ୍ତି, ପ୍ରଥମେ ତଦନ୍ତ ହେଉ। ତଦନ୍ତ ହେଲେ ସବୁ ଆପେ ଆପେ ସତ ପଦାକୁ ଆସିଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନ ମିଳିବା ପର୍ଯ୍ୟନ୍ତ ହସ୍ତାନ୍ତର କିମ୍ବା କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରଣାଳୟ ଗତ ଜୁନ୍ ୨୧ରେ ଖୋର୍ଦ୍ଧା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଥିବା ଅଭିଯୋଗ ଆଧାରରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ। |
https://www.dharitri.com/partha-chatterjee-left-for-kolkata-from-bhuvaneshwar-aiims/ | କୋଲକାତା ପହଞ୍ଚିଲେ ପାର୍ଥ ଚାଟାର୍ଜୀ
କୋଲକାତା,୨୬ ।୭: ପଶ୍ଚିମ ବଙ୍ଗର ଶିକ୍ଷକ ଭ୍ର୍ତି ମାମଲାରେ ଘୋଟାଲା ଅଭିଯୋଗର ଅଭିଯୁକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମଙ୍ଗଳବାର ଟିମ ଭୁବନେଶ୍ୱରରୁ କୋଲକତା ଆଣି ପହଞ୍ଚାଇଛନ୍ତି । ମଙ୍ଗଳବାର ସକାଳେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କୋଲକାତା ନିଆଯାଇଛି । ଭୁବନେଶ୍ୱର ଏମ୍ସରୁ ମିଳିଥିବା ତାଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ପରେ ସେ ସୁସ୍ଥ ଥିବା ଜଣାପଡିଛି । ଏବେ ସେ ଇଡି ହେପାଜତରେ ୩ ଅଗଷ୍ଟ ପର୍ଯ୍ୟନ୍ତ ରହିବେ । ଏହାସହ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଅର୍ପିତା ମୁଖାର୍ଜୀଙ୍କୁ ବି ଅଗଷ୍ଟ ୩ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି । କୋର୍ଟ ପ୍ରତି ୪୮ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କୋର୍ଟଙ୍କ ନିର୍ଦ୍ଦେଶ ପରେ ରବିବାର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପାର୍ଥଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କହିଥିଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ । କାରଣ ପୂର୍ବରୁ ତାଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି ଆଉ ଏଥିପାଇଁ ସେ ମେଡିସିନ ନେଉଛନ୍ତି । ହେଲେ ଏବେ ସେମିତି କୌଣସି ଜଟିଳ ସମସ୍ୟା ନାହିଁ ଯାହାପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ । ଏହି ରିପୋର୍ଟ ଆସିବା ପରେ ମଙ୍ଗଳବାର ଇଡିର ଅଧିକାରିମାନେ ତାଙ୍କୁ ଭୁବନେଶ୍ୱରରୁ କୋଲକାତାର ସିଜିଓ କମ୍ପେଲକ୍ସ ନେଇଯାଇଛନ୍ତି । |
https://www.dharitri.com/ଦରମା-ନ-ପାଇ-ଭିକ୍ଷା-ମାଗିଲେ-ଶ/ | ଦରମା ନ ପାଇ ଭିକ୍ଷା ମାଗିଲେ ଶିକ୍ଷୟିତ୍ରୀ
ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଶିକ୍ଷାର ଆଲୋକ ଦେଖାଇ ପିଲାଙ୍କ ଭବିଷ୍ୟତ ଗଢୁଥିବା ଜଣେ ଶିକ୍ଷୟିତ୍ରୀ ଗୁରୁବାର ରାଜଧାନୀର ରାସ୍ତାରେ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଥିଲା। ସେ ହେଲେ ଅନୁଗୋଳ ମ୍ୟୁନିସିପାଲିଟି ସ୍କୁଲ ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ। ଅନୁପମା ଅଢେଇ ବର୍ଷ ହେବ ଦରମା ନ ପାଇ ଅତି ଦୟନୀୟ ସ୍ଥିତିରେ ଚଳୁଛନ୍ତି। ଅନୁପମାଙ୍କ କହିବା ଅନୁଯାୟୀ, ୩୩ ବର୍ଷ ଚାକିରି ମଧ୍ୟରେ ୧୯ଥର ବଦଳି ହେବା ସହ ୩ ଥର ନିଲମ୍ବନ ହୋଇଛନ୍ତି। ୨୦୧୮ ନଭେମ୍ବରରେ ତାଙ୍କ ସମସ୍ୟା ନେଇ ନବୀନ ନିବାସ ଯାଇଥିଲେ। ସେଠାରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଏବଂ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଚାକିରି ଆଉ ଅଳ୍ପ ଦିନ ଥିବାରୁ ଦରମା ନ ପାଇ ପରିବାର ବହୁ କଷ୍ଟରେ ଚଳୁଛି। ପରିବାର ଚଳାଇବା ପାଇଁ ଏଭଳି ରାସ୍ତାରେ ଭିକ ମାଗୁଥିବା କହୁଥିଲେ। ମହିଳା ଜଣଙ୍କ କାନ୍ଦି କାନ୍ଦି ଅଚେତ ହୋଇଯିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। |
https://www.dharitri.com/1983-world-cup-winners-support-for-wrestlers/ | କୁସ୍ତିଯୋଦ୍ଧାଙ୍କୁ ୧୯୮୩ ବିଶ୍ୱକପ୍ ବିଜୟୀଙ୍କ ସମର୍ଥନ
ନୂଆଦିଲ୍ଲୀ, ୩ା୬(ପି.ଟି.): ବିକ୍ଷୋଭ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନଙ୍କୁ ୧୯୮୩ କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟମାନେ ସମର୍ଥନ ଜ୍ଞାପନ କରିଛନ୍ତି। ଖେଳାଳିମାନଙ୍କ ବିଷୟ ଶୁଣାଯିବ ଏବଂ ସମାଧାନ କରାଯିବ ବୋଲି ସେମାନେ ଆଶା କରିଛନ୍ତିି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନ ନେବା ଲାଗି ପରାମର୍ଶ ଦେଇଛନ୍ତି। ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟମାନେ ଏକ ମିଳିତ ବିବୃତିରେ କହିିଛନ୍ତି, କୁସ୍ତିଯୋଦ୍ଧାଙ୍କ ଉପରେ ପୋଲିସର ବଳ ପ୍ରୟୋଗ ଦୃଶ୍ୟ ସେମାନଙ୍କୁ ବ୍ୟଥିତ ଓ ବିବ୍ରତ କରିଛି। କିନ୍ତୁ ଦେଶର ଆଇନ ବ୍ୟବସ୍ଥା ଉପରେ ସେମାନଙ୍କର ଭରସା ରହିଛି। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଲାଗି ଭିନେଶ ଫୋଗତ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ସମେତ ବହୁ କୁସ୍ତିଯୋଦ୍ଧା ଦାବିକରି ଆସୁଛନ୍ତି। ଗତ ମେ’ ୩୦ରେ ସେମାନେ ସମର୍ଥକମାନଙ୍କ ସହ ହରିଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ଦାବି ପୂରଣ ନ ହେଲେ ସେମାନେ ପବିତ୍ର ଗଙ୍ଗା ନଦୀରେ ସେମାନଙ୍କ ପଦକକୁ ବିସର୍ଜନ କରିଦେବେ ବେଲେି ଧମକ ଦେଇଥିଲେ। ସୂଚନାଯୋଗ୍ୟ, ଗତ ମେ’ ୨୮ରେ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ନୂଆ ପାର୍ଲାମେଣ୍ଟ ଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରି ଅଟକ ରଖିଥିଲା। କେବଳ ସେତିକି ନୁହେଁ ପୋଲିସ ଯନ୍ତରମନ୍ତରସ୍ଥିତ କୁସ୍ତିଯୋଦ୍ଧାଙ୍କ ଧାରଣାସ୍ଥଳକୁ ଯାଇ ସେମାନଙ୍କ ଜନିଷପତ୍ରକୁ ହଟାଇ ଦେଇଥିଲା। କୁସ୍ତିଯୋଦ୍ଧାମାନଙ୍କୁ ଆଉ ଧାରଣାରେ ବସିବାକୁ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚାଇ ଦିଆଯାଇଥିଲା। କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବହୁ ବର୍ଷର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁ ପଦକ ହାସଲ କରାଯାଇପାରିଛି। ଏହି ପଦକଗୁଡ଼ିକ କେବଳ ଆମର ବ୍ୟକ୍ତିଗତ ନୁହେଁ, ବରଂ ଦେଶ ପାଇଁ ଗର୍ବ ଓ ଖୁସିର ବିଷୟ ବୋଲି କୁହାଯାଇଛି। କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ କ୍ଳାଇଭ୍ ଲୟଡଙ୍କ ନେତୃତ୍ୱାଧୀନ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ୱକପ୍ ଟ୍ରଫି ହାସଲ କରିଥିଲା। ଏହା ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କ ମିଳିତ ବିବୃତି ବୋଲି କପିଳ କହିଛନ୍ତି। |
https://www.dharitri.com/have-you-habit-of-nail-biting/ | ଅଛି କି ନଖ କାମୁଡ଼ା ଅଭ୍ୟାସ…
ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅନେକଙ୍କୁ ନଖ କାମୁଡୁଥିବା ଦେଖିବାକୁ ମିଳେ। ଏକ ଗବେଷଣା ତଥ୍ୟ ଅନୁଯାୟୀ, ଭୟରେ କିମ୍ବା ମାନସିକ ଚାପରେ ଥିବା ବେଳେ ଅନେକଙ୍କଠାରେ ନଖ କାମୁଡ଼ିବା ଅଭ୍ୟାସ ଦେଖିବାକୁ ମିଳେ। ତେବେ ଏହା ଏକ ଖରାପ ଅଭ୍ୟାସ ବୋଲି ପିଲାବେଳୁ ଶୁଣିଆସୁଥିଲେ ହେଁ ଏ ଦିଗରେ ଅଧିକାଂଶ ସଚେତନ ନ ଥାଆନ୍ତି। ଜାଣିବା ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିଥାଏ…
ବାରମ୍ବାର ହାତ ସଫା କରୁଥିଲେ କିମ୍ବା ନଖ ପରିଷ୍କାର ଧଳା ଦେଖାଯାଉଥିବା ସତ୍ତ୍ୱେ ମଧ୍ୟ ଏହାର ମୂଳରେ କେବେକେବେ ଇ- କୋଲି, ସାଲ୍ମୋନେଲା ଭଳି ବିଭିନ୍ନ ବ୍ୟାକ୍ଟେରିଆ ରହିଯା’ନ୍ତି। ଏମିତିରେ ନଖ କାମୁଡ଼ିବା ସମୟରେ ତାହା ପେଟକୁ ଯାଇ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ଇନ୍ଫେକ୍ସନ୍ କରାଇଥା’ନ୍ତି।
ନଖ କାମୁଡ଼ିବା ଦ୍ୱାରା ନଖମୂଳରେ ଏକ ପ୍ରକାରର ଇନ୍ଫେକ୍ସନ ହୋଇଥାଏ, ଯାହାକୁ ମେଡିକାଲ୍ ସାଇନ୍ସରେ ପାରୋନାଇଚିଆ ବୋଲି କୁହାଯାଇଥାଏ। ଯେଉଁଥିରେ ଆଙ୍ଗୁଠି ଟିପ ଲାଲ୍ପଡ଼ିବା, ଫୁଲିବା, ପାଚିବା ଏବଂ ପୂଯ ହେବା ଭଳି ସମସ୍ୟା ଦେଖାଦେଇଥାଏ, ଯାହାକି ଖୁବ୍ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ। ଏ କ୍ଷେତ୍ରରେ ଡାକ୍ତରଖାନା ଯାଇ ପୂଯ ବାହାର କରିବାକୁ ପଡ଼ିଥାଏ।
ଡେଣ୍ଟାଲ୍ ଆସୋସିଏଶନ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାରମ୍ବାର ନଖ କାମୁଡ଼ିବା ଦ୍ୱାରା ଏହାର ପ୍ରଭାବ ଦାନ୍ତ ଉପରେ ମଧ୍ୟ ପଡିଥାଏ। ଏଥିପାଇଁ କେତେଜଣଙ୍କ ଦାନ୍ତର ଏନାମେଲ୍ ଖରାପ ହେବା ସହ କେବେକେବେ ଦାନ୍ତ ଭାଙ୍ଗିଯିବାର ବି ନଜିର ରହିଛି। ଦାନ୍ତମୂଳ ମାଢ଼ିରେ ମଧ୍ୟ ଏଥିପାଇଁ ଯନ୍ତ୍ରଣା ହୋଇଥାଏ ଏବଂ ଦାନ୍ତର ଧାଡ଼ି ବଙ୍କା ହୋଇଥାଏ।
ଏବେବି ମୋ ନଖ ଛୋଟ
ଅର୍ପିତା କର (ଅଭିନେତ୍ରୀ)- ନଖ କାମୁଡ଼ିବା ମୋର ଏମିତି ଏକ ଅଭ୍ୟାସ, ଯାହାକୁ ଛାଡ଼ିବା ବିଷୟରେ ଭାବିଲେ ଅସମ୍ଭବ ମନେହୁଏ। ଯଦିଓ ଏହା ଭଲ ନୁହେଁ ଜାଣିଥିବାରୁ ପୂର୍ବାପେକ୍ଷା ବହୁତ କମାଇଛି, ତଥାପି ସମ୍ପୂର୍ଣ୍ଣ ଛାଡ଼ିପାରିନି। ପିଲାବେଳେ ଏଥିପାଇଁ ଘରେ ଏବଂ ସ୍କୁଲ୍ରେ କେତେଥର ଗାଳି ବି ଖାଇଛି। ଅଭିନୟ ଦୁନିଆରେ ପାଦ ଦେବା ପରେ ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଭାବେ ଯତ୍ନ ନେବାକୁ ପଡୁଛି। ଆଉ ବଡ଼ ବଡ଼ ନଖ ବି ନିଶ୍ଚିତ ଭାବେ ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରୁଥିବାରୁ ଥରେ ଦୁଇଥର ବଡ଼ ନଖ ରଖିବାକୁ ଟ୍ରାଏ କରିଥିଲି। ହେଲେ ଅଜାଣତରେ କେବେ ସେ ବି ଦାନ୍ତରେ କଟିଗଲା ଜାଣିପାରିଲିନି। ତେଣୁ ଭାବିଲି ନଖ ରଖିବି କାହିଁକି, ନିଜେ କାମୁଡି ମନ ଦୁଃଖ କରିବି କାହିଁକି, ସେଥିପାଇଁ ଏବେବି ମୋ ନଖ ଛୋଟ। ସିରିଏଲ୍ରେ ହେଉ କିମ୍ବା ଅନ୍ୟ ପ୍ରୋଗ୍ରାମ୍ ଶୁଟିଂବେଳେ ଆବଶ୍ୟକ ହେଲେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍ ନେଲ୍ସ ଆଣି ଲଗାଇ କାମ ଚଳାଇ ଦେଉଛି।
ଡ୍ରିଲ୍ ପିରିୟଡ୍ ପୂର୍ବରୁ ହେଉଥିଲା ନଖ ସଫା
ପ୍ରଜ୍ଞା ରଞ୍ଜନ ଖଟୁଆ (ହାସ୍ୟ ଅଭିନେତା) – ସ୍କୁଲ୍ରେ ପଢ଼ିବା ବେଳେ ଶନିବାର ସକାଳୁଆ କ୍ଲାସ୍ ଥାଏ ଏବଂ ପ୍ରଥମେ ଥାଏ ଡ୍ରିଲ୍ ପିରିୟଡ୍। ସେଠାରେ ପିଇଟି ସାର୍ ସବୁ ପିଲାଙ୍କ ସଫା ଡ୍ରେସ୍ ଆଉ ଜୋତା ସହ ନଖ ମଧ୍ୟ ଦେଖନ୍ତି, ଯାହାର ଏସବୁ ଠିକ୍ ନ ଥାଏ ଗୁଡ଼ାଏ ମାଡ଼ ସାଙ୍ଗକୁ ଧାଡ଼ିରୁ ଅଲଗା ଠିଆ ହେବାର ଲଜ୍ଜା ବି ଭୋଗିବାକୁ ପଡ଼େ। ଯେହେତୁ ନଖ କାଟିବାକୁ ମୋର ଆଦୌ ମନେପଡ଼େନି, ତେଣୁ ଡ୍ରିଲ୍ ପିରିୟଡ୍ ପୂର୍ବରୁ କାମୁଡ଼ିକି ନଖସବୁ ସଫା କରିଦିଏ। ତଥାପି ସାର୍ ଜାଣିଲେ ମାଡ଼ ବର୍ଷା ହେବା ଡରରେ ଧରା ନ ପଡ଼ିବା ଲାଗି ଅଲଗା ପ୍ରକାରର ବୁଦ୍ଧି ଖଟେଇବାକୁ ପଡ଼େ। କାମୁଡ଼ି କାଟିଥିବା ନଖକୁ ସ୍କୁଲ୍ ଭିତରେ ଥିବା ଟ୍ୟୁବ୍ଓ୍ବେଲ୍ ହ୍ୟାଣ୍ଡେଲ୍ରେ ଘଷି ଘଷି ଫାଇଲ୍ କରେ। କେବଳ ମୁଁ ନୁହେଁ, କେତେଜଣ ସାଙ୍ଗ ବି ଏହି ଭଳି କରନ୍ତି। ଗୋଟିଏ ଟ୍ୟୁବ୍ଓ୍ବେଲ୍ ପାଖେ କେବେ କେବେ ନଖ ଘଷିବାକୁ ଏତେଜଣ ଠିଆ ହେଉ ଯେ, ଜଣଙ୍କ ପରେ ଆଉ ଜଣେ କରିବାକୁ ନେଇ ଛୋଟ ଛୋଟ ଝଗଡ଼ା ବି ଲାଗିଯାଏ। ତେବେ ପିଲାବେଳର ଏହି ଅନୁଭୂତି ମନେପଡ଼ିଲେ ଏବେବି ଖୁବ୍ ହସ ଲାଗେ।
ଭୟରେ ଅଜାଣତରେ କାମୁଡିଦିଏ ନଖ -ଜୟଶ୍ରୀ ନାୟକ
(କର୍ମଜୀବୀ, ଭୁବନେଶ୍ୱର)-କେତେକ ପରିସ୍ଥିତି କିମ୍ବା ଜିନିଷକୁ ନେଇ ମୋର ଫୋବିଆ ରହିଛି। ଯେମିତି ଅନ୍ଧାରରେ ଭୁତ ଭୟ। ଏମିତିକି ହରର୍ ଫିଲ୍ମ ଦେଖିଲେ ବି ମୋତେ ଛାନିଆ ଲାଗେ। ଘରଠାରୁ ଦୂରରେ ଜବ୍ କରୁଥିବାରୁ ସାଙ୍ଗମାନଙ୍କ ସହ ହଷ୍ଟେଲ୍ରେ ରହୁଛି। ସାଙ୍ଗମାନେ କେବେ କେବେ ରାତିରେ ଲାପ୍ଟପ୍ରେ ହରର୍ ଫିଲ୍ମ ଦେଖିଲା ବେଳେ ଡରରେ ମୋର ଅବସ୍ଥା ଖରାପ ହୋଇଯାଏ। ଆଉ ଏମିତିରେ କେତେବେଳେ ନିଜ ନଖ କାମୁଡି ଛିଣ୍ଡାଇ ଦିଏ ଜାଣି ପାରେନି। ଏଥିପାଇଁ ସାଙ୍ଗମାନେ ଅନେକ ସମୟରେ ଖୁବ୍ ଥଟା ମଧ୍ୟ କରନ୍ତି। ବାରମ୍ବାର ଭାବୁଛି ଆଉ ଏପରି କରିବିନି ହେଲେ ଡର ଲାଗିଲେ କେତେବେଳେ ଯେ ପାଟି ଭିତରକୁ ଆଙ୍ଗୁଠି ଚାଲିଯାଉଛି ଜାଣିପାରୁନି। ଇଛା ଥିଲେ ବି ଆଦୌ ଏହି ଅଭ୍ୟାସ ପରିବର୍ତ୍ତନ କରିପାରୁନି। |
https://www.dharitri.com/22-year-old-punjab-farmer-dies-by-suicide-after-returning-from-delhi-protest/ | ଅନ୍ନଦାତା ଆନ୍ଦୋଳନରୁ ଫେରିବା ପରେ ଆତ୍ମହତ୍ୟା କଲେ ଯୁବ ଚାଷୀ
ନୂଆଦିଲ୍ଲୀ,୨୦।୧୨: ଦେଶର ରାଜଧାନୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ପୁଣି ଜଣେ କୃଷକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନସ୍ଥଳରୁ ଫେରିଥିବା ଜଣେ ୨୨ ବର୍ଷୀୟ ପଞ୍ଜାବ କୃଷକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଭଟିଣ୍ଡା ଜିଲାର ଦୟାଲପୁରା ମିର୍ଜା ଗାଁ ବାସୀନ୍ଦା ଗୁରଲାଭ ସିଂହ ଦିଲ୍ଲୀ ସୀମାରେ କୃଷକଙ୍କ ସହ ବିକ୍ଷୋଭ କରୁଥିଲେ। ସେ ଗତ ଶୁକ୍ରବାର ଗାଁକୁ ଫେରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ତାଙ୍କ ଘରୁ ଶନିବାର ବିଷାକ୍ତ ପଦାର୍ଥ ଜବତ କରିଛି ପୋଲିସ।
ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତୁ ଘୋଷଣା କରିଥିଲେ ଡାକ୍ତର। ତେବେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିବାର ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ତଳେ ହରିୟାଣାର ଜଣେ ଶିଖ ଗୁରୁ ମଧ୍ୟ ଆନ୍ଦୋଳନସ୍ଥଳରେ ଆତ୍ମହତ୍ୟା କରିଥିଲେ। |
https://www.dharitri.com/mikey-hothi-become-first-ever-sikh-mayor-in-usa-calfornia/ | କାଲିଫର୍ନିଆକୁ ମିଳିଲା ପ୍ରଥମ ଶିଖ ମେୟର
କାଲିଫର୍ନିଆ,୨୫ ।୧୨: ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ପଞ୍ଜାବି ମିକି ହୋଥିଙ୍କୁ ସର୍ବସମ୍ମତି କ୍ରମେ ଉତ୍ତର କାଲିଫର୍ନିଆ ଲୋଦି ସହରର ମେୟର ନିର୍ବାଚିତ କରାଯାଇଛନ୍ତି । ଏହା ସହ ମିକି ହୋଥି, ଯାହାଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ମିଳିବା ସହ ସେ ପ୍ରଥମ ଶିଖ ଭାବେ ଏହି ଗୌରବ ହାସଲ କରିଛନ୍ତି । ମିକି ହୋଥି ଶୁକ୍ରବାର ଟୁଇଟ କରି କହିଛନ୍ତି, ‘ଲୋଦି ସହରର ୧୧୭ ତମ ମେୟର ଭାବେ ଶପଥ ଗ୍ରହଣ କରି ମୁଁ ନିଜକୁ ସମ୍ମାନୀତ ମନେକରୁଛି ।
ମେୟର ହେବା ପରେ ତାଙ୍କର ମୁଖ୍ୟ କାମ ରହିବ କମନ କାଉନସିଲ ବୈଠକର ନେତୃତ୍ୱ କରିବା ଓ ସହରର କାର୍ଯ୍ୟକାରୀ ଅଧିକାରୀ ଭାବେ କାମ କରିବା । ସହରର ସ୍ଥାନୀୟ ଖବରକାଗଜ ଲୋଦି ଟାଇମ୍ସ ମେୟରଙ୍କ ପକ୍ଷରୁ ଲେଖିଛି ଯେ ଏହାଏକ ସୁରକ୍ଷିତ ସହର । |
https://www.dharitri.com/କରୋନା-ସନ୍ଦିଗ୍ଧ-ଦମ୍ପତିଙ୍କ/ | କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍
କଟକ ଅଫିସ,୬।୩: ଚାଇନାରୁ ଭାୟା ସିଙ୍ଗାପୁର ଦେଇ ପାରାଦୀପରେ ପହଞ୍ଚିଥିବା ଏକ ଦମ୍ପତିଙ୍କୁ କରୋନା ଆକ୍ରାନ୍ତରେ ସନ୍ଦେହ କରାଯାଇ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ଏବଂ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପୁଣେ ସ୍ଥିତ ଏନ୍ଆଇଭିକୁ ପଠାଯାଇଥିଲା। ଗୁରୁବାର ଉଭୟଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିଯାଇଛି। ରିପୋର୍ଟରେ ନେଗେଟିଭ୍ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଏମ୍.ଟି. କେମଷ୍ଟାର୍ ଷ୍ଟେଲାର୍ ନାମକ ଏକ ସଲ୍ଫ୍ୟୁରିକ ଏସିଡ୍ ବୋଝେଇ ଜାହାଜ କିଛିଦିନ ତଳେ ପାରାଦୀପରେ ପହଞ୍ଚିଥିଲା। ଏଥିରେ ଥିବା ଏକ ଦମ୍ପତି ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ଥିଲେ। ବନ୍ଦର ହେଲ୍ଥ ୟୁନିଟ୍ର ଏକ ସ୍ବତନ୍ତ୍ର ଦଳ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ମଙ୍ଗଳବାର କଟକ ଏସ୍ସିବି ମେଡିକାଲକୁ ପଠାଇଥିଲା। ସେଠାରେ ଉଭୟଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା। ବୁଧବାର ସେମାନଙ୍କ ରକ୍ତ ଏବଂ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। |
https://www.dharitri.com/pakistan-looks-like-a-sea-after-floods/ | ‘ବନ୍ୟା ପରେ ସମୁଦ୍ର ପରି ଦିଶୁଛି ପାକିସ୍ତାନ’
ଇସଲାମାବାଦ,୭ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବୁଧବାର କହିଛନ୍ତି , ଦେଶର ଅନେକ ଅଞ୍ଚଳ ସମୁଦ୍ରରେ ପରିଣତ ହୋଇଛି। ବାସ୍ତବରେ ବନ୍ୟା ଯୋଗୁ ଦକ୍ଷିଣ ଏସୀୟ ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇଛି। ଆହୁରି ୧୮ ଜଣଙ୍କ ମୃତ୍ୟୁ ପରେ ମୋଟ୍ ମୃତ୍ୟୁସଂଖ୍ୟା ୧,୩୪୩କୁ ବୃଦ୍ଧି ପାଇଛି। ୨୨୦ନିୟୁତ ଲୋକଙ୍କ ମଧ୍ୟରୁ ୩୩ ନିୟୁତ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି, ଯାହା ହଜାର ହଜାର ଲୋକଙ୍କୁ ଭୂମିହୀନ କରିଦେଇଛି ଏବଂ ୧୦ ବିଲିୟନ ଡଲାର କ୍ଷତି କରିଛି।
ଦକ୍ଷିଣ ସିନ୍ଧ ଗସ୍ତ କରିବା ପରେ ଶେହବାଜ ଗଣମାଧ୍ୟମକୁ କହିଛନ୍ତି, ହୋଇଥିବା କ୍ଷୟକ୍ଷତି ଆପଣ ସହଜରେ ବିଶ୍ୱାସ କରିବେ ନାହିଁ। ସେ କହିଥିଲେ, ‘ଆପଣ ଯୁଆଡ଼େ ଦେଖିବେ ସବୁଆଡ଼େ ପାଣି ’। ଏହା ସମୁଦ୍ର ପରି। ’ ଏହି ଦୁଃଖଦ ଘଟଣାରୁ ମୁକ୍ତି ପାଇବା ପାଇଁ ଆମକୁ କୋଟି କୋଟି ଟଙ୍କା ଦରକାର । ବନ୍ୟା ପୀଡ଼ିତଙ୍କ ପାଇଁ ସରକାର ୭୦ ବିଲିୟନ ପାକିସ୍ତାନୀ ଟଙ୍କା ଦେଇଛନ୍ତି। |
https://www.dharitri.com/ma-manikeswari-chhattar-yatra/ | ୩ରେ ଛତର୍ ଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ
ଭବାନୀପାଟଣା,୨୦।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ମା’ ମାଣିକେଶ୍ୱରୀଙ୍କ ଛତର୍ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ମାଣିକେଶ୍ୱରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୨ ତାରିଖ ମହାଷ୍ଟମୀ ପୂଜା ପରେ ମଧ୍ୟରାତିରୁ ଜେନାଖାଳକୁ ମା’ ଯିବେ। ପରେ ୩ ତାରିଖ ସକାଳ ୫ରେ ପୂଜା ଅର୍ଚ୍ଚନା ପରେ ମା’ଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା ମନ୍ଦିର ଅଭିମୁଖେ ବାହାରିବ। ଏହି ସମୟରେ ଛତର୍ ଯାତ୍ରା ଭକ୍ତମାନଙ୍କ ଗହଣରେ ପୂର୍ବାହ୍ନ ୧୦.୩୦ରେ ମନ୍ଦିର ପ୍ରବେଶ କରିବ।
ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ସୁଶାନ୍ତ କୁମାର ପଟେଲ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କରିଥିଲେ। ଗୃହରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଗଲା। ମା’ଙ୍କ ଛତର ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ଜିଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ମା’ଙ୍କ ଛତର ଯାତ୍ରାରେ ରାଜାବାଟି ଦ୍ୱାରା ପୁରସ୍କୃତ ପ୍ରଥମ ଓ ୨ୟ ଘୁମୁରା ଦଳ ବ୍ୟତୀତ ପୋଲିସ ଦ୍ୱାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ। ବୈଠକରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଧର୍ମଗଡ଼ ଉପଜିଲାପାଳ ସଚିନ ପାୱାର, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା, ଜିଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ, ସହରର ବିଭିନ୍ନ ଦୁର୍ଗା ପୂଜା କମିଟି କର୍ମକର୍ତ୍ତା, ଓକିଲ ସଂଘ ସଭାପତି ସୁବ୍ରତ ବହିଦାର, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡଙ୍କ ସହ ମସ୍ଜିଦ କମିଟି ସଭ୍ୟ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । |
https://www.dharitri.com/chakajam-movement-today/ | ଆଜି ଚକାଜାମ୍ ଆନ୍ଦୋଳନ
ଭୁବନେଶ୍ୱର,୩୧।୭(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରବିବାର ସମଗ୍ର ଦେଶରେ ଚକାଜାମ୍ ଆନ୍ଦୋଳନ ଡାକରା ଦିଆଯାଇଛି। ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଏହି ଆନ୍ଦୋଳନ ହେବ। ଧାନ ଓ ଅନ୍ୟାନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷକଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ବିଦ୍ୟୁତ୍ ବିଲ୍-୨୦୨୦କୁ ବିରୋଧ କରି ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଚକାଜାମ୍ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଚାକଜାମ୍ ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନ ସାମିଲ ହେଉ ନ ଥିଲେ ମଧ୍ୟ ନୈତିକ ସମର୍ଥନ ଦେଉଥିବା ଆବାହକ ଅକ୍ଷୟ କୁମାର କହିଛନ୍ତି। |
https://www.dharitri.com/dense-fog-over-delhi-punjab-haryana-amid-cold-wave-no-respite-till-jan-21/ | ଆଉ ଦୁଇ ଦିନ ଦିଲ୍ଳୀ, ପଞ୍ଜାବ, ହରିଆଣାରେ ପ୍ରବଳ ଶୀତ ସହ ରହିବ ଘନକୁହୁଡି
ନୂଆଦିଲ୍ଲୀ,୧୯।୧: ଡିସେମ୍ବର ୨୯ ତାରିଖରୁ ଦେଶରେ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଫଳରେ ଉତ୍ତର ଭାରତ ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏନେଇ ରାଜଧାନୀ ଦିଲ୍ଲୀରେ ରେଳ ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଛି।
ଭାରତ ପାଣିପାଗ ବିଭାଗର(ଆଇଏମ୍ଡି) ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ ଦିନ ଅର୍ଥାତ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ତାପମାତ୍ରାରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଏପରିକି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା କୁହୁଡ଼ି ଯୋଗୁ ସଡକ, ରେଳ ଏବଂ ବିମାନ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇଛି। ଶୁକ୍ରବାର ଦେଶର ବିଭିନ୍ନ ପ୍ରାନ୍ତରୁ ଅତି କମରେ ୨୨ଟି ଟ୍ରେନ ବିଳମ୍ବରେ ଚାଲୁଛି। କୁହୁଡ଼ି ହେତୁ ଦୃଶ୍ୟମାନ କମ୍ ଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ଅନେକ ବିମାନ ଚଳାଚଳ ବିଳମ୍ବ ହୋଇଛି।
ପାଣିପାଗ ବିଭାଗ ଅନୁଯାୟୀ, ହରିଆଣା-ଚଣ୍ଡିଗଡ଼ର କିଛି ଅଂଶରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ସେଲସିୟସ ରହିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ବିହାରର ଅଧିକାଂଶ ସ୍ଥାନଦରେ ୭-୧୦ ଡିଗ୍ରୀ ସେଲସିୟସ ରହିଛି।
ଘନ କୁହୁଡ଼ିରୁ ଘନ କୁହୁଡ଼ି ଏବଂ ଶୀତ ଦିନରୁ ପ୍ରବଳ ଥଣ୍ଡା ଦିନର ଅବସ୍ଥା ଆସନ୍ତା ୨ ଦିନ (ଜାନୁଆରି ୨୧) ମଧ୍ୟରେ ଉତ୍ତର ଭାରତରେ ବିସ୍ତାର ହୋଇପାରେ ଏବଂ ତା’ପରେ ତୀବ୍ରତା ହ୍ରାସ ପାଇବ। |
https://www.dharitri.com/ଆଶାରେ-ଶିବ୍/ | ଆଶାରେ ଶିବ୍
ସଦାଶିବ ନାୟକ ଓରଫ ଶିବ୍। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍’ରେ ତାଙ୍କୁ ଜଣେ ବକ୍ସର ଭୂମିକା (ମ୍ୟାକ୍)ରେ ଦର୍ଶକ ଦେଖିବାକୁ ପାଇବେ। ଏ ସମ୍ପର୍କରେ ଶିବ୍ କହନ୍ତି, ‘ଯେତେବେଳେ ମୋତେ ଏହି ରୋଲ୍ ବିଷୟରେ ଫିଲ୍ମର ନିର୍ଦ୍ଦେଶକ ସରୋଜକାନ୍ତ ସୂଚନା ଦେଲେ ସେତେବେଳେ ମୁଁ ବେଶ୍ ଉତ୍ସାହିତ ହୋଇପଡିଥିଲି। ଏହି ରୋଲ୍ ପାଇଁ ମୋତେ ସିକ୍ସ ପ୍ୟାକ୍ ବଡି କରିବାକୁ ପଡ଼ିଥିଲା। ଏହାର କାହାଣୀ ମୋତେ ବେଶ୍ ପ୍ରଭାବିତ କରିଛି। ଆଶା ରଖିଛି, ଦର୍ଶକ ଫିଲ୍ମଟିକୁ ନିଶ୍ଚୟ ଗ୍ରହଣ କରିବେ। ମୁଁ ଜାଣିଛି ଅଭିନୟରେ ଦର୍ଶକଙ୍କ ମନ ଜିଣିବା ଏତେ ସହଜ ନୁହେଁ। ହେଲେ ନିଜ ଉପରେ ବିଶ୍ୱାସ ରହିଛି। ଏହି ଫିଲ୍ମଟି ମୋ କ୍ୟାରିୟର ପାଇଁ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା ରଖିଛି।’ ଓଡ଼ିଆ ସିନେମାରେ ଅଭିନୟକୁ କ୍ୟାରିୟର କରିବାକୁ ଆଗେଇ ଆସିଥିବା ଶିବ୍ ଜଣେ ମଞ୍ଚ ଅଭିନେତା। ତେବେ ବଡ଼ ପରଦାରେ ଶିବ୍ କେତେ କମାଲ କରୁଛନ୍ତି ତାହା ଫିଲ୍ମଟି ରିଲିଜ ହେବା ପରେ ହିଁ ଜଣାପଡ଼ିବ। |
https://www.dharitri.com/people-locked-up-health-workers/ | ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ
ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି। ଅଫଲାଇନ ବଦଳରେ ଅନ୍ଲାଇନ୍ ଟିକାଦାନକୁ ବିରୋଧ କରି ଏଭଳି ହୋଇଥିବା ଜଣାପଡ଼ିଛି।
ସୂଚାନାଯୋଗ୍ୟ, ଶୁକ୍ରବାର ଅଫଲାଇନରେ ଟିକା ଦିଆ ଯାଉଥିବାବେଳେ, ପୂର୍ବରୁ ସୂଚନା ନ ଦେଇ ଅନ୍ଲାଇନ୍ରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଥିଲା। ଫଳରେ ଟିକା ନେବାକୁ ଲୋକେ ଆସିଥିବା ବେଳେ ସେମାନଙ୍କୁ ଦିଆଯାଇ ନ ଥିଲା । ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇ ଦେଇଛନ୍ତି । |
https://www.dharitri.com/ଯୁବ-ରୋଗୀଙ୍କୁ-ଭେଣ୍ଟିଲେଟର/ | ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ
ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶବି ଆଜି କରୋନା ଭାଇରସ ନିକଟରେ ଯେମିତି ଅସହାୟ ପାଲଟି ଯାଇଛି। ନିକଟରେ ବେଲଜିୟମରେ ଜଣେ କରୋନା ସଂକ୍ରମିତ ୯୦ ବର୍ଷୀୟା ରୋଗୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ବେଲିୟମର ୯୦ ବର୍ଷୀୟ ମହିଳା ସୁଜାନ ହୋୟଲର୍ଟସଙ୍କୁ ମାର୍ଚ୍ଚ ୨୦ରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ କୋଭିଡ-୧୯ରେ ପୀଡିତ ଥିବା ଜଣାପଡିଥିଲା। ତାଙ୍କୁ ଆଇସୋଲେଶନରେ ରଖାଯିବା ପରେ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ଯାଉଥିବା ବେଳେ ସୁଜାନ କହିଥିଲେ ମୁଁ ଭଲ ଜୀବନ ବଞ୍ଚି ସାରିଛି, ବରଂ ଏହି ଭେଣ୍ଟିଲେଟରକୁ ଯୁବରୋଗୀଙ୍କୁ ଦେଇଦିଅ। ଏହା କହିବାର ମାତ୍ର ୨ ଦିନପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସୁଜାନଙ୍କର ଏହି କାମକୁ ଅନ୍ୟମାନେ ପ୍ରଶଂସା କରୁଛନ୍ତି। |
https://www.dharitri.com/indias-outstanding-performance-in-the-asia-cup-japan-lost-2-1-in-a-thrilling-match/ | ଏସିଆ କପ୍ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ, ରୋମାଞ୍ଚକର ମୁକାବିଲାରେ ଜାପାନ ୨-୧ରେ ପରାଜିତ …
ଜାକର୍ତ୍ତା, ୨୮।୫ : ଏସିଆ କପ୍ ହକିରେ ଭାରତ ଜାପାନକୁ ୨-୧ ଗୋଲରେ ପରାଜିତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ଭାରତୀୟ ହକି ଦଳ ଏସିଆ କପ-୨୦୨୨ ସୁପର -୪ ର ପ୍ରଥମ ମ୍ୟାଚରେ ଜାପାନକୁ ପରାଜିତ କରିଛି। ଗ୍ରୁପ ମ୍ୟାଚ ପୂର୍ବରୁ ଜାପାନ ଟିମ ଇଣ୍ଡିଆକୁ ୨-୫ରେ ପରାସ୍ତ କରିଥିଲା।
ଏହି ବିଜୟ ସହିତ ଭାରତ ଜାପାନ ଉପରେ ଏହାର ପରାଜୟର ପ୍ରତିଶୋଧ ନେଇଛି। ଟିମ ଇଣ୍ଡିଆର ମଞ୍ଜିତ ଏବଂ ପୱନ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏଥି ସହିତ ଜାପାନ ପାଇଁ ଟକୁମା ନିୱା ଏକମାତ୍ର ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ଭାରତ ଭଲ ଆରମ୍ଭ କରିଥିଲା। ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଭାରତ ୧-୦ ରେ ଆଗୁଆ ରହିଥିଲା।
ଟିମ ଇଣ୍ଡିଆ ପାଇଁ ମଞ୍ଜିତ ପ୍ରଥମ ଗୋଲ ସ୍କୋର କରିଥିଲେ। ଯେତେବେଳେ କି ହାପ୍ ଟାଇମ୍ ପରେ ଉଭୟ ଦଳ ୧-୧ ଡ୍ରରେ ପହଞ୍ଚିଥିଲେ। ଗୋଟିଏ ଗୋଲ ସ୍କୋର କରି ଜାପାନ ସମାନ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଟିମ ଇଣ୍ଡିଆ ଏକ ଆକ୍ରମଣାତ୍ମକ ଖେଳ ଖେଳି ଆଉ ଏକ ଗୋଲ ସ୍କୋର କରିଥିଲା। ୪୦ ମିନିଟରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଥିଲା। ଏହି କ୍ୱାର୍ଟରରେ ଭାରତ ଏବଂ ଜାପାନର ଖେଳାଳିଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। କିନ୍ତୁ କ୍ୱାର୍ଟର ଶେଷ ସୁଦ୍ଧା ଜାପାନ ଗୋଲ କରିପାରି ନଥିଲା। ଫଳରେ ଭାରତ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଭାରତ ଜାପାନକୁ ସ୍କୋର କରିବାକୁ ଦେଇ ନଥିଲା। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଏସିଆ କପ ୨୦୨୨ର ଶେଷ ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା।
ଟିମ ଇଣ୍ଡୋନେସିଆ ୧୬-୦ରେ ପରାଜିତ କରିଥିଲା। ସେହିପରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଡ୍ର’ରେ ଶେଷ ହୋଇଥିଲା। ଭାରତୀୟ ହକି ଦଳ ଚଳିତ ଥର ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଛି।
ସୂଚନାଯୋଗ୍ୟ ଯେ ଏହି ମ୍ୟାଚରେ ଭାରତୀୟ ଖେଳାଳି ମନିନ୍ଦର ଆହତ ହୋଇଥିଲେ। ଏହି କାରଣରୁ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡିଥିଲା ।
ମନିନ୍ଦର ୫୦ ମିନିଟରେ ଜାପାନୀ ଖେଳାଳିଙ୍କଠାରୁ ବଲ ଛଡ଼ାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବଲ ହକି ଷ୍ଟିକ୍ରେ ବାଜି ଦେଇ ତାଙ୍କ ମୁହଁରେ ମାଡ଼ ହୋଇଥିଲା। ମନିନ୍ଦରଙ୍କ ଓଠରେ ଆଘାତ ଲାଗିଥିଲା। |
https://www.dharitri.com/error-in-evms-polling-starts-late/ | ଇଭିଏମ୍ରେ ତ୍ରୁଟି, ବିଳମ୍ବରେ ମତଦାନ ଆରମ୍ଭ
ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳ କୁମୁଟିଗୁଡ଼ା ପୋଲିଂ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ସକାଳ ୭ଟାରେ ମହିଳା ପୁରୁଷ ଭୋଟରଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଭୋଟ୍୍ଦାନ କେନ୍ଦ୍ରରେ ଥିବା ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷପ କରି ଇଭିଏମ୍ ବଦଳାଇ ୭.୩୦ରେ ମତଦାନ ଆରମ୍ଭ ହୋଇଥିଲା। |
https://www.dharitri.com/rahul-gandhi-smriti-irani-will-campaign-today/ | ଆଜି ପ୍ରଚାର କରିବେ ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ
ଖଇରା/ସିମୁଳିଆ, ୩୦।୫ (ଉତ୍କଳବନ୍ଧୁ ପଣ୍ଡା/ସନ୍ତୋଷ ନାୟକ)ବାଲେଶ୍ୱର ଜିଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଗୁରୁବାର ପ୍ରଚାର ଶେଷ ଦିନ ଥିବା ବେଳେ କଂଗ୍ରେସ, ଭଜପା ଓ ବିଜେଡିର ହେଭିୱେଟମାନେ ପ୍ରଚାରକୁ ଓହ୍ଲାଉଥିବା ସୂଚନା ମିଳିଛି। କଂଗ୍ରେସ ପାଇଁ ରାହୁଲ ଗାନ୍ଧୀ ସିମୁଳିଆ ବ୍ଲକର ମଇତାପୁରଠାରେ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଅଡା ଫାୟାର ଷ୍ଟେଶନ ପଡିଆରେ ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିଭଳି ଖଇରା ବ୍ଲକର ପତିରାଜପୁର ପଡିଆରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ପାଇଁ ଆସୁଥିବା ଜଣାଯାଇଛି। |
https://www.dharitri.com/points-at-the-city-entrance/ | ସହର ପ୍ରବେଶ ପଥରେ ଅଳିଆ ପଏଣ୍ଟ
କଟକ ଅଫିସ,୧୯ା୧୦: କଟକ ସହରର ମୁଖ୍ୟ ପ୍ରବେଶ ପଥ ମଧୁପାଟଣା। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକେ ଏହି ରାସ୍ତା ଦେଇ ସହରକୁ ଆସିଥାନ୍ତି। ତେବେ ପ୍ରବେଶପଥ ନିକଟ ରାସ୍ତା ପାର୍ଶ୍ୱରେ ଆବର୍ଜନା ପଡ଼ିରହି ପରିବେଶକୁ ଦୂଷିତ କରୁଛି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଠାରେ କଟକ ମହାନଗର ନିଗମ (ସିଏମ୍ସି)ର ଅଳିଆ ପଏଣ୍ଟ ଥିବାରୁ ଆବର୍ଜନା ପକାଯାଉଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସ୍ଥାନୀୟ ବ୍ୟବସାୟୀ ଏବଂ ଜନସାଧାରଣ ତୁରନ୍ତ ପଏଣ୍ଟ ସ୍ଥାନ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି। ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ସିଏମ୍ସି ବିଭିନ୍ନ ଯୋଜନା କରୁଛି। ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ହେଲେ ପରିମଳ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡୁଛି। ସିଏମ୍ସି ପକ୍ଷରୁ ମଧୁପାଟଣା ଅଞ୍ଚଳରେ ଏକ ଅଳିଆ ପଏଣ୍ଟ କରାଯାଇଛି। ସେହି ଅଞ୍ଚଳରୁ ବାହାରୁଥିବା ଅଳିଆକୁ ଲୋକେ ଏହି ପଏଣ୍ଟ୍ରେ ପକାଉଛନ୍ତି। ସେଠାକାର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରୁ ମଧ୍ୟ ପ୍ରତିଦିନ ପ୍ରଚୁର ଅଳିଆ ବାହାରୁଛି। ସିଏମ୍ସି ପକ୍ଷରୁ ବ୍ୟବସାୟୀଙ୍କୁ ଡଷ୍ଟବିନ ବ୍ୟବହାର କରିବାକୁ କୁହାଯାଇଛି। ହେଲେ ସେମାନେ ଏହାକୁ ମାନୁ ନ ଥିବା ଅଭିଯୋଗ ହେଉଛି। ଏପରି କି ଅଳିଆ ପଏଣ୍ଟରେ ବଡ ଡଷ୍ଟବିନ ନାହିଁ। ବୁଲାଗୋରୁ, ଷଣ୍ଢଗୁଡ଼ିକ ଆବର୍ଜନାକୁ ଏଣେତେଣେ ଖେଳାଇ ଦେଉଛନ୍ତି। ଏଥିଯୋଗୁ ଦୁର୍ଗନ୍ଧ ହେଉଛି। ଏହି ଅଳିଆ ପଏଣ୍ଟ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସିଏମ୍ସିର ପରିମଳ ଅଧିକାରୀ ଡ. ସଞ୍ଜିବିତା ରାୟ କହିଛନ୍ତି, ଉକ୍ତ ୱାର୍ଡରେ ଅଳିଆ ପଏଣ୍ଟ ପାଇଁ ସେପରି କୌଣସି ଉପଯୁକ୍ତ ସ୍ଥାନ ନାହିଁ। ସ୍ଥାନ ଚିହ୍ନଟ ପରେ ତାହାକୁ ସ୍ଥାନାନ୍ତର କରାଯିବ। |
https://www.dharitri.com/there-are-17-elephants-in-the-champua-section/ | ଚମ୍ପୁଆ ସେକ୍ସନରେ ୧୭ ହାତୀ
ଚମ୍ପୁଆ, ୬।୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀ ପଲ। ୨ ଦିନ ହେବ ଏହି ହାତୀ ପଲ ଚମ୍ପୁଆ ଓ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଘୁରିବୁଲୁଥିବା ବେଳେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ବର୍ତ୍ତମାନ ଚମ୍ପୁଆ ସେକ୍ସନରେ ୧୭ ଗୋଟି ହାତୀ ରହିଥିବା ବେଳେ ଏହି ପଲରେ କେତୋଟି ଛୁଆ ରହିଥିବା ବନବିଭାଗ ସୂଚନା ଦେଇଛି। ଗତ ମଙ୍ଗଳବାର ରାତିରେ ଏହି ହାତୀ ପଲ ଉଖୁଣ୍ଡା ସେକ୍ସନକୁ ଫେରିଯାଇଥିବା ବେଳେ ସକାଳୁ ପୁଣି ଚମ୍ପୁଆ ସେକ୍ସନକୁ ଫେରି ସରେଇ ନିକଟ ଟୁଣୁଟୁଣା ଆମ୍ବ ବାଗାନରେ ରହିଥିବା ଦେଖିବାକୁ ମିଳିଛି। ବନ ବିଭାଗର ହାତୀସ୍କ୍ବାଡ ହାତୀ ମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିଥିବା ରେଞ୍ଜର ସଞ୍ଜୀବ କୁମାର ରାଉତ ସୂଚନା ଦେଇଛନ୍ତି। |
https://www.dharitri.com/pushpa-video-went-on-in-smart-class/ | ସ୍ମାଟ କ୍ଲାସରେ ଚାଲିଲା ପୁଷ୍ପା ଭିଡିଓ
ଭୁବନେଶ୍ୱର,୨।୫(ବ୍ୟୁରୋ): ଆଧୁନିକ ପଦ୍ଧତିରେ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସ୍କୁଲରେ ସ୍ମାଟ କ୍ଲାସର ବ୍ୟବସ୍ଥା କରିଛନ୍ତି। ସ୍ମାଟ କ୍ଲାସରେ ରହିଛି ଟିଭି ଭଳି ଅତ୍ୟଧୁନିକ ଉପକରଣ। ଯେଉଁଥିରେ ପିଲା ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି। ମାତ୍ର ସ୍ମାଟ କ୍ଲାସ ଟିଭିରେ ପାଠ ପଢ଼ା ନ ହୋଇ ଚାଲିଛି ପୁଷ୍ପା ଭିଡିଓ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସେରଗଡ଼ ଅଞ୍ଚଳରେ। ମାତ୍ର ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍କୁଲର ତାହା ସ୍ପଷ୍ଟ ହୋଇନାହିଁ।
ଭିଡିଓରେ କ୍ଲାସରେ ଶିକ୍ଷକ ନ ଥିବା ବେଳେ ଅଳ୍ପ ଛାତ୍ର ଟିଭିରେ ପୁଷ୍ପା ଫିଲ୍ମର ଗୀତ ଲଗାାଇ ଖୁସି ମନାଉଛି। ସେମାନଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡିଓ କରି ଭାଇରାଲ କରିଥିବା ସନ୍ଦେହ କରାଯାଉଛି। |
https://www.dharitri.com/suparikiller-in-the-capital/ | ରାଜଧାନୀରେ ସୁପାରିକିଲର
ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବାବେଳେ ଅନ୍ୟ ଜଣେ ଧରାପଡିଛନ୍ତି। ଶୁକ୍ରବାର ରାତିରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଧରାପଡିଥିବା ବନ୍ଧୁକଧାରୀ ଅପରାଧୀ ଜଣକ ସୁପାରିକିଲର ବୋଲି କମିଶନରେଟ ପୋଲିସ ରବିବାର ସ୍ପଷ୍ଟ କରିଛି। ଗିରଫ ପରେ ତାଙ୍କ ନାମରେ (ନଂ.୫୪୮/୨୧) ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଞ୍ଚଳର ସମ୍ପଦ କୁମାର ସାହୁ(୩୬)। ତାଙ୍କ ନିକଟରୁ ୨ ପିସ୍ତଲ, ୮ ରାଉଣ୍ଡ ଗୁଳି ଓ ସେ ବ୍ୟବହାର କରୁଥିବା ବାଇକ ଜବତ ହୋଇଛି। ଏଥିସହ ଏକ ରେଡ୍ ଚିଲ୍ଲି ସ୍ପ୍ରେ ମଧ୍ୟ ଜବତ କରାଯାଇଛି। ଏହି ସ୍ପ୍ରେକୁ ସେ ପୋଲିସ କିମ୍ବା ଅନ୍ୟ କାହା ଉପରେ ପକାଇ ସେମାନେ ଫେରାର ହୋଇଯାଆନ୍ତି। ତେବେ ଜବତ ପିସ୍ତଲ ଓ ଗୁଳିକୁ ସେମାନେ ବିହାର ମୁଙ୍ଗେର୍ରୁ ଚୋରାରେ ଆଣିଥିଲେ ବୋଲି ପୋଲିସ କହିଛି। କିନ୍ତୁ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେମାନେ ସେଠାରେ ଯୋଜନାରେ ଥିଲେ ବୋଲି ଶୁଣିବାକୁ ମିଳୁଥିବାବେଳେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ଏନେଇ ପୋଲିସ କିଛି ସୂଚନା ଦେଉନାହିଁ। ଅନ୍ୟପକ୍ଷରେ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି।
ଗିରଫ ସମ୍ପଦ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ସେ ୨୦୧୮ରୁ ଜେଲ୍ରୁ ବାହାରିଛନ୍ତି। ତାଙ୍କ ନାମରେ କଟକ ବିଡାନାସୀ, ମାଲଗୋଦାମ ଓ ବାରଙ୍ଗ ଥାନା, କେନ୍ଦ୍ରାପଡ଼ାର ପାଟକୁରା ଏବଂ ଜଗତ୍ସିଂହପୁରର ତିର୍ତ୍ତୋଲ ଥାନାରେ ହତ୍ୟାଭଳି ୫ ମାମଲା ରହିଛି। ତେବେ ସାହସର ସହ ଲଢି ତାଙ୍କୁ କାବୁ କରିଥିବା ୨ଜଣ ଏସ୍ଆଇଙ୍କୁ ପୁରସ୍କୃତ କରାଯିବ। ଏଥିସହ ଫେରାର ହୋଇଯାଇଥିବା ଅନ୍ୟଜଣେ ସହଯୋଗୀଙ୍କୁ ଖୁବ୍ଶୀଘ୍ର ଠାବ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏନେଇ ନୟାପଲ୍ଲୀ ଥାନା ଅଧିକାରୀ ଶରତ ସାହୁ କହିଛନ୍ତି, ସେମାନେ ଧରାପଡିବା ଦିନ ହିଁ ଭୁବନେଶ୍ୱର ଆସିଥିଲେ। ତେବେ ସେମାନେ କାହାକୁ ହତ୍ୟା କରିଥାନ୍ତେ, ତାହା ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୁହାଯିବ ନାହିଁ। ଅଧିକ ତଥ୍ୟ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ସେ କହିଛନ୍ତି।
ଶୁକ୍ରବାର ରାତି ୯ଟା ୩୦ରେ ନୟାପଲ୍ଲୀ ଥାନା ଆଇଆର୍ସି ଭିଲେଜ ସ୍ବପ୍ନେଶ୍ୱର ମନ୍ଦିର ପାଖାପାଖି ଅଞ୍ଚଳରେ ଏକ ପଲ୍ସର ଗାଡିରେ ୨ଜଣ ବନ୍ଧୁକ ଧରି ବୁଲୁଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍ ସମେତ ୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ୪ଟି ବାଇକ୍ରେ ସେହି ଅଞ୍ଚଳକୁ ଯାଇ ଅପରେଶନ ଆରମ୍ଭ କରିଥିଲେ। ଏସ୍ଆଇ ଏସ୍.ଏନ୍. ବାରିକ ଓ ଏସ୍. ଏନ୍. ପାତ୍ର ମନ୍ଦିର ନିକଟ ଓମ୍ଫେଡ୍ ବୁଥ୍ ପାଖରେ ସେମାନଙ୍କୁ ଦେଖି କାବୁ କରିବାକୁ ଚେଷ୍ଟା କରିଥିଲେ। ସମ୍ପଦକୁ ଧରିବା ଭିତରେ ସହଯୋଗୀ ଅପରାଧୀ ଜଣକ ଦୌଡି ପଳାଇଥିଲେ। ଏପଟେ ସମ୍ପଦ ଖସି ଯିବା ପାଇଁ ପାଖରେ ରଖିଥିବା ବନ୍ଧୁକ କାଢି ପୋଲିସକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁଇ ପୋଲିସ ଅଧିକାରୀ ସାହସର ସହିତ ସେମାନଙ୍କୁ କାବୁ କରିବା ସହ ବନ୍ଧୁକ ନିଜ କବ୍ଜାକୁ ଆଣିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଯାଇଥିଲେ। ତେବେ ଧସ୍ତାଧସ୍ତି ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଆହତ ହୋଇଥିବା ଜଣାପଡିଛି। |
https://www.dharitri.com/there-will-be-a-two-and-a-half-meter-road-outside-75-meters/ | ୭୫ ମିଟର ବାହାରେ ହେବ ଅଢ଼େଇ ମିଟର ରାସ୍ତା
ପୁରୀ ଅଫିସ,୪।୩: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି। ଗୁରୁବାର ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ବରିଷ୍ଠ ଅଧିକାରୀ ଓ କର୍ତ୍ତୃପକ୍ଷମାନେ ପୁରୀ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଝିଛନ୍ତି। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ସାହି ଗଳିକୁ ଲାଗିଥିବା ରାସ୍ତା ସମ୍ପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ଚାଲିଆସୁଛି। ଫଳରେ ବଡ଼ଦାଣ୍ଡକୁ ସାହିବାସିନ୍ଦାଙ୍କ ସିଧାସଳଖ ଯାତାୟାତ ବାଧାପ୍ରାପ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ୭୫ ମିଟର ଶେଷ ହେଉଥିବା ସ୍ଥାନରୁ ଅଢେଇ ମିଟରର ଏକ ରାସ୍ତା ନିର୍ମାଣ କରାଯିବ। ଏହା ସାହି ଗଳିରୁ ବାହାରି ପ୍ରକଳ୍ପର ପାର୍ଶ୍ୱ ଦେଇ ବଡ଼ଦାଣ୍ଡଠାରେ ବାହାରିବ। ଫଳରେ ଶ୍ରୀମନ୍ଦିର ଚାରିପାଖରେ ଥିବା ବାସିନ୍ଦାମାନେ ବଡ଼ଦାଣ୍ଡକୁ ଯିବା ସହଜ ହେବ। ବିଶେଷ ଭାବେ ପଶ୍ଚିମପଟେ ଏଭଳି ରାସ୍ତା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଓବିସିସି ପକ୍ଷରୁ ସୂଚନା ମିଳିଛି। ଓବିସିସିର ପ୍ରକଳ୍ପ ଅଧିକାରୀ ପ୍ରଭାତ ପାଣିଗ୍ରାହୀ, ଓବିସିସି ଏମ୍ଡି ଜୟକୃଷ୍ଣ ଦାଶ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକୁ ତ୍ୱରିତ ବେଗରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ, ଓବିସିସି ଅଧିକାରୀ ଓ ଟାଟା କମ୍ପାନୀ ଲିମିଟେଡ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓବିସିସି ପକ୍ଷରୁ ଏହା ପ୍ରଥମ ପର୍ଯ୍ୟାୟ ସମୀକ୍ଷା। ପ୍ରକଳ୍ପ କାର୍ଯ୍ୟ ଟାଟା କମ୍ପାନୀ ଓ ଓବିସିସିର ମିଳିତ ଉଦ୍ୟମରେ ପରିଚାଳିତ ହେଉଥିବା ହେତୁ ପ୍ରଥମ ପର୍ଯ୍ୟାୟରେ କେତେ କାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହା ହୋଇପାରିଛି ନାହିଁ ସେନେଇ କମ୍ପାନୀର ଅଧିକାରୀଙ୍କ ସହ ଓବିସିସିର ଅଧିକାରୀମାନେ ଆଲୋଚନା କରିଥିଲେ। |
https://www.dharitri.com/ଦୀପାବଳିରେ-ମା-ଲକ୍ଷ୍ମୀଙ୍କ/ | ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ ଏବଂ ଶାନ୍ତି ପାଇଁ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏଥିସହିତ ବିଘ୍ନ ବିନାଶକ ଗଣେଶଙ୍କୁ ମଧ୍ୟ ଆରାଧନା କରାଯାଏ। ଧାର୍ମିକ ମତରେ, ଏହି ଅମାବାସ୍ୟାରେ ସମୁଦ୍ର ମନ୍ଥନ ସମୟରେ ମା’ ଲକ୍ଷ୍ମୀ ଜନ୍ମ ନେଇଥିଲେ। ଏହି କାରଣରୁ ଅନେକ ସ୍ଥାନରେ ଆଜିର ଦିନଟିକୁ ମା’ ଲକ୍ଷ୍ମୀଙ୍କ ଜନ୍ମଦିବସ ଭାବରେ ପାଳନ କରାଯାଏ।
ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ କରାଯାଏ ଗଣେଶଙ୍କ ପୂଜା :
ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ପୌରାଣିକ କଥା ଅନୁସାରେ, ଲକ୍ଷ୍ମୀଙ୍କ ଅଭିମାନ ଭାଙ୍ଗିବା ପାଇଁ ସ୍ବୟଂ ଭଗବାନ ବିଷ୍ଣୁ କହିଥିଲେ, ନାରୀ ସେତେବେଳେ ଯାଏ ପୂର୍ଣ୍ଣତା ପ୍ରାପ୍ତି କରନ୍ତି ନାହିଁ ଯେତେବେଳ ଯାଏ ସେ ମା’ ହୋଇ ନ ଥାନ୍ତି। ବିଷ୍ଣୁଙ୍କର ଏହି କଥା ଶୁଣି ମା’ ଲକ୍ଷ୍ମୀ ନିରାଶ ହୋଇଗଲେ। କାରଣ ତାଙ୍କର କୌଣସି ସନ୍ତାନ ନ ଥିଲେ। ଏହା ପରେ ମା’ ଲକ୍ଷ୍ମୀ ଦେବୀ ପାର୍ବତୀଙ୍କ ପାଖରେ ପହଞ୍ଚି ତାଙ୍କୁ ଏକ ପୁତ୍ର ଦେବା ପାଇଁ କହିଲେ।
ଲକ୍ଷ୍ମୀଙ୍କ ଦୁଃଖ ବୁଝିପାରି ମାତା ପାର୍ବତୀ ଗଣେଶ କାର୍ତ୍ତିକଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ଗଣେଶଙ୍କୁ ମା’ ଲକ୍ଷ୍ମୀଙ୍କୁ ଦେଇଦେଲେ। ଗଣେଶଙ୍କୁ ପାଇ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଗଲେ। ତେଣୁ ସୁଖ ସମୃଦ୍ଧି ପାଇଁ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯିବ ବୋଲି କହିଲେ। ଗଣେଶ ପ୍ରଥମେ ପୂଜା ପାଇଲେ ମୋ’ ପୂଜା ସମ୍ପୂର୍ଣ୍ଣ ହେବ ବୋଲି ମାତା ଲକ୍ଷ୍ମୀ କହିଥିଲେ। ଏହି କାରଣରୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ସହିତ ସିଦ୍ଧିଦାତା ଗଣେଶଙ୍କ ପୂଜା କରାଯାଏ। |
https://www.dharitri.com/the-src-will-decide-today/ | ଆଜି ଏସ୍ଆର୍ସି ନିଷ୍ପତ୍ତି ନେବେ
କଟକ ଅଫିସ,୩୦।୧୦: ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ରାଜ୍ୟରେ ସବୁଜ ବାଣ ବିକ୍ରିନେଇ ନିଷ୍ପତ୍ତି ନେବେ। ଏନେଇ ଶନିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କ ମିଳିତ ଖଣ୍ଡପୀଠ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଏସ୍ଆର୍ସି ସୁପ୍ରିମକୋର୍ଟ ଓ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖିବେ। ଆସନ୍ତା ନଭେମ୍ବର ୧ ପୂର୍ବାହ୍ନ ସାଢେ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ ଏସ୍ଆର୍ସି। ସେହିଦିନ ଅପରାହ୍ନ ୨ଟାରେ ମାମଲାର ଚୂଡାନ୍ତ ଶୁଣାଣି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଆବେଦନକାରୀ ଅଲ୍ ଓଡ଼ିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏଶନ ଓ ଅନ୍ୟ ବ୍ୟବସାୟୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ମାମଲା ପରିଚାଳନା କରୁଥିଲେ। ଏନ୍ଜିଟି ଗାଇଡ୍ଲାଇନ(୨୦୨୦ ଡିସେମ୍ବର ୧) ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ(୨୦୧୮ ଅକ୍ଟୋବର ୨୩ ଓ ୨୦୧୯ ଏପ୍ରିଲ ୨୧) ମୁତାବକ ସବୁଜ ବାଣ ବିକ୍ରି ଓ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ବାୟୁ ପ୍ରଦୂଷଣ ହୋଇ ନ ଥାଏ। ଏପରିସ୍ଥଳେ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ନ ଦେବାରେ କୌଣସି ଯଥାର୍ଥତା ନାହିଁ ବୋଲି ଆବେଦନକାରୀଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ଦୀପାବଳିରେ ବାଣ ବିକ୍ରି ଓ ଫୁଟା ଉପରେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୩୦ରେ ରୋକ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅଲ୍ ଓଡ଼ିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଜନଜୀବନ ସୁରକ୍ଷା ଓ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଉକ୍ତ ପିଟିଶନକୁ ଖାରଜ କରିଦେଇଥିଲେ। ଏହି ଆସୋସିଏଶନ ଏକ ପଞ୍ଜୀକୃତ ସଂସ୍ଥା ନୁହେଁ ଓ ଏହି ପ୍ରସଙ୍ଗରେ ସାନି ଆବେଦନ କରାଯାଇପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଆସୋସିଏଶନ ସୋସାଇଟି ଆକ୍ଟରେ ପଞ୍ଜୀକୃତ ହୋଇ ମାମଲା ଦାଏର କରିଥିଲେ। ସେହିପରି ମହେଶ ଷ୍ଟୋର, ପ୍ରମିଳା ଏଣ୍ଟରପ୍ରାଇଜେସ ଓ କେତେଜଣ ବାଣ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହାଇକୋର୍ଟ ରାଜ୍ୟ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ ଜାରି କରିଥିଲେ। |
https://www.dharitri.com/ବର୍ଷାଜଳ-ନିଷ୍କାସନ-ବ୍ୟବସ୍ଥ/ | ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଘରେ ପଶିଲା ପାଣି
କର୍ଲାମୁଣ୍ଡା,୭।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗିରହିଛି। ଫଳରେ କର୍ଲାମୁଣ୍ଡା ବ୍ଲକ ସଦର ବ୍ଲକ ନିୟୁ କଲୋନୀ ପଛପଟେ ଥିବା ଘରଗୁଡ଼ିକରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ବୁଧବାର ସକାଳ ସୁଦ୍ଧା କର୍ଲାମୁଣ୍ଡାରେ ୮୭ ମିମି ବର୍ଷା ରେକର୍ଡ ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ଡ୍ରେନର ବ୍ୟବସ୍ଥା ନଥିବାରୁ ବ୍ଲକ ନିୟୁ କଲୋନୀ ପଛପଟେ ରହୁଥିବା ଉପେନ୍ଦ୍ର ପଲତା, ବୃନ୍ଦା ମାଝିଙ୍କ ଘର ଭିତରକୁ ୨ ଫୁଟ ପାଣି ପଶି ଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଜଗଦୀଶ ମେହେର, ପ୍ରଣବ ନାଏକଙ୍କ ନେତୃତ୍ୱରେ କର୍ମଚାରୀମାନେ ଆସି ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ। ଏଣୁ ଡ୍ରେନ୍ର ବ୍ୟବସ୍ଥା କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। |
https://www.dharitri.com/durga-puja-is-closed-in-jagat-singhpur/ | ଜଗତ୍ସିଂହପୁରରେ ଦୁର୍ଗାପୂଜା ବନ୍ଦ
ଜଗତ୍ସିଂହପୁର ଅଫିସ, ୨୪ା୮-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାରେ ସାର୍ବଜନୀନ ଦୁର୍ଗାପୂଜା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଏନେଇ ମା’ଦୁର୍ଗା ଓ ହରପାର୍ବତୀ ମେଢ ନିର୍ମାଣ ଉପରେ ଅଙ୍କୁଶ ଲଗାଯାଇଛି । କେବଳ ଔପଚାରିକତା ପୂରଣ ପାଇଁ ମାଟି ଉଠାଯାଇ ଘଟ ପୂଜା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଜିଲାପାଳ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ସୋମବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ମାଟି ଉଠାଯିବା ସମୟରେ ବାଜା, ବାଣ କିମ୍ବା ଶୋଭାଯାତ୍ରା ଆଦି କରାଯିବ ନାହିଁ । ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଥାନପତି ମହାଦେବ କ୍ଲବ ସଭାପତି ସତ୍ୟବ୍ରତ ମହାପାତ୍ର, ଶ୍ରୀରାମ କ୍ଲବ ସଭାପତି ରନତ୍ାକର ବିଶ୍ୱାଳ, ଷୋଳପୁଅ ମା’ପୂଜା କମିଟିର ସଭାପତି ପ୍ରେମାନନ୍ଦ ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ। |
https://www.dharitri.com/under-51-thousand-active-cases/ | ୫୧ ହଜାର ତଳେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୧ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ପୁଣି ୬ ହଜାର ଉପରେ ରହିଛି। ଏହା ୬,୩୮୧ ରହିଛି। ଗୋଟିଏ ଦିନ ତଳେ ଏହା ୫,୩୬୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୬ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୫୦ ହଜାର ୩୪୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୫୦ ହଜାର ୫୯୪ ଥିଲା। ସେହିପରି ୨୪ ଘଣ୍ଟାରେ ୬ ହଜାର ୬୧୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୭ ହଜାର ୯୪ ଥିଲା।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୪ ଲକ୍ଷ ୭୮ ହଜାର ୬୩୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୨୦୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି। |
https://www.dharitri.com/guests-are-no-welcome/ | ଅତିଥିଙ୍କୁ ମିଳୁନି ଆତିଥ୍ୟ
ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ)
ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର ବଙ୍ଗଳା ରହିଛି। ହେଲେ ଆବଶ୍ୟକ ଯତ୍ନ ଅଭାବରୁ ସେଥିରୁ ଅନେକ ଜରାଜୀର୍ଣ୍ଣ ହୋଇପଡ଼ୁଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏସବୁ ବଙ୍ଗଳାରେ ଅତିଥିଙ୍କୁ ଆତିଥ୍ୟ ପ୍ରଦାନ କରିବା ଆଉ ସମ୍ଭବ ହୋଇପାରୁ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୩ଟି ବଙ୍ଗଳାରେ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି। କିଶୋରନଗରଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଅସୁରକ୍ଷିତ ହୋଇପଡ଼ିଥିବାରୁ ଏଠାକୁ ଆସୁଥିବା ଅତିଥିମାନେ ବିଶ୍ରାମ ପାଇଁ ବାମୁର ଯାଉଛନ୍ତି। ରାଜପଥ ସମ୍ପ୍ରସାରଣ ପାଇଁ ବଇଣ୍ଡା ବଙ୍ଗଳାକୁ ଭାଙ୍ଗି ଦିଆଯାଇଥିବା ବେଳେ ନୂଆକରି ନିର୍ମାଣ କରାଯାଉ ନାହିଁ। ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ବଙ୍ଗଳାର ଉନ୍ନତୀକରଣ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଆସୁଥିବା ଅତିଥି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ସଦରରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଭଗ୍ନ ଅବସ୍ଥାକୁ ଆସିଯାଇଛି। ଏଠାରେ କୌଣସି କର୍ମଚାରୀ ନ ଥିବାବେଳେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। ଦିନବେଳା ଏହା ପରିସରରେ ଗୋରୁ ପଶି ଚରାବୁଲା କରୁଛନ୍ତି। ସନ୍ଧ୍ୟାରେ ମଦ୍ୟପମାନେ ଆଡ୍ଡା ଜମାଉଛନ୍ତି। କେତେଜଣ ବ୍ୟକ୍ତି ଏହି ସରକାରୀ ଜାଗାରେ ଜବଦରଖଲ ମଧ୍ୟ ଆରମ୍ଭ କରିଛନ୍ତି। ଫଳରେ ବ୍ଲକକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ରାଜନେତା, ମନ୍ତ୍ରୀ ଓ ଅଧିକାରୀମାନେ ୮ କିଲୋମିଟର ଦୂର ବାମୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ରହଣି ପାଇଁ ଯାଉଛନ୍ତି। ସେହିପରି ବଇଣ୍ଡାଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାକୁ ୫୫ନଂ. ଜାତୀୟ ରାଜପଥ ପାଇଁ ୨୦୧୯ ଡିସେମ୍ବରରୁ ଭାଙ୍ଗି ଦିଆଯାଇଛି। ଇତିମଧ୍ୟରେ ୧୧ ମାସ ବିତିଯାଇଥିଲେ ମଧ୍ୟ ନୂତନ କୋଠା ନିର୍ମାଣ ପାଇଁ ଜାଗା ମିଳିପାରୁ ନାହିଁ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଏପରି ସରକାରୀ ଅବହେଳା ଅସନ୍ତୋଷର କାରଣ ହୋଇଛି। ଆଠମଲ୍ଲିକ ରାଜା ଠାକୁରଗଡଠାରେ ନିର୍ମାଣ କରିଥିବା ଏକ ବଙ୍ଗଳା ୨୦୧୪ରେ ପୂର୍ତ୍ତ ବିଭାଗ ଅଧୀନକୁ ଆସିଥିଲା। ତାହାର ଉନ୍ନତୀକରଣ କରାଯାଉଥିଲେ ମଧ୍ୟ ୩୧ ଲକ୍ଷ ଟଙ୍କାର କାମ ବାକି ରହିଛି। ଅର୍ଥ ମଞ୍ଜୁର ହେଉ ନ ଥିବାରୁ ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏ ସମ୍ପର୍କରେ ବଇଣ୍ଡା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ମହାଳିକ କୁହନ୍ତି, କିଶୋରନଗରଠାରେ ଥିବା ବଙ୍ଗଳା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଠାକୁରଗଡ଼ ବଙ୍ଗଳା ପାଇଁ ବଳକା ଅର୍ଥ ମଞ୍ଜୁର ହୋଇ ନ ଥିବାରୁ କାମ ଆଗେଇପାରୁନାହିଁ। ବଇଣ୍ଡାଠାରେ ନିର୍ମାଣ ହେବାକୁ ଥିବା ବଙ୍ଗଳା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଜାଗା ଯୋଗାଇ ଦିଆଯାଉ ନ ଥିବା ମହାଳିକ ପ୍ରକାଶ କରିଛନ୍ତି।
ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦିଆଯାଉ
କିଶୋରନଗର ଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାର ତଦାରଖ ହେଉ ନ ଥିବାରୁ ଏହା ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଠାକୁ ଆସୁଥିବା ଅତିଥିମାନେ ବାମୁର ବଙ୍ଗଳା ଉପରେ ନିର୍ଭର କରୁଛନ୍ତି। ତେଣୁ କିଶୋରନଗର ବଙ୍ଗଳାର ପୁନରୁଦ୍ଧାର କରାଯାଉ।
-ଓମ୍ଚାନ୍ଦ ପ୍ରଧାନ
କିଶୋରନଗର
ଷୋଳପଦାର ଗୁରୁତ୍ୱ ବଢ଼ିବ
ଠାକୁରଗଡଠାରେ ଆଠମଲ୍ଲିକ ରାଜା ନିର୍ମାଣ କରିଥିବା ବଙ୍ଗଳା ଏବେ ସରକାରଙ୍କ ଅଧୀନରେ। ଅର୍ଥ ଅଭାବ ଯୋଗୁ ଉନ୍ନତୀକରଣ ବିଳମ୍ବ ହେଉଛି। ଏହା ସମ୍ପୂର୍ଣ୍ଣ ହେଲେ ଷୋଳପଦା ଅଞ୍ଚଳର ଗୁରୁତ୍ୱ ବଢିବ। ଆଠମଲ୍ଲିକକୁ ଆସୁଥିବା ପର୍ଯ୍ୟଟକ ଠାକୁରଗଡରେ ରହିପାରିବେ।
-ଗଣେଶ୍ୱର ଖୁଣ୍ଟିଆ,
ଠାକୁରଗଡ ଗ୍ରାମ ସମ୍ପାଦକ
ସମସ୍ୟା ଜଣାଇପାରୁନାହାନ୍ତି ଲୋକେ
ଜାତୀୟ ରାଜପଥ ବିଭାଗ ଅଧୀନରେ ଥିବା ବଇଣ୍ଡା ବଙ୍ଗଳା ପୂର୍ତ୍ତ ବିଭାଗ ଅଧୀନକୁ ଯାଇଥିଲା। ଏଠାରେ ମନ୍ତ୍ରୀ ତଥା ଲୋକ ପ୍ରତିନିଧିମାନେ ଅନେକ ସମୟରେ ରହୁଥିବାରୁ ଲୋକେ ସେମାନଙ୍କୁ ଭେଟି ସମସ୍ୟା ଜଣାଇପାରୁଥିଲେ। ହେଲେ ବଙ୍ଗଳା ଭଙ୍ଗାଯିବା ପରଠାରୁ ଏହା ହୋଇପାରୁନାହିଁ।
-ରମେଶ ଟିବ୍ରୁଓ୍ବାଲା, ବଇଣ୍ଡା
ପ୍ରଶାସନ ଜମି ଯୋଗାଇ ଦେଉ
ବଇଣ୍ଡାଠାରେ ପୂର୍ତ୍ତ ବିଭାଗ ବଙ୍ଗଳା ଶୀଘ୍ର ନିର୍ମାଣ ପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜାତୀୟ ରାଜପଥ କଡରେ ଏହା ନିର୍ମାଣ ହେଲେ ବଇଣ୍ଡାର ବିକାଶ ଦିଗରେ ସହାୟ ହୋଇପାରିବ। ଶୀଘ୍ର ପ୍ରଶାସନ ଜମି ଯୋଗାଇବାକୁ ପଦକ୍ଷେପ ନେଉ।
-ଗିରିଶଚନ୍ଦ୍ର ବେହେରା, ନୁନୁକାପଶି
ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ
କିଶୋରନଗର ଠାରେ ଥିବା ବଙ୍ଗଳା ଜମି ଜବରଦଖଲ ସମ୍ପର୍କରେ ବିଭାଗ ଅବଗତ ରହିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ। ବଇଣ୍ଡା ଛକଠାରେ ଏକ ଜମିକୁ କିଛି ବ୍ୟକ୍ତି ଜବରଦଖଲ କରିଛନ୍ତି। ତାହା ମୁକ୍ତ କରାଯାଇ ଖୁବଶୀଘ୍ର ବଙ୍ଗଳା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଯୋଗାଇ ଦିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ
ତହସିଲଦାର, କିଶୋରନଗର |
https://www.dharitri.com/ଇତିହାସ-ରଚିଲା-ବାଂଲାଦେଶ/ | ଇତିହାସ ରଚିଲା ବାଂଲାଦେଶ
ଅକଲାଣ୍ଡ,୫।୧: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଂଲାଦେଶ ୮ ଉଇକେଟରେ ଜିତିଛି। ଟେଷ୍ଟ କ୍ରିକେଟରେ ପ୍ରଥମ ଥର କିୱି ଦଳ ବାଂଲାଦେଶଠାରୁ ଏକ ଟେଷ୍ଟ ମ୍ୟାଚ ହାରିଛି। ଅନ୍ୟପଟେ ବାଂଲାଦେଶ ୨୦୧୭ ପରେ ନ୍ୟୁଜିଲାଣ୍ଡରେ ଏକ ଟେଷ୍ଟ ମ୍ୟାଚ ଜିତିବାରେ ପ୍ରଥମ ଦଳ। ବାଂଲାଦେଶ ପାଇଁ ଏହି ମ୍ୟାଚରେ ୭ ଉଇିକେଟ ନେଇଥିବା ଇବାଦତ ହାସନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ। ସେ ଦ୍ୱିତୀୟ ଇନିଂସରେ ୪୬ ରନ ୬ଟି ଉଇକେଟ ନେଇଥିଲେ । ଗତ ବର୍ଷ ଜୁନ୍ରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିଅନସିପ ଜିତିଥିଲା, କିନ୍ତୁ ବର୍ତ୍ତମାନ ବାଂଲାଦେଶ ସେମାନଙ୍କୁ ପରାସ୍ତ କରି ଏକ ବଡ଼ ପରିବର୍ତ୍ତନ କରିଛି। |
https://www.dharitri.com/killing-a-friend-by-beating-him-in-the-woodshed/ | କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା
ଭୁବନେଶ୍ୱର,୧୮।୧(ବ୍ୟୁରୋ):: ପୂର୍ବଶତ୍ରୁତା ଓ ଚିକେନ ଖାଇବାକୁ ନେଇ ହୋଇଥିବା ଗଣ୍ଡଗୋଳରୁ ୨ ସମ୍ପର୍କୀୟ ଭାଇ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି। ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍କୋ ବସ୍ତିର ଆଦିବାସୀ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ସୁଶୀଲ ହେମ୍ବ୍ରମ। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ତଥା ମୃତ ସୁଶୀଲଙ୍କ ସାଙ୍ଗ ବିଶ୍ୱନାଥ କିସ୍କୁ ଓରଫ ଲୁଚାଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ତାଙ୍କ ସମ୍ପର୍କୀୟ ସାନଭାଇ ସୋନୁ ଫେରାର ଥିବାରୁ ତାଙ୍କୁ ଧରିବାକୁ ଚଢାଉ ଚାଲିଥିବା ଥାନାଧିକାରିଣୀ ପ୍ରିୟଦର୍ଶିନୀ ନନ୍ଦ କହିଛନ୍ତି। ଏନେଇ ଥାନାରେ ଦଫା ୩୦୨ରେ ହତ୍ୟା ମାମଲା (ନଂ.୧୧/୨୦୨୩) ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ମୃତ ସୁଶୀଲଙ୍କ ଘରକୁ ଖବର ଦିଆଯାଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ପରିବାର ଲୋକେ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ଲୋକ ଓ ପୋଲିସ ସୂଚନାନୁଯାୟୀ, ମୃତକ ସୁଶୀଲ ଓ ଗିରଫ ଅଭିଯୁକ୍ତ ବିଶ୍ୱନାଥ ଦୁଇଜଣ ସାଙ୍ଗ। ଉଭୟଙ୍କ ଘର ମୟୂରଭଞ୍ଜରେ ହୋଇଥିବାବେଳେ ସେମାନେ ଭୁବନେଶ୍ୱର ଇଡ୍କୋ ବସ୍ତିର ଆଦିବାସୀ ସାହିରେ ପାଖାପାଖି ରହି ଶ୍ରମିକ କାମ କରନ୍ତି। କାମକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା। ରବିବାର ସୁଶୀଲ ଘରେ ଚିକେନ ରୋଷେଇ କରି କାମକୁ ଯାଇଥିଲେ। ବିଶ୍ୱନାଥଙ୍କ ପାଖରେ ରହୁଥିବା ସମ୍ପର୍କୀୟ ସାନଭାଇ ସୋନୁ ତାଙ୍କ ଘରେ ପଶି ସବୁ ଚିକେନ ତରକାରି ଖାଇ ଦେଇଥିଲେ। ସୁଶୀଲ ଘରକୁ ଫେରି ବିଶ୍ୱନାଥଙ୍କଠାରୁ ଜାଣିବା ପରେ ରାଗି ଯାଇଥିଲେ। ପୂର୍ବ ବିବାଦ ଓ ଚିକେନ ତରକାରି ଖାଇବାକୁ ନେଇ ସୁଶୀଲ ଓ ବିଶ୍ୱନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉକ୍ତ କଥାକୁ ନେଇ ସୋମବାର ବିଶ୍ୱନାଥ ଓ ତାଙ୍କ ସମ୍ପର୍କୀୟ ସାନଭାଇ ସୋନୁ ସ୍ଥାନୀୟ ପଡିଆକୁ ଡାକି ସୁଶୀଲଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ବିଶ୍ୱନାଥ ଓ ସୋନୁ ଆହୁରି ଉତ୍ତ୍ୟକ୍ତ ହୋଇପଡିବା ସହ ହତ୍ୟା ଯୋଜନା କରିଥିଲେ। ସୁଶୀଲ ଘରେ ଶୋଇଥିବାବେଳେ ମଙ୍ଗଳବାର ଭୋର ୩ଟାରୁ ୫ ଭିତରେ ବିଶ୍ୱନାଥ ଓ ସୋନୁ ପହଞ୍ଚତ୍ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଏକାଧିକ ଥର ପିଟି ଫେରାର ହୋଇଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବା ସହ ଚେତାଶୂନ୍ୟ ଅବସ୍ଥାରେ ବିଛଣାରେ ସେମିତି ପଡି ରହିଥିଲେ। ସୁଶୀଲଙ୍କ ସହଯୋଗୀ କାମକୁ ଯିବାକୁ ଡାକିବାକୁ ଆସି ଏହା ଦେଖି ଆଖପାଖ ଲୋକଙ୍କୁ ପାଟିକରି ଡାକିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ନୟାପଲ୍ଲୀ ଓ ପରେ ମୈତ୍ରୀ ବିହାର ଥାନାକୁ ଜଣାଇବା ସହ ଆମ୍ବୁଲାନ୍ସ ଯୋଗେ ସୁଶୀଲଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୋନ-୫ ଏସିପି ସଞ୍ଜୀବ ଶତପଥୀ ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ସୁଶୀଲଙ୍କ ଘରକୁ ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ ଟିମ୍ ଫିଙ୍ଗର ପ୍ରିଣ୍ଟ ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ମୈତ୍ରୀବିହାର ଥାନାରେ ଏହା ପ୍ରଥମ ହତ୍ୟାକାଣ୍ଡ ମାମଲା ବୋଲି ଜଣାପଡିଛି। |
https://www.dharitri.com/ବିପର୍ଯ୍ୟୟ-କାରଣ-ନେଇ-୩୦ରେ-ଆ/ | ବିପର୍ଯ୍ୟୟ କାରଣ ନେଇ ୩୦ରେ ଆଲୋଚନା
ଭୁବନେଶ୍ୱର,୨୮।୫(ବ୍ୟୁରୋ): କଂଗ୍ରେସ ପ୍ରଦର୍ଶନ ଖରାପ ହେବାପରେ ରାଜ୍ୟରେ ଦଳୀୟ ନେତାମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ବାପ-ପୁଅ ରାଜନୀତି କଥା ଉଠାଇ ରବିବାର ବରିଷ୍ଠ ନେତା କାହ୍ନୁ ଲେଙ୍କା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଥିଲେ। ହେଲେ ନିରଞ୍ଜନ କଥା ବୁଲାଇ ଆଉ ଗୋଟିଏ ତଥ୍ୟ ରଖୁଛନ୍ତି। ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଏଆଇସିସି ଓ ଜିଲା କମିଟି ପ୍ରାର୍ଥୀ କରିଥିବା ନିରଞ୍ଜନ କହିଛନ୍ତି। ହେଲେ କେବଳ ନିରଞ୍ଜନ ନୁହନ୍ତି ଦଳର ଆହୁରି ଅନେକ ନେତାଙ୍କ ପରିବାର ପିଛା ଦୁଇ ଦୁଇଟା ଟିକେଟ ମିଳିଲା। ନରସିଂହ ମିଶ୍ର ଏବଂ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଜର୍ଜ ତିର୍କୀ ଓ ରାଜେଶ ଜୋଶେଫ ତିର୍କୀ, ଅନନ୍ତ ସେଠୀ ଝିଅ ମଧୁମିତା ସେଠୀ, ଭକ୍ତ ଦାସ ପୁଅ ସାଗର ଦାସ ଏଥର ଟିକେଟ ନେଇ ନିର୍ବାଚନ ଲଢିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତ ପ୍ରାର୍ଥୀ ହାରିଥିବା ବେଳେ କେବଳ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ପୂର୍ବରୁ ଏନେଇ ଦଳ ଭିତରୁ ବହୁ ନେତା ପ୍ରଶ୍ନ ଉଠାଇଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପ୍ରକାଶ ପାଇବାପରେ ପାରିବାରିକ ରାଜନୀତି କଥାକୁ ନେଇ ନିରଞ୍ଜନଙ୍କ ବିରୋଧରେ ବିରୋଧୀ ସିଧାସିଧା ଅଭିଯୋଗ କଲେଣି।
ଅପରପକ୍ଷରେ ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କାରଣ ଖୋଜିବାକୁ ପିସିସି ସଭାପତି ଏକ ୨୧ଜଣିଆ କମିଟି ଗଠନ କରିଛନ୍ତି। ନରସିଂହ ମିଶ୍ରଙ୍କୁ କମିଟି ଅଧ୍ୟକ୍ଷଭାବେ ଦାୟିତ୍ୱ ଦିଆଯାଇଛି। କିନ୍ତୁ ୩୦ତାରିଖରେ ଏଆଇସିସିର ଏକ ଟିମ୍ ଏହି ପ୍ରସଙ୍ଗକୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ। ବୈଠକରେ ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ, ଟି.ଏସ୍ ସିଂ ଦେଓ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ବିଜୟୀ ଓ ପରାଜିତ ପ୍ରାର୍ଥୀମାନେ ମଧ୍ୟ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ସେଦିନ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ବଛାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି। ହେଲେ ଏସବୁ କାର୍ଯ୍ୟକ୍ରମକୁ ଦଳର ବହୁ ବରିଷ୍ଠ ନେତା ସମାଲୋଚନା କରିବା ଆରମ୍ଭ କଲେଣି। ନିରଞ୍ଜନଙ୍କ ଭୁଲ୍ ତ୍ରୁଟିକୁ ଘୋଡାଇବା ପାଇଁ ଏଭଳି ବାହାନା କରାଯାଉଥିବା କିଛି ନେତା କହିଲେଣି। ଅନ୍ୟପଟେ କାରଣ ଖୋଜିବା ପାଇଁ ଗଠନ କରାଯାଇଥିବା ୨୧ ଜଣିଆ କମିଟିକୁ ମଧ୍ୟ ସମସ୍ତେ ବିଶ୍ୱାସକୁ ନେଇପାରୁ ନାହାନ୍ତି। ହେଲେ ଆସନ୍ତା ୩୦ରେ ହେବାକୁ ଥିବା ବୈଠକରେ ଦଳୀୟ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେବାରେ ଲାଗିଛି।
ଦଳର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଦଳର ପ୍ରଦର୍ଶନ କାହିଁକି ଏତେ ଖରାପ ହେଲା ସେନେଇ ଖୋଲାଖୋଲି ଭାବେ ଆଲୋଚନା ହେଉ। କ’ଣ ତ୍ରୁଟି ରହିଲା ତାର ସମୀକ୍ଷା ହେବା ଆବଶ୍ୟକ। ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ନେତାଙ୍କ ମଧ୍ୟରୁ କେତେଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ତେବେ ସମୀକ୍ଷା ପୂର୍ବରୁ ପିସିସି ସଭାପତି ପଦ ନିରଞ୍ଜନ କାହିଁକି ଛାଡିଲେ ସେକଥା ସ୍ପଷ୍ଟ ହେବା ଆବଶ୍ୟକ। ତାଙ୍କ ଇସ୍ତଫା କଥା କେହି ଦାବି କରି ନାହାନ୍ତି, ଦଳର ଭୁଲ୍କୁ ଖୋଜି ତା’ର ସମାଧାନ କଥା କହିଥିଲୁ ବୋଲି ଛାଡିଛନ୍ତି। ବରିଷ୍ଠ ନେତା ଅନନ୍ତ ସେଠୀଙ୍କ କହିବା କଥା, ପିସିସି ସଭାପତି ଇସ୍ତଫା ଦେବାପରେ କୌଣସି କମିଟିରେ ଆମେ ନାହୁଁ। ଦଳ ବିରୋଧରେ ଏବେ ବହୁତ କଥା ଚର୍ଚ୍ଚା ହେବ। ଆଗକୁ କ’ଣ ହେଉଛି ତାହା ଦେଖିବା ଦରକାର। ବୈଠକ ହେବା ନେଇ କୌଣସି ଖବର ତାଙ୍କ ପାଖରେ ନ ଥିବା ଅନନ୍ତ କହିଛନ୍ତି।
ଏସବୁ ମଧ୍ୟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସ ଯେଉଁ ରଣନୀତିରେ ନିର୍ବାଚନ ଲଢିଛି ତାହା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବା ଆବଶ୍ୟକ। ଲୋକମାନେ ଏବେ ପ୍ରଲୋଭନର ଶିକାର ହେଲେଣି। କଂଗ୍ରେସର ଭୋଟ୍ ପ୍ରତିଶତ କମିବା ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ନଚେତ୍ ଦଳକୁ ଆହୁରି ନେତା ଓ କର୍ମୀ ଚାଲିଯିବେ ବୋଲି ପ୍ରଦୀପ କହିଛନ୍ତି। |
https://www.dharitri.com/the-whole-country-is-with-you-said-sunak-to-kate-middleton/ | ଭାବୁକ ହେଲେ କେଟ ମିଡଲଟନ, ସୁନକ କହିଲେ ପୁରା ଦେଶ ଆପଣଙ୍କ ସହ ଅଛି
ଲଣ୍ଡନ,୧୫।୬: ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ପତ୍ନୀ ୱେଲ୍ସ ରାଜକୁମାରୀ କେଟ ମିଡଲଟନ କର୍କଟ ରୋଗ ସହ ଲଢୁଛନ୍ତି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ନିକଟରେ ଏକ ଖବର ଆସିଥିଲା ଯେ ତାଙ୍କ ସ୍ବାସ୍ଥ୍ୟ ହେତୁ ସେ ରାଜକୀୟ କାର୍ଯ୍ୟକୁ ଫେରି ନ ପାରନ୍ତି। ତେବେ ଏହି ସମୟରେ ରାଜକୁମାରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ। ସେ କହିଛନ୍ତି ଯେ ସେ କେମୋଥେରାପି ନେଉଛନ୍ତି, ଯେଉଁଥିପାଇଁ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି।
ଏହି ବର୍ଷ ଆରମ୍ଭରେ, କେଟ ତାଙ୍କ କର୍କଟ ବିଷୟରେ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଏକ ନୂତନ ଅପଡେଟ ଦେଇଛନ୍ତି। ଟୁଇଟରରେ ଦି ପ୍ରିନ୍ସ ଏବଂ ରାଜକୁମାରୀ ଅଫ ୱେଲ୍ସର ଅଫିସିଆଲ ହ୍ୟାଣ୍ଡେଲରେ ଶେୟାର କରାଯାଇଥିବା ଏକ ବିବୃତ୍ତିରେ ସେମାନେ କହିଛନ୍ତି ଯେ ସେମାନଙ୍କ ଅବସ୍ଥା ସୁଧୁରୁଛି। ସେ କହିଛନ୍ତି, ‘ମୁଁ ଚିକିତ୍ସା କରୁଛି। ଏହା ଆଉ କିଛି ମାସ ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଅନେକ ଲୋକ କେଟ ମିଡଲଟନଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ରାଜକୁମାରୀଙ୍କ ବାର୍ତ୍ତା ବିଶେଷ ଭାବରେ ସେହି ଲୋକ କିମ୍ବା ସେମାନଙ୍କ ପରିବାର ପାଇଁ ପ୍ରେରଣାଦାୟକ ଯେଉଁମାନେ କର୍କଟ ରୋଗ ସହ ସଂଗ୍ରାମ କରୁଛନ୍ତି।
ୱେଲ୍ସର ରାଜକୁମାରୀ କହିଛନ୍ତି ଯେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି। କିନ୍ତୁ ସେ ସଂପୂର୍ଣ୍ଣ ବିପଦରୁ ବାହାରି ନାହାଁନ୍ତି। ସେ ନିଜ ସ୍ବାସ୍ଥ୍ୟ ଯାତ୍ରାରେ ଭଲ ଦିନ ଏବଂ ଖରାପ ଦିନର ଅସ୍ତିତ୍ୱକୁ ସାହସର ସହିତ ସ୍ବୀକାର କଲେ। ସେ କହିଥିଲେ ଯେ ଖରାପ ଦିନରେ ତୁମେ ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରୁଛ। ଆପଣଙ୍କୁ ବିଶ୍ରାମ କରିବାକୁ ପଡିବ । କିନ୍ତୁ ଭଲ ଦିନରେ ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି। ଆପଣ ଭଲ ଅନୁଭବ କରିବାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଚାହୁଁଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପରିବାର ସହିତ ରାଜାଙ୍କ ଜନ୍ମଦିନ ପରେଡରେ ଯୋଗଦେବାକୁ ଅପେକ୍ଷା କରିଛନ୍ତି। ସେ ଶେଷରେ ଲେଖିଛନ୍ତି, ତୁମର ଅବିରତ ବୁଝାମଣା ପାଇଁ ଏବଂ ତୁମକୁ ସମସ୍ତଙ୍କୁ ବହୁତ ସାହସ, ଯେଉଁମାନେ ସାହସର ସହିତ ସେମାନଙ୍କର କାହାଣୀ ମୋ ସହିତ ଶେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ସୁନକ ଏକ୍ସରେ ଲେଖିଛନ୍ତି: ‘ୱେଲ୍ସର ରାଜକୁମାରୀ କ୍ୟାନ୍ସର ସହ ଲଢୁଥିବା ସେହି କିମ୍ବା ସେମାନଙ୍କ ପରିବାର ପାଇଁ ବିଶେଷ ପ୍ରେରଣାଦାୟକ। ସେମାନେ ତାଙ୍କ ଶବ୍ଦରେ ସମାନ ସଂଘର୍ଷକୁ ଚିହ୍ନିବେ ଏବଂ ତାଙ୍କ ଶକ୍ତିରୁ ଆଶା ଏବଂ ପ୍ରେରଣା ପାଇବେ। ମୁଁ ଜାଣେ ସମଗ୍ର ଦେଶ ତାଙ୍କ ସହିତ ଅଛନ୍ତି। |
https://www.dharitri.com/ନିଆରା-ମଣିଷ-ଟ୍ରାଫିକ୍ରେ-ଛ/ | ନିଆରା ମଣିଷ, ଟ୍ରାଫିକ୍ରେ ଛିଡା ହୋଇ ଜନହିତକର ସନ୍ଦେଶ ବାଣ୍ଟୁଛନ୍ତି କ୍ରିଷ୍ଣା
ଆଜିର ଜଞ୍ଜାଳମୟ ଜୀବନ ଭିତରେ ମଣିଷ ଏବେ ସ୍ବାର୍ଥପର ହୋଇଯାଇଛି। ନିଜ କଥା ବ୍ୟତୀତ ଆଉ କାହା ବିଷୟରେ ଚିନ୍ତା କରିବାକୁ ତା’ପାଖରେ ସମୟ ନାହଁି। କିନ୍ତୁ ଏଭଳି ଭିଡ଼ ଭିତରେ କିଛି ମଣିଷ ଥାନ୍ତି, ଯେଉଁମାନେ ଅନ୍ୟର ସୁଖଦୁଃଖ, ବିପଦଆପଦରେ ଛିଡ଼ାହେବା ସହ ନିଜ ଜୀବନକୁ ଉତ୍ସର୍ଗ କରିଦିଅନ୍ତି। ସେମାନଙ୍କୁ କୁହାଯାଏ ରିୟଲ୍ ହିରୋ। ଆଉ ଏହି ରିୟଲ୍ ହିରୋ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ରିଷ୍ଣା ଦାସ। ଦୀର୍ଘବର୍ଷ ହେବ ସେ ମୁମ୍ବାଇର ବ୍ୟସ୍ତବହୁଳ ଜୁହୁ ସର୍କଲ ସିଗ୍ନାଲରେ ନିଆରା ସାଧନା କରୁଛନ୍ତି। ଖରା ହେଉ କି ବର୍ଷା କ୍ରିଷ୍ଣା ହାତରେ ପୋଷ୍ଟର ଧରି ଛିଡ଼ା ହୋଇଥାନ୍ତି। ଏଥିରେ ମାନବତା ସହ ଜଡ଼ିତ କିଛି ନା କିଛି ସନ୍ଦେଶ ରହିଥାଏ। ଅସହିଷ୍ଣୁତା ବଢୁଥିବା ବର୍ତ୍ତମାନ ସମୟରେ ତାଙ୍କ ଦ୍ୱାରା ଯେଉଁ ସନ୍ଦେଶ ଲୋକଙ୍କୁ ମିଳିଥାଏ ତା’ର ଗଭୀର ପ୍ରାସଙ୍ଗିକତା ରହିଛି। ଏହାକୁ ପଢ଼ି ଅନେକ ଲୋକ ନିଜକୁ ବଦଳାଉଥିବାର ନଜରକୁ ଆସିଲାଣି। ତାଙ୍କ ସନ୍ଦେଶ ମଧ୍ୟରୁ ଗୋଟିଏ ହେଲା ‘ନିଜ ଧର୍ମ ପାଳନ କର, ସମସ୍ତଙ୍କୁ ଭଲପାଅ’। ଏଥିପାଇଁ ସେ କାହାରିଠୁ ଆର୍ଥିକ ସାହାଯ୍ୟ ମଧ୍ୟ ନିଅନ୍ତି ନାହଁି। ସନ୍ଦେଶ ପ୍ରେରଣକୁ ଜୀବନର ଏକ ମୁଖ୍ୟ ଦାୟିତ୍ୱ ବୋଲି ସେ ଧରିନେଇଛନ୍ତି। |
https://www.dharitri.com/muslim-groom-on-bulldozer-with-baraati-for-nikah-in-bahraich-uttar-paradesh-people-hooting-baba-ki-jai/ | ବୁଲଡୋଜରରେ ବସି କନ୍ୟାଙ୍କୁ ନେବାକୁ ଆସିଲେ ବର
ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶର ବାହରାଇଚ ଜିଲାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବିବାହରେ ବର କନ୍ୟାଙ୍କୁ ନେବା ପାଇଁ ସବାରୀ କିମ୍ବା କାର୍ ନେଇ ଆସିଥାନ୍ତି। କିନ୍ତୁ ବାହରାଇଚ୍ ଜଣେ ମୁସଲମାନ ଯୁବକ ନିଜ ଭାବି ସ୍ତ୍ରୀଙ୍କୁ ନେବା ପାଇଁ ବୁଲଡୋଜର ଯୋଗେ ଆସିଥିଲେ।
ବାହରାଇଚ ଜିଲାର ଶଙ୍କରପୁରର ବାସିନ୍ଦା ସଲିମଙ୍କ ଝିଅ ରୁବିନାଙ୍କ ବିବାହ ଆଲା ଗ୍ରାମର ବାଦଶାହାଙ୍କ ସହ ସ୍ଥିର ହୋଇଥିଲା। ଶନିବାର ବାଦଶାହ ବୁଲଡୋଜର ଯୋଗେ ରୁବିନାଙ୍କୁ ନେବାକୁ ପହଞ୍ଚିଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଏକାଠି ହୋଇଥିଲେ। ଲୋକେ ‘ବୁଲଡୋଜର ବାବା କି ଜୟ’ର ସ୍ଲୋଗାନ ଦେଇଥିଲେ।
ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଭାଜପା ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରତୀକ ପାଲଟିଛି ‘ବୁଲଡୋଜର’। ଯୋଗୀ ଆଦିତ୍ୟନାଥଙ୍କ ‘ବୁଲଡୋଜର ନୀତି’ର କ୍ରେଜ ଯୋଗୁ ତାଙ୍କୁ ‘ବୁଲଡୋଜର ବାବା ’ନାମ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରରେ ଅନେକ ମାଫିଆ ନେତା ଏବଂ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗକାରୀମାନେ ବୁଲଡୋଜରର ଶିକାର ହୋଇଛନ୍ତି। |
https://www.dharitri.com/emphasis-on-the-use-of-hydrogen-fuel/ | ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାରକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୨୭।୪: ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାରକରି ଇସ୍ପାତ ତିଆରି କରିବା ସହ ଇସ୍ପାତ ଶିଳ୍ପର ବିକାଶ କରାଯାଇପାରିବ। ଏପରିକି ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଦ୍ୱାରା ଆୟୋଜିତ ଷ୍ଟିଲ୍ ମେକିଂରେ ଭାରତର ଭବିଷ୍ୟତ ଶୀର୍ଷକ ବିଷୟର ଆଲୋଚନାଚକ୍ରକୁ ସମ୍ବୋଧିତକରି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର(ଜେଏସ୍ପି)ର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା କହିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ଆୟୋଜିତ ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଝା କହିଥିଲେ, ନୂତନ ଜ୍ଞାନକୌଶଳର ବିକାଶ ସହିତ ଇସ୍ପାତ ଶିଳ୍ପରେ କୋଇଲା ଉପରେ ନିର୍ଭରଶୀଳତା ଶୀଘ୍ର ଦୂରହେବ। ସେହିଭଳି ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଶିଳ୍ପନୀତିକୁ ପ୍ରଶଂସାକରି ସେ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଶିଳ୍ପସଂସ୍ଥାଗୁଡ଼ିକ ଦ୍ବାରା ଇସ୍ପାତ ବ୍ୟବହାର ପାଇଁ ପୁଞ୍ଜି ପ୍ରୋତ୍ସାହନ ଦେଇଥାଏ। ସେହିପରି ଜେଏସ୍ପି ଦ୍ବାରା ପରିବେଶ ଅନୁକୂଳ ପଦ୍ଧତିରେ ଇସ୍ପାତ ଉତ୍ପାଦନ ସମ୍ପର୍କରେ ସେ କହିଥିଲେ, ଜେଏସ୍ପି ଦ୍ବାରା ବ୍ୟବହୃତ କୋଲ୍ ଗ୍ୟାସିଫିକେଶନ-ସିଜିପି ପଦ୍ଧତି ଏକ ସଫଳ ଜ୍ଞାନକୌଶଳ। ଏପରିକି ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହାର କରାଉଥିବା ସିନ୍ଥେଟିକ ଗ୍ୟାସ୍ ସହିତ ଗ୍ୟାସିଫିକେଶନ ଅଏଲ, ଟାର୍, ଅମୋନିଆ ଏବଂ ଫିନୋଲ ନାପଥା ଆଦି ଉତ୍ପାଦ ମଧ୍ୟ କୋଲ୍ ଗ୍ୟାସିଫିକେଶନ ପଦ୍ଧତିରେ ମିଳିଥାଏ। ଯଦିଓ ଇସ୍ପାତ ଶିଳ୍ପରେ ଅଧିକ ଶକ୍ତି ବ୍ୟବହାର ହୋଇଥାଏ, ତେବେ ଶକ୍ତି ପ୍ରୟୋଗର ଦକ୍ଷତା ବୃଦ୍ଧି ଏବଂ ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ବିଭିନ୍ନ ଉପାୟ ଆସିଲାଣି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଡ. ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସେଲ୍ର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପାଣ୍ଡେ, ପୂର୍ବତନ କେନ୍ଦ୍ର ସଚିବ ଅରୁଣ ରଥ, ଓଇଆର୍ସିର ପୂର୍ବତନ ଅଧ୍ୟକ୍ଷ ୟୁ.ଏନ୍. ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ୧୫୦ରୁ ଅଧିକ ବ୍ୟବସାୟୀ ଏବଂ ବରିଷ୍ଠ ପ୍ରଫେସନାଲ ଅଂଶଗ୍ରହଣ କରିଥିଲେ। |
https://www.dharitri.com/the-capital-cemetery-will-get-a-new-look/ | ନୂଆ ରୂପ ପାଇବ ରାଜଧାନୀ ଶ୍ମଶାନ
ଭୁବନେଶ୍ୱର,୧୦।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ୬୭ ୱାର୍ଡରେ ଥିବା ସମସ୍ତ ଶ୍ମଶାନକୁ ନୂଆ ରୂପ ମିଳିବ। ଭୁବନେଶ୍ବର ମହାନଗର ନିଗମ (ବିଏମସି) ଦ୍ବାରା ଏ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଶ୍ମଶାନର ପାଚେରି ନିର୍ମାଣ କରାଯିବା ସହ ଶବ ଦାହ ଗୃହ, ପେଣ୍ଡାଲ, ପାଣି ବ୍ୟବସ୍ଥା, ଶୌଚାଳୟ ସହ ବସିବା ସ୍ଥାନ ରହିବ। ଏହା ସହ ପ୍ରତ୍ୟେକ ଶ୍ମଶାନରେ ଚାରା ରୋପଣ କରାଯିବ। ୱାର୍ଡ ଅଫିସର ନିଜ ନିଜ ୱାର୍ଡରେ ଥିବା ଶ୍ମଶାନ ବୁଲିବା ସହ ତା’ର ସ୍ଥିତି ଯାଞ୍ଚ କରିବାକୁ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଲାଗି ବିଏମ୍ସି ନିରନ୍ତର ତା’ର ଉଦ୍ୟମ ଚଲାଇଥିବା କମିଶନର କହିଛନ୍ତି। ମୁଖ୍ୟ କଥା ହେଲା ନିକଟରେ କିଛି ଗ୍ରାମ ପଞ୍ଚାୟତ ବିଏମ୍ସିରେ ସାମିଲ ହୋଇଛି। ପୂର୍ବରୁ ଯେହେତୁ ତାହା ପୌରାଞ୍ଚଳରେ ସାମିଲ ହୋଇ ନ ଥିଲା। ସେଠାରେ ସହରୀ ସେବା ସହ ସହରି ଭିତ୍ତିଭୂମିର ବିକାଶ ଠିକ୍ ଭାବେ ହୋଇପାରି ନ ଥିଲା। ନୂଆ କରି ସାମିଲ ହୋଇଥିବା ଅଞ୍ଚଳଗୁଡ଼ିକ ଡ୍ରେନ, ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ସହ ବିଏମ୍ସିଠୁ ମିଳୁଥିବା ସବୁ ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମୁକ୍ତା ଯୋଜନା ଅଧୀନରେ ଏହି ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଯାଇଛି।
ସେପଟେ ସହରର ପ୍ରମୁଖ ଶ୍ମଶାନଗୁଡ଼ିକ ସ୍ଥିତି ମଧ୍ୟ କିଛି ଖାସ୍ ନାହିଁ। କୋଭିଡ୍ ସମୟରେ କିଛି ଶ୍ମଶାନର ପୁନରୁଦ୍ଧାର କରାଯାଇଥିଲା। ରାଜଧାନୀ ଭୁବନେଶ୍ବରରେ ହିଁ ମୃତ କୋଭିଡ ରୋଗୀଙ୍କର ଶବ ଦାହ କରାଯାଉଥିଲା। ଏଥିଲାଗି ସତ୍ୟନଗର, ଆଇଗିଣିଆ, ସୁନ୍ଦରପଦା, ପଟିଆ ଭଳି କିଛି ପ୍ରମୁଖ ଶ୍ମଶାନର ପୁନରୁଦ୍ଧାର କରାଯାଇ ଗ୍ୟାସ ଚୁଲା ଲଗାଯାଇଥିଲା, ହେଲେ ସମୟାନୁକ୍ରମେ ଏବେ ଉକ୍ତ ଶ୍ମଶାନ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ବିଏମସି ପକ୍ଷରୁ ଶ୍ମଶାନ ପୁନରୁଦ୍ଧାର କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ୱାର୍ଡ ଅଫିସରଙ୍କୁ ନିଜ ନିଜ ୱାର୍ଡରେ ଥିବା ଶ୍ମଶାନ ସଂଖ୍ୟା ପ୍ରଦାନ କରିବା ସହ ତା’ର ବର୍ତ୍ତମାନ ସ୍ଥିତିର ଫଟୋ ଉଠାଇ ଦାଖଲ କରିବାକୁ କୁହାଯାଇଥିଲା। ଗୁରୁବାର କେତେଜଣ ଓ୍ବାର୍ଡ ଅଫିସର ସେମାନଙ୍କ ଓ୍ବାର୍ଡରେ ଥିବା ଶ୍ମଶାନର ସ୍ଥିତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ସହରର ପ୍ରମୁଖ ୱାର୍ଡଗୁଡ଼ିକ ଗ୍ୟାସ ଚୁଲା ଯୁକ୍ତ ଶ୍ମଶାନ ନିର୍ମାଣ ହେବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ପୌର ନିର୍ବାଚନ ପରଠାରୁ ପ୍ରତ୍ୟେକ ୱାର୍ଡରେ ଏକାଧିକ ବିକାଶମୂଳକ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ନୂଆ ଡ୍ରେନ, ମିନି ପାର୍କ, ପେଭର ବ୍ଲକ ପକ୍କା ରାସ୍ତା ଆଦିର ନିର୍ମାଣ ଜାରି ରହିଥିବାବେଳେ ସବୁ ୱାର୍ଡରେ ନେବରହୁଡ ମାର୍କେଟ କରାଯିବାକୁ ପ୍ରସ୍ତାବ ରହିଛି। ଜାତୀୟ ସ୍ତରରେ ଭୁବନେଶ୍ବରକୁ ଶୀର୍ଷରେ ପହଞ୍ଚାଇବା ଲାଗି ବିଏମ୍ସି ତା’ର ନାଗରିକଙ୍କୁ ଅପିଲ କରିଛି। ସହରକୁ ସ୍ବଚ୍ଛ ରଖିବାକୁ ବିଏମ୍ସି ନାଗରିକଙ୍କୁ ଅନୁରୋଧ କରିଛି। |
https://www.dharitri.com/the-states-textile-ministers-car-accident-and-the-motorcyclist-was-seriously-injured/ | ରାଜ୍ୟ ବୟନଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ବାଇକ୍ ଚାଳକ ଗୁରୁତର
କୋରାପୁଟ, ୭ା୨: କୋରାପୁଟ-ବୋରିଗୁମ୍ମା ଭାୟା ରାଣୀଗଡ଼ ୩୨୬ ନମ୍ବର ରାଜପଥ ଛର୍ତଲା ନିକଟରେ ରବିବାର ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କାର ଓ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ମନ୍ତ୍ରୀଙ୍କ ଗାଡି ଚାଳକ ଆହତ ହୋଇଛନ୍ତି। କାରର ବାମ ପାର୍ଶ୍ୱ ଭାଙ୍ଗି ଯାଇଛି। ମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ମନ୍ତ୍ରୀ କୋରାପୁଟ ଆସି ଏକ ବୈଠକରେ ଯୋଗଦେଇ ଘର କୋଟପାଡ ଫେରୁଥିବା ବେଳେ ଛର୍ତଲା ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ମନ୍ତ୍ରୀ ୧୦୮କୁ ଫୋନ କରି ଆମ୍ବୁଲାନ୍ସ ଆସିବା ପରେ ଗୁରୁତର ବାଇକ୍ ଚାଳକଙ୍କୁ ବୋରିଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। |
https://www.dharitri.com/ଜାତୀୟ-ପତାକାକୁ-ଅସମ୍ମାନ-ଅଭ/ | ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ
ଗଞ୍ଜାମ,୫।୯(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରିଥିଲା ଦେଶ l ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଲଗାଇବା ନିମନ୍ତେ ଘୋଷଣା କରାଯାଇଥିଲା। ପୁଣି ଜାତୀୟ ପତାକାକୁ ସମ୍ମାନ ଜଣାଇ ବାହାର କରିବାକୁ ସ୍ଥାନୀୟ ଏନଏସି ପ୍ରଶାସନ ମାଇକ ଦ୍ୱାରା ମଧ୍ୟ ପ୍ରଚାର କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୫ ପାଳନକୁ ୧୫ ଦିନରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିଲେ ମଧ୍ୟ ଏନଏସି ଅଞ୍ଚଳର ଜଣେ କାଉନସିଲରଙ୍କ ଘର ଉପରେ ଅସଜଡ଼ା ଅବସ୍ଥାରେ ତ୍ରିରଙ୍ଗା ଲାଗିଥିବାର ଦେଖାଯାଇଛି। କାଉନସିଲର ଜଣଙ୍କ ପତାକାକୁ ଅସମ୍ମାନ କରିଥିବା ସାଧାରଣରେ ଅଭିଯୋଗ ହୋଇଛି। ଏସମ୍ପର୍କରେ ସମ୍ପୃକ୍ତ କାଉନସିଲରଙ୍କ ମତାମତ ମିଳି ପାରିନାହିଁ l |
https://www.dharitri.com/the-check-dam-money-fell-into-the-water/ | ପାଣିରେ ପଡ଼ିଲା ଚେକ୍ଡ୍ୟାମ ଟଙ୍କା
ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପୁଳାପୁଳା ଚେକ୍ଡ୍ୟାମ ନିର୍ମାଣ କରୁଛନ୍ତି। ମାତ୍ର ସେଗୁଡ଼ିକ ଚାଷୀଙ୍କ କାମରେ ଆସୁନାହିଁ। ବର୍ଷାଦିନେ ବି ପାଣି ଟୋପାଏ ରହୁନାହିଁ। ଚେକ୍ଡ୍ୟାମ ନିର୍ମାଣ କରି ବିଭାଗୀୟ ଅଧିକାରୀ, ଠିକାଦାର ମାଲାମାଲ ହେଉଛନ୍ତି । ମାତ୍ର ଚାଷ ଜମିକୁ ଟୋପାଏ ପାଣି ମିଳୁନି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନ୍ଆରଇଜିଏସ୍) ଅର୍ଥରେ ନିର୍ମାଣ କରାଯାଇଥିବା ଚେକ୍ଡ୍ୟାମଗୁଡ଼ିକ ଅକାମୀ ହୋଇ ପଡ଼ିରହିଛି। ଉପଯୁକ୍ତ ଯୋଜନାର ଅଭାବ, ଅନୁପଯୁକ୍ତ ଜାଗା ଚୟନ, ତ୍ରୁଟିପୂର୍ଣ୍ଣ ପରିକଳ୍ପନା ଏବଂ ଚେକ୍ଡ୍ୟାମ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚେକ୍ଡ୍ୟାମ ନିର୍ମାଣରେ ବ୍ୟୟ କରାଯାଇଥିବା ୨.୩୩ କୋଟି ଟଙ୍କା ପାଣିରେ ପଡ଼ିଛି। ବିଧାନସଭାରେ ଉପସ୍ଥାପନ କରାଯାଇଥିବା କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି।
ଏମ୍ଜିଏନ୍ଆରଇଜିଏସ୍ରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ସହ ଚାଷ ଜମିକୁ ଜଳସେଚନ କରିବା ଏହି ଚେକ୍ଡ୍ୟାମ ନିର୍ମାଣର ମୂଳ ଉଦ୍ଦେଶ୍ୟ ଥିଲା । ଚେକ୍ଡ୍ୟାମ ନିର୍ମାଣ କରିବାକୁ ୨୦୧୨ରେ ରାଜ୍ୟର ସମସ୍ତ ନିର୍ବାହୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅଧିକାରୀମାନେ ଚେକ୍ଡ୍ୟାମ ନିର୍ମାଣ କରିବା ପୂର୍ବରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଷ ଜମିକୁ ଦୃଷ୍ଟି ଦେଇନାହାନ୍ତି। ଏଥିସହିତ ଉପଯୁକ୍ତ ଜାଗା ଚୟନ, ଚେକ୍ଡ୍ୟାମ ନକ୍ସା ପ୍ରସ୍ତୁତ କରିବା ସମୟରେ କ୍ଷୁଦ୍ର ଜଳସେଚନ ଡିଭିଜନର ଯନ୍ତ୍ରୀମାନଙ୍କ ସହିତ ପରାମର୍ଶ ମଧ୍ୟ ନେଇନାହାନ୍ତି। ଚେକ୍ଡ୍ୟାମଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ କୃଷକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
୨୦୧୮ରୁ ୨୦୨୦ ମଧ୍ୟରେ ସିଏଜି ୭ଟି ପଞ୍ଚାୟତ ସମିତି ଅନ୍ତର୍ଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଏବଂ ୨ଟି ଗ୍ରାମ ପଞ୍ଚାୟତର ନଥିପତ୍ରର ସମୀକ୍ଷା କରିଥିଲେ। ୨୦୦୯ରୁ ୨୦୧୮ ମଧ୍ୟରେ ଏମ୍ଜିଏନ୍ଆରଇଜିଏସ୍ରେ ୩.୧୩ କୋଟି ଟଙ୍କା ବ୍ୟୟରେ ୪୮ଟି ଚେକ୍ଡ୍ୟାମ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ୨୦୧୮ ମାର୍ଚ୍ଚ ସୁଦ୍ଧା ୨.୪୮ କୋଟି ଟଙ୍କା ବ୍ୟୟରେ ୩୭ଟି ଚେକ୍ଡ୍ୟାମ ନିର୍ମାଣ ହୋଇଥିଲା। ଏଥିସହିତ ୧୧ଟି ଚେକ୍ଡ୍ୟାମରେ ୩୦.୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ରହିଥିଲା। ୨.୦୩ କୋଟି ଟଙ୍କା ବ୍ୟୟରେ ନିର୍ମିିତ ହୋଇଥିବା ୩୭ଟି ଚେକ୍ଡ୍ୟାମ ମଧ୍ୟରୁ ୩୦ଟିର ଅଡିଟ କରାଯାଇଥିଲା। ଅଡିଟରୁ ଦେଖିବାକୁ ମିଳିଥିଲା ଯେ ଉକ୍ତ ଚେକ୍ଡ୍ୟାମଗୁଡ଼ିକ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ନ ହୋଇ ଶୁଖିଲା ପଡ଼ିରହିଛି। ଏପରିକି ବର୍ଷାଦିନେ ମଧ୍ୟ ସେଗୁଡ଼ିକରେ ପାଣି ରହୁନାହିଁ। ଚେକ୍ଡ୍ୟାମଗୁଡ଼ିକ ମନଇଚ୍ଛା ନିର୍ମାଣ କରାଯାଇଛି। ଚେକ୍ଡ୍ୟାମ ନିକଟରେ ଚାଷଜମି ନ ଥିବାବେଳେ ଏହାର ଜଳଧାରଣ କ୍ଷମତା ମଧ୍ୟ ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଡ୍ୟାମ୍ ନିର୍ମାଣ ପୂର୍ବରୁ ବିଡିଓମାନେ କ୍ଷୁଦ୍ର ଜଳସେଚନ ଡିଭିଜନ ଯନ୍ତ୍ରୀମାନଙ୍କଠାରୁ ବୈଷୟିକ ତଥ୍ୟ ନେଇ ନ ଥିଲେ। ଏହାଛଡ଼ା କେଉଁ ଚାଷ ଜମିକୁ ଜଳସେଚନ କରାଯିବ ସେ ନେଇ ସ୍ଥାନୀୟ କୃଷକମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇ ନ ଥିଲା। ଏହି ଚେକ୍ଡ୍ୟାମ ଦ୍ୱାରା କେଉଁ ଫସଲକୁ ପାଣି ଯୋଗାଯିବା ଦରକାର ସେ ବିଷୟରେ କାୈଣସି ଅନୁଧ୍ୟାନ କରାଯାଇ ନ ଥିଲା। ଏପରି କି ଚେକ୍ଡ୍ୟାମଗୁଡ଼ିକ ଚାଷ ଜମିର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ଚେକ୍ଡ୍ୟାମ ନିର୍ମାଣ ପରେ ସେଗୁଡ଼ିକର ଉପଯୋଗ ପାଇଁ କୃଷକ ଗୋଷ୍ଠୀ କିମ୍ବା ପାଣିପଞ୍ଚାୟତକୁ ହସ୍ତାନ୍ତର କରାଯାଇ ନାହିଁ। ଏଥିଯୋଗୁ ୨.୦୩ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଚେକ୍ଡ୍ୟାମଗୁଡ଼ିକ ବର୍ଷ ବର୍ଷ ଧରି ଅକାମୀ ହୋଇ ପଡ଼ିରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ୧୯ଟି ଚେକ୍ଡ୍ୟାମର ଉପର କିମ୍ବା ତଳ ମୁଣ୍ଡରେ କାୈଣସି ଚାଷଜମି ନାହିଁ। ଏପରି କି କେତେକ ଚେକ୍ଡ୍ୟାମରେ କେବଳ ଦୁଇପାଖ ବନ୍ଦ ହୋଇଥିବା ବେଳେ ଜଳ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନ ଥିବା ସିଏଜି ଜାଣିବାକୁ ପାଇଛନ୍ତି। ଗ୍ରାମାଞ୍ଚଳରେ ଜୀବନ ଜୀବିକା ପାଇଁ ପ୍ରାକୃତିକ ସମ୍ବଳକୁ ମଜଭୁତ କରିବା ସହ ଜମିର ଉପତ୍ାଦିକା ଶକ୍ତିରେ ବୃଦ୍ଧି କରିବା ନେଇ ଏମ୍ଜିଏନ୍ଆରଇଜିଏସ୍ ଡ୍ୟାମ୍ ନିର୍ମାଣ ଉଦ୍ୟମ କରାଯାଇଥିଲା। ଅପାରଗ ଅଧିକାରୀଙ୍କ ଯୋଗୁ ଏହା ବିଫଳ ହେବା ସହ ସରକାରୀ ଅର୍ଥ ପାଣିରେ ପଡ଼ିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ା |
https://www.dharitri.com/when-cricketers-were-haunted-by-ghost/ | ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ
ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ ହୋସ ଉଡ଼ିଯିବ। ଏହା କୈାଣସି ମନଗଢ଼ା କାହାଣୀ ନୁହେଁ। ବରଂ ନାମୀଦାମୀ ଲୋକଙ୍କ ସହ ଘଟିଥିବା ସତ୍ୟ ଘଟଣା। ଏହି ନାମୀଦାମୀ ଲୋକମାନେ ହେଉଛନ୍ତି ଇଣ୍ଡିଆ କ୍ରିକେଟ ଜଗତର ତାରକା। ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୈାରଭ ଗାଙ୍ଗୁଲି , ମହେନ୍ଦ୍ର ସିଂହ ଧୋନୀ। ଏହି ଖେଳାଳୀମାନେ ମ୍ୟାଚ୍ ପାଇଁ ହୋଟେଲରେ ରହିବାବେଳେ ନିଜ ଆଖପାଖରେ ଭୂତର ଉପସ୍ଥିତି ଅନୁଭବ କରି ହୋଟେଲ ଛାଡି ଦେଇଥିଲେ।
୨୦୦୨ରେ କୌଣସି ଏକ ମ୍ୟାଚ ଚାଲିଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୈାରଭ ଗାଙ୍ଗୁଲି ଲଣ୍ଡନର ପ୍ରସିଦ୍ଧ ଲୁମଲି ହୋଟେଲରେ ରହିଥିଲେ । କହିରଖୁଛୁ କି, ଏହି ହୋଟେଲ ଦୁନିଆର ମୋଷ୍ଟ ଓ୍ବାଣ୍ଟେଡ ପ୍ଲେସ ଭାବେ ଅନ୍ୟତମ। ଏପରି କୁହାଯାଏ କି, ଏହି ହୋଟେଲରେ ଲେଡି ଲୁମଲିଙ୍କ ଆତ୍ମା ଘୂରି ବୁଲୁଥାଏ। ଗାଙ୍ଗୁଲି ହୋଟେଲର ଯେଉଁ ରୁମରେ ରହିଥିଲେ ହଠାତ୍ ରାତିରେ ତାଙ୍କ ବାଥରୁମର ଟ୍ୟାପ ଆପେଆପେ ଖୋଲିଯାଉଥିଲା। ସେହି ଶବ୍ଦ ଶୁଣି ତାଙ୍କ ନିଦ ଭାଙ୍ଗିଯିବା କ୍ଷଣି ଟ୍ୟାପ୍ ଆପେ ଆପେ ବନ୍ଦ ହୋଇଯାଉଥିଲା। କେବଳ ଏତିକି ନୁହେଁ, ସେଦିନ ରାତିରେ ଗାଙ୍ଗୁଲିଙ୍କ ସହ ଭୟାନକ ଘଟିଥିଲା ଯେଉଁଥିପାଇଁ ଗାଙ୍ଗୁଲି ଅଧାରାତିରେ ତାଙ୍କୁ ନିଜ ରୁମ ଛାଡ଼ିବାକୁ ପଡିଥିଲା।
ସେହିପରି ୨୦୦୫ରେ ଏକ ମ୍ୟାଚ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଖେଳାଳୀ ସେନ ଓ୍ବାଟସନ ମଧ୍ୟ ଏହି ହୋଟେଲରେ ରହିଥିଲେ । ଓ୍ବାଟସନଙ୍କୁ ମଧ୍ୟ ଏହି ହୋଟେଲରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା । ଏହି ଘଟଣା ପରେ ସେ ଏତେ ଡରିଯାଇଥିଲେ କି ସେ ତଳେ ବ୍ରେଟ ଲିଙ୍କ ରୁମ୍କୁ ଯାଇ ତଳେ ଶୋଇଥିଲେ ।
ଲଣ୍ଡନର ଲଙ୍ଘମ ହୋଟେଲରେ ଭୂତଙ୍କ ଉପସ୍ଥିତି ବିଷୟରେ କାହାକୁ ଅଛପା ନାହିଁ। ଏହି ହୋଟେଲ ହଣ୍ଟେଡ ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ୨୦୧୪ରେ ଇଂଲଣ୍ଡର ଦ୍ରୁତ ବୋଲର୍ ଷ୍ଟୁଆର୍ଟ ବ୍ରଡ ଏକ ଇଂରାଜୀ ପତ୍ରିକା ଡେଲି ମେଲରେ ସାକ୍ଷାତକାରରେ କହିଛନ୍ତି, ଶ୍ରୀଲଙ୍କା ଟେଷ୍ଟ ସମୟରେ ସେ ନିଜ ରୁମ ବଦଳାଇବାକୁ ବାଧ୍ୟ ହୋଇଥିଲେ। ସେ କହିଥିଲେ ଯେ, ତାଙ୍କୁ ହୋଟେଲ ରୁମ୍ରେ କାହାର ଉପସ୍ଥିତି ଅନୁଭବ ହୋଇଥିଲା ।
ତେବେ କେବଳ ଷ୍ଟୁଆର୍ଟ ନୁହେଁ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଏହି ହୋଟେଲରେ ଥିବାବେଳେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ସେ ମଧ୍ୟରାତ୍ରିରେ ହୋଟେଲ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । |
https://www.dharitri.com/these-two-teams-will-play-in-the-final-the-cricketer-predicted/ | ଫାଇନାଲରେ ଖେଳିବେ ଏହି ଦୁଇ ଦଳ, ଭବିଷ୍ୟବାଣୀ କଲେ କ୍ରିକେଟର…
ନୂଆଦିଲ୍ଲୀ,୧୧।୧୧ : ବିଶ୍ୱକପର ଫାଇନାଲରେ କେଉଁ ଦୁଇ ଦଳ ମୁହାଁମୁହିଁ ହେବେ ସେ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ପାକିସ୍ତାନ କ୍ରିକେଟ ଦଳର ଦୁଇ ପୂର୍ବତନ ଅଧିନାୟକ ସେମାନଙ୍କ ଅଭିଜ୍ଞତା ଆଧାରରେ ଏହାର ଉତ୍ତର ଦେଇଛନ୍ତି । ଏକ ସ୍ପୋର୍ଟସ ଚ୍ୟାନେଲରେ ବାର୍ତ୍ତାଳାପ ସମୟରେ ଶୋଏବ ମଲିକ ଏବଂ ମିସବାହ ଉଲ ହକ ଏହାର ଉତ୍ତର ଦେଇଛନ୍ତି।
ଯେତେବେଳେ ପାକିସ୍ତାନର ଏହି ଦୁଇ ପୂର୍ବତନ ଅଧିନାୟକଙ୍କୁ ପଚରାଯାଇଥିଲା କେଉଁ ଦଳ ମଧ୍ୟରେ ଏଥର ଫାଇନାଲ ମ୍ୟାଚ ଖେଳାଯାଇପାରିବ, ମିସବା-ଉଲ-ହକ ଦକ୍ଷିଣ ଆଫ୍ରିକାର ବର୍ତ୍ତମାନର ରୂପକୁ ବିଚାର କରି ଭାରତ ଏବଂ ଆଫ୍ରିକା ମଧ୍ୟରେ ଫାଇନାଲ ଖେଳିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି।
ଶୋଏବ ମଲିକ ନିଜର ଉତ୍ତର ଦେବାବେଳେ ଭାରତ ଏବଂ ଅଷ୍ଟ୍ରେଲିଆର ନାମ ନେଇଥିଲେ। ମାଲିକ ବିଶ୍ୱାସ କରନ୍ତି କଙ୍ଗାରୁ ଦଳ ଫର୍ମକୁ ଫେରିଛନ୍ତି। ଏହା ବ୍ୟତୀତ ବଡ ଟୁର୍ନାମେଣ୍ଟରେ ଚାପ ବହନ କରିବାର ଅଭିଜ୍ଞତା ଦଳର ରହିଛି। |
https://www.dharitri.com/thirteen-dadan-workers-are-tied-up-for-rs-5-lakh/ | ୫ ଲକ୍ଷ ଟଙ୍କାରେ ବନ୍ଧାପଡିଛନ୍ତି ୧୩ ଦାଦନ ଶ୍ରମିକ
ଭବାନୀପାଟଣା,୩।୨: କଳାହାଣ୍ଡି ଜିଲାରେ ପୁଣି ଦାଦନଙ୍କ ଦୁଃଖ ସାମ୍ନାକୁ ଆସିଛି। ୫ ଲକ୍ଷ ଟଙ୍କା ପାଇଁ ଆନ୍ଦ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୧୩ ଦାଦନ ଶ୍ରମିକ। ଧର୍ମଗଡ଼ ଥାନା ଡୁମେରଗୁଡା ପଞ୍ଚାୟତ ମୁଖିଗୁଡ଼ା ଗାଁର ଶ୍ରମିକମାନଙ୍କୁ ଏହି ଗ୍ରାମର ଜଣେ ଶ୍ରମିକ ଦଲାଲ ୫ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ଚିନ୍ତାମୋନୋପାଲି ଜିଲା କମାରେଡି ବ୍ଲକ୍ ଅଧୀନ ଦୋମୋକୋଣ୍ଡାରେ ଥିବା ଜଣାପଡିଛି। ଶ୍ରମିକ ଦଲାଲ ଗତ ଡିସେମ୍ବରରେ ଶ୍ରମିକମାନଙ୍କୁ ଆନ୍ଦ୍ରପ୍ରଦେଶ ନେଇ ଯାଇଥିଲେ। ସେଠାରେ ଜଣେ ମାଲିକଙ୍କ ପାଖରେ ବନ୍ଧକପକାଇ ଚାଳିଆସିଥିଲେ। ସମ୍ପୃକ୍ତ ମାଲିକ ଜଣକ ଶ୍ରମିକମାନଙ୍କୁ କଠିନ କାମରେ ନିୟୋଜିତ କରିବା ସହ ରାତିରେ ତାଲା ପକାଇ ରଖୁଛନ୍ତି। ଏପରି ନିର୍ଯାତନା ଦେଉଥିବା ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି। ରାତି ୩ରୁ ସକାଳ ୧୧ଟା ପର୍ଯ୍ୟନ୍ତ କାମ କରାଇବା ସହ ପୂର୍ବାହ୍ନ ୨ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କାମ କରିବାକୁ ବାଧ୍ୟ କରାଯାଉଥିବା ଶ୍ରମିକମାନେ ଭିଡିଓରେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରି ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକମାନେ ନିବେଦନ କରିଛନ୍ତି। |
https://www.dharitri.com/myanmars-political-situation-raises-a-challange-jayashankar/ | ମ୍ୟାନମାର୍ର ରାଜନୈତିକ ସ୍ଥିତି ଏକ ଆହ୍ବାନ ସୃଷ୍ଟି କରୁଛି : ଜୟଶଙ୍କର…
ଇମ୍ପାଲ,୨୬।୧୧ : ବହିର୍ବ୍ୟାପର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ମଣିପୁରର ରାଜଧାନୀ ଇମ୍ପାଲରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ବାହ୍ୟ ପ୍ରବେଶ ଦୃଷ୍ଟିରୁ ବାଂଲାଦେଶ ଏବଂ ମ୍ୟାନମାର ପ୍ରାସଙ୍ଗିକ ଅଟେ। ଜୟଶଙ୍କର କହିଛନ୍ତି, ଆମେ ବାଣିଜ୍ୟ ଏବଂ ସୀମା ସୁଯୋଗ ପାଇଁ ଯୋଗାଯୋଗ ଏବଂ ପରିବହନ ବ୍ୟବସ୍ଥାକୁ ଉନ୍ନତ କରିବାକୁ ଚେଷ୍ଟା କରୁଛୁ। ଆମେ ସାମଗ୍ରିକ ବ୍ୟବସାୟ ବୃଦ୍ଧି ଉପରେ ମଧ୍ୟ ଧ୍ୟାନ ଦେଉଛୁ ।
ଜୟଶଙ୍କର କହିଛନ୍ତି, ମ୍ୟାନମାର ସହିତ ଆମେ ଦୁଇଟି ପ୍ରମୁଖ ସଂଯୋଗ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛୁ। ତେବେ ସେହି ଅଞ୍ଚଳରେ ବିଦ୍ରୋହ ସହିତ ବହୁ ଆହ୍ବାନ ମଧ୍ୟ ରହିଛି। ମ୍ୟାନମାର ସହିତ ଯୋଗାଯୋଗ ସମସ୍ୟା ରହିଛି । ଏକ୍ଷେତ୍ରରେ ମ୍ୟାନମାରର ରାଜନୈତିକ ପରିସ୍ଥିତି ଏକ ବଡ଼ ଆହ୍ବାନ ସୃଷ୍ଟି କରୁଛି। ରାଜନୈତିକ ସମସ୍ୟାରେ ସୁଧାର ହେଲେ ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ହେବାର ଆଶା ରହିଛି ବୋଲି ସେ କହିଛନ୍ତି। |
https://www.dharitri.com/the-administration-has-sealed-off-the-clinic/ | କ୍ଲିନିକ୍ ସିଲ୍ କରି ଚୁପ୍ ବସିଛି ପ୍ରଶାସନ
ନୟାଗଡ଼ ଅଫିସ,୬।୯: ପଞ୍ଜୀକରଣ ନ ଥାଇ ନୟାଗଡ଼ ଜିଲା ଖଣ୍ଡପଡ଼ା ସହରର ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ବାଲାଜୀ କ୍ଲିନିକ୍ ପ୍ରାୟ ୮ମାସ ହେଲା ବେଆଇନ ଭାବେ ଚାଲୁ ଥିଲା । ହେଲେ ସେହି କ୍ଲିନିକ୍ ଉପରେ ଚଢ଼ାଉ କରାଯାଉ ନ ଥିଲା । କିନ୍ତୁ ନୟାଗଡ଼ରେ ଭ୍ରୂଣ ହତ୍ୟା ଓ ନକଲି ଡାକ୍ତର ଧରାପଡିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଥିଲା। ଚେଇଁ ଶୋଇଥିବା ସ୍ବାସ୍ଥ୍ୟ ବିଭାଗ ଧରପଗଡ଼କୁ ତ୍ୱରାନ୍ବିତ କରିଥିଲା। ଏଭଳି ସ୍ଥଳେ ଶନିବାର ବାଲାଜୀ କ୍ଲିନିକ୍କୁ ସିଲ୍ କରି ଦାୟିତ୍ୱ ଶେଷ କରିଛି ସ୍ବାସ୍ଥ୍ୟ ବିଭାଗ। ସିଲ୍ ପରେ ପ୍ରଶ୍ନ ଉଠୁଛି କ୍ଲିନିକ୍ ମାଲିକ ତ୍ରିନାଥ ବାରିକଙ୍କ ପ୍ରାୟ ୮ମାସ ତଳେ ପରଲୋକ ଘଟିଥିଲା। କୌଣସି କ୍ଲିନିକ୍ ମାଲିକଙ୍କ ପରଲୋକ ଘଟିଲେ ଆପେ ଆପେ ପଞ୍ଜୀକରଣ ଅକାମୀ ହୋଇ ପଡେ । ହେଲେ ନୂଆ ପଞ୍ଜୀକରଣ କରାଯାଇ ନ ଥିଲା ।
ପଞ୍ଜୀକରଣ ନ ଥାଇ ରୋଗୀଙ୍କ ଜୀବନ ସହ କ୍ଲିନିକ୍ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ନୀରବ ରହିଥିଲା। ଅନ୍ୟପକ୍ଷେ ବେଆଇନ କ୍ଲିନିକ୍ ଚଳାଇଥିବା ବ୍ୟକ୍ତିମାନଙ୍କୁ ଠାବ କରିବା ଉପରେ ଏବେ ବିଭିନ୍ନ ମହଲରେ ଦାବି କରାଯାଇଛି। ବେଆଇନ କ୍ଲିନିକ୍ ଚାଲୁ ରଖିଥିବା ବ୍ୟକ୍ତିଙ୍କ ପ୍ରତି ବିଭାଗୀୟ କର୍ମଚାରୀମାନେ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଯଦି ନୟାଗଡ଼ରେ ଭ୍ରୂଣହତ୍ୟା ଓ ନକଲି ଡାକ୍ତରଙ୍କ ପରି ଦୁଇ ପ୍ରସଙ୍ଗ ସାମ୍ନାକୁ ଆସି ନ ଥାନ୍ତା,ତେବେ ଖଣ୍ଡପଡ଼ା କ୍ଲିନିକ୍ ସିଲ୍ ହୋଇ ନ ଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କ୍ଲିନିକ୍ ପ୍ରତି ସ୍ବାସ୍ଥ୍ୟ ବିଭାଗର ଏହି ଅନୁକମ୍ପାକୁ ସାଧାରଣରେ ସମାଲୋଚନା କରାଯାଇଛି। ବେଆଇନ ଭାବେ କ୍ଲିନିକ୍ ଚାଲୁ ରଖିଥିବା ବ୍ୟକ୍ତିଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ନେଇ ଅତିରିକ୍ତ ଚିକିସତ୍ାଧିକାରୀ (ପରିବାର କଲ୍ୟାଣ) ସୁବାସ ଚନ୍ଦ୍ର ନାୟକ କୁହନ୍ତି, ଏ ସଂକ୍ରାନ୍ତରେ ସିଡିଏମ୍ଓଙ୍କୁ ଅବଗତ କରାଯିବ। ସିଡିଏମ୍ଓ ଯାହା ପଦକ୍ଷେପ ନେବେ।
ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ହସ୍ପିଟାଲ
ନୟାଗଡ଼ ଜିଲାରେ ୧୪ଟି ଘରୋଇ ହସ୍ପିଟାଲ ସରକାରୀ ସ୍ବୀକୃତି ପାଇଥିଲା। ନୟାଗଡ଼ର ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍ ଓ ଖଣ୍ଡପଡ଼ାର ବାଲାଜୀ କ୍ଲିନିକ୍ ସିଲ୍ ହେବା ପରେ ଜିଲାରେ ୧୨ଟି ପଞ୍ଜିକୃତ ଘରୋଇ ହସ୍ପିଟାଲ ରହିଛି । ତେବେ ଅଧିକାଂଶ ଘରୋଇ ହସ୍ପିଟାଲ ସରକାରୀ ନିର୍ଦ୍ଦେଶକୁ ମାନୁ ନାହାନ୍ତି। ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଘରୋଇ ହସ୍ପିଟାଲରେ ଇନ୍ଡୋର ରେଜିଷ୍ଟର, ଆଉଟ୍ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିୟମ ଶୀତଳଭଣ୍ଡାରରେ ପଡିଛି। ଏଣୁ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ପ୍ରସଙ୍ଗକୁ ରୋକ୍ ଲଗା ଯାଇପାରୁନାହିଁ। ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉଥିଲେ ଭ୍ରୂଣ ହତ୍ୟା, ନକଲି ଡାକ୍ତର ପରି ଘଟଣା ଘଟିବ ନାହିଁ ବୋଲି ମତ ପ୍ରକାଶ ପାଇଛି।
ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଭଲ ସେବା ଯୋଗାଇବାକୁ ଘରୋଇ ହସ୍ପିଟାଲରେ ଇନ୍ଡୋର ରେଜିଷ୍ଟର, ଆଉଟ୍ ଗୋଇଙ୍ଗ ରେଜିଷ୍ଟର, ଅପରେଶନ ଥିଏଟର ରେଜିଷ୍ଟର, ଘରୋଇ ହସ୍ପିଟାଲକୁ ଆସୁଥିବା ଡାକ୍ତରଙ୍କ ନଁା ଓ ଡାକ୍ତର କେତେ ଟଙ୍କା ଫିସ୍ ନେଉଛନ୍ତି ସେନେଇ ରେଜିଷ୍ଟର କରି ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ କଡ଼ାକଡି କରାଯିବାକୁ କୁହାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। |
https://www.dharitri.com/mohan-bhagwat-conducted-test-in-lucknow/ | ଅଯୋଧ୍ୟା ଗସ୍ତ ପୂର୍ବରୁ ଆରଏସ୍ଏସ୍ ମୁଖ୍ୟ କରାଇଲେ କରୋନା ଟେଷ୍ଟ
ଆଯୋଧ୍ୟା,୪।୮: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ଆରମ୍ଭ ସୋମବାରଠାରୁ ହୋଇଛି। ମଙ୍ଗଳବାର ରାମାର୍ଚ୍ଚା ପୂଜା ଅନୁଷ୍ଠିତ ହୋଇଛି। ଏଥିସହ ଡ୍ରୋନ୍ ଜରିଆରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ସରୟୁ ଘାଟକୁ ଜଗିଛି ଡ୍ରୋନ୍। ଅନ୍ୟପଟେ ଭୂମି ପୂଜନରେ କରୋନ ବଡ଼ ପ୍ରସଙ୍ଗ ସାଜିଛି। ଏଥିପାଇଁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତ ଲୋକଙ୍କ ପ୍ରଥମେ କରୋନା ଯାଞ୍ଚ କରାଯାଉଛି। ଏହି କ୍ରମରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଲକ୍ଷ୍ନୌରେ ନିଜର କରୋନା ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ସେହିପରି କୃଷ୍ଣ ଗୋପାଲ, ଭୈୟା ଜି ଜୋଶୀ, ଦତାତ୍ରେୟ ହୋସବୋଲେ, କ୍ଷେତ୍ର ପ୍ରଚାରକ ଅନୀଲ ମଧ୍ୟ ଲକ୍ଷ୍ନୌରେ କରୋନା ଯାଞ୍ଜ କରାଇଛନ୍ତି। ଆଉ କିଛି ସମୟ ପରେ ଏମାନେ ସମସ୍ତେ ଆୟୋଧ୍ୟା ଅଭିମୂଖେ ବାହାରିବେ। ଅନ୍ୟପଟେ ଖବର ମିଳିଛି ଯେ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଓ ଦିନେଶ ଶର୍ମା ମଧ୍ୟ କରୋନା ଯାଞ୍ଚ କରାଇବା ପରେ ଆଯୋଧ୍ୟ ଗସ୍ତ କରିବେ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। |
https://www.dharitri.com/strike-movement-due-to-non-payment-of-salary/ | ଦରମା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ବିଡିଓଙ୍କୁ ଦେଲେ ଦାବିପତ୍ର
ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି,ଏମ୍ବିକେ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଏଲ୍ଏସ୍ପିଙ୍କୁ ଗତ ୬ ମାସ ହେଲା ଦରମା ମିଳିଥିବା ନ ଅଭିଯୋଗ ସାମ୍ନାକୁ ଆସିଛି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ସେମାନେ ଉପରୋକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ସେମାନେ ବୁଧବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ଏ ସମ୍ପର୍କରେ ଭବାନୀପାଟଣା ବିଡିଓ ଚନ୍ଦନ ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୬ ମାସ ହେଲା ସେମାନେ କାର୍ଯ୍ୟ କରି ମଧ୍ୟ ଦରମା ପାଉ ନ ଥିବାରୁ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। ଏହାର ସମାଧାନ କରା ନ ଗଲେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ଭବାନୀପାଟଣା ବ୍ଲକସ୍ତରୀୟ ପଞ୍ଚାୟତ ଫେଡେରେଶନ କର୍ମୀ ସଂଘର ସଭାନେତ୍ରୀ ଯମୁନା ନାଏକ, ଉପସଭାନେତ୍ରୀ ତପସ୍ବିନୀ ସାହୁ,ସଦସ୍ୟା ରୋଜି ବିଶାଲ,ସୌକି ବିଶ୍ୱାଳ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। |
https://www.dharitri.com/congress-leader-rahul-gandhi-arrives-in-udaipur-to-attend-chintan-shivir/ | ରାହୁଲ ଗାନ୍ଧୀଙ୍କ ଟ୍ରେନ୍ ଯାତ୍ରା
ଉଦୟପୁର,୧୩।୫: କଂଗ୍ରେସର ତିନି ଦିନିଆ ନବ ସଙ୍କଳ୍ପ ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଛି। କଂଗ୍ରେସର ଚିନ୍ତିନ ଶିବିର ମେ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳକୁ ଦୃଢ କରିବା ପାଇଁ ଏଠାରେ ରଣନୀତି ପ୍ରସ୍ତୁତ କରାଯିବ। ଏହି ଶିବିରରେ କଂଗ୍ରେସର ୪୦୦ରୁ ଅଧିକ କଂଗ୍ରେସ ନେତା ଅଂଶଗ୍ରହଣ କରିବେ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଟ୍ରେନ୍ ଯୋଗେ ଉଦୟପୁରରେ ପହଞ୍ଚିଛନ୍ତି।
ରାହୁଲ ଗୁରୁବାର ରାତି ୮ଟାରେ ଦିଲ୍ଲୀର ସାରାଇ ରୋହିଲା ରେଳ ଷ୍ଟେଶନରେ ମେୱାର ଏକ୍ସପ୍ରେସରେ ବସିଥିଲେ। ସେ ଶୁକ୍ରବାର ସକାଳୁ ଉଦୟପୁରରେ ପହଞ୍ଚିଛନ୍ତି। ମେୱାର ଏକ୍ସପ୍ରେସରେ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ନେତାଙ୍କ ପାଇଁ ଦୁଇଟି କୋଚ ଆଗୁଆ ପ୍ରସ୍ତୁତ କରାଯାଇଥିଲା। |
https://www.dharitri.com/a-fine-of-rs-2000-will-be-imposed-on-anyone-who-is-found-not-wearing-a-mask-at-a-public-place/ | କେଜରିୱାଲ ସରକାରଙ୍କ ନିଷ୍ପତ୍ତି: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଦୁଇ ହଜାର ଟଙ୍କା ଜରିମାନା
ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପୁଣିଥରେ ମାଡି ଯାଇଛି । ସଂକ୍ରମିତଙ୍କ ମୃତ୍ୟୁକୁ ଦେଖିଲେ ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି । ବୁଧବାର ଦିଲ୍ଲୀରେ କରୋନା ସଂକ୍ରମଣରେ ୧୩୧ ଜଣଙ୍କ ମୃ୍ତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । କରୋନା ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ଏକ ବୈଠକ ଆୟୋଜନ କରିଥିଲେ । ଏହି ବୈଠକର ନିଷ୍ପତ୍ତି କ୍ରମେ ଆଗକୁ ଥିବା ଛଟ ପୂଜା ଲୋକେ ଘରେ ପାଳନ କରିବାକୁ କୁହାଯାଇଛି । ସେ କହିଛନ୍ତି ଏବେ ରାଜନୀତି କରିବାର ସମୟ ନୁହେଁ ବରଂ ସେବା କରିବାର ସମୟ । ତେଣୁ ଆମକୁ ଏକାଠି ହୋଇ ଏହି କରୋନା ମହାମାରୀ ସହ ଲଢିବାକୁ ପଡିବ । ଆହୁରି ମଧ୍ୟ ଏହି ବୈଠକର ନିଷ୍ୱତ୍ତି ଅନୁଯାୟୀ, ରାଜଧାନୀରେ କେହି ଯଦି ମାସ୍କ ନ ପିନ୍ଧନ୍ତି ତେବେ ତାଙ୍କୁ ୨ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, କରୋନା ମହାମାରୀ ଠାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି । |
https://www.dharitri.com/130-corona-positives-in-state/ | ଆଜି ରାଜ୍ୟରୁ ୧୩୦ ପଜିଟିଭ୍ ଚିହ୍ନଟ, ଜଣେ ଆକ୍ରାନ୍ତ ଆଖି ବୁଜିଲେ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ସେମବାର ରାଜ୍ୟରେ ୧୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୪୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୭୬ ଜଣ ଚିହ୍ନଟ ହୋଇଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୪ ଏବଂ ଝାରସୁଗୁଡ଼ାରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩, ବାଲେଶ୍ୱର ୬, ବରଗଡ଼ ୩, ଭଦ୍ରକ ୧, ବଲାଙ୍ଗୀର ୩, କଟକ ୭, ଦେବଗଡ଼ ୩, ଗଜପତି ୩, ଜଗତସିଂହପୁର ୪, ଯାଜପୁର ୩, କଳାହାଣ୍ଡି ୫, କନ୍ଧମାଳ ୧, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨, ଖୋର୍ଦ୍ଧା ୪, ମୟୂରଭଞ୍ଜ ୬, ନବରଙ୍ଗପୁର ୩, ନୂଆପଡ଼ା ୬, ପୁରୀ ୭, ରାୟଗଡ଼ା ୧ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୋଲ୍ ସଂଖ୍ୟା ରହିଛି ୧।
ସେହିପରି ଆଜି ସୁନ୍ଦରଗଡ଼ରୁ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪, ୪୩୦ରେ ପହଞ୍ଚିଥିବା ବେଳେ ୩,୩୧,୧୪୪ ଜଣ ସୁସ୍ଥ ହୋଇଛନ୍ତି। ୧୩୨୭ ଜଣ ଚିକିତ୍ସିତ ହେଉଛନ୍ତି। |
https://www.dharitri.com/ramdas-athawales-advice-to-rahul-gandhi-if-you-want-ham-do-hamare-do-than-he-should-get-marrie/ | ରାହୁଲଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ଚେନ୍ନାଇ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ସମୟରେ ‘ଆମେ ଦୁଇ, ଆମର ଦୁଇ’ କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରୁଛନ୍ତି। ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଏହି ନାରା ଉପରେ ପ୍ରତିକ୍ରିୟା ରଖି ତାଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାହୁଲ ‘ହମ୍ ଦୋ, ହମାରେ ଦୋ’ ସ୍ଲୋଗାନ ଦେଉଛନ୍ତି। ଏହା କରିବାକୁ ହେଲେ ରାହୁଲଙ୍କୁ ବିବାହ କରି ନେବା ଉଚିତ। ଯଦି ସେ ପଛୁଆ ବର୍ଗର ଯୁବତୀଙ୍କୁ ବିବାହ କରୁଛନ୍ତି ତେବେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ପୂରଣ ହେବ। ଜାତିବାଦ ଶେଷ ହେବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ରାହୁଲ କହିଥିଲେ କୃଷି ଆଇନ ଲାଗୁ ହେବା ପରେ ଭାରତର କୃଷକ, ଶ୍ରମିକ, ବ୍ୟବସାୟୀଙ୍କ କାମ ବନ୍ଦ ହୋଇଯିବ। କୃଷକମାନେ ଜମି ହରାଇବେ। ଉପଯୁକ୍ତ ଦାମ ମିଳିବ ନାହିଁ। ଦେଖିବାକୁ ଗଲେ ପରିବାର ନିୟୋଜନ ଲାଗି ଆମେ ଦୁଇ ଆମର ଦୁଇ ସ୍ଲୋଗାନ ଥିଲା। ଏବେ ଏହାର ନୂଆ ରୂପ ଦେଖିବାକୁ ମିଳଛି। ଏହି ଦେଶକୁ ୪ଜଣ ଲୋକ ଚଲାଉଛନ୍ତି। ଏପରିକି ସରକାରଙ୍କ ନାରା-ଆମେ ଦୁଇ ଆମର ଦୁଇ ବୋଲି ସେ କହିଥିଲେ। |
https://www.dharitri.com/joe-biden-announced-a-relief-package-to-put-united-states-economy-back-on-track/ | ଜୋ ବାଇଡେନଙ୍କ ସହାୟତା ପ୍ୟାକେଜ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୩୦ ହଜାର ଟଙ୍କା
ୱାଶିଂଟନ,୧୫ ।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ କରିବେ । ହେଲେ ଏହା ପୂର୍ବରୁ ସେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି । କରୋନା ଯୋଗୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ ୧.୯ ଟ୍ରିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ଆମେରିକାର ଉଭୟ ସଂସଦରେ ପାସ୍ କରାଯିବ । ଏହା ଲାଗୁ ହେବା ପରେ ପ୍ରତି ଆମେରିକୀୟଙ୍କ ଖାତାକୁ ୧,୪୦୦ଡଲାର ବା ୩୦.୦୦୦ଟଙ୍କା ଆସିବ ବୋଲି କୁହାଯାଉଛି । ଏହାସହ ବାଇଡେନଙ୍କ ପ୍ୟାକେଜରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବି ଆଶ୍ୱସ୍ତି ମିଳିବ । ଏହି ପ୍ୟାକେଜକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ ନାମ ଦିଆଯାଇଛି । |
https://www.dharitri.com/ତେଲେଙ୍ଗାନାରେ-ଫସିଛନ୍ତି-୩/ | ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ
ବନ୍ତ,୨୮ା୩(ଡି.ଏନ୍.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ୍ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ ରାଜ୍ୟ ବାହାରେ ଥିବା ଲୋକେ ଘରକୁ ଫେରିବାରେ ସମସ୍ୟା ଦେଖାଯାଇଛି ା ଏପରିପ୍ରେକ୍ଷୀରେ ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ୩ ଜଣ ଶ୍ରମିକ କାମ କରିବାକୁ ଯାଇ ତେଲେଙ୍ଗାନା ରାଜ୍ୟରେ ଫସି ରହିଛନ୍ତି। ଗତ ଫେବୃୟାରୀ ୨୦ରେ ସେମାନେ ତେଲେଙ୍ଗାନା ରାଜ୍ୟ ରଙ୍ଗାରେଡି ଜିଲା ନନ୍ଦିଗାମାସ୍ଥିତ ହାର୍ଭିସ୍ ଏଗ୍ରିଜେନିକ୍ ପ୍ରାଇଭେଟ୍ ଲିଃ. କୋଲ୍ଡ ଷ୍ଟୋରେଜ୍ ପାଇପ ଲାଇନ୍ କାମ କରିବାକୁ ଯାଇଥିଲେ। ମାର୍ଚ୍ଚ ୨୦ରେ କାମ ସରିଯାଇଥିବା ବେଳେ ଲକ୍ ଡାଉନ୍ ପାଇଁ ସେମାନେ ଘରକୁ ଆସିପାରୁ ନାହାନ୍ତି ା ଏକ ସପ୍ତାହ ହେବ ସେମାନେ ବସି ଖାଉଥିବାରୁ ପାଖରେ ଆଉ ଅର୍ଥ ନଥିବା କହିଛନ୍ତି। ସେଠାରୁ ନିଜ ଘରକୁ ଆସିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଆଇଜି, ବାଲେଶ୍ୱର, ଜିଲାପାଳ ଭଦ୍ରକଙ୍କୁ ଟୁଇଟ୍ର ମାଧ୍ୟମରେ ଜଣାଇଛନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ସଂପୃକ୍ତ ଶ୍ରମିକ ମାନଙ୍କୁ ଘରକୁ ଆଣିବାର ବ୍ୟବସ୍ଥା କରାଇବାକୁ ସେମାନେ ନିବେଦନ କରିଛନ୍ତି ା |
https://www.dharitri.com/honda-cars-new-campaign/ | ହୋଣ୍ଡା କାର୍ସର ନୂତନ ଅଭିଯାନ
ନୂଆଦିଲ୍ଲୀ,୭।୮: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍(ଏଚ୍ସିଆଇଏଲ୍)ର ନୂତନ ଅଭିଯାନ ‘ହୋଣ୍ଡା ଫ୍ରିଡମ ଫେଷ୍ଟ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ପ୍ରମୋସନାଲ କ୍ୟାମ୍ପେନିଂ ହୋଇଥିଲାବେଳେ ଏହି ଆକର୍ଷଣୀୟ ଅଫରିଂ ସୁବିଧା ନୂତନ ତଥା ପ୍ରିମିୟମ କାର୍ଗୁଡିକ ଉପରେ ପ୍ରଦାନ କରୁଛି। ସେହିଭଳି ଏହି ଅଭିଯାନ ଜରିଆରେ କମ୍ପାନୀ ଗ୍ରାହକଙ୍କୁ ୩ ବର୍ଷର ଏକ୍ସକ୍ଲୁସଭି ମାଗଣା ମେଣ୍ଟେନାନ୍ସ ପ୍ୟାକେଜ, କ୍ୟାଶ୍ ଡିସ୍କାଉଣ୍ଟ, ଲୟାଲିଟ ଏକ୍ସଚେଞ୍ଜ ଏବଂ କର୍ପୋରେଟ୍ ଅଫର ଆଦିର ସୁବିଧା ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଏଚ୍ସିଆଇଏଲ୍ର ଉପସଭାପତି (ମାର୍କେଟିଂ ଆଣ୍ଡ ସେଲ୍ସ) କୁନାଲ ବେହେଲ କହିଥିଲେ, ଆମେ ଏହି ନୂତନ ଅଭିଯାନର ଶୁଭାରମ୍ଭକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ଅଭିଯାନ ଜରିଆରେ ଆମର ପ୍ରିମିୟମ ଗ୍ରାହକ ଅନେକ ପ୍ରକାର ସୁବିଧା ପାଇପାରିବେ। ସେହିଭଳି ଏକ ଆକର୍ଷଣୀୟ ଅଫରିଂ ସୁବିଧା ଓ ୩ ବର୍ଷିଆ ମେଣ୍ଟେନାନ୍ସ ପ୍ୟାକେଜ ମଧ୍ୟ ପ୍ରିମିୟମ ଗ୍ରାହକଙ୍କ ପାଇଁ ଆଣି ଦେଇଛୁ। |
https://www.dharitri.com/all-these-bollywood-stars-are-listed-in-the-guinness-book-of-world-records/ | ଗିନିଜ୍ ବୁକ୍ରେ ସ୍ଥାନ ପାଇଛନ୍ତି ଏହିସବୁ ବଲିଉଡ୍ ଷ୍ଟାର୍: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ହିନ୍ଦୀ ସିନେମା ଏହାର ୧୦୦ ବର୍ଷ ପୂରଣ କରିସାରିଛି। ଏହାର ଯାଦୁ ଆଜି ବି ଦର୍ଶକଙ୍କ ହୃଦୟରେ ଅଛି। ବଲିଉଡ ତାରକାଙ୍କ ଗ୍ଲାମରସ ଜୀବନ ଏବଂ ସେମାନଙ୍କ ଶୈଳୀକୁ ଦର୍ଶକ ବେଶଖ ପସନ୍ଦ କରନ୍ତି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାରକୁ କପି କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି। ଆପଣ ହୁଏତ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ଜାଣିଥିବେ, ଯେଉଁମାନେ ଜାତୀୟ ପୁରସ୍କାର ହେଉ କିମ୍ବା ଚଳଚ୍ଚିତ୍ର ପୁରସ୍କାର ହେଉ ପ୍ରତିବର୍ଷ କିଛି ପୁରସ୍କାର ସହିତ ପୁରସ୍କୃତ ହୁଅନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି, ଯାହାର ନାମ ଗିନିଜ ବୁକ୍ରେ ସ୍ଥାନ ପାଇଛନ୍ତି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଛି, ସେମାନେ କ’ଣ କରିଛନ୍ତି, ଯାହା ଏକ ବିଶ୍ୱ ରେକର୍ଡରେ ପରିଣତ ହୋଇଛି । ତେବେ ଆସନ୍ତୁ ଆପଣଙ୍କୁ ତାରାମାନଙ୍କ ଦୁଃସାହସିକ କାର୍ଯ୍ୟ ବିଷୟରେ କହିବା, ଯେଉଁ କାରଣରୁ ସେମାନଙ୍କର ନାମ ଗିନିଜ ବୁକ୍ରେ ରେକର୍ଡ କରାଯାଇଛି।
ଏହି ତାଲିକାରେ ପ୍ରଥମ ନାମ ସୁପରଷ୍ଟାର ଅମିତାଭ ବଚ୍ଚନ ଅଛନ୍ତି। ଏହାର କାରଣ ହେଉଛି ସେ ହେଉଛନ୍ତି ବଲିଉଡର ପ୍ରଥମ ଅଭିନେତା ଯିଏକି ଶ୍ରୀ ହନୁମାନ ଚାଳିଶା ଗାଇଛନ୍ତି ଯାହାକୁ ଶେଖର ରାଓଜାନି ରଚନା କରିଥିଲେ। ସେ ହେଉଛନ୍ତି ଏକମାତ୍ର ଅଭିନେତା ଯିଏ ବଲିଉଡର ୧୩ ଗାୟକଙ୍କ ସହ ମିଶି ହନୁମାନ ଚାଳିଶା ଗାଇଥିଲେ।
ଏହି ତାଲିକାରେ ଶାହାରୁଖ ଖାନ ମଧ୍ୟ ସାମିଲ ଅଛନ୍ତି। ୨୦୧୩ ମସିହାରେ ସେ ଅଭିନେତା ଦୌଡ଼ରେ ଦୁନିଆରେ ସର୍ବାଧିକ ଆୟ କରିଥିଲେ। ସେ ଚଳିତ ବର୍ଷ ପ୍ରାୟ ୨୨୦ କୋଟି ରୋଜଗାର କରିଥିଲେ।
କେବଳ ଅମିତାଭ ବଚ୍ଚନ ନୁହଁନ୍ତି ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ନାମ ମଧ୍ୟ ଗିନିଜ ୱାଲର୍ଡ ରେକର୍ଡ। ତାଙ୍କ ଚଳଚ୍ଚିତ୍ର ଦିଲ୍ଲୀ ୬ର ପ୍ରମୋସନ ପାଇଁ ଅଭିଷେକ ୧୨ଘଣ୍ଟାରେ ୧୮୦୦ କିଲୋମିଟର ଯାତ୍ରା କରି ରେକର୍ଡ କରିଥିଲେ।
ଏହି ତାଲିକାରେ ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ସାମିଲ ହୋଇଛନ୍ତି। ସର୍ବାଧିକ ଫି ହେତୁ କ୍ୟାଟ୍ରିନାଙ୍କ ନାମ ୨୦୧୩ରେ ଗିନିଜ ୱାଲର୍ଡ ରେକର୍ଡରେ ରେକର୍ଡ କରାଯାଇଥିଲା। କ୍ୟାଟ୍ରିନା ଏକ ଚଳଚ୍ଚିତ୍ର ପାଇଁ ଦଶ ଲକ୍ଷରୁ ଅଧିକ ଫି ସଂଗ୍ରହ କରିଥିଲେ।
ଏହି ତାଲିକାରେ ବଲିଉଡ ପ୍ଲେବ୍ୟାକ ଗାୟକ କୁମାର ସାନୁ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ଗୋଟିଏ ଦିନରେ ୨୮ଟି ଗୀତ ଗାଇଥିବାରୁ ସେ ୧୯୯୩ରେ ଏହି ରେକର୍ଡ କରିଥିଲେ।
ପ୍ରସିଦ୍ଧ ଗାୟକ ଆଶା ଭୋସଲେ ମଧ୍ୟ ଏହି ତାଲିକାରେ ଅଛନ୍ତି । ସେ କୋଡ଼ିଏରୁ ଅଧିକ ଭାଷାରେ ଏକାଧିକ ଗୀତ ଗାଇ ଏହି ରେକର୍ଡ ହାସଲ କରିଛନ୍ତି ।
ଅଭିନେତ୍ରୀ ଲଲିତା ପାୱାରଦୃଢ ଅଭିନୟ ପାଇଁ ଜଣାଶୁଣା, ସେ ମଧ୍ୟ ଏହି ରେସରେ ଅଛନ୍ତି। ସେ ବାର ବର୍ଷ ବୟସରୁ ବଲିଉଡରେ ପାଦ ଦେଇଥିଲେ ଏବଂ ତାଙ୍କର ୭୦ ବର୍ଷର ଚଳଚ୍ଚିତ୍ର କ୍ୟାରିଅରରେ ସାତ ଶହରୁ ଅଧିକ ଚଳଚ୍ଚିତ୍ରରେ ଲଗାତାର କାମ କରିଛନ୍ତି। ଲଲିତା ପାୱାର ଏକମାତ୍ର ଅଭିନେତ୍ରୀ ଯିଏକି ଲଗାତାର ୭୦ ବର୍ଷ ଧରି ବଲିଉଡରେ କାମ କରିଥିଲେ।
ଚଳଚ୍ଚିତ୍ରରେ ପୋଲିସର ଭୂମିକା ବେଳେବେଳେ ସକରାତ୍ମକ ବା ବେଳେବେଳେ ନକାରାତ୍ମକ ହୋଇଥାଏ। ପୋଲିସ ଇନ୍ସପେକ୍ଟରଙ୍କ ଭୂମିକାରେ ୧୪୪ ଚଳଚ୍ଚିତ୍ରରେ ଅଭିନୟ କରି ଜଗଦୀଶ ରାଜ ରେକର୍ଡ କରିଛନ୍ତି। ଏଥିପାଇଁ ତାଙ୍କ ନାମ ଗିନିଜ ୱାଲର୍ଡ ରେକର୍ଡରେ ମଧ୍ୟ ସ୍ଥାନିତ କରାଯାଇଛି।
୨୦୧୫ ବ୍ଲକବଷ୍ଟର ଚଳଚ୍ଚିତ୍ର ବାହୁବଳୀ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଅନେକ ରେକର୍ଡ ଭାଙ୍ଗିବା ପରେ ଫିଲ୍ମଟି ନିଜେ ଏକ ରେକର୍ଡରେ ପରିଣତ ହୋଇଛି। ହଁ, ଚଳଚ୍ଚିତ୍ରର ସଫଳତାକୁ ଦେଖି ଚଳଚ୍ଚିତ୍ର ଜଗତର ଇତିହାସରେ ସବୁଠାରୁ ବଡ ପୋଷ୍ଟର ତିଆରି କରାଯାଇଥିଲା।ଯାହା ପଚାଶ ହଜାର ବର୍ଗଫୁଟରୁ ବଡ ଥିଲା।ଏହି କାରଣରୁ ଏହାର ନାମ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନିତ କରାଯାଇଛି। |
https://www.dharitri.com/former-footballer-hakim-corona-is-positive/ | ପୂର୍ବତନ ଫୁଟବଲର ହାକିମ୍ କରୋନା ପଜିଟିଭ୍
ନୂଆଦଲ୍ଲୀ,୧୬।୭(ପି.ଟି.): ଧ୍ୟାନଚାନ୍ଦ ପୁରସ୍କାର ପ୍ରାପ୍ତ ପୂର୍ବତନ ଫୁଟବଲର ସୟଦ ସହିଦ୍ ହାକିମ୍ କରୋନ ପଜିଟିଭ୍ ବୋଲି ଟେଷ୍ଟରୁ ଜଣା ପଡିଛି। ଏବେ ସେ ହାଇଦ୍ରାବାଦ୍ ସ୍ଥିତ ଏକ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ୧୯୬୦ ରୋମ ଅଲିମ୍ପିକ୍ସ ଭାରତୀୟ ଦଳର ସଦସ୍ୟ ଥିବା ୮୧ ବର୍ଷୀୟ ହାକିମ୍ ବୁଧବାର ଏ ନେଇ ସୂଚନା ଦେଇଛନ୍ତି। ୬ ଦିନ ତଳେ କୋଭିଡ୍-୧୯ ଟେଷ୍ଟରେ ପଜିଟିଭ୍ ବୋଲି ଜାଣିବାକୁ ପାଇଥିଲି। ଏବେ ହାଇଦ୍ରାବାଦ୍ର ଏକ ହୋଟେଲରେ ରହୁଛି। ଏହି ହୋଟେଲକୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରାଜ୍ୟ ସରକାର ରୂପାନ୍ତର କରିଛନ୍ତି ହାକିମ୍ କହିଛନ୍ତି। ଗତ ଦୁଇଦିନ ହେବ ସ୍ବାସ୍ଥ୍ୟରେ ଉନ୍ନତି ହେଉଛି ବୋଲି ଅନୁଭବ କରୁଛି। ଖୁବ୍ଶୀଘ୍ର ଟେଷ୍ଟରେ ମୋ ରିପୋର୍ଟ ନେଗେଟିଭ୍ ବାହରିବ ଓ ସୁସ୍ଥ ହୋଇ ଘରକୁ ଫେରିବି ବୋଲି ସେ କହିଛନ୍ତି।
କର୍ନାଟକର ଗୁଲବର୍ଗା ଯାତ୍ରା କରିବା ପରେ ଅସୁସ୍ଥ ହୋଇପଡିଥିଲି। ପରୀକ୍ଷାରେ ମୋତେ ନିମୁନିଆ ହୋଇଥିଲା ବୋଲି ଜଣା ପଡିଥିଲା। ଏହାପରେ କୋଭିଡ୍-୧୯ ଟେଷ୍ଟ କରିବାକୁ ମୋତେ ପରାମର୍ଶ ଦିଆଯାଇଥିଲା ଓ ଏହାର ଫଳ ପଜିଟିଭ୍ ବାହାରିଥିଲା। ୨୦୧୭ରେ ହାକିମ୍ଙ୍କୁ ଜୀବନ ବ୍ୟାପୀ ସାଧାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବରୁ ୨୦୧୧ରେ ଅନ୍ୟତମ ଭାରତୀୟ ଖେଳାଳି ଶବୀର ଅଲି ମଧ୍ୟ ଏହି ପୁରସ୍କାର ହାସଲ କରିଥିଲେ। ଅବସର ନେବା ପରେ ସେ ରେଫରି ଦାୟିତ୍ୱ ତୁଲାଇବା ସହ ୧୯୮୯ ପର୍ଯ୍ୟନ୍ତ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍ ପରିଚାଳନା କରିଥିଲେ। ଏଥିରେ କାତାରରେ ଅନୁଷ୍ଠିତ ହୋଇଥିବା ୧୯୮୮ ଏଏଫ୍ସି ଏସିଆନ କପ୍ ସାମିଲ ରହିଥିଲା। ଏହାପରେ ସେ ନିଜ ପିତା ସୟଦ ଅବଦୁଲ ରହିମ୍ଙ୍କ ପଦାନୁସରଣ କରି କୋଚିଂରେ ମନୋବଳାଇଥିଲେ। ହାକିମ ମଧ୍ୟ ସ୍ପୋଟର୍ସ ଅଥରିଟୀ ଅଫ୍ ଇଣ୍ଡିଆ (ସାଇ)ରେ ଚିଫ୍ ପ୍ରୋଜେକ୍ସ ଡାଇରେକ୍ଟର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। |
https://www.dharitri.com/ବାଲେଶ୍ୱର-ସ୍ବାସ୍ଥ୍ୟବିକାଶ/ | ବାଲେଶ୍ୱର ସ୍ବାସ୍ଥ୍ୟବିକାଶ ସମିତିର ପ୍ରଥମ ବୈଠକ : ‘ଏଫ୍ଏମ୍ ମେଡିକାଲ କଲେଜ ସମସ୍ୟାର ସମାଧାନ ହେବ’
କଟକ ଅଫିସ,୧୩ା୯: ବାଲେଶ୍ୱରରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଥମ ସ୍ବାସ୍ଥ୍ୟ ବିକାଶ ସମିତି ସାଧାରଣ ବୈଠକ ଗୁରୁବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆରଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ବାଲେଶ୍ୱରର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ତେବେ ଖୁବ୍ଶୀଘ୍ର ସ୍ବାସ୍ଥ୍ୟସେବା ସମସ୍ୟାର ସମାଧାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି।
ବୈଠକରେ ଫକୀର ମୋହନ ମେଡିକାଲ କଲେଜ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାବେଳେ ସେଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଫଳରେ ଏହି ଡାକ୍ତରଖାନାରୁ ଲୋକମାନେ ଠିକ୍ ଭାବେ ସେବା ପାଇପାରୁନାହାନ୍ତି। ଜିଲାବାସୀ ଚିକିତ୍ସା ପାଇଁ କଟକ ଆସିବା ସହ ଅସୁବିଧାରେ ପଡୁଛନ୍ତି। ତେଣୁ ଖୁବ୍ଶୀଘ୍ର ଏହି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବାର ସମୟ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି। କେବଳ ମେଡିକାଲ କଲେଜ ନୁହେଁ ବରଂ ଜିଲାରେ ମୋଟ୍ ୩୦୦ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଏବେ ୧୮୦ ଜଣ ଅଛନ୍ତି। ଡାକ୍ତର ପଦବୀ ପୂରଣ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ସହ ଫକୀର ମୋହନ ମେଡିକାଲର ରୂପରେଖ ବଦଳାଇବାକୁ ଉଦ୍ୟମ ହେବ ବୋଲି ସେ କହିଛନ୍ତି। ଏହି ମେଡିକାଲ କଲେଜର ଷ୍ଟାଫ ସମସ୍ୟା, ପାରାମେଡିକାଲ କର୍ମଚାରୀ, ଆବଶ୍ୟକ ଭିତ୍ତିଭୂମି ନ ଥିବାବେଳେ ଏହାର ବିକାଶ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ମେଡିକାଲରେ ରୋଗୀମାନଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ, ନିରକ୍ଷର ରୋଗୀମାନଙ୍କ ପାଇଁ ହେଲ୍ପ ଡେସ୍କ କରାଯାଇ ସେମାନଙ୍କ ରୋଗ ମୁତାବକ ବିଭାଗକୁ ପରାମର୍ଶ ଦିଆଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ସ୍ବାସ୍ଥ୍ୟ ବିକାଶ ସମିତିର ନିୟମାବଳୀ ପାଠ କରାଯିବା ସହ ବ୍ୟୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ଅଲଗା ଥିବାରୁ ଡାକ୍ତରୀ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ଲାଗି ପ୍ରାକ୍ଟିକାଲ କରିବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ସରକାରଙ୍କ ସମସ୍ତ ଅନୁଦାନ ମେଡିକାଲ ପାଇଁ ଖର୍ଚ୍ଚ କରାଯାଉଥିବାରୁ ମେଡ଼ିକାଲ କଲେଜ ଅବହେଳିତ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ଡାକ୍ତରଖାନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ପରିସର ଅପରିଷ୍କାର ହୋଇଥିବାବେଳେ ଏଠାରେ ସଂକ୍ରମଣର ଆଶଙ୍କା ରହିଛି। ଆବଶ୍ୟକ ସଫେଇ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଥିଲେ। ଏହି ବୈଠକରେ ବାଲେଶ୍ୱର ଜିଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଫକୀରମୋହନ ମେଡିକାଲ କଲେଜର ଅଧିକାରୀମାନେ ଉପସ୍ଥିତ ଥିଲେ। |
https://www.dharitri.com/ଲଲାଟ-ଇନ୍ଦୁ-ପରିଜାଙ୍କ-ଦେହା/ | ଲଲାଟ ଇନ୍ଦୁ ପରିଜାଙ୍କ ଦେହାନ୍ତ
ଭୁବନେଶ୍ୱର, ୨୭।୮(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କର ସୋମବାର କଟକସ୍ଥିତ ଏକ ଘରୋଇ ନର୍ସିଂହୋମରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପରିଜା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରମୁଖ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବା ସହ ଦୁଇ ଥର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଖ୍ୟାତନାମା ବୈଜ୍ଞାନିକ ତଥା ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜାଙ୍କର ସେ ସୁପୁତ୍ର ଥିଲେ। ସ୍ବର୍ଗତ ପରିଜା ଏକାଧାରରେ ଜଣେ ବରିଷ୍ଠ ପ୍ରଶାସକ, ସୁବକ୍ତା, ଉଚ୍ଚକୋଟୀର କ୍ରିକେଟ ଖେଳାଳି ଏବଂ ପ୍ରମୁଖ ସ୍ତମ୍ଭକାର ଭାବେ ଜଣାଶୁଣା ଥିଲେ। ସେ ଓଡ଼ିଶା ରଣଜୀ କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ। ଗତ ମାର୍ଚ୍ଚ ମାସରେ ପରିଜାଙ୍କ ଲିଖିତ ପୁସ୍ତକ ‘ଫେଟ୍ ଟେକ୍ସ ଏ ହ୍ୟାଣ୍ଡ’ ଉନ୍ମୋଚନ ହୋଇଥିଲା। ଏହି ପୁସ୍ତକରେ ସେ ଓଡ଼ିଶା ସରକାରଙ୍କ ଅଧୀନରେ ନିଜ ୪୦ ବର୍ଷର ପ୍ରଶାସନିକ ଜୀବନ ଉପରେ ଆଲୋକପାତ କରିଛନ୍ତି। ଜିଲାପାଳ ପଦବୀଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ପଦବୀରେ ରହି ସେ ନିଜ କର୍ତ୍ତବ୍ୟ ବେଶ୍ ସମ୍ପାଦନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର ଭରତ ଇନ୍ଦୁ ପରିଜା, ଜଗତ ଇନ୍ଦୁ ପରିଜା, ଦୁଇ ପୁତ୍ରବଧୂ, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ରଘୁ ନନ୍ଦନ ଦାସ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ମହାନ୍ତି, ଜିଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ, ଜେଲ ଆଇଜି ସତ୍ୟଜିତ ମହାନ୍ତି, ପୂର୍ବତନ ବିଚାରପତି ସି.ଆର. ପାଲ, ଓପିଏସ୍ସି ଅଧ୍ୟକ୍ଷ ଏଲ.ସି. ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ଆର.ଏନ. ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କଟକ ଖାନ୍ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପରିଜାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି। |
https://www.dharitri.com/ଓଏସ୍ଏଚ୍ବି-ଅଧ୍ୟକ୍ଷ-ପ୍ର/ | ଓଏସ୍ଏଚ୍ବି ଅଧ୍ୟକ୍ଷ ପ୍ରିୟଦର୍ଶୀଙ୍କ ମାତୃବିୟୋଗ
ଭୁବନେଶ୍ୱର,୧୧ା୧(ବ୍ୟୁରୋ): ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍ଏଚ୍ବି) ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମା’ କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ୭୮ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣାର ସ୍ବର୍ଗତ ଜଗନ୍ନାଥ ମିଶ୍ରଙ୍କ ସ୍ତ୍ରୀ କାଞ୍ଚନବାଳା ବାଥ୍ରୁମ୍ରେ ପଡ଼ିଯିବା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଅପରାହ୍ନ ୩ଟା ୧୫ରେ ତାଙ୍କର ମୃତ୍ୟୁ ଘଟିଥିଲେ। ଏହି ସମୟରେ ତାଙ୍କର ବଡ଼ପୁଅ ଦେବଦର୍ଶୀ ମିଶ୍ର, ମଝିଆ ପୁଅ ପ୍ରିୟଦର୍ଶୀ ମିଶ୍ର ଓ ସାନପୁଅ ବିଶ୍ୱଦର୍ଶୀ ମିଶ୍ର, ତିନିଝିଅଙ୍କ ସମେତ ପ୍ରିୟଦର୍ଶୀଙ୍କ ପତ୍ନୀ ରୋଜାଲିନୀ ପାଟଶାଣୀ ମିଶ୍ର ଉପସ୍ଥିତ ରହିଥିଲେ। ସ୍ବର୍ଗତ ଜଗନ୍ନାଥ ମିଶ୍ର ବାଲିପାଟଣା ଚଣାହାଟ ହାଇସ୍କୁଲ୍ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ଦେବଦର୍ଶୀ ବରିଷ୍ଠ ପ୍ରଫେସର ଭାବେ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ। ସ୍ବର୍ଗତା ମିଶ୍ର ଜଣେ ପରୋପକାରୀ, ଧର୍ମପରାୟଣା ଓ ସମାଜସେବୀ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିବାରୁ ତାଙ୍କ ମୃତ୍ୟୁରେ ବାଲିପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହସ୍ପିଟାଲରୁ ତାଙ୍କ ମରଶରୀରକୁ ବାଲିପାଟଣାସ୍ଥିତ ତାଙ୍କ ଗ୍ରାମକୁ ଶେଷଦର୍ଶନ ଲାଗି ନିଆଯାଇଥିଲା। ଗୁରୁବାର ରାତିରେ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। |
https://www.dharitri.com/withdraw-aganipath-congress/ | ଅଗ୍ନିପଥ ଯୋଜନା ପ୍ରତ୍ୟାହାର କର: କଂଗ୍ରେସ
ଭୁବନେଶ୍ୱର,୨୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାକୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରାଯାଇଛି। ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ୍ବାରି ଦିନ ୧୦ରୁ ୧ଟା ମଧ୍ୟରେ ଏହା ପାଳନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଭଦ୍ରକରେ ଅନୁଷ୍ଠିତ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଲାଗି ଦାବି କରିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏକ ସତ୍ୟାଗ୍ରହ ଆନ୍ଦୋଳନ ସ୍ଥାନୀୟ ସର୍କିଟ ହାଉସ ଛକଠାରେ କରାଯାଇଛି। ଏହି ସତ୍ୟାଗ୍ରହ ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ କରାଯାଇଥିଲା। କେନ୍ଦ୍ର ସରକାର ଭାରତ ବର୍ଷର ସେନାବାହିନୀକୁ ଦୁର୍ବଳ କରିଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର ରଚନା କରିଛନ୍ତି, ଅତ୍ୟନ୍ତ ଚିନ୍ତାଜନକ ଓ ସମ୍ପୂର୍ଣ୍ଣ ଦେଶର ସ୍ବାର୍ଥ ବିରୋଧରେ ଉଦ୍ଦିଷ୍ଟ। ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଯୁବତୀ, ଯୁବକମାନେ ଜୀବନରେ ଏକ ସ୍ବପ୍ନ ଦେଖିଥାନ୍ତି ଯେ, ସେମାନେ କିପରି ସେନାବାହିନୀରେ ଯୋଗଦାନ କରି ଦେଶମାତୃକାର ସେବା କରିବେ। ଆବଶ୍ୟକ ପଡ଼ିଲେ ଦେଶ ପାଇଁ ଜୀବନ ଦେବାକୁ ସେମାନେ ପ୍ରସ୍ତୁତ ରହିଥାଆନ୍ତି। ହେଲେ ଅତି ଦୁର୍ଭାଗ୍ୟର କଥା, ଅଗ୍ନିବୀରମାନଙ୍କୁ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଯୁକ୍ତି ଏକ ଠିକା ନିଯୁକ୍ତି ଅଟେ। ଏହାଦ୍ୱାରା ଭାରତ ବର୍ଷର ଯୁବପିଢ଼ିଙ୍କ ଆଶା ଭାଙ୍ଗିପଡ଼ିବ। ସେମାନେ ମାନସିକ ସ୍ତରରେ ଜଣେ ବୀର ସୈନିକ ହିସାବରେ ପ୍ରସ୍ତୁତ ହୋଇପାରିବେ ନାହିଁ। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ୭୫ ଭାଗ ଲୋକଙ୍କୁ ନିଜ ନିଯୁକ୍ତି ହରାଇବାକୁ ପଡ଼ିବ। ଯଦି ଏତେ ପରିମାଣର ବୀର ସୈନିକ ନିଯୁକ୍ତି ହରାଇବେ, ତେବେ ସେମାନଙ୍କୁ କିଭଳି ଏବଂ କେଉଁ କ୍ଷେତ୍ରରେ ନିଯୁକ୍ତି କରାଯିବ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଯେଉଁମାନେ ଦେଶ ପାଇଁ ବଳିଦାନ ଦେବେ, ଯଦି ସେମାନଙ୍କ ଭବିଷ୍ୟତକୁ ଆମେ ସୁରକ୍ଷିତ ରଖିପାରିବା ନାହିଁ, ତେବେ ଦେଶର ଗତି କୁଆଡ଼େ ବୋଲି କଂଗ୍ରେସ ପ୍ରଶ୍ନ କରିଛି। |
https://www.dharitri.com/tzuyu-goes-viral-getting-mistaken-olympic-archer/ | ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଯୁବତୀ ଜଣଙ୍କ କିଏ? ଟୋକିଓ ଅଲିମ୍ପିକ୍ସରେ…
ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ ଖେଳର ଆୟୋଜନ କରାଯାଛି। ଖେଳର ଏହି ମହାକୁମ୍ଭରେ କିଛି ମହିଳା ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ବେଳେ କିଛଇ ନିଜର ସୁନ୍ଦରତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଏଭଳି ଜଣେ ଯୁବତୀ ତଜୁୟୁଙ୍କ ଭିଡିଓ ବେଶ ଭାଇରାଲ ହେଉଛି। ତାଙ୍କୁ ଅଲିମ୍ପିକ୍ ସହ ଯୋଡ଼ା ଯାଉଛି। ଏପରିକି ତାଙ୍କୁ ଚାଇନା, ତାଇଓ୍ବାନ ବ୍ୟତିତ କୋରିଆର ତୀରନ୍ଦାଜ ଟିମ୍ର ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ବାସ୍ତବରେ ସେ କିଏ…
ତଜୁୟୁଙ୍କ ଅଲିମ୍ପିକ୍ ସହ କୌଣସି ସମ୍ପର୍କ ନାହିଁ। ସେ ଜଣେ ସେଲିବ୍ରିଟି ହୋଇଥିବା ବେଳେ ଆଇଡଲ୍ ଷ୍ଟାର ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଭାଗ ନେଇଥିଲେ। ପ୍ରତିବର୍ଷ ସେ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ପ୍ରଶଂସକ ତାଙ୍କ ସୁନ୍ଦରତା ଏବଂ କୌଶଳ ଦେଖି ଚକିତ ହୋଇଥାନ୍ତି। ତେବେ ଭାଇରାଲ ଭିଡିଓଟି ୨୦୧୯ର। ସେ ତାଇଓ୍ବାନର ଜଣେ ଗାୟକ। ଏହାକୁ ନେଇ ତାଙ୍କର ପ୍ରଶଂସକ ମଧ୍ୟ ଚାରିଆଡେ ଅଛନ୍ତି। ଗାଇବା ବ୍ୟତିତ ସେ ଭଲ ତୀରନ୍ଦାଜ କରିଥାନ୍ତି। ଏହାର ଅନେକ ଭିଡିଓ ରହିଛି। ପ୍ରଶଂସକମାନେ ମଧ୍ୟ ଅଲିମ୍ପିକରେ ସେ ଭାଗ ନିଅନ୍ତୁ ବୋଲି ଚାହୁଁଥିବା ପ୍ରକାଶ କରିଛନ୍ତି। ଆଶା କରାଯାଉଛି ମହାମାରୀ ନିୟନ୍ତ୍ରଣକୁ ଆସିଲେ ତଜୁୟୁ ପୂର୍ବବତ ପ୍ରତିଯୋଗିତାରେ ଭାଗ ନେଇ ଆକ୍ସନ ମୋଡକୁ ଆସିବେ। |
https://www.dharitri.com/ବିବାହ-ବନ୍ଧନରେ-ଆବଦ୍ଧ-ହେବେ-2/ | ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ଦୁଇ ଭାରତୀୟ ତୀରନ୍ଦାଜ
ଜୟପୁର, ୨୩।୬- ପୂର୍ବରୁ ଅନେକ ଭାରତୀୟ କ୍ରୀଡ଼ାବିତ୍ ପରସ୍ପର ବିବାହ ବନ୍ଧରେ ଆବଦ୍ଧ ହେବାର ଦେଖିବାକୁ ମିଳିଛି । ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛନ୍ତି ଦୁଇ ଭାରତୀୟ ସଫଳ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ। ଆସନ୍ତା ଜୁନ୍ ୩୦ରେ ରାଞ୍ଚତ୍ରେ ଉଭୟ ଦୀପିକା ଓ ଅତନୁ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡ଼ିଛି। ଦୀପିକାଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବାବେଳେ ଅତନୁ ବେଙ୍ଗଲର ବାସିନ୍ଦା। ଗତ ୧୨ ବର୍ଷ ହେବ ଉଭୟ ତୀରନ୍ଦାଜୀ କ୍ରୀଡ଼ା ସହ ଜଡ଼ିତ ରହିଛନ୍ତି। ଆରମ୍ଭରୁ ଉଭୟ ଭଲ ବନ୍ଧୁ ଥିଲେ। କିନ୍ତୁ ପରେ ଏହି ବନ୍ଧୁତ୍ୱ ଭାଙ୍ଗିଗଲା। ଏପରିକି ଦୀପିକା ଓ ଅତନୁ ୭ ବର୍ଷ ପର୍ଯ୍ୟନ୍ତ ଏହାପରେ କଥାବର୍ତ୍ତା ହୋଇ ନ ଥିଲେ। ତେବେ ପୁଣିଥରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା, ଯାହାକି ଏବେ ବିବାହ ବନ୍ଧନରେ ପରିଣତ ହେବାକୁ ଯାଉଛି। ଦୀପିକା ଓ ଅତନୁ ଟୋକିଓ ଅଲିମ୍ପିକ୍ସକୁ ମଧ୍ୟ ଯୋଗ୍ୟତା ହାସଲ କରିସାରିଛନ୍ତି। ପୂର୍ବରୁ ଦୁହେଁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଶେଷ ହେବାପରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହାମାରୀ କରୋନା ଲାଗି ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚତ୍ୟାଇଥିବାରୁ ଏବେ କୌଣସି କ୍ୟାମ୍ପ୍ କିମ୍ବା ଟୁର୍ନାମେଣ୍ଟ ନାହିଁ। ତେଣୁ ଜୁନ୍ ୩୦ରେ ବିବାହ କରିବେ ବୋଲି ଉଭୟ ନିଷ୍ପତ୍ତି ନେଇଥିଲେ। |
https://www.dharitri.com/ରୋନାଲଡୋଙ୍କ-ଡାଏଟ୍-ପ୍ଲାନ୍/ | ରୋନାଲଡୋଙ୍କ ଡାଏଟ୍ ପ୍ଲାନ୍ ସ୍ଥିର କରେ ନାସା: ରମିଜ ରାଜାଙ୍କ ଅଜବ ମନ୍ତବ୍ୟ
ଇସଲାମାବାଦ୍,୨୩।୧୧: ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜା ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରମିଜ ରାଜା ଏପରି କଥା କହିଛନ୍ତି ଯେ ଯାହା ଶୁଣିବା ପରେ ନ ହସି ରହିପାରିବେ ନାହିଁ। ରମିଜ ରାଜା କହିଛନ୍ତି ଯେ ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଖାଦ୍ୟ ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେସନ (ନାସା)ର ବୈଜ୍ଞାନିକମାନଙ୍କ ଦ୍ୱାରା ସ୍ଥିର ହୋଇଛି।
ରମିଜ ରାଜାଙ୍କ ଏହି ବିବୃତ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓ କିଛି ଶୋ’ରୁ ହୋଇଥିବା ଜଣାପଡିଛି। ଏହି ଭାଇରାଲ ଭିଡିଓ ଉପରେ ଲୋକମାନେ ମଧ୍ୟ ବହୁତ ରୋଚକ ପ୍ରତିକ୍ରିୟା ଦେଇଥିଲେ।
ବିଶ୍ୱକପ ୨୦୨୩ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପୁରୁଷ ଦଳର ଚୟନ କମିଟିରେ ପରିବର୍ତ୍ତନ ଆସିଥିଲା। ଏହା ବ୍ୟତୀତ କୋଚିଂ ଷ୍ଟାଫରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। |
https://www.dharitri.com/ଦୁର୍ଘଟଣାରେ-ନାଲ୍କୋ-କର୍ମଚ/ | ଦୁର୍ଘଟଣାରେ ନାଲ୍କୋ କର୍ମଚାରୀ ଗୁରୁତର
ବଅଁରପାଳ,୧୩।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋ ସେଲ୍ଟର ପ୍ଲାଣ୍ଟ ପରିସର ପଟଲାଇନ କ୍ୟାଣ୍ଟିନ୍ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଏକ ମେଟାଲ୍ ବୋଝେଇ ଟ୍ରେଲର (ଏମ୍ଟିଟି) ଧକ୍କାରେ ଜଣେ ନାଲ୍କୋ କର୍ମଚାରୀ ଗୁରୁତର ହୋଇଛନ୍ତି। ସେ ହେଲେ ବୁଧୁରାମ ମାଝୀ(୫୭)। ବାଇକ ଯୋଗେ ସେ ପଟଲାଇନ୍ରୁ ଖାଇବା ନିମନ୍ତେ ଘରକୁ ଫେରୁଥିବା ସମୟରେ ଉକ୍ତ ଟ୍ରେଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ବାଇକ୍ ଭାଙ୍ଗିଯିବା ସହ ବୁଧୁରାମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ନାଲ୍କୋ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । |
https://www.dharitri.com/india-china-core-commander-level-meeting-was-held-at-chushul-moldo/ | ଉତ୍ତେଜନା ମଧ୍ୟରେ ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ
ନୂଆଦିଲ୍ଲୀ,୨୨ ।୧୨: ଭାରତ-ଚାଇନା କୋର କମାଣ୍ଡର ସ୍ତରର ୧୭ ତମ ବୈଠକ ୨୦ ଡିସେମ୍ବରରେ ଚୁଶୁଲ ମୋଲ୍ଡୋ(ଲଦ୍ଦାଖ)ରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷରୁ ପଶ୍ଚିମ ଅଞ୍ଚଳରେ ଏଲଏସି ସହ ବିଚାରର ଆଦାନ ପ୍ରଦାନ କରାଯାଇଛି । ଏହାହସ ଶେଷ ପ୍ରସଙ୍ଗକୁ ନେଇ ଖୁବଶୀଘ୍ର କାମ କରିବା ପାଇଁ ଖୋଲାଖୋଲି କଥା ହୋଇଛି । ଏହି ସୂଚନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଦେଇଛନ୍ତି ।
ବୈଦେଶିକ ମ୍ନ୍ତ୍ରଣାଳୟ ଗୁରୁବାର କହିଛି ଭାରତ-ଚାଇନା କୋର କମାଣ୍ଡର ସ୍ତରର ୧୭ତମ ବୈଠକ ୨୦ ଡିସେମ୍ବରରେ ଚୁଶୁଲ ମୋଲଡୋ(ଲଦ୍ଦାଖ)ରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷ ପଶ୍ଚିମ ଅଞ୍ଚଳରେ ଶାନ୍ତି ବଜାର ରଖିବାକୁ ସହମତି ପ୍ରକାଶ କରିଛନ୍ତି ।
ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ବୈଠକରେ ୧୭ ଜୁଲାଇରେ ହୋଇଥିବା ପିଛିଲା ବୈଠକରେ ହୋଇଥିବା ସମାଧାନର ସମୀକ୍ଷା କରାଯାଇଥିଲା । ବୈଠକରେ ୱେଷ୍ଟର୍ଣ୍ଣ ସେକ୍ଟରରେ ହୋଇଥିବା ସହମତିକୁ ନେଇ ବି କଥା ହୋଇଛି । ପ୍ରବକ୍ତା କହିଛନ୍ତି, ଉଭୟ ପକ୍ଷ ପଶ୍ଚିମ ଅଞ୍ଚଳରେ ସ୍ଥଳଭାଗରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଓ ସେନା ଏବଂ ରାଜନୈତିକ ଚ୍ୟାନେଲ ମାଧ୍ୟମରେ କଥାବାର୍ତ୍ତା ଜାରି ରଖିବା ଓ ପାରସ୍ପରିକ ଭାବେ ସ୍ୱୀକୃତ ସଂକଳ୍ପ ଉପରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି । |
https://www.dharitri.com/in-3-months-1289-points-have-caught-fire/ | ୩ ମାସରେ ୧୨୮୯ ପଏଣ୍ଟରେ ଲାଗିଛି ନିଆଁ
ବାରିପଦା ଅଫିସ,୧୫।୩: ଶିମିଳିପାଳ ଅଭୟାରଣ୍ୟରେ ମାସ ମାସ ଧରି ନିଅଁା ଜଳିବା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ୍ ତଥ୍ୟ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ଦକ୍ଷିଣ ଡିଭିଜନର ୨୩ଟି ସ୍ଥାନରେ ନିଅଁା ଜଳୁଛି। ବନ କର୍ମଚାରୀମାନେ ପହଞ୍ଚତ୍ କେତେକ ସ୍ଥାନରେ ନିଅଁା ଲିଭାଇ ଥିବା ବେଳେ ବଫର ଅଞ୍ଚଳରେ ନିଅଁା ବ୍ୟାପି ଚାଲିଛି। ଦମକଳ ବାହିନୀ, ବନକର୍ମଚାରୀ, ଏସ୍ଏସ୍ଜି ଓ ସ୍ଥାନୀୟ ଲୋକେ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡରେ ନିଅଁା ଲିଭିଛି। ଗତ ୩ ମାସ ମଧ୍ୟରେ ମୋଟ ୧୨୮୯ ପଏଣ୍ଟରେ ନିଅଁା ଲାଗିଥିବା ବେଳେ ଜାନୁୟାରୀ ମାସରେ ୨ଟି, ଫେବୃୟାରୀରେ ୧୫୭ ଓ ମାର୍ଚ୍ଚରେ ୧୧୩୦ଟି ସ୍ଥାନରେ ନିଅଁା ଲାଗିଛି ା ସଚେତନତା ଓ ସ୍ଥାନୀୟ ଲୋକଙ୍କ ସହାୟତା ମାଧ୍ୟମରେ ନିଅଁାକୁ ରୋକଯାଇ ପାରିଛି। ଚଳିତ ମାର୍ଚ୍ଚରେ ବାରିପଦା ବନଖଣ୍ଡରେ ୪୨, କରଞ୍ଜିଆରେ ୧୩୧, ରାଇରଙ୍ଗପୁରରେ ୧୩୨, ଶିମିଳିପାଳ ଦକ୍ଷିଣ ଡିଭିଜନରେ ୨୮୩ ଓ ଉତ୍ତରରେ ୫୪୨ଟି ସ୍ଥାନକୁ ମିଶାଇ ମୋଟ ୧୧୩୦ଟି ସ୍ଥାନରେ ନିଅଁା ଲାଗିଛି। ଏହା ଦ୍ୱାରା ହଜାର ହଜାର ହେକ୍ଟର ଜଙ୍ଗଲର ବୃକ୍ଷଲତା ନିଅଁାରେ ପୋଡ଼ି ପାଉଁଶ ହୋଇଯାଇଛି। ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ୧୨ ଓ ଦକ୍ଷିଣ ଡିଭିଜନର ୧୧ଟି ସ୍ଥାନରେ ନିଅଁା ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି। ଖବର ପାଇବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ତେବେ ସମତଳ ଅଞ୍ଚଳରେ ନିଅଁାକୁ ଆୟତ୍ତ କରିବାକୁ ୩ରୁ ୪ଘଣ୍ଟା ସମୟ ଲାଗୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ତାହା ୬ରୁ ୯ଘଣ୍ଟା ଲାଗୁଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପାହାଡ଼ ଚଢ଼ି ନିଅଁା ରୋକିବାକୁ ଯିବା ସମୟ ମଧ୍ୟରେ ନିଅଁା ବ୍ୟାପକ ଭାବେ ବଢ଼ି ଚାଲିଥାଏ। ଏହାକୁ ଆୟତ୍ତ କରିବା ପାଇଁ କର୍ମଚାରୀମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ୁଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ସମ୍ପୂର୍ଣ୍ଣ ଭାବେ ବନାଗ୍ନି ରୋକିବା ପାଇଁ ବର୍ଷାର ଆବଶ୍ୟକତା ରହିଛି। ପ୍ରବଳ ବର୍ଷା ହେଲେ ନିଅଁା କବଳରୁ ରକ୍ଷା ମିଳିପାରିବ ବୋଲି ପରିବେଶବିତ୍ମାନେ ପ୍ରକାଶ କରିଛନ୍ତି। |
https://www.dharitri.com/he-went-to-join-the-purge-and-did-not-return-suspecting-murder/ | ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇ ଫେରିଲେନି, ହତ୍ୟା ସନ୍ଦେହ କରି…
ପାଟଣା,୧୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଆହାରପଡ଼ା ଫିଲଡ ସାହି ବାଉଁଶ ବୁଦା ନିକଟରୁ ମଙ୍ଗଳବାର ସକାଳୁ ଜଣେ ୪୫ ବର୍ଷୀୟା ବିଧବାଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଜବତ ହୋଇଛି। ମହିଳା ଜଣକ ହେଉଛନ୍ତି ଆହରପଡା ଗୁଡ଼ା ସାହିର ସ୍ବର୍ଗତ ଟଙ୍କଧର ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା। ତାଙ୍କୁ କେହି ସୁପରିକଳ୍ପିତ ଭାବେ ତଣ୍ଟି ଚିପି ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହା ଅପମୃତ୍ୟୁ କି ହତ୍ୟା ସ୍ପଷ୍ଟ କରିବା ପାଇଁ ସାଇଣ୍ଟିଫିକ ଟିମ୍କୁ ଡକାଇଛୁ ବୋଲି ପାଟଣା ଥାନା ଧିକାରୀ ଦୀପ୍ତି ରଞ୍ଜନ ସାହୁ କହିଛନ୍ତି। ସୋମବାର ରାଇମଣି ସମ୍ପର୍କୀୟ ଶୁକ୍ରା ମୁଣ୍ଡାଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇଥିଲେ। ତାଙ୍କ ବେକରେ ଓ ହାତରେ ଥିବା କ୍ଷତ ଚିହ୍ନ ଥିବାରୁ ସ୍ଥାନୀୟ ଲୋକେ ଅଧିକ ତଦନ୍ତ ଦାବି କରିଛନ୍ତି। ଘଟଣାସ୍ଥଳରେ ସାହାରପଡା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଓ ପାଟଣା ଥାନା ଧିକାରୀ ସାହୁ ଉପସ୍ଥିତଅଛନ୍ତି। |
https://www.dharitri.com/naga-chaitanyas-second-marriage/ | ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା
ମୁମ୍ବାଇ: ନାଗା ଚୈତନ୍ୟ ସାଉଥ୍ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତା। ସେ ଫିଲ୍ମ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ତେବେ ନାଗା ୨୦୧୭ରେ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ କିଛି ବର୍ଷ ଧରି ଡେଟ୍ କରିଥିଲେ। ଏହାପରେ ୨୦୨୧ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ଅଭିନେତା ନାଗା ଏବେ ତାଙ୍କ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି। ସେ ଜଣେ ବ୍ୟବସାୟୀ ପରିବାରର ଝିଅଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ଚଳିତବର୍ଷ ଶେଷକୁ ସେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ସେହି ଝିଅଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ। ହେଲେ ସେ ଗ୍ଲାମରସ୍ ଦୁନିଆରୁ ବହୁତ ଦୂରରେ ଥିବା ଜଣାପଡ଼ିଛି। ଛାଡ଼ପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଥିଲା। ନାଗା ତାଙ୍କ ଫିଲ୍ମ କ୍ୟାରିୟର ୨୦୦୯ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ସିନେମା ଦର୍ଶକଙ୍କୁ ଭେଟି ଦେଇସାରିଲେଣି। ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ‘କଷ୍ଟଡି’ରେ ଦେଖିବାକୁ ମିଳିଥିଲା। |
https://www.dharitri.com/indian-us-army-carry-out-joint-tactical-exercise-in-alaska-as-part-of-yudh-abhyas/ | ଆଲାସ୍କାରେ ମିଳିତ ସମରାଭ୍ୟାସ କଲେ ଭାରତ-ଆମେରିକା ସେନା
|
https://www.dharitri.com/ଜମ୍ମୁ-କଶ୍ମୀରରେ-ସେନା-ଅପରେ/ | ଜମ୍ମୁ-କଶ୍ମୀରରେ ସେନା ଅପରେଶନ: ଯବାନ ଶହୀଦ, ୬ ଆତଙ୍କବାଦୀ ନିହତ
ଜମ୍ମୁ,୨୯ା୯(ପି.ଟି.): ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଶନିବାର ଏନ୍କାଉଣ୍ଟର କରାଯାଇଛି। ଏଥିରେ ମୋଟ ୬ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ ୯ ଘଣ୍ଟା ଅପରେଶନ ପରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର। ଓସାମା ନାମକ ଏହି ହିଜବୁଲ ଆତଙ୍କବାଦୀ ରାଜନେତାମାନଙ୍କୁ ଟାର୍ଗେଟ କରି ମାରୁଥିଲା ବୋଲି ଜଣାପଡ଼ିଛି। ଅନେକ ଭାଜପା, ଆର୍ଏସ୍ଏସ୍ ନେତା ତାଙ୍କ ଟାର୍ଗେଟରେ ଥିଲେ। ଅନ୍ୟ ୨ ନିହତ ଆତଙ୍କବାଦୀ ହେଲେ ଜାହିଦ୍ ଓ ଫାରୁକ୍।
ଅନ୍ୟପକ୍ଷରେ ଗନ୍ଦରର୍ବାଲ ଅଞ୍ଚଳର ନରନାଗ ଗ୍ରାମରେ ସେନା ଏନ୍କାଉଣ୍ଟରରେ ପୁଣି ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସେନା ମୁଖପାତ୍ର ପ୍ରକାଶ କରିଛନ୍ତି। ଏକ ଘରେ ଲୁଚିଥିବା ଏହି ଆତଙ୍କବାଦୀଙ୍କୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳିମାଡ଼ କରିବା ପରେ ଏହାର କଡ଼ା ଜବାବ୍ ଦିଆଯାଇଥିଲା। ଘର ମାଲିକ ଓ ପରିବାରବର୍ଗଙ୍କୁ ସେନା ପକ୍ଷରୁ ସୁରକ୍ଷାର ସହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସେନା କାର୍ଯ୍ୟାନୁଷ୍ଠାନ ଲାଗି ସୁରକ୍ଷା ଦୃଷ୍ଟିରୁ କେତେକ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ଖସିବାକୁ ଉଦ୍ୟମ କରୁଥିବାବେଳେ ଆତଙ୍କବାଦୀମାନେ ଯବାନଙ୍କ ଗୁଳିର ଶିକାର ହୋଇଥିଲେ ବୋଲି ସେନା ଅଧିକାରୀ ଦେବେନ୍ଦ୍ର ଆନନ୍ଦ ପ୍ରକାଶ କରିଛନ୍ତି। ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସେନାର ତଲାସି ଅଭିଯାନ ଜାରି ରହିଥିବା ସେ କହିଛନ୍ତି। ଶନିବାର ସକାଳେ ଏକ ଗାଡ଼ିକୁ ୨ ସନ୍ଦିଗ୍ଧ ଅଟକାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଗାଡ଼ି ଡ୍ରାଇଭର ସେନା ପୋଷ୍ଟକୁ ଏନେଇ ଅବଗତ କରାଇବା ପରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। |
https://www.dharitri.com/ଉତ୍ତେଜନା-ସୃଷ୍ଟିକାରୀ-ଭାଷଣ/ | ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା: ଏପ୍ରିଲ୍ ୧୩ରେ ଶୁଣାଣି; କେନ୍ଦ୍ରକୁ ରିପୋର୍ଟ ତଲବ
ନୂଆଦିଲ୍ଲୀ,୨୭।୨: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୧୩ରେ ହେବ ବୋଲି କୋର୍ଟ କହିଛନ୍ତି। ସେହିପରି ଜବାବ ଦାଖଲ ପାଇଁ ଦିଲ୍ଲୀ ପୋଲିସ ସମୟ ମାଗିଛି। ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା ୩ଟି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦାଖଲ କରି କହିଥିଲେ ଯେ, ଏଭଳି ବହୁ ଭାଷଣ ରହିଛି। ଏନେଇ ହାଇକୋର୍ଟ ସମସ୍ତ ଭାଷଣ ଦାଖଲ କରିବାକୁ କହିଛନ୍ତି। |
https://www.dharitri.com/weeping-on-the-side-of-the-road/ | କନ୍ଦାଉଛି ରାସ୍ତା ପାର୍ଶ୍ୱ କଟକଣା
ଅନୁଗୋଳ ଅଫିସ, ୧୧।୧୧ – ମାତ୍ର ତିନିଦିନ ପରେ ଦୀପାବଳି। କରୋନା କାଳ ହୋଇ ନ ଥିଲେ ଏତେବେଳକୁ ଦୀପ ଓ ବାଣ ବ୍ୟବସାୟ ଶିଖର ଛୁଉଁଥାଆନ୍ତା। ରାସ୍ତା ପାର୍ଶ୍ୱରେ ଭଳିକି ଭଳି ଦୋକାନ ଚମକୁଥାନ୍ତା। ସକାଳୁ ସନ୍ଧ୍ୟା ଯାଏ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥାନ୍ତା। କିନ୍ତୁ ମହାମାରୀ କୋଭିଡ୍-୧୯ ପାଇଁ ଚଳିତବର୍ଷ ସବୁ ଉତ୍ସବ କଡ଼ା କଟକଣା ମଧ୍ୟରେ ପାଳନ କରାଯାଉଛି। ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ନିଷେଧ କରାଯାଇଛି। ଏପରି କି ରାସ୍ତା ପାର୍ଶ୍ୱରେ ବସି ଦୀପ ବିକିବାକୁ ମଧ୍ୟ ବାରଣ କରାଯାଇଛି। ହେଲେ ସଂକ୍ରମଣ ବୃଦ୍ଧି ରୋକିବାକୁ ଏହି ସରକାରୀ କଟକଣା ଦୀପ କାରିଗର, ବ୍ୟବସାୟୀଙ୍କୁ କନ୍ଦାଇବାରେ ଲାଗିଛି।
ଅନୁଗୋଳ ସହରକୁ ଛେଳିଆପଡ଼ା କୁମ୍ଭାର ସାହି ଦୀପ ଯୋଗାଇଥାଏ। ଦୀପାବଳି ପୂର୍ବରୁ ଏହି ଗାଁ ଚଳଚଞ୍ଚଳ ହୋଇଉଠେ। ଏଠାରେ ଥିବା ୩୦ରୁ ୪୦ ପରିବାର ଦେଢ଼ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଥାନ୍ତି। ଚାହିଦା ଅନୁସାରେ ଏହି କାରିଗରମାନେ କମ୍ ଅର୍ଥରେ ସାମଗ୍ରୀ ଯୋଗାଉଥିବାରୁ ବହୁ ଦୂରଦୂରାନ୍ତ ଗ୍ରାହକ, ବ୍ୟବସାୟୀମାନେ ଛେଳିଆପଡ଼ା ଆସିଥାନ୍ତି। ସାଧାରଣତଃ ଏହି ରାସ୍ତା ଦେଇ ଯାଉଥିବା ଲୋକେ ଗାଁ ଛକରେ ପସରା ମେଲାଇଥିବା କାରିଗରଙ୍କଠାରୁ ଦୀପ କିଣିଥାନ୍ତି। ଫଳରେ ଗୋଟିଏ ଗୋଟିଏ ପରିବାର ୧୦ରୁ ୧୫ ହଜାର ଦୀପ ବିକ୍ରି କରିଥାନ୍ତି। ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବାଣ ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଇଥିବାରୁ ଦୀପ ବେପାର ଭଲ ହେବ ବୋଲି ସମସ୍ତେ ଆଶା କରିଥିଲେ। ସେଥିପାଇଁ କାରିଗରମାନେ ଗତବର୍ଷ ଅପେକ୍ଷା ଅଧିକ ଦୀପ ତିଆରି କରିଥିଲେ। ହେଲେ ସରକାର ରାସ୍ତା କଡ଼ରେ ଦୀପ ବିକ୍ରି ମନା ବୋଲି କହିବା ପରେ ହତାଶ ହୋଇପଡ଼ିଛନ୍ତି ଏହି କାରିଗର ଓ ବ୍ୟବସାୟୀ। ସରକାରଙ୍କ ଏହି କଟକଣା କେବଳ ଛେଳିଆପଡ଼ା ନୁହେଁ, ଅନୁଗୋଳ ଜିଲାର ଶତାଧିକ ଦୀପ ବ୍ୟବସାୟୀଙ୍କୁ ନିରାଶ କରିଛି। ବସ୍ତା ବସ୍ତା ଦୀପ ଧରି ଗାଁ ଛକ, ରାସ୍ତା ପାର୍ଶ୍ୱରେ ବେପାର କରୁଥିବା କାରିଗରମାନେ ଏବେ କେଉଁଠି ଓ କିପରି ଏହାକୁ ବିକି ପାରିଶ୍ରମିକ ଉଠାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
କାରିଗରଙ୍କ ପେଟ ପୋଡ଼ିଯାଉଛି
ଦୀପାବଳି ପାଇଁ ୬ରୁ ୭ ପ୍ରକାରର ୧୫ ହଜାର ଦୀପ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ହଜାର ବିକ୍ରି ହୋଇଯିବା କଥା। କିନ୍ତୁ ସରକାରଙ୍କ ରାସ୍ତା ପାର୍ଶ୍ୱ କଟକଣା ଯୋଗୁ ଛକମାନଙ୍କରେ ବସିପାରୁନୁ। ଗାଁକୁ ଗ୍ରାହକ ଆସୁ ନ ଥିବାରୁ କାରିଗରଙ୍କ ପେଟ ପୋଡ଼ିଯାଉଛି।
-ତ୍ରିପୁର ମୁଦୁଲି, କାରିଗର, ଛେଳିଆପଡ଼ା
ପାରିଶ୍ରମିକ ମିଳିବ କି ନାହିଁ ଦ୍ୱନ୍ଦ୍ୱ
କରୋନା ଭୂତାଣୁ ପାଇଁ ଚଳିତବର୍ଷ ଉତ୍ସାହ ନାହିଁ କି ବେପାର ନାହିଁ। ଦୀପ ନେବାକୁ ବ୍ୟବସାୟୀ କିମ୍ବା ଖାଉଟିଙ୍କ ଦର୍ଶନ ମିଳୁନି। ଫଳରେ ଦିନରାତି ପରିଶ୍ରମ କରି ଗଢ଼ିଥିବା ଦୀପ ବାବଦ ପାରିଶ୍ରମିକ ଉଠିବ କି ନାହିଁ ତାହାକୁ ନେଇ କାରିଗରମାନେ ଦ୍ୱନ୍ଦ୍ୱରେ ଅଛନ୍ତି।
-ନିରଞ୍ଜନ ମୁଦୁଲି, କାରିଗର, ଛେଳିଆପଡ଼ା
ପୂର୍ବବର୍ଷ ଭଳି ବେପାର ନାହିଁ
ଟଙ୍କାଏ ଠାରୁ ଆରମ୍ଭ କରି କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ ଦୀପର ମୂଲ୍ୟ ରଖାଯାଇଛି। କିଣିବାକୁ ଲୋକ ଆସୁଥିଲେ ମଧ୍ୟ ଗତବର୍ଷ ଭଳି ଅଧିକ ପରିମାଣର ବିକ୍ରି ହେଉନି। ହାତରେ ଆଉ ମାତ୍ର ୩ଦିନ ଥିବାରୁ ଚଳିତବର୍ଷ ବ୍ୟବସାୟ ସେପରି ହେବାର ସମ୍ଭାବନା ଦେଖାଯାଉ ନାହିଁ। ସରକାର ରାସ୍ତା ପାର୍ଶ୍ୱରେ ବିକ୍ରି ଉପରେ କଟକଣା ଲଗାଇ ନ ଥିଲେ ଭଲ ହୋଇଥାନ୍ତା।
-ରଜତ ବେହେରା, ବ୍ୟବସାୟୀ, ଜରାସିଂହା
ବ୍ୟବସାୟୀ, କାରିଗର ନିରାଶ
ବାଣ ବିକ୍ରି ଓ ଫୁଟାଯିବା ଉପରେ ଏଥର କଟକଣା ଲଗାଯାଇଥିବାରୁ ଦୀପର ଚାହିଦା ବଢ଼ିବ ବୋଲି ଆଶା ଥିଲା। କିନ୍ତୁ ବିକ୍ରି ସ୍ଥାନ ବଦଳିଥିବାରୁ ବେପାର ପ୍ରଭାବିତ ହେଉଛି। ସରକାର ରାସ୍ତାପାର୍ଶ୍ୱରେ ବିକ୍ରି ପାଇଁ ଅନୁମତି ଦେଇଥିଲେ ବ୍ୟବସାୟୀ, କାରିଗର ସମସ୍ତେ ଲାଭବାନ ହୋଇଥାନ୍ତେ।
-ଚିକୁନ୍ ସାହୁ, ବ୍ୟବସାୟୀ |
https://www.dharitri.com/2-indian-guilty-in-1-billion-dollar-fraud-case/ | ୧ ବିଲିୟନ୍ ଡଲାର ଠକେଇ ମାମଲାରେ ୨ ଭାରତୀୟ ବଂଶୋଦ୍ଭବ ଦୋଷୀ
ନ୍ୟୁୟର୍କ, ୧୩।୪: ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍ଜିକ୍ୟୁଟିଭ୍ ୧ ବିଲିୟନ୍ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠକେଇ ସ୍କିମ୍ରେ କମ୍ପାନୀର ଗ୍ରାହକ, ନିବେଶକଙ୍କଠାରୁ ଏହି ଅର୍ଥ ନିଆଯାଇଥିବା ଆମେରିକାର ଫେଡେରାଲ୍ ଜ୍ୟୁରି ପକ୍ଷରୁ ମାମଲାର ଶୁଣାଣିବେଳେ କୁହାଯାଇଛି। ୧୦ ସପ୍ତାହର ଟ୍ରାଏଲ୍ ପରେ ହେଲ୍ଥ ଟେକ୍ନୋଲୋଜି କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ପୂର୍ବତନ ସିଇଓ ଋଷି ଶାହ ୨୨ରୁ ୧୯ କାଉଣ୍ଟରେ ଦୋଷୀ ହୋଇଥିବାବେଳେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷା ଶ୍ରଦ୍ଧା ଅଗ୍ରଓ୍ବାଲ ୧୭ରୁ ୧୫ଟି କାଉଣ୍ଟରେ ଏବଂ ପୂର୍ବତନ ଚିଫ୍ ଅପରେଟର ଅଫିସର ବ୍ରାଡ୍ ପର୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। |
https://www.dharitri.com/india-to-send-20000-mt-of-wheat-to-afghanistan/ | ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍ ଗହମ ପଠାଇବ ଭାରତ
ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି।
ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ ସମେତ କାଜାଖସ୍ତାନ, ର୍କିଗିଜ ରିପବ୍ଲିକ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜ୍ବେକିସ୍ତାନର ସ୍ବତନ୍ତ୍ର ଦୂତ ତଥା ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଆଫଗାନିସ୍ତାନକୁ କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ଭୂଇଁ ରୂପେ ବ୍ୟବହାର କରା ନ ଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏପରି କି ଆଫଗାନିସ୍ତାଙ୍କ ଅଧିକାର ପ୍ରତି ସମ୍ମାନ ଜଣାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। |
https://www.dharitri.com/new-zealand-born-shirley-setia-is-a-love-addict/ | ଲଭ ଆଡିକ୍ଟେଡ ଶର୍ଲି ସେତିଆ
ମୁମ୍ବାଇ: କ୍ୟୁଟ, ବବଲି ଆଉ ଚାର୍ମିଙ୍ଗ.. । ଫିଲ୍ମ ନିକମ୍ମା ଟ୍ରେଲରରେ ଲିଡ ଅଭିନେତ୍ରୀ ଶର୍ଲି ସେତିଆଙ୍କୁ ଦେଖିଲେ ଯେ କେହି ତାଙ୍କ କ୍ୟୁଟନେସର ଦିୱାନା ପାଲଟି ଯିବେ । ଶର୍ଲିଙ୍କୁ ନିକମ୍ମା ଟ୍ରେଲରରେ ବହୁତ ନୋଟିସ କରାଯାଉଛି । ଅଭିନେତ୍ରୀଙ୍କ ମିଲିୟନ ଡଲାର ସ୍ମାଇଲରୁ କ୍ୟୁଟ ଅନ୍ଦାଜ, ଶର୍ଲି୍ଙ୍କ ସୁନ୍ଦରତାର ଦିୱାନା ପାଲଟି ଯାଇଛନ୍ତି ଅନେକ ଦର୍ଶକ । ଆଉ ଏବେ ଏହି ଅଭିନେତ୍ରୀଙ୍କୁ ଇଣ୍ଟରନେଟରେ ଖୁବ୍ ସର୍ଚ୍ଚ କରାଯାଉଛି ।
ବଡକଥା ହେଲା ଶର୍ଲି ଏବେ ୟୁଟ୍ୟୁବ ସେନସେସନ । ତାଙ୍କର ଜନ୍ମ ଇଣ୍ଡିଆରେ ହୋଇଥିଲେ ବି ସେ ନ୍ୟୁଜିଲାଣ୍ଡରେ ବଡ ହୋଇଛନ୍ତି । ସେ ପେଶାରେ ଜଣେ ସିଙ୍ଗର, ୟୁଟ୍ୟୁବର ଓ ଅଭିନେତ୍ରୀ । ୟୁନିଭର୍ସିଟି ଅଫ ଓକଲାଣ୍ଡରୁ ଶର୍ଲି ଗ୍ରାଜୁଏଶନ କମ୍ପ୍ଲିଟ କରିଛନ୍ତି । ମାର୍କେଟିଂ ଓ ପବ୍ଲିସିଟିରେ ଓକଲ୍ୟାଣ୍ଡ କାଉନସିଲରୁ ଶର୍ଲି ଇଣ୍ଟନଶିପ କରିଛନ୍ତି । ହେଲେ ଗ୍ଲାମର ୱାର୍ଲରେ ଇଣ୍ଟରେଷ୍ଟ ରଖିଥିବା ଶର୍ଲି ଇଣ୍ଟରନେଟ ସେନସଶନ ହେବାର ଆଶା ବି ରଖିଥିଲେ ।
ଅଭିନେତ୍ରୀ ଟି-ସିରିଜର ଏକ କଣ୍ଟେଷ୍ଟରେ ପାର୍ଟିସିପେଟ ବି କରି ସାରିଛନ୍ତି । ତାଙ୍କ ୟୁଟ୍ରୁ୍ୟବ ଏଣ୍ଟ୍ରିକୁ ସେ ତାଙ୍କ ବେଡରୁମରେ ରେକର୍ଡ କରିନେଇଥିଲେ ଯେଉଁଥିରେ ସେ ପାଇଜାମା ପିନ୍ଧିଥିଲେ । ବାସ୍ ଏହାପରେ ଶର୍ଲିଙ୍କ ନୂଆ ନାମ ପାଇଜାମା ପପ୍ଷ୍ଟାର ହୋଇଗଲା । ଏଥିପାଇଁ ସାରା ବିଶ୍ୱରୁ ହଜାର ହଜାର କ୍ଲିପ୍ସ ଆସିଥିଲେ ବି ଶର୍ଲି ୱିନର ହୋଇଥିଲେ । ଅଭିନେତ୍ରୀ ରେଡିଓ ଶୋ’ରେ ବି କାମ କରିଛନ୍ତି । ଓକଲାଣ୍ଡରେ ହେଉଥିବା ଲୋକାଲ କମ୍ପିଟିଶନରେ ସେ ପାର୍ଟିସିପେଟ କରି ସାରିଛନ୍ତି । ୨୦୧୬ରେ ଶର୍ଲି ମୁମ୍ବାଇ ଓ ହାଇଦ୍ରାବାଦରେ ତାଙ୍କର ପ୍ରଥମ କନସର୍ଟ ପୂରା କରିଥିଲେ । ଏହାପରେ ଶର୍ଲିଙ୍କୁ ଇଣ୍ଡିଆର ୟୁଟ୍ୟୁବ ସେନସେଶନର ଟ୍ୟାଗ ମିଳିଥିଲା ।
ଏହି ଅଭିନେତ୍ରୀଙ୍କୁ ୟୁଟ୍ୟୁବ କ୍ରିୟଟର ୨୦୧୬, ୨୦୧୭ରେ ମୁମ୍ବାଇରେ ହୋଇଥିବା ୟୁଟ୍ରୁ୍ୟବ ଫ୍ୟାନଫେଷ୍ଟରେ ପରଫର୍ମ କରିବାକୁ ଇନଭାଇଟ କରାଯାଇଥିଲା । ତାଙ୍କର ୟୁଟ୍ରୁ୍ୟବରେ ୩.୮୩ ମିଲିୟନ ସବସ୍କ୍ରାଇବର ରହିଛନ୍ତି । ଶର୍ଲି ୟୁଟ୍ରୁ୍ୟବରେ ବଲିଉଡ ଗୀତକୁ ନିଜ ସିଙ୍ଗିଙ୍ଗ ଭର୍ସନରେ ପୋଷ୍ଟ କରିଥାଆନ୍ତି । ଏହାସହ ସେ ଶର୍ଟସ ଭିଡିଓ, ବ୍ଲଗ ବି ଚଲାଉଛନ୍ତି । ସିଙ୍ଗିଙ୍ଗ ପରେ ସେ ଆକ୍ଟିଙ୍ଗ କ୍ୟାରିୟରରେ ଏବେ ଫୋକସ କରୁଛନ୍ତି । |
https://www.dharitri.com/rump-ready-to-step-down-as-president-ପ/ | ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ହେଲେଣି ଟ୍ରମ୍ପ!
ୱାଶିଂଟନ,୨୪ ।୧୧: ଶେଷରେ ଆମେରିକା ରାଷ୍ଟ୍ରପତି ପଦ ଓ ହ୍ୱାଇଟ ହାଉସ ଛାଡିବାକୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବା ସୂଚନା ମିଳିଛି । ସୋମବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପାଇଁ ସରକାର ଗଠନ କରିବାକୁ ଯାଉଥିବା ସରକାରୀ ଏଜେନ୍ସି କହିଥିଲା କି ଶାସନ ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉଛି । ଏହାପରେ ଟ୍ରମ୍ପ ସଙ୍କେତ ଦେଇଥିଲେ କି ଏବେ ଜେନରାଲ ସର୍ଭିସେସ୍ ଆଡିନିଷ୍ଟ୍ରେଶନକୁ ଯାହା ଆବଶ୍ୟକ ତାହା କରିବା ଦରକାର । ଏହିପରି ଭାବେ ଟ୍ରମ୍ପ ଜୋ ବାଇଡେନ୍ଙ୍କ ବିଜୟକୁ ସ୍ୱୀକାର କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ଶାସନ ହସ୍ତାନ୍ତର ପାଇଁ ଦାୟୀ ସଂଘିୟ ଏଜେନ୍ସିର ମୁଖ୍ୟ କହିଥିଲେ କି ସେ ବାଇଡେନ୍ଙ୍କ ହ୍ୱାଇଟ୍ ହାଉସ୍ ଆଗମନକୁ ନେଇ ଜରୁରୀ ସାମଗ୍ରୀ ଯୋଗାଇ ଦେବେ । ଏହା ଜାଣିବା ପରେ ଟ୍ରମ୍ପ ଏବେ ଏଭଳି ବୟାନ ଦେଇଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍ ବିଜୟୀ ହୋଇଥିଲେ ବି ଟ୍ରମ୍ପ ଆଜି ପର୍ଯ୍ୟନ୍ତ ଏହାକୁ ସ୍ୱୀକାର କରିବାକୁ ରାଜି ନ ଥିଲେ । |
https://www.dharitri.com/bengal-does-not-want-duryodhan-dushasan-mamata/ | ପଶ୍ଚିମବଙ୍ଗକୁ ଦୁର୍ଯ୍ୟୋଧନ, ଦୁଃଶାସନ ଦରକାର ନାହାନ୍ତି
ନୂଆଦିଲ୍ଲୀ,୧୯।୩ : ପଶ୍ଚିମବଙ୍ଗକୁ ଦୁର୍ଯ୍ୟଧନ, ଦୁଶାସନ ଦରକାର ନାହାନ୍ତି। ଏଭଳି କହି ଭାଜପାର ନେତୃତ୍ୱକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବ ମେଦିନିପୁରର ଇଗ୍ରାଠାରେ ଏକ ରାଲିକୁ ସମ୍ବୋଧନ ଦେଇ ସେ କହିଛନ୍ତି, ଆମକୁ ଭାଜପା ଦରକାର ନାହିଁ। ଏହି ଦଳକୁ ବିଦାୟ ଦେବା। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଦେଖିବାକୁ ଚାହୁଁନା। ଆଉ ଦଙ୍ଗାକାରୀ ଓ ଲୁଟେରା ଆମର ଦରକାର ନାହିଁ। ଆମେ ଦୁର୍ଯ୍ୟଧନ, ଦୁଶାସନ ଓ ମିର ଜାଫରଙ୍କୁ ମଧ୍ୟ ଚାହୁଁନା। ଗଦ୍ଦାର ଓ ଦେଶଦ୍ରୋହୀ ମିର ଜାଫର ଏବେ ଭାଜପାର ପ୍ରାର୍ଥୀ। ଏହା ଗୌରିକ ଦଳର ହତାଶାକୁ ଦର୍ଶାଉଛି।
ଆଉ କଂଗ୍ରେସ ଓ ସିପିଏମ୍କୁ ଭାଜପାର ବନ୍ଧୁ ଦଳ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ। ୨୯ ତାରିଖଠାରୁ ଆରମ୍ଭ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ ପର୍ଯ୍ୟାୟ ଅନୁଷ୍ଠିତ ହେବ। ମେ’ ୨ ତାରିଖରେ ଭୋଟଗଣତି ହେବ। |
https://www.dharitri.com/preference-will-be-given-to-old-customers/ | ପୁରୁଣା ଦୋକାନୀଙ୍କୁ ଅଗ୍ରାଧିକାର ଦିଆଯିବ
ଭୁବନେଶ୍ୱର, ୨୪।୧ (ବ୍ୟୁରୋ):ଆସନ୍ତା ୨୮ ତାରିଖରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆରମ୍ଭ ହେବ। ଦିନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ଓ ଆୟୋଜନ ଜୋର୍ସୋରରେ ଚାଲିଛି। ବିଶେଷକରି ମେଳାକୁ କିପରି ସୁବ୍ୟବସ୍ଥିତ କରାଯିବ ସେ ନେଇ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କିଛିଦିନ ତଳେ ବିଏମ୍ସି ପକ୍ଷରୁ ଯାତ୍ରା ପରିବେଷଣ ନେଇ ଏସ୍ଓପି ଜାରି କରାଯାଇଥିବାବେଳେ ଏବେ ମେଳାରେ ହେବାକୁ ଥିବା ଅସ୍ଥାୟୀ ଦୋକାନ ବା ଷ୍ଟଲଗୁଡିକ ପାଇଁ ଏସ୍ଓପି ଜାରି କରାଯାଇଛି। ଦୋକାନ ଆବଣ୍ଟନ ପାଇଁ ବିଏମ୍ସି ପକ୍ଷରୁ ସ୍ଥାନୀୟ ଖବରକାଗଜ, ବିଏମ୍ସି ଓ୍ବେବ୍ସାଇଟ ଏବଂ ଜୋନ୍ ଅଫିସ୍ରେ ଲୋକଙ୍କୁ ସଚେତନ କରାଯିବ ବା ବିଜ୍ଞପ୍ତି ପ୍ରକାଶ ପାଇବ। ଆଗ୍ରହୀ ବ୍ୟକ୍ତିମାନେ ଆବଶ୍ୟକ କାଗଜପତ୍ର ଯଥା ଆଧାରକାର୍ଡ, ଗତବର୍ଷ ମେଳାରେ ଆବଣ୍ଟିତ ହୋଇଥିବା ଦୋକାନର ରସିଦ୍ ଏବଂ ୨ଟି ଦସ୍ତଖତ ଥିବା ପାସପୋର୍ଟ ସାଇଜ୍ ଫଟୋ ସହ ଆବେଦନ କରିବେ। ତେବେ ଯେଉଁମାନେ ପୂର୍ବରୁ ମେଳାରେ ଦୋକାନ ବା ଷ୍ଟଲ ପକାଇଥିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ସେହିପରି ଦୋକାନ ଚୟନ ପରେ ତୁରନ୍ତ ଦୋକାନୀଙ୍କୁ ଲାଇସେନ୍ସ ଫି’ ଜମା କରିବାକୁ ପଡିବ। ଫି’ ଜମା ନ କଲେ ଲାଇସେନ୍ନ କ୍ୟାନ୍ସେଲ କରାଯିବା ସହ ନୂତନ ଆବେଦନକାରୀଙ୍କୁ ଆଲଟ୍ମେଣ୍ଟ କରାଯିବ। ସେହିପରି ଖାଦ୍ୟସାମଗ୍ରୀ ଦୋକାନ ଦେବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବିଏମ୍ସି ସିଟି ହେଲ୍ଥ ଅଧିକାରୀଙ୍କଠାରୁ ଫୁଡ୍ ଲାଇସେନ୍ସ ଆଣିବାକୁ ପଡିବ। ମେଳା ସରିବା ପର୍ଯ୍ୟନ୍ତ ବିଏମ୍ସି ଅଧିକାରୀମାନେ ଖାଦ୍ୟର ମାନ ପରୀକ୍ଷା କରିବେ। ତେଣୁ ଉନ୍ନତମାନର ଖାଦ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ସମସ୍ତ ଦୋକାନୀ ବିଦ୍ୟୁତ୍ ସଂଯୋଗ ପାଇଁ ଇଲେକ୍ଟ୍ରିସିଟି ବିଭାଗରୁ ଅନୁମତି ଆଣିବେ। ସେହିଭଳି ନିଜ ଦୋକାନ ଆଖପାଖ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏସ୍ଓପିରେ ନିର୍ଦ୍ଦେଶ ଦିଆଯାଇଛି। |